Lumina
Isaiah

Come to the Waters

Isaiah 55·Oriya Bible

1 ହେ ତୃଷାର୍ତ୍ତଗଣ, ତୁମ୍ଭମାନେେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ଯ ବ୍ଯକ୍ତି ମଧ୍ଯ ଆସୁ। ତୁମ୍ଭମାନେେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ଯ ରେ ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।

2ଅଖାଦ୍ୟ ପାଇଁ ତୁମ୍ଭମାନେେ କାହିଁକି ରୂପା ବ୍ଯଯ କରୁଅଛ। ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ। ତେଣୁ ମନୋୟୋଗ ସହକା ରେ ଆମ୍ଭକଥା ଶୁଣ ଓ ଉତ୍ତମ ଦ୍ରବ୍ଯ ଭୋଜନ କର। ପୁଣି ପୁଷ୍ଟିକର ଦ୍ରବ୍ଯ ରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହବୋକୁ ଦିଅ।

3କର୍ଣ୍ଣଡ଼ରେି ଶୁଣ ଓ ଆମ୍ଭ ନିକଟକୁ ଆସ। ତହିଁରେ ତୁମ୍ଭମାନଙ୍କର ଆତ୍ମା ବଞ୍ଚିବ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ଏକ ଚିରକାଳ ଚୁକ୍ତି ଅର୍ଥାତ୍ ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।

4ଦେଖ, ଆମ୍ଭେ ତାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀରୂପେ, ଗୋଷ୍ଠୀବର୍ଗ ରେ ଶାସକ ଓ ଆଜ୍ଞାଦାତା ରୂପେ ନିୟୁକ୍ତ କରିଅଛୁ।

5ଅଜ୍ଞାତ ଗୋଷ୍ଠୀକୁ ତୁମ୍ଭେ ଆହ୍ବାନ କରିବ ଓ ତୁମ୍ଭକୁ ନ ଜାଣିଥିବା ଗୋଷ୍ଠୀ ତୁମ୍ଭ ନିକଟକୁ ଦୌଡ଼ିବେ। ସଦାପ୍ରଭୁ ତୁମ୍ଭ ପରମେଶ୍ବର ଓ ଇଶ୍ରାୟେଲର ଧର୍ମସ୍ବରୂପଙ୍କ ପାଇଁ ଏହା ଘଟିବ। କାରଣ ସେ ତୁମ୍ଭକୁ ଗୌରବାନ୍ବିତ କରିଅଛନ୍ତି।

Isaiah 55 illustration - Isaiah Chapter 55

6ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।

7ଦୁଷ୍ଟାଚାରୀ ତା'ର ମନ୍ଦକାର୍ୟ୍ଯ ଓ ଅଧାର୍ମିକ ତା'ର ମନ୍ଦ ଚିନ୍ତା ପରିତ୍ଯାଗ କରୁ। ସେ ସଦାପ୍ରଭୁଙ୍କ ନିକଟକୁ ଫରେିଆସୁ ଏବଂ ସେ ତାକୁ ଦୟା କରିବେ। ସେ ତାକୁ କ୍ଷମା କରି ଦବେେ। ତାକୁ ପରମେଶ୍ବରଙ୍କ ପାଖକୁ ଫରେିବାକୁ ଛାଡ଼ିଦିଅ। ସେ ତାକୁ ବହୁଳ ଭାବରେ କ୍ଷମା କରିବେ।

8ସଦାପ୍ରଭୁ କୁହନ୍ତି, ଆମ୍ଭର ସଂକଳ୍ପ, ସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ ଏବଂ ତୁମ୍ଭମାନଙ୍କର ମାର୍ଗସବୁ ଆମ୍ଭମାନଙ୍କ ମାର୍ଗପରି ନୁହେଁ।

9ସଦାପ୍ରଭୁ ସ୍ବଯଂ ଏହିକଥା କହିଛନ୍ତି, ଯେପରି ପୃଥିବୀଠାରୁ ସ୍ବର୍ଗମଣ୍ଡଳ ଉଚ୍ଚତର ସହେିପରି ଆମ୍ଭର ଚିନ୍ତାଧାରା ତୁମ୍ଭମାନଙ୍କର ଚିନ୍ତାଧାରାଠାରୁ ଉଚ୍ଚତର। ସହେିପରି ଆମ୍ଭର ମାର୍ଗସବୁ ତୁମ୍ଭମାନଙ୍କ ମାର୍ଗଠାରୁ ଉଚ୍ଚତର।

10ବୃଷ୍ଟି ଓ ହିମ ଯେପରି ଆକାଶରୁ ପୃଥିବୀକୁ ଆ ସେ, ପୁନର୍ବାର ଫରେି ୟାଏ ନାହିଁ ; ମାତ୍ର ଭୂମିକୁ ସିକ୍ତ କରେ ଓ ତାକୁ ଫଳବତୀ ଓ ତୃଣ ଆଦି ଉତ୍ପନ୍ନ କରାଏ, କୃଷିକାରୀକୁ ବୀଜ ବପନ କରିବା ରେ ସାହାୟ୍ଯ କରେ ଓ ଭୋଜନକାରୀକୁ ଶସ୍ଯ ଯୋଗାଏ।

Isaiah 55 illustration - Isaiah Chapter 55

11ସହେିପରି ଆମ୍ଭ ମୁଖ ନିଃସୃତ ବାକ୍ଯ ନିଷ୍ଫଳ ହାଇେ ଆମ୍ଭ ନିକଟକୁ ଫରେି ଆସିବ ନାହିଁ ; ମାତ୍ର ଆମ୍ଭ ଇଚ୍ଛାନୁସା ରେ ଆମ୍ଭ ବାକ୍ଯ ସିଦ୍ଧ ହବେ ଏବଂ ଯେଉଁ କାର୍ୟ୍ଯ ପାଇଁ ଆମ୍ଭେ ପ୍ ରରଣେ କରିଛୁ, ତାହା ସଫଳ ହବେ।

12ଏଣୁ ତୁମ୍ଭମାନେେ ଆନନ୍ଦର ସହିତ ବାହାରି ଶାନ୍ତି ରେ ଆଗେ ଆଗେ ୟିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ଉଚ୍ଚସ୍ବର ରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦବେେ।

13କଣ୍ଟକ ବୃକ୍ଷ ପରିବର୍ତେ ଦବଦୋରୁ ବୃକ୍ଷ ଜନ୍ମିବ। ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ବରୂପ ହବେ ଓ କବେେ ଧ୍ବଂସ ହବେ ନାହିଁ।'

Chapter Complete

You have read Isaiah 55

13 verses