1ଅନନ୍ତର ଯିହୁଦାର ରାଜା ସିଦିକିଯର ରାଜତ୍ବର ଚତୁର୍ଥବର୍ଷର ପଞ୍ଚମ ମାସ ରେ ଗିବିଯୋନ ନିବାସୀ ଅସୂରର ପୁତ୍ର ହନାନିଯ ଭବିଷ୍ଯଦବକ୍ତା ସଦାପ୍ରଭୁଙ୍କ ଗୃହ ରେ ଯାଜକମାନଙ୍କର ଓ ସମସ୍ତ ଲୋକଙ୍କର ସାକ୍ଷାତ ରେ ମାେତେ ଏହି କଥା କହିଲେ।
2ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କତା କହନ୍ତି, 'ଆମ୍ଭେ ଯିହୁଦା ଉପ ରେ ଥିବା ବାବିଲ ରାଜାର ୟୁଆଳି ଭାଙ୍ଗିଅଛୁ।
3ବାବିଲର ରାଜା ନବୂଖଦନିତ୍ସର ଏହି ସ୍ଥାନରୁ ସଦାପ୍ରଭୁଙ୍କ ଗୃହର ଯେଉଁସବୁ ପାତ୍ର ବାବିଲକୁ ନଇେ ୟାଇଅଛି, ସେସବୁ ଆମ୍ଭେ ଦୁଇବର୍ଷ ପୂର୍ର୍ଣ ହବୋ ପୂର୍ବରୁ ପୁନର୍ବାର ଏହି ସ୍ଥାନକୁ ଫରୋଇ ଆଣିବା।
4ପୁଣି ଯିହାୟୋଦାରକୀମର ପୁତ୍ର ଯିହୁଦାର ରାଜା ୟିହୋଯାଖୀନକୁ ଓ ଯିହୁଦାର ବାବିଲକୁ ବନ୍ଦୀ ହାଇେ ୟାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫରୋଇ ଆଣିବା।' ଏହା ସଦାପ୍ରଭୁ କହନ୍ତି, 'କାରଣ ଆମ୍ଭେ ବାବିଲ ରାଜାର ୟୁଆଳି ଭାଙ୍ଗି ପକାଇବା।
5ତା'ପ ରେ ଭବିଷ୍ଯଦବକ୍ତା ଯିରିମିୟ ପରମେଶ୍ବରଙ୍କ ଗୃହ ରେ ଠିଆ ହାଇେଥିବା ଯାଜକମାନଙ୍କ ସାକ୍ଷାତ ରେ ଓ ସମସ୍ତ ଲୋକଙ୍କ ସାକ୍ଷାତ ରେ ଭବିଷ୍ଯଦବକ୍ତା ହନାନିଯକୁ କହିଲେ।

6ଯିରିମିୟ ଭବିଷ୍ଯଦବକ୍ତା ହନାନିଯକୁ ଏହା କହିଲେ, ଆମେନ୍ ! ସଦାପ୍ରଭୁ ସପରେି କରନ୍ତୁ, ସଦାପ୍ରଭୁଙ୍କ ଗୃହର ପାତ୍ର ଓ ସମସ୍ତ ନିର୍ବାସିତ ଲୋକଙ୍କୁ ବାବିଲରୁ ପୁନର୍ବାର ଏହି ସ୍ଥାନକୁ ଆଣିବା ପାଇଁ ତୁମ୍ଭେ ଯେଉଁ ଭବିଷ୍ଯଦବାକ୍ଯ ପ୍ରଚାର କରିଅଛ, ସଦାପ୍ରଭୁ ତୁମ୍ଭର ସହେି ବାକ୍ଯସବୁ ସିଦ୍ଧ କରନ୍ତୁ।
7 ତେଣୁ ହେ ହନାନିଯ, ମୁଁ ତୁମ୍ଭ କର୍ଣ୍ଣଗୋଚର ରେ ଓ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚର ରେ ଯେଉଁ କଥା କହୁଅଛି, ତାହା ଶୁଣ।
8ତୁମ୍ଭର ଓ ମାରେ ବହୁ ପୂର୍ବରୁ ଅନକେ ଭବିଷ୍ଯଦବକ୍ତା ବହୁଦେଶ ଓ ମହାନ୍ ମହାନ୍ ରାଜ୍ଯ ବିରୁଦ୍ଧ ରେ ୟୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀର ଭବିଷ୍ଯଦବକ୍ତା ପ୍ରଚାର କରିଅଛନ୍ତି।
9ଯେଉଁ ଭବିଷ୍ଯଦବକ୍ତା ଶାନ୍ତିର ଭବିଷ୍ଯଦବାକ୍ଯ ପ୍ରଚାର କଲେ ସହେି ଭବିଷ୍ଯଦବକ୍ତାର ବାକ୍ଯ ସଫଳ ହେଲାପ ରେ ସିନା ସଦାପ୍ରଭୁ ତାହାକୁ ପ୍ରକୃତ ରେ ପଠାଇ ଅଛନ୍ତି ବୋଲି ଜଣାପଡ଼େ।
10ଯିରିମିୟଙ୍କ ସ୍କନ୍ଧ ରେ ବହନ କରିଥିବା ୟୁଆଳିକୁ ହନାନିଯ କାଢ଼ି ନଇେ ତାହା ଭାଙ୍ଗି ପକାଇଲା।

11ଆଉ ହନାନିଯ ସବୁ ଲୋକଙ୍କ ସାକ୍ଷାତ ରେ ବଡ଼ ପାଟି ରେ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଏହିରୂପେ ପୂର୍ଣ୍ଣ ଦୁଇବର୍ଷ ହବୋ ପୂର୍ବରୁ ବାବିଲର ରାଜା ନବୂଖଦନିତ୍ସରର ୟୁଆଳି ସବୁ ଦେଶୀଯମାନଙ୍କ ସ୍କନ୍ଧରୁ କାଢ଼ି ଭାଙ୍ଗି ପକାଇବା।
12ହନାନିଯ ଭବିଷ୍ଯଦବକ୍ତା ଯିରିମିୟଙ୍କ ସ୍କନ୍ଧରୁ ୟୁଆଳି ନଇେ ଭାଙ୍ଗିଲା ପ ରେ ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ଯ ଉପସ୍ଥିତ ହେଲା।
13ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ୟାଇ ହନାନିଯକୁ କୁହ, 'ତୁମ୍ଭେ ସିନା କାଠର ୟୁଆଳି ଭାଙ୍ଗି ଦଲେ, ମାତ୍ର ଆମ୍ଭେ ତାହା ବଦଳ ରେ ଲୁହାର ୟୁଆଳି ପ୍ରସ୍ତୁତ କରିବା।
14ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ଏହିସବୁ ଦେଶୀଯ ରାଜାଗଣ ବାବିଲର ରାଜା ନବୂଖଦନିତ୍ସରର ସବୋ କରିବେ। ଏଥିପାଇଁ ମୁଁ ସମାନଙ୍କେ ସ୍କନ୍ଧ ରେ ଲୁହାର ୟୁଆଳି ରଖିଅଛି। ସମାନେେ ତାହାର ସବୋ କରିବେ ଆଉ ମଧ୍ଯ କ୍ଷେତ୍ରସ୍ଥ ପଶୁଗଣ ତାହାର ସବୋ କରିବେ।
15ତହିଁରେ ଯିରିମିୟ ଭବିଷ୍ଯଦବକ୍ତା ହନାନିଯ ଭବିଷ୍ଯଦବକ୍ତାକୁ କହିଲେ, ହେ ହନାନିଯ, ଏବେ ଶୁଣ ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାଁନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ଯା କଥା ରେ ବିଶ୍ବାସ କରାଇ ଅଛ।

16ତେଣୁ ସଦାପ୍ରଭୁ ଏହିକଥା କହନ୍ତି, ' ହେ ହନାନିଯ, ଆମ୍ଭେ ତୁମ୍ଭକୁ ପୃଥିବୀରୁ ଦୂର କରିବା। ତୁମ୍ଭେ ଏହି ବର୍ଷ ମରିବ। କାରଣ ତୁମ୍ଭେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ବିଦ୍ରୋହର କଥା କହିଅଛ।
17ଆଉ ହନାନିଯ ଭବିଷ୍ଯଦବକ୍ତା ସହେି ବର୍ଷ ସପ୍ତମ ମାସ ରେ ମଲା।
You have read Jeremiah 28
17 verses