Lumina
Jeremiah

Israel Forsakes God

Jeremiah 2·Oriya Bible

1ଆଉ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା :

2 ହେ ଯିରିମିୟ, ୟାଅ, ୟିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଚାର କରି ଏହିକଥା କୁହ,

3ସଦାପ୍ରଭୁଙ୍କ ଦୃଷ୍ଟି ରେ ଇଶ୍ରାୟେଲର ଲୋକମାନେ ପବିତ୍ର। ସମାନେେ ସଦାପ୍ରଭୁଙ୍କର ପ୍ରଥମ ସଂଗୃହିତ ଫଳ। ଯେଉଁମାନେ ସମାନଙ୍କେୁ ଗ୍ରାସ କରନ୍ତି ସମାନେେ ଦୋଷୀ ଗଣାଯିବେ ଓ ସମାନଙ୍କେ ପ୍ରତି ଅମଙ୍ଗଳ ଘଟିବ।' ଏହା ସଦାପ୍ରଭୁ କହନ୍ତି

4ହେ ଯାକୁବର ବଂଶ, ଆଉ ହେ ଇଶ୍ରାୟେଲର ବଂଶର ଗୋଷ୍ଠୀସବୁ, ସଦାପ୍ରଭୁଙ୍କର ବାକ୍ଯ ଶୁଣ।

5ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭଠା ରେ କେଉଁ ଅନ୍ଯାଯ ଦେଖିଲେ ଯେ ସମାନେେ ଆମ୍ଭଠାରୁ ଦୂ ରଇେ ୟାଇଅଛନ୍ତି ଓ ଅସାର ଦବେତାମାନଙ୍କର ପଶ୍ଚାଦ୍ ଗମନ କରି ଅସାର ହାଇେଅଛନ୍ତି ?

Jeremiah 2 illustration - Jeremiah Chapter 2

6ତୁମ୍ଭର ପୂର୍ବପୁରୁଷଗଣ କହିଲେ ନାହିଁ ଯେ, 'ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲେ, ଯେ ପ୍ରାନ୍ତର ରେ ମରୁଭୂମି ଓ ଗର୍ତ୍ତମଯ ଦେଶରୁ ଆଉ ନିର୍ଜନ ଓ ମୃତ୍ଯୁଛାଯାରୂପ ଦେଶରୁ, ପୁଣି ପଥିକବିହୀନ ଓ ନିବାସୀଶୂନ୍ଯ ଦେଶ ମଧ୍ଯରୁ ଆମ୍ଭମାନଙ୍କୁ କଢ଼ାଇ ଆଣିଲେ, ସହେି ସଦାପ୍ରଭୁ କାହାଁନ୍ତି ?'

7ପୁଣି ସଦାପ୍ରଭୁ କହନ୍ତି, ମୁଁ ତୁମ୍ଭମାନଙ୍କୁ ଏକ ଉର୍ବର ଦେଶକୁ ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଅତି ଉତ୍ତମ ଖାଦ୍ୟ ଓ ଫଳ ଭୋଜନ କରିବ। ମାତ୍ର ତୁମ୍ଭମାନେେ ପ୍ରବେଶ କଲାପ ରେ ମାେ ଦେଶକୁ 'ଅଶୁଚି' ଓ ମାରେବିରୁଦ୍ଧାଚରଣ କର।

8ଯାଜକମାନେ କହିଲେ ନାହିଁ ଯେ, 'ସଦାପ୍ରଭୁ କାହାଁନ୍ତି,' ଆଉ ଯେଉଁମାନେ ବ୍ଯବସ୍ଥା ହସ୍ତ ରେ ଧରନ୍ତି, ସମାନେେ ଆମ୍ଭକୁ ଜାଣିଲେ ନାହିଁ, ଶାସନକର୍ତ୍ତାମାନେ ମଧ୍ଯ ଆମ୍ଭ ବିରୁଦ୍ଧ ରେ ଅଧର୍ମାଚରଣ କଲେ, ଆଉ ଭବିଷ୍ଯଦବକ୍ତାମାନେ ବାଲ୍ଦବେ ନାମ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ ଓ ନିଷ୍ଫଳ ବସ୍ତୁମାନଙ୍କର ପଶ୍ଚାଦଗମନ କଲେ।

9ତେଣୁ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ନାତି-ନାତୁଣୀମାନଙ୍କର ବିରୁଦ୍ଧ ରେ ଆମ୍ଭେ ଏକ ମକଦ୍ଦମା କରିବା।

10ସାଗର ପାର ହାଇେ କିର୍ତ୍ତୀଯମାନଙ୍କର ଦ୍ବୀପ ସମୂହକୁ ୟାଅ। ଆଉ କଦରକେୁ ଲୋକ ପଠାଅ ଓ ଉତ୍ତମ ରୂପେ ବିବଚେନା କରି ଦେଖ, ସଠାେ ରେ କହେି ଏପରି କାର୍ୟ୍ଯ କବେେ କରିଅଛି କି ?

Jeremiah 2 illustration - Jeremiah Chapter 2

11କୌଣସି ଦେଶର ଲୋକମାନେ ସମାନଙ୍କେର ଦବଗେଣଙ୍କୁ ପରିତ୍ଯାଗ କରି ଅଛନ୍ତି କି, ଯଦିଓ ସମାନେେ ମୂର୍ତ୍ତି ଥିଲେ ଏବଂ ପ୍ରକୃତ ପରମେଶ୍ବର ନୁହଁନ୍ତି ? ମାତ୍ର ମାରେ ଲୋକମାନେ ସମାନଙ୍କେର ମହିମାମଯ ପରମେଶ୍ବରଙ୍କୁ ନିଷ୍ଫଳ ବସ୍ତୁ ବଦଳ ରେ ପରିତ୍ଯାଗ କରିଛନ୍ତି, ଯାହାର ସମାନଙ୍କେୁ ପ୍ରଦାନ କରିବା ପାଇଁ କିଛି ନ ଥାଏ।

12 ହେ ସ୍ବର୍ଗ, ଚକିତ ଓ ଭୟ ରେ କମ୍ପିତ ହୁଅ। ସଦାପ୍ରଭୁ ଏହା କହିଲେ।

13କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି। ପ୍ରଥମତଃ ସମାନେେ ମାେତେ ପରିତ୍ଯାଗ କରିଛନ୍ତି ଯଦିଓ ମୁଁ ଏକ ଜୀବନଦାଯିନୀ ନିର୍ଝର ଅଟେ ଓ ଦ୍ବିତୀୟ ରେ ନିଜ ପାଇଁ ସମାନେେ ବହୁ ଜଳକୁଣ୍ଡ ଖାେଳିଛନ୍ତି। ମାତ୍ର ସହେି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ।

14ଇଶ୍ରାୟେଲୀୟମାନେ କ'ଣ କ୍ରୀତଦାସ ? ସମାନେେ କ'ଣ ଆଜନ୍ମ କିଙ୍କର ? ତବେେ ସମାନେେ କାହିଁକି ଲୁଣ୍ଠିତ ଦ୍ରବ୍ଯ ସ୍ବରୂପ ହାଇେଅଛନ୍ତି ?

15ୟୁବା ସିଂହାସନ ତାହା ଉପ ରେ ଗର୍ଜନ ଓ ହୁଙ୍କାର କରିଅଛନ୍ତି। ସମାନେେ ତାହାର ଦେଶସବୁ ଧ୍ବଂସ କରିଅଛନ୍ତି। ତାହାର ନଗରଗୁଡ଼ିକ ଦଗ୍ଧ କରିଛନ୍ତି ଓ ତାହାକୁ ଜନଶୂନ୍ଯ କରିଛନ୍ତି।

Jeremiah 2 illustration - Jeremiah Chapter 2

16ଅଧିକନ୍ତୁ ନୋଫର ଓ ତଫନ ହଷେର ସନ୍ତାନଗଣ ତୁମ୍ଭ ମସ୍ତକର ମୁକୁଟ ଭାଙ୍ଗି ପକାଇ ଅଛନ୍ତି।

17ଏସବୁ ଦୁଃଖ ତୁମ୍ଭ ନିଜ ଦୋଷରୁ ଘଟିଅଛି। କାରଣ ପରମେଶ୍ବର ତୁମ୍ଭର ସଦାପ୍ରଭୁ ତୁମ୍ଭକୁ ଠିକ୍ ପଥରେ ନବୋ ବେଳେ ତୁମ୍ଭେ ତାହାଙ୍କୁ ପରିତ୍ଯାଗ କରିଅଛ।

18ଆଉ ଏବେ ଶୀହାରରେ ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ ?

19ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦବେ। ଓ ତୁମ୍ଭର ବିପଥଗାମୀତ୍ବ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ଉତ୍ତମ ରୂପେ ବିବଚେନା କର। ତାହା ହେଲେ ତୁମ୍ଭେ ବୁଝିବ ଯେ ପରମେଶ୍ବରଙ୍କୁ ପରିତ୍ଯାଗ କରି ତୁମ୍ଭେ କି ଅପରାଧ କରିଛ। ଆମ୍ଭ ବିଷଯକ ଭୟ ତୁମ୍ଭ ମଧିଅରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷଯ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ। ମାରେ ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି।

20 ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ୟୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛଦନେ କରିଛୁଁ। ଆଉ ତୁମ୍ଭେ କହିଛ, 'ଆମ୍ଭେ ତୁମ୍ଭର ଦାସତ୍ବ କର୍ମ କରିବୁ ନାହିଁ।' ପ୍ରକୃତ ରେ ତୁମ୍ଭେ ପ୍ରେତ୍ୟକକ ଉଚ୍ଚ ପର୍ବତ ଉପ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ଯଭିଚାର କରି ଚାଲିଛ।

Jeremiah 2 illustration - Jeremiah Chapter 2

21ହେ ଯିହୁଦା, ମୁଁ ତୁମ୍ଭକୁ ସ୍ବତନ୍ତ୍ର ବୀଜରୁ ଉତ୍ପନ୍ନ ଏକ ଦ୍ରାକ୍ଷାଲତା କରି ରୋପଣ କରିଥିଲି। ତବେେ ତୁମ୍ଭେ କାହିଁକି ବନ୍ଯ ଦ୍ରାକ୍ଷାଲତା ହେଲ ?

22ଯଦିଓ ତୁମ୍ଭେ ସୋଢ଼ା ରେ ନିଜକୁ ଧୌତ କରିଅଛ ଓ ବହୁତ ସାବୁନ ବ୍ଯବହାର କରିଛ, ତଥାପି ତୁମ୍ଭର ଦୋଷ ଆମ୍ଭ ଦୃଷ୍ଟି ରେ କ୍ଷାରିତ ନ ହାଇେ ସହେିପରି ରହିଅଛି। ଏହା ପ୍ରଭୁ ସଦାପ୍ରଭୁ କହନ୍ତି।

23ପୁଣି ହେ ଯିହୁଦା, ତୁମ୍ଭେ କିପରି କହିପାରିବ ଯେ, 'ଆମ୍ଭେ ଅଶୁଚି ହାଇେ ନାହୁଁ ଓ ବାଲ୍ଦବଗେଣର ପଶ୍ଚାଦଗାମୀ ହାଇେ ନାହୁଁ ?' ଉପତ୍ୟକା ରେ ତୁମ୍ଭେ ଯାହାସବୁ କରିଅଛ ଚିନ୍ତାକର। ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଓଟ ସଦୃଶ।

24ଆଉ ତୁମ୍ଭେ ପ୍ରାନ୍ତର ରେ ବାସ କରୁଥିବା ବନ୍ଯ ଗର୍ଦ୍ଦଭୀ ପରି ଅଟ। ସେ ନିଜର ଋତୁ ସମୟରେ ବାଯୁ ଆଘ୍ରାଣ କରେ। କିଏ ତା'ର କାମ ଲିପ୍ସାରୁ ଅବରୋଧ କରିପାରିବେ ? ତାହାର ଅନ୍ବଷେଣକାରୀମାନଙ୍କର ଆପଣାମାନଙ୍କ କ୍ଲାନ୍ତ କରିବାର ଦରକାର ନାହିଁ। ସମାନେେ ତାଙ୍କର ନିଯମିତ ମାସ ରେ ତାକୁ ସହଜ ରେ ପାଇପାରିବେ।

25ହେ ୟିହୁଦୀ, ତୁମ୍ଭେ ନିଶ୍ଚିତ ଯେ, ସେ ଦବଗେଣଙ୍କ ପଶ୍ଚାଦଗମନରୁ ନିବୃତ୍ତ ହବୋ ଉଚିତ୍ ଓ ସେ ଦବଗେଣଙ୍କ ନିମନ୍ତେ ନିଜର କଣ୍ଠ ଶୁଷ୍କ କରିବା ଉଚିତ୍ ନୁହେଁ। ମାତ୍ର ତୁମ୍ଭେ କହିଲ, 'ଆଉ ଦରକାର ନାହିଁ, କାରଣ ଆମ୍ଭେ ସହେି ବିଦେଶୀଯ ଦବଗେଣଙ୍କୁ ପୂଜା କରିଅଛୁ ଓ ସମାନଙ୍କେର ପଶ୍ଚାଦଗାମୀ ହବେୁ, ସମାନଙ୍କେୁ ଆମ୍ଭେ ଛାଡ଼ିବୁ ନାହିଁ।'

Jeremiah 2 illustration - Jeremiah Chapter 2

26 ଚୋର ଧରାପଡ଼ିଲେ ଯେପରି ଲଜ୍ଜିତ ହୁଏ, ସହେିପରି ଇଶ୍ରାୟେଲ ବଂଶ, ସମାନଙ୍କେର ରାଜଗଣ, ସମାନଙ୍କେର ଅଧିପତିଗଣ, ସମାନଙ୍କେର ଯାଜକଗଣ ଓ ସମାନଙ୍କେର ଭବିଷ୍ଯଦବକ୍ତାଗଣ ସମସ୍ତେ ଲଜ୍ଜିତ ହାଇେଅଛନ୍ତି।

27ସମାନେେ ଏକ କାଠ ମୁଣ୍ଡାକୁ କହନ୍ତି, ତୁମ୍ଭେ ଆମ୍ଭର ପିତା' ଓ ଖଣ୍ଡେ ପଥରକୁ କହନ୍ତି, 'ତୁମ୍ଭେ ଆମ୍ଭକୁ ଜନ୍ମ କରିଅଛ।' ସମାନେେ ସେଥିପାଇଁ ଲଜ୍ଜିତ ହବେେ। ପୁଣି ସମାନେେ ଆମ୍ଭ ଆଡ଼କୁ ମୁଖ ନ କରି, ଆମ୍ଭ ଆଡ଼କୁ ପଛପଟ କରିଅଛନ୍ତି। ମାତ୍ର ବିପଦ ସମୟରେ ଯିହୁଦାର ଲୋକମାନେ କହିବେ, 'ତୁମ୍ଭେ ଆସ, ଆମ୍ଭମାନଙ୍କୁ ଉଦ୍ଧାର କର।'

28ମାତ୍ର ତୁମ୍ଭମାନେେ ନିଜପାଇଁ ଯେଉଁ ପ୍ରତିମାଗୁଡ଼ିକ ନିର୍ମାଣ କରିଅଛ, ସମାନେେ କାହାନ୍ତି ? ସମାନେେ ଆସନ୍ତୁ ଓ ଯଦି ପାରନ୍ତି ତବେେ ତୁମ୍ଭେ ବିପଦ ସମୟରେ ତୁମ୍ଭକୁ ଉଦ୍ଧାର କରନ୍ତୁ। କାରଣ ହେ ଯିହୁଦା ତୁମ୍ଭ ନଗରର ସଂଖ୍ଯାନୁସା ରେ ତୁମ୍ଭର ଦବେତାମାନେ ଅଛନ୍ତି।

29ତୁମ୍ଭମାନେେ କାହିଁକି ଆମ୍ଭ ସଙ୍ଗେ ବିବାଦ କରୁଛ ? ତୁମ୍ଭେ ସମସ୍ତେ ଆମ୍ଭ ବିରୁଦ୍ଧ ରେ ପାପ କରିଅଛ। ଏହା ସଦାପ୍ରଭୁ କହନ୍ତି।

30ଆମ୍ଭେ ବୃଥା ରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦଇେଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭମାନେେ ଠିକ୍ ବାଟକୁ ଫରେିଲ ନାହିଁ। ତୁମ୍ଭମାନେେ ତୁମ୍ଭ ଖଡ୍ଗ ରେ ତୁମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ହତ୍ଯା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ଯ ସମାନଙ୍କେୁ ଗ୍ରାସ କରିଅଛ।

Jeremiah 2 illustration - Jeremiah Chapter 2

31ହେ ବର୍ତ୍ତମାନ ସମୟର ଲୋକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯପ୍ରତି ଧ୍ଯାନ ଦିଅ। ଆମ୍ଭେ କ'ଣ ଇଶ୍ରାୟେଲ ପ୍ରତି ପ୍ରାନ୍ତରସ୍ବରୂପ କିଅବା ନିବିଡ଼ ଅନ୍ଧକାରମଯ ଦେଶ ସ୍ବରୂପ ହାଇେଅଛୁ ? ଆମ୍ଭର ଲୋକମାନେ କାହିଁକି କହୁଛନ୍ତି, 'ଆମ୍ଭମାନେେ ବନ୍ଧନମୁକ୍ତ ହାଇେଅଛୁ, ଆମ୍ଭମାନେେ ଆଉ ତୁମ୍ଭ ନିକଟକୁ ଆସିବୁ ନାହିଁ ?'

32ଜଣେ ୟୁବତୀ କ'ଣ ନିଜର ଅଳଙ୍କାରକୁ ଭୁଲିପା ରେ ? ଜଣେ କନ୍ଯା କ'ଣ ତା'ର ପୋଷାକକୁ ଭୁଲି ପାରିବ ? କିନ୍ତୁ ମାରେ ଲୋକମାନେ ମାେତେ ଅସଂଖ୍ଯ ଥର ପାଶୋରି ଅଛନ୍ତି।

33 ହେ ଯିହୁଦା, ତୁମ୍ଭେ ତୁମ୍ଭ ପ୍ ରମେିକମାନଙ୍କୁ ଖାଜେିବ ରେ ନିପୁଣା। ଏପରିକି ତୁମ୍ଭେ ଦୁଷ୍ଟା ସ୍ତ୍ରୀଲୋକମାନଙ୍କୁ କିପରି ଏହା କରିବାକୁ ହୁଏ ଶିକ୍ଷା ଦେଲେ।

34ତୁମ୍ଭ ହସ୍ତ ରେ ଦରିଦ୍ର ନିର୍ଦ୍ ଦୋଷ ପ୍ରାଣର ରକ୍ତ ଦଖାୟୋଏ। ଏହି ରକ୍ତ ସିନ୍ଧିକାଟିବା କୌଣସି ଲୁଣ୍ଠନକାରୀର ନୁହେଁ। ତୁମ୍ଭେ ବିନାକାରଣ ରେ ରକ୍ତପାତ କରିଛ।

35ତୁମ୍ଭେ କହିବାକୁ ଲାଗୁଛ, 'ଆମ୍ଭେ ନିରୀହ ଏବଂ ଆମ୍ଭେ ନିଶ୍ଚିତ ଯେ, ପରମେଶ୍ବର ତାଙ୍କର କୋର୍ଧକୁ ଆମଠାରୁ ଦୂ ରଇେ ନବେେ।' ଏହା ତୁମ୍ଭକୁ କହିବାକୁ ଦିଅ, ଆମ୍ଭେ ତୁମ୍ଭର ବିଚାର କରିବା କାରଣ ତୁମ୍ଭେ କହୁଛ, 'ଆମ୍ଭେ ନିର୍ଦ୍ ଦୋଷୀ।'

Jeremiah 2 illustration - Jeremiah Chapter 2

36ତୁମ୍ଭେ କାହିଁକି ଆପଣା ମନ ପରିବର୍ତ୍ତନ କରିଚାଲିଛ, ଏତେ ଅବ ହଳେିତ ଭାବରେ ? ତୁମ୍ଭେ ଅଶୂରର ବିଷଯ ରେ ଯେପରି ଲଜ୍ଜିତା ହାଇେଥିଲ, ସହେିପରି ମିଶରର ବିଷଯ ରେ ଲଜ୍ଜିତା ହବେ।

37ଆଉ ତୁମ୍ଭେ ମିଶରରୁ ମଧ୍ଯ ବାହାରି ୟିବ ଓ ଲଜ୍ଜ୍ଯା ରେ ତୁମ୍ଭେ ଆପଣା ମୁହଁ ଲୁଚାଇବ, କାରଣ ସଦାପ୍ରଭୁ ତୁମ୍ଭର ନିର୍ଭର କରୁଥିବା ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରିଅଛନ୍ତି। ତୁମ୍ଭମାନେେ ସମାନଙ୍କେ ସାହାୟ୍ଯ ଦ୍ବାରା ଉନ୍ନତି କରିପାରିବ ନାହିଁ।

Chapter Complete

You have read Jeremiah 2

37 verses