Lumina
Jeremiah

The Broken Vessel

Jeremiah 19·Oriya Bible

1ସଦାପ୍ରଭୁ ମାେତେ କହିଲେ, ୟାଅ ଏବଂ କୁମ୍ଭକାର ପାଖରୁ ଏକ ମୃତ୍ତିକା ପାତ୍ର କିଣ।

2ଆଉ ଲୋକମାନଙ୍କ ମଧ୍ଯରୁ କେତକେ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ଯରୁ କେତକେ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସମାନଙ୍କେୁ ନଇେ ହାର୍ଶିତ ଫାଟକ ପ୍ରବେଶ ସ୍ଥାନରୁ ନିକଟରୁ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିୟାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସହେି ସ୍ଥାନ ରେ ପ୍ରଚାର କର।

3ଆଉ କୁହ, ' ହେ ଯିହୁଦାର ରାଜାଗଣ ଓ ୟିରୁଶାଲମ ନିବାସୀମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣ। ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସ୍ଥାନକୁ ଦୁର୍ଦ୍ଦଶା ଆଣୁଅଛୁ। ତାହା ୟିଏ ଶୁଣିବ ସେ ଭୟ ରେ ଶିହିରି ଉଠିବ।

4କାରଣ ଯିହୁଦାବାସୀମାନେ ଆମ୍ଭକୁ ପରିତ୍ଯାଗ କରିଛନ୍ତି। ସମାନେେ ଏହି ସ୍ଥାନକୁ ପରଦେଶୀଯ ଦବଗେଣ ରେ ପରିପୂର୍ଣ୍ଣ କରିଛନ୍ତି। ସମାନେେ ପୂର୍ବରୁ ପୂଜା କରୁ ନ ଥିବା ଦବଗେଣଙ୍କ ନିକଟରେ ଧୂପ ଜଳାଇଛନ୍ତି। ସମାନଙ୍କେର ପୂର୍ବପୁରୁଷଗଣ ଓ ଯିହୁଦାର ରାଜାଗଣ ଯେଉଁ ଦବଗେଣଙ୍କୁ ଜାଣି ନ ଥିଲେ ସହେିମାନଙ୍କୁ ସମାନେେ ଅନୁସରଣ କରୁଛନ୍ତି। ଏହସ ସ୍ଥାନକୁ ନିର୍ଦ୍ ଦୋଷମାନଙ୍କ ରକ୍ତ ରେ ପରିପୂର୍ଣ୍ଣ କରିଅଛନ୍ତି।

5ଯିହୁଦାର ରାଜାଗଣ ବାଲ୍ଦବଙ୍କେ ଉଦ୍ଦେଶ୍ଯ ରେ ଉଚ୍ଚସ୍ଥଳୀ ନିର୍ମାଣ କରିଛନ୍ତି। ସମାନେେ ନିଜର ସନ୍ତାନଗଣଙ୍କୁ ବାଲଦବେ ଉଦ୍ଦେଶ୍ଯ ରେ ହାମବେଳି ରୂପେ ଉତ୍ସର୍ଗ କରିଅଛନ୍ତି। ଆମ୍ଭେ କିନ୍ତୁ ସମାନଙ୍କେୁ ଏହା କହିବାକୁ ଆଦେଶ କରିନାହୁଁ କି କହି ନାହୁଁ ଓ ଆମ୍ଭ ମନ ରେ ଏହା ଉଦଯ ହାଇେ ନାହିଁ।

Jeremiah 19 illustration - Jeremiah Chapter 19

6ଏହି ସଦାପ୍ରଭୁ କହନ୍ତି, ଦେଖ, ଏହିସ୍ଥାନ ତୋଫାନ୍ କିଅବା ହିନ୍ନୋମ ପୁତ୍ରର ଉପତ୍ୟକା ବୋଲି ଖ୍ଯାତ ନ ହାଇେ ହତ୍ଯା ଉପତ୍ୟକା ବୋଲି ଖ୍ଯାତ ହବେ, ଏପରି ସମୟ ଆସୁଅଛି।

7ପୁଣି ସହେି ସ୍ଥାନ ରେ ଆମ୍ଭେ ଯିହୁଦାର ଓ ୟିରୁଶାଲମର ସମସ୍ତ ସାଜସଜ୍ଜା ବ୍ଯର୍ଥ କରିବା। ତା'ପ ରେ ସମାନଙ୍କେୁ ସମାନଙ୍କେର ଶତ୍ରୁମାନଙ୍କର ଖଡ୍ଗ ରେ ଧ୍ବଂସ ହବୋକୁ ଆମ୍ଭେ ଦବୋ। ଆମ୍ଭେ ସମାନଙ୍କେର ଶବକୁ ପକ୍ଷୀମାନଙ୍କୁ ଓ ପଶୁମାନଙ୍କୁ ଖାଦ୍ୟ ରୂପେ ଦବୋ।

8ଆମ୍ଭେ ଏହି ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ବଂସ କରିବା। ଯେତବେେଳେ ଲୋକମାନେ ୟିରୁଶାଲମ ଦଇେ ଯିବେ, ସମାନେେ ଯାହା ଦେଖିବେ ସେଥି ରେ ଆଘାତ ପାଇବେ। ଯେତବେେଳେ ସମାନେେ ଧ୍ବସ୍ତ ନଗରୀକୁ ଦେଖିବେ, ସମାନେେ ଆତଙ୍କିତ ହବେେ ଓ ବୀଭିଷିକା ପ୍ରକାଶ କରିବା ପାଇଁ ହିସ୍ ଶବ୍ଦ କରିବେ।

9ଶତ୍ରୁଗଣ ସମାନଙ୍କେ ନଗରକୁ ଅବରୋଧ କରିବେ ଓ ସମାନଙ୍କେୁ ଖାଦ୍ୟ ପାଇଁ ବାହାରକୁ ୟିବାକୁ ଦବେେ ନାହିଁ। ତେଣୁ ଲୋକମାନେ ଉପବାସ ରେ ରହିବେ ଓ କ୍ଷୁଧା ରେ ଆତୁର ହାଇେ ସଙ୍କଟ ସମୟରେ ପୁତ୍ର କନ୍ଯାର ମାଂସ ଭୋଜନ କରିବେ। ଆଉ ମଧ୍ଯ ଶଷେ ରେ ପରସ୍ପରକୁ ଭୋଜନ କରିବେ।'

10 ହେ ଯିରିମିୟ, ତୁମ୍ଭେ ଲୋକମାନଙ୍କୁ ଏହି କଥା କହିବ। ସମାନେେ ଲକ୍ଷ୍ଯ କଲା ବେଳେ ସମାନଙ୍କେର ସାକ୍ଷାତ ରେ ଏହି ପାତ୍ରକୁ ଭାଙ୍ଗିବ।

Jeremiah 19 illustration - Jeremiah Chapter 19

11ସହେି ସମୟରେ ସମାନଙ୍କେୁ କହିବ, 'ସୈନ୍ଯାଧିପତି ସଦାପ୍ରଭୁ ଏହିକଥା କହନ୍ତି, ଯେପରି କହେି ଏହି ମାଟିପାତ୍ର ଭାଙ୍ଗିଲେ ତାହା ଆଉ ୟୋଡ଼ା ହୁଏ ନାହିଁ। ସହେିପରି ଆମ୍ଭେ ଯିହୁଦାକୁ ଭାଙ୍ଗି ପକାଇବା। ମୃତ ଲୋକମାନଙ୍କ କବରମାନ ମିଳିବ ନାହିଁ। ସମାନେେ ସମସ୍ତେ ତୋଫାତ ରେ କବର ନବେେ।

12ସଦାପ୍ରଭୁ କହନ୍ତି ଆମ୍ଭେ ଏହି ସ୍ଥାନ ପ୍ରତି ଓ ତହିଁର ନିବାସୀମାନଙ୍କ ପ୍ରତି ଏହି କାର୍ୟ୍ଯ କରିବା। ଆମ୍ଭେ ଏହି ନଗରକୁ ତୋଫତ ତୁଲ୍ଯ କରିବା।'

13'ୟିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜ ପ୍ରାସାଦଗୁଡ଼ିକ ତାଫେତ୍ ତୁଲ୍ଯ ଅଶୁଚି ସ୍ଥାନ ହବେ। କାରଣ ସମାନେେ ଆକାଶମଣ୍ଡଳସ୍ଥ ଅତିଥି ଉଦ୍ଦେଶ୍ଯ ରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦବଗେଣ ଉଦ୍ଦେଶ୍ଯ ରେ ପଯେ ନବୈେଦ୍ଯ ଉତ୍ସର୍ଗ କରିଅଛନ୍ତି।'

14ତା'ପ ରେ ଯିରିମିୟ ତୋଫତର ସହେି ସ୍ଥାନରୁ ଆସିଲେ। ଯେଉଁଠାକୁ ସଦାପ୍ରଭୁ ତାଙ୍କୁ ଭବିଷ୍ଯତ ବାଣୀ ପ୍ରଚାର କରିବା ପାଇଁ ପଠାଇଥିଲେ ଏବଂ ସଦାପ୍ରଭୁଙ୍କ ମନ୍ଦିର ଅଗଣା ରେ ଛିଡ଼ା ହାଇେଥିବା ସମସ୍ତଙ୍କୁ ଏହା କହିଥିଲେ।

15ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ଦେଖ, ଆମ୍ଭେ ଏହି ନଗର ଓ ତହିଁର ସକଳ ଉପନଗର ବିରୁଦ୍ଧ ରେ ଯେଉଁ ଦଣ୍ଡାଜ୍ଞା କହିଅଛୁ, ସେସବୁ ସମାନଙ୍କେ ପ୍ରତି ଘଟାଇବା କାରଣ ସମାନେେ ମାରେ ବାକ୍ଯ ନ ମାନି ଅବାଧ୍ଯ ହାଇେଅଛନ୍ତି।'

Chapter Complete

You have read Jeremiah 19

15 verses