Lumina
Isaiah

The Servant of the LORD

Isaiah 49·Oriya Bible

1ହେ ଦ୍ବୀପ ସମୂହର ଲୋକମାନେ ମାେ କଥା ଶୁଣ। ହେ ଦୂରସ୍ଥ ଗୋଷ୍ଠୀ ସମୂହର ଲୋକମାନେ, ମାେ କଥାକୁ ଅବଧାନ କର। ମୁଁ ମାତୃ ଗର୍ଭରୁ ଭୂମିଷ୍ଠ ହବୋ ପୂର୍ବରୁ ସଦାପ୍ରଭୁ ତାଙ୍କର ସବୋ ପାଇଁ ମାେତେ ଆହ୍ବାନ କରିଛନ୍ତି। ମୁଁ ମାତୃଗର୍ଭ ରେ ଥିବା କାଳରୁ ସେ ମାରେ ନାମ ଉଲ୍ଲେଖ କରିଛନ୍ତି।

2ସଦାପ୍ରଭୁ ତାଙ୍କର ବାକ୍ଯ ପ୍ରଚାର ପାଇଁ ମାେତେ ପଠାଇଛନ୍ତି। ତେଣୁ ସେ ମାରେ ମୁଖକୁ ତୀକ୍ଷ୍ଣ ଖଡ୍ଗ ସ୍ବରୂପ କରିଛନ୍ତି। ନିଜର ହସ୍ତ ଛାଯା ରେ ସେ ମାେତେ ଲୁଚାଇ ରଖିଛନ୍ତି ଓ ସେ ମାେତେ ଶାଣିତ ବାଣସ୍ବରୂପ କରି ନିଜର ତୁଣୀର ରେ ଲୁଚାଇ ରଖିଛନ୍ତି।

3ସେ ପୁଣି ମାେତେ କହିଲେ, ତୁମ୍ଭେ ମାରେ ଦାସ, ତୁମ୍ଭେ ଇଶ୍ରାୟେଲ, ତୁମ୍ଭଦ୍ବାରା ଆମ୍ଭେ ମହିମାନ୍ବିତ ହବୋ।

4ମାତ୍ର ମୁଁ କହିଲି, ମୁଁ ବୃଥା ପରିଶ୍ରମ କରିଅଛି। ମୁଁ ନିରର୍ଥକ ଓ ଅସାରତା ରେ ମାରେ ଶକ୍ତି ବ୍ଯଯ କରିଅଛି। ତଥାପି ନିଶ୍ଚଯ ମାରେ ବିଚାର ସଦାପ୍ରଭୁଙ୍କ ନିକଟରେ ଓ କର୍ମଫଳ ମାରେ ପରମେଶ୍ବରଙ୍କଠା ରେ ଅଛି।

5ପୁଣି ମାେତେ ତାଙ୍କର ସବେକ ହବୋପାଇଁ, ଯାକୁବଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ ଓ ଇଶ୍ରାୟେଲ ତାହାଙ୍କ ନିକଟରେ ପହଞ୍ଚିବା ପାଇଁ ସେ ମାେତେ ମାତୃଗର୍ଭ ରେ ସୃଷ୍ଟି କଲେ। ସହେି ସଦାପ୍ରଭୁ ମାେତେ ଏବେ କୁହନ୍ତି, କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟି ରେ ଆଦରଣୀଯ ଅଟେ ଓ ମାରେ ପରମେଶ୍ବର ମାରେ ବଳସ୍ବରୂପ ହାଇେଅଛନ୍ତି।'

Isaiah 49 illustration - Isaiah Chapter 49

6ପୁଣି ସଦାପ୍ରଭୁ କହିଲେ, ତୁମ୍ଭେ ଯାକୁବର ପରିବାରବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇଶ୍ରାୟେଲ ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସବେକ ହବେ ; ଏହା ଅତି କ୍ଷୁଦ୍ର ବିଷଯ ; ତୁମ୍ଭେ ଯେପରି ପୃଥିବୀର ଶଷେ ସୀମା ପର୍ୟ୍ଯନ୍ତ ଆମ୍ଭ କୃତ ପରିତ୍ରାଣ ସ୍ବରୂପ ହବେ, ସେଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀଯମାନଙ୍କର ଦୀପ୍ତିସ୍ବରୂପ କରିବା।

7ଯାହାକୁ ମନୁଷ୍ଯ ଅବଜ୍ଞା କରେ, ଯାହାକୁ ଦେଶୀଯ ଲୋକମାନେ ଘୃଣା କରନ୍ତି, ଯେ ଶାସକ କର୍ତ୍ତାମାନଙ୍କର ଦାସ, ତାକୁ ଇଶ୍ରାୟେଲର ମୁକ୍ତିଦାତା ଓ ତା'ର ଧର୍ମସ୍ବରୂପ ସଦାପ୍ରଭୁ ଏହି କଥା କୁହନ୍ତି। ପୁଣି ବିଶ୍ବସନୀଯ ଓ ଇଶ୍ରାୟେଲର ଧର୍ମସ୍ବରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାଙ୍କ ସକାେଶ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ, ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।

8ସଦାପ୍ରଭୁ କୁହନ୍ତି, ଆମ୍ଭେ ଯେଉଁ ସମୟରେ ଦୟା ଦଖାଇବୋ କଥା ସହେି ସମୟରେ ତୁମ୍ଭକୁ ଉତ୍ତର କରିଅଛୁ। ପରିତ୍ରାଣ ଦିନ ରେ ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିଅଛୁ। ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ ଲୋକମାନଙ୍କୁ ସମାନଙ୍କେର ଧ୍ବଂସିତ ଉତ୍ତରାଧିକାରର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ଚୁକ୍ତି ସ୍ବରୂପ ନିୟୁକ୍ତ କରିବା।

9ତୁମ୍ଭେ ବନ୍ଦୀଗଣଙ୍କୁ ବାହାରି ୟାଅ ବୋଲି, 'ଅନ୍ଧକାରସ୍ଥିତ' ଲୋକମାନଙ୍କୁ ଆପଣାମାନଙ୍କୁ ଦଖାେଅ ବୋଲି କହିବ। ସମାନେେ ପଥରେ ଚରିବେ ଓ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀ ସକଳ ସମାନଙ୍କେର ଚରାସ୍ଥାନ ହବେ।

10ସମାନେେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହବେେ ନାହିଁ। ଗ୍ରୀଷ୍ମ କିମ୍ବା ସୂର୍ୟ୍ଯତାପ ସମାନଙ୍କେୁ କାଟିବ ନାହିଁ। କାରଣ ଯେଉଁ ପରମେଶ୍ବର ସମାନଙ୍କେୁ ଦୟା କରନ୍ତି, ସେ ସମାନଙ୍କେୁ ଚଳାଇବେ; ଜଳ-ନିର୍ଝର ଦଇେ ସେ ସମାନଙ୍କେୁ କଢ଼ାଇ ଦବେେ।

Isaiah 49 illustration - Isaiah Chapter 49

11ପୁଣି ଆମ୍ଭେ ଆମ୍ଭର ପର୍ବତଗୁଡ଼ିକୁ ଏକ ପଥ କରିବା ଓ ଆମ୍ଭର ରାଜପଥଗୁଡ଼ିକ ଉଚ୍ଚ କରାୟିବ।

12 ଦେଖ, କେତକେ ଲୋକ ଦୂର ଦେଶରୁ ଆସିବେ, କେତକେ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ ଓ ଆଉ କେତକେ ସୀନୀମ ଦେଶରୁ ଆସିବେ।

13ହେ ସ୍ବର୍ଗମଣ୍ଡଳ, ଗାନ କର ; ହେ ପୃଥିବୀ, ଉଲ୍ଲସିତ ହୁଅ ; ହେ ପର୍ବତଗଣ, ଉଚ୍ଚ ସ୍ବର ରେ ଆନନ୍ଦ ଧ୍ବନି କର ; କାରଣ ସଦାପ୍ରଭୁ ନିଜ ଲୋକମାନଙ୍କୁ ସାନ୍ତ୍ବନା କରିଛନ୍ତି ଓ ନିଜର ପୀଡ଼ିତ ଲୋକମାନଙ୍କୁ କରୁଣା କରିଛନ୍ତି।

14ମାତ୍ର ସିୟୋନ କ ହେ, ସଦାପ୍ରଭୁ ମାେତେ ପରିତ୍ଯାଗ କରିଛନ୍ତି। ମାରେପ୍ରଭୁ ମାେତେ ଭୁଲି ୟାଇଛନ୍ତି।

15ଜଣେ ସ୍ତ୍ରୀ ଲୋକ ତା'ର ଗର୍ଭଜାତ ସନ୍ତାନକୁ ସ୍ନହେ ନ କରି କ'ଣ ଭୁଲି ପାରିବ ? ସେ କ'ଣ ତାର ସ୍ତନ୍ଯପାଯୀ ସନ୍ତାନକୁ ଦୟା ନ ଦଖାଇେ ପାସୋରି ପାରିବ ? ଏମାନେ ତାହା କରିପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।

Isaiah 49 illustration - Isaiah Chapter 49

16ଦେଖ, ଆମ୍ଭେ ତୁମ୍ଭର ନାମକୁ ଆମ୍ଭର ହସ୍ତ ଦ୍ବଯର ପାପୁଲି ରେ ଲେଖି ଅଛୁ। ତୁମ୍ଭର ଆକୃତି ସର୍ବଦା ଆମ୍ଭ ସମ୍ମୁଖ ରେ ଅଛି।

17ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁ ଅଛନ୍ତି। ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉଚ୍ଛନ୍ନ କରିଛନ୍ତି ସମାନେେ ତୁମ୍ଭ ମଧ୍ଯରୁ ବାହାରି ଯିବେ।

18ତୁମ୍ଭର ଚକ୍ଷୁ ମଲୋଇ ଚତୁର୍ଦ୍ଦିଗକୁ ଦେଖ। ସମାନେେ ସମସ୍ତେ ଏକତ୍ରୀତ ହାଇେ ତୁମ୍ଭ ଆଡ଼କୁ ଆସୁଛନ୍ତି। ସଦାପ୍ରଭୁ କୁହନ୍ତି, ମାରେ ଜୀବନ ରେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରୁଛି, ତୁମ୍ଭେ ସମସ୍ତ ପରିଧାନ ଭୂଷଣ କରିବ। ପୁଣି ସମସ୍ତେ ଗୋଟିଏ କନ୍ଯା ପରି ପରିଧାନ କରିବେ।

19ତୁମ୍ଭେ ନଷ୍ଟ ଓ ଶୂନ୍ଯ ଅଟ। ସହେିମାନଙ୍କ ପାଇଁ, ସହେି ଭୂମି ଲୋକରଣ୍ଯ, ଯେଉଁମାନେ ସଠାେ ରେ ବାସ କରିବେ। ସହେିମାନେ ଯେଉଁମାନେ ତୁମ୍ଭମାନଙ୍କୁ ଖାଇବ ଦୂ ରଇେ ୟିବ।

20କିଛିଦିନ ପିଲାମାନେ ତୁମ୍ଭ ଚିନ୍ତା କଲେ, ତୁମ୍ଭେ ହରାଇଥିଲ ବୋଲି କହିବେ, ମାେ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ। ମାେତେ ସ୍ଥାନ ଦିଅ, ମୁଁ ବାସ କରିବି।'

Isaiah 49 illustration - Isaiah Chapter 49

21ସେତବେେଳେ ତୁମ୍ଭେ ମନେ ମନେ କହିବ, ମାରେ ସନ୍ତାନଗଣ ଅପହୃତ ହାଇେଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହାଇେ ଏଣେ ତଣେେ ଭ୍ରମଣ କରୁଅଛି। ମାରେ ଏ ସମସ୍ତଙ୍କୁ କିଏ ଜନ୍ମ ଦଇେଛନ୍ତି ? କିଏ ଏମାନଙ୍କୁ ପ୍ରତିପାଳନ କରିଅଛି ? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠା ରେ ଥିଲେ ?'

22ସଦାପ୍ରଭୁ, ମାରେ ପ୍ରଭୁ କୁହନ୍ତି, ଦେଖ, ଆମ୍ଭେ ଅନ୍ୟଦେଶୀଯମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆମ୍ଭର ଧ୍ବଜା ଟକେିବା। ତାହା ହେଲେ ସମାନେେ ତୁମ୍ଭର ପୁତ୍ରଗଣଙ୍କୁ କୋଳ ରେ ଆଣିବ ଓ ତୁମ୍ଭର କନ୍ଯାଗଣ ସମାନଙ୍କେ ସ୍କନ୍ଧ ରେ ବୁହାୟିବେ।

23ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହବେେ ଓ ସମାନଙ୍କେର ରାଣୀମାନେ ତୁମ୍ଭର ପାଳିତା ମାତା ହବେେ, ସମାନେେ ନତମୁଖ ହାଇେ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଚାଟିବେ ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପ ରେ ବିଶ୍ବାସ ରଖନ୍ତି, ସେ ଲଜ୍ଜିତ ହବେେ ନାହିଁ, ଏହା ତୁମ୍ଭେ ଜାଣିବ।

24ଜଣେ ବୀରଠାରୁ ଲୁଣ୍ଠିତ ଦ୍ରବ୍ଯ ହରଣ କରାୟାଇ ପାରିବ କି ? କିମ୍ବା ବନ୍ଦୀ ହାଇେଥିବା ଲୋକମାନେ ମୁକ୍ତ ହାଇେ ପାରିବେ କି ?

25ମାତ୍ର ସଦାପ୍ରଭୁ ଏହିକଥା କୁହନ୍ତି, ବୀରଦ୍ବାରା ବନ୍ଦୀଲୋକ ଅପହୃତ ହବେେ ଓ ଭୟଙ୍କର ଲୋକର ଲୁଣ୍ଠିତ ଦ୍ରବ୍ଯ ମୁକୁଳା ୟିବ ; କାରଣ ତୁମ୍ଭର ବିରୋଧୀକାରୀଙ୍କୁ ଆମ୍ଭେ ବିରୋଧ କରିବା ଓ ତୁମ୍ଭର ସନ୍ତାନଗଣଙ୍କୁ ଆମ୍ଭେ ରକ୍ଷା କରିବା।

Isaiah 49 illustration - Isaiah Chapter 49

26ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସମାନଙ୍କେର ନିଜ ମାଂସ ଭୋଜନ କରାଇବା ; ସୁମିଷ୍ଟ ଦ୍ରାକ୍ଷାରସ ରେ ସମାନେେ ମତ୍ତ ହେଲାପରି ସମାନେେ ନିଜ ରକ୍ତ ରେ ମତ୍ତ ହବେେ ; ତାହା ହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।

Chapter Complete

You have read Isaiah 49

26 verses