Lumina
Jeremiah

Jeremiah in Prison

Jeremiah 37·Oriya Bible

1ଅନନ୍ତର ଯିହାୟୋଦାରକୀମର ପୁତ୍ର କୀଯର ପଦ ରେ ଯୋଶିୟଯର ପୁତ୍ର ସିଦିକିଯ ରାଜା ହାଇେ ରାଜତ୍ବ କଲା। ବାବିଲର ରାଜା ନବୂଖଦନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।

2ମାତ୍ର ରାଜା ସିଦିକିଯ କିଅବା ତାହାର ଦାସମାନେ କିଅବା ତାହାର ଦେଶବାସୀ ଯିରିମିୟ ଭବିଷ୍ଯଦବକ୍ତା ପ୍ରଚାରିତ ସଦାପ୍ରଭୁଙ୍କ ବାକ୍ଯ ପ୍ରତି ଧ୍ଯାନ ଦେଲେ ନାହିଁ।

3ପୁଣି ସିଦିକିଯ ରାଜା ଶଲେିମିଯର ପୁତ୍ର ୟିହୁଖଲକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ଯିରିମିୟ ଭବିଷ୍ଯଦବକ୍ତା ନିକଟକୁ ଏକ ବାର୍ତ୍ତା ଦଇେ ପଠାଇଲେ। ସମାନେେ ଯିରିମିୟଙ୍କୁ ବିନଯ କରି କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।

4ସେତବେେଳେ ଯିରିମିୟ କାରାଗାର ରେ ବନ୍ଦୀ ନ ଥିଲେ। ତେଣୁ ସେ ନିଜ ଇଚ୍ଛାନୁସା ରେ ସ୍ବାଧୀନ ଭାବରେ ୟାତାଯତ କରୁଥିଲେ।

5ଆଉ ମଧ୍ଯ ସହେି ସମୟରେ ଫାରୋର ସୈନ୍ଯ ମିଶରରୁ ବାହାରି ଯିହୁଦାକୁ ଆସିଲେ। ଏଣୁ ୟିରୁଶାଲମ ଦଖଲ କରିଥିବା କଲଦୀଯମାନେ ଏ ସମ୍ବାଦ ଶୁଣି ୟିରୁଶାଲମରୁ ଚାଲିଗଲେ।

Jeremiah 37 illustration - Jeremiah Chapter 37

6ସେତବେେଳେ ଭବିଷ୍ଯଦବକ୍ତା ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।

7ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ହେ ୟିହୁଖଲ ଓ ସଫନିଯ, ଯିହୁଦାର ରାଜା ସିଦିକିଯ ଆମ୍ଭକୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି, ତୁମ୍ଭମାନେେ ତାଙ୍କୁ ୟାଇ କହିବ, ଦେଖ, ତୁମ୍ଭମାନଙ୍କ ସାହାୟ୍ଯ ପାଇଁ ଫାରୋର ଯେଉଁ ସୈନ୍ଯମାନେ ଆସିଛନ୍ତି, ସମାନେେ ନିଜ ଦେଶ ମିଶରକୁ ଫରେିଯିବେ।

8ପୁଣି କଲଦୀଯମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧ ରେ ୟୁଦ୍ଧ କରିବେ ଓ ସମାନେେ ତାହାକୁ ଅଧିକାର କରି ଅଗ୍ନି ରେ ଦଗ୍ଧ କରିବେ।'

9ସଦାପ୍ରଭୁ ଏହି କଥା କହନ୍ତି, 'କଲଦୀଯମାନେ ନିଶ୍ଚଯ ଆମ୍ଭମାନଙ୍କ ନିକଟରୁ ଚାଲିଯିବେ, ତୁମ୍ଭମାନେେ ଏହି କଥା କହି ନିଜକୁ ଭୁଲାଅ ନାହିଁ। ବାବିଲର ସୈନ୍ଯ ନିଶ୍ଚଯ ଆମ୍ଭ ସହିତ ରହିବେ। କାରଣ ସମାନେେ ଯିବେ ନାହିଁ।

10ହେ ୟିରୁଶାଲମ ନିବାସୀ, ତୁମ୍ଭମାନେେ କଲଦୀଯର ସମୁଦାଯ ସୈନ୍ଯଙ୍କୁ ପରାସ୍ତ କଲେ ହେଁ, ଅବଶିଷ୍ଟ ଆହତ ସୈନ୍ଯମାନେ ନିଜ ନିଜ ତମ୍ବୁରୁ ବାହାରି ଏହି ନଗରକୁ ଅଗ୍ନି ରେ ଦଗ୍ଧ କରିବେ।

Jeremiah 37 illustration - Jeremiah Chapter 37

11ଯେତବେେଳେ କଲଦୀଯମାନେ ଫାରୋର ସୈନ୍ଯମାନଙ୍କ ଭୟ ରେ ୟିରୁଶାଲମରୁ ଚାଲି ୟାଇଥିଲେ,

12ସେ ସମୟରେ ଯିରିମିୟ ଆପଣା ଲୋକମାନଙ୍କଠାରୁ ଆପଣାର ପ୍ରାପ୍ଯ ଅଂଶ ପାଇବା ପାଇଁ ବିନ୍ଯାମୀନ ପ୍ରଦେଶକୁ ୟିବା ନିମନ୍ତେ ୟିରୁଶାଲମରୁ ବାହାରିଲେ।

13କିନ୍ତୁ ଯେତବେେଳେ ଯିରିମିୟ ବିନ୍ଯାମୀନ ପ୍ରଦେଶର ନଗର ଦ୍ବାର ରେ ପହନ୍ଚିଲେ, ସେତବେେଳେ ପ୍ରହରୀଗଣଙ୍କ ଅଧ୍ଯକ୍ଷ, ହନାନିଯର ପୌତ୍ର, ଶଲେିମିଯର ପୁତ୍ର, ୟିରିଯ ତାଙ୍କୁ ବନ୍ଦୀ କରି କହିଲା, ତୁମ୍ଭେ ଆମ୍ଭମାନଙ୍କୁ ପରିତ୍ଯାଗ କରି କଲଦୀଯମାନଙ୍କ ପକ୍ଷ ନଇେଅଛ।

14ସେତବେେଳେ ଯିରିମିୟ କହିଲେ, ଏହା ମିଥ୍ଯା କଥା, ମୁଁ କଲଦୀଯମାନଙ୍କ ପକ୍ଷକୁ ଯାଉ ନାହିଁ। ମାତ୍ର ଯିରିମିୟ ତାଙ୍କ କଥା ନ ଶୁଣି ତାଙ୍କୁ ବନ୍ଦୀ କରି ଅଧିପତିମାନଙ୍କ ନିକଟକୁ ନଇଗେଲା।

15ଆଉ ସହେି ଅଧିପତିମାନେ ଯିରିମିୟଙ୍କ ଉପ ରେ ଅତ୍ଯନ୍ତ କ୍ ରୋଧାନ୍ବିତ ହାଇେ ତାଙ୍କୁ ପ୍ରହାର କଲେ ଓ ଯୋନାଥନ୍ ଲେଖକ ଗୃହସ୍ଥିତ କାରାଗାର ରେ ରଖିଲେ। କାରଣ ସମାନେେ ଯୋନାଥନ୍ ଗୃହକୁ କାରାଗାର ରେ ପରିଣତ କରିଥିଲେ।

Jeremiah 37 illustration - Jeremiah Chapter 37

16ସହେି ଲୋକମାନଙ୍କ ଦ୍ବାରା ଯିରିମିୟ ଗଣାକାର କଠାେରୀ ରେ ବନ୍ଦୀ ହେଲେ ଓ କ୍ଷୁଦ୍ର କଠାେରୀ ରେ ଅନକେ ଦିନ ରହିଲେ।

17ତାହାପ ରେ ସିଦିକିଯ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହ ରେ ଗୋପନ ରେ ତାଙ୍କୁ ପଚାରିଲେ, ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ଯ ଆସିଅଛି କି ?

18ଆଉ ଯିରିମିୟ ସିଦିକିଯ ରାଜାଙ୍କୁ କହିଲେ, ଆପଣଙ୍କ ବିରୁଦ୍ଧ ରେ, ଆପଣଙ୍କ ଦାସଗଣ ବିରୁଦ୍ଧ ରେ ଅବା ଏହି ଲୋକମାନଙ୍କ ବିରୁଦ୍ଧ ରେ ମୁଁ କି ପାପ କରିଅଛି ଯେ ଆପଣମାନେ ମାେତେ କାରାଗାର ରେ ରଖିଅଛନ୍ତି ?

19ଆପଣମାନେ ଯେଉଁ ଭବିଷ୍ଯଦବକ୍ତାମାନେ ଆପଣମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରି କହିଲେ, 'ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧ ରେ ଓ ଏହି ଦେଶ ବିରୁଦ୍ଧ ରେ ଆସିବେ ନାହିଁ, ସମାନେେ ଏବେ କାହାଁନ୍ତି ?'

20କିନ୍ତୁ ବର୍ତ୍ତମାନ ହେ ମାରେ ପ୍ରଭୁ, ମହାରାଜ, ମାରେ ଅନୁ ରୋଧ ରକ୍ଷାକରି ମାରେ କଥା ଶ୍ରବଣ କରନ୍ତୁ, ଆପଣ ୟୋନାଥନ୍ ଲେଖକର ଗୃହକୁ ମାେତେ ପୁନର୍ବାର ପଠାନ୍ତୁ ନାହିଁ। ତାହା ହେଲେ ସଠାେ ରେ ମୁଁ ମରିୟିବି। ମୁଁ ନିବଦନେ କରୁଛି, ମାରେ ଏହି ଅନୁରୋଧ ଆପଣଙ୍କ ଛାମୁ ରେ ଗ୍ରାହ୍ଯ ହେଉ।

Jeremiah 37 illustration - Jeremiah Chapter 37

21ତେଣୁ ସିଦିକିଯ ରାଜାଙ୍କ ଆଜ୍ଞାନୁସା ରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣ ରେ ରଖିଲେ। ପୁଣି ନଗର ରେ ସବୁ ରୋଟୀ ଶଷେ ନ ହବୋ ପର୍ୟ୍ଯନ୍ତ ରୋଟୀବାଲାଙ୍କ ପଲୀରୁ ଗୋଟିଏ ଲଖାଏଁେ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହିପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣ ରେ ରହିଲେ।

Chapter Complete

You have read Jeremiah 37

21 verses