Lumina
Isaiah

Fall of Babylon

Isaiah 47·Oriya Bible

1ଆଗୋ ବାବିଲର ଅନୁଢ଼ା କନ୍ଯ, ତଳକୁ ଓହ୍ଲାଇ ଆସି ଧୂଳି ରେ ବସ ; ଆଗୋ କଲଦୀଯର କନ୍ଯ, ସିଂହାସନ ଛାଡ଼ି ଭୂମିରେ ବସ। କାରଣ ତୁମ୍ଭମାନେେ ଆଉ କୋମଳ ଓ କୁଆଁରୀକନ୍ଯା ବୋଲି ଖ୍ଯାତ ହାଇବେ ନାହିଁ।

2ପଷେଣା ପଥର ରେ ଶସ୍ଯ ପଷେ, ତୁମ୍ଭର ଓଢ଼ଣି କାଢ଼, ତୁମ୍ଭର ଜାମା କାଢ଼ି ପକାଅ, ପାଦ ଅନାବୃତ କର। ନଦୀ ଓ େଛାଟ ନଦୀ ରେ ଚାଲିକରି ୟାଅ।

3ତୁମ୍ଭର ଉଲଙ୍ଗତା ପ୍ରକାଶିତ ହବେ ଓ ତୁମ୍ଭର ଲଜ୍ଜାର ବିଷଯ ଦୃଶ୍ଯ ହବେ ; ଆମ୍ଭେ ପ୍ରତିଶୋଧ ନଲୋ ବେଳେ କହେି ତୁମ୍ଭର ସୁରକ୍ଷା ନିମନ୍ତେ ଆସିବେ ନାହିଁ।

4 ମାରେ ସନ୍ତାନଗଣ କୁହନ୍ତି, ଆମ୍ଭମାନଙ୍କର ମୁକ୍ତିଦାତା ଇଶ୍ରାୟେଲର ଧର୍ମସ୍ବରୂପ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ।

5ଆଗୋ କଲଦୀଯ କନ୍ଯାଗଣ, ତୁମ୍ଭମାନେେ ଅନ୍ଧାରକୁ ୟାଇ ନୀରବ ରେ ବସ। କାରଣ ତୁମ୍ଭମାନେେ 'ରାଜ୍ଯର ଆଉ ରାଣୀ' ବୋଲି କଥିତ ହବେ ନାହିଁ।

Isaiah 47 illustration - Isaiah Chapter 47

6ଆମ୍ଭେ ନିଜ ଲୋକମାନଙ୍କ ଉପ ରେ କ୍ରୋଧିତ ହେଲୁଁ। ଆପଣା ଅଧିକାରକୁ ଅପବିତ୍ର କଲୁ ଓ ତୁମ୍ଭ ହସ୍ତ ରେ ସମାନଙ୍କେୁ ସମର୍ପର କଲୁ। ତୁମ୍ଭେ ସମାନଙ୍କେ ପ୍ରତି ଦୟା ପ୍ରକାଶ କଲ ନାହିଁ। ତୁମ୍ଭେ ବୃଦ୍ଧଲୋକ ଉପ ରେ ୟୁଆଳି ବଡ଼ ଭାରି କରି ଥୋଇଲ।

7ତୁମ୍ଭେ କହିଲ, ଆମ୍ଭେ ଚିରଦିନ ବଞ୍ଚିଲୁ ଓ ସଦାକାଳ ସାଆନ୍ତାଣୀ ହାଇେ ରହିବୁ।' ଏଣୁ ତୁମ୍ଭେ ଏସବୁ ବିଷଯ ରେ ମନୋୟୋଗ କର ନାହିଁ କିମ୍ବା ତା'ର ଶଷଫେଳ କ'ଣ ହବେ ସ୍ମରଣ କଲ ନାହିଁ।

8ହେ ସୁଖଭୋଗିନୀ ! ଏବେ ଏହା ଶୁଣ, ତୁମ୍ଭମାନେେ ନିରାପଦ ରେ ବାସକରି ନିଜେ ନିଜେ କହୁଅଛ, 'ଆମ୍ଭେ ମହାନ୍, ଆମ୍ଭ ଛଡ଼ା ଆଉ କହେି ନାହିଁ। ଆମ୍ଭେ ବିଧବାପରି ବସିବା ନାହିଁ କିମ୍ବା ଆମ୍ଭେ ସନ୍ତାନ ବିଚ୍ଛଦେ ଜାଣିବା ନାହିଁ।'

9ଏ ଉଭୟ ଘଟଣା ସହସା ଏକ ମୁହୂର୍ତ୍ତ ରେ ଘଟିବ। ପ୍ରଥମେ ସନ୍ତାନ ବିରହ ଓ ପ ରେ ବୈଧବ୍ଯ ତୁମ୍ଭପ୍ରତି ଘଟିବ। ତୁମ୍ଭର ଅପାର ଶକ୍ତିଶାଳୀ କୌଶଳ ଓ ମାଯାବୀତ୍ବ କିଛି ସାହାୟ୍ଯ କରିବ ନାହିଁ। ଏ ଦୁଇଟି ସମ୍ପୂର୍ଣ୍ଣ ପରିମାଣ ରେ ତୁମ୍ଭ ପ୍ରତି ଘଟିବ।

10ତୁମ୍ଭେ ତୁମ୍ଭର ଦୁଷ୍ଟତା ଓ ମନ୍ଦକର୍ମ ଉପ ରେ ନିର୍ଭର କରି ନିଜକୁ ନିରାପଦ ମଣୁଛ ; ତୁମ୍ଭେ ଭାବୁଛ, କହେି ତୁମ୍ଭକୁ ଦେଖୁ ନାହିଁ ; ତୁମ୍ଭର ଜ୍ଞାନ ଓ ବିଦ୍ଯା ତୁମ୍ଭକୁ ବିପଥଗାମୀ କରିଅଛି ; ତୁମ୍ଭେ ନିଜକୁ ମହାନ୍ ବୋଲି ଭାବୁଛ, ଆମ୍ଭ ଛଡ଼ା କହେି ନାହିଁ ବୋଲି କହୁଅଛ।'

Isaiah 47 illustration - Isaiah Chapter 47

11 ତେଣୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ ; ତୁମ୍ଭେ ଜାଣିବ ନାହିଁ ଏହା କେତବେେଳେ ଘଟିବ। ତୁମ୍ଭ ଉପ ରେ ବିପଦ ପଡ଼ିବ। ମାତ୍ର ତୁମ୍ଭେ ତାହା ଦୂର କରିପାରିବ ନାହିଁ। ତୁମ୍ଭେ ଏତେ ଶୀଘ୍ର ବିନାଶ ହବେ, ତାହା ତୁମ୍ଭେ ଜାଣିବ ନାହିଁ।

12ବର୍ତ୍ତମାନ ତୁମ୍ଭମାନେେ ମାଯାବୀ ୟାଦୁବିଦ୍ଯା ଉପ ରେ ନିର୍ଭର କର, ଯାହା ତୁମ୍ଭମାନେେ ଶିଖିବାକୁ ବହୁତ ପରିଶ୍ରମ କର। ତୁମ୍ଭମାନେେ ସଗେୁଡ଼ିକୁ ବ୍ଯବହାର ରେ ଲଗାଇପାର କିମ୍ବା ସେଥିପାଇଁ ତୁମ୍ଭମାନେେ ଜିତିପାର।

13ତୁମ୍ଭରତ ବହୁ ଉପଦେଷ୍ଟା ଅଛନ୍ତି। ତୁମ୍ଭେ ଆପଣାର ଅପାର ମନ୍ତ୍ରଣା ରେ କ୍ଲାନ୍ତ ହାଇେଅଛ। ଏବେ ସହେି ଜ୍ଯୋତିଷମାନ, ନକ୍ଷତ୍ରଦର୍ଶିମାନେ, ମାସିକ ଶୁଭାଶୁଭ ଗଣନାକାରୀମାନେ ଛିଡ଼ା ହୁଅନ୍ତୁ ଓ ତୁମ୍ଭ ପ୍ରତି ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।

14 ସମାନେେ ତ ନିଜକୁ ରକ୍ଷା କରିପାରିବେ ନାହିଁ, ସମାନେେ କୁଟାପରି ଅଗ୍ନି ରେ ଦଗ୍ଧିଭୂତ ହବେେ। ସମାନେେ ଅଗ୍ନିଶିଖାର ବଳରୁ ନିଜକୁ ଉଦ୍ଧାର କରିପାରିବେ ନାହିଁ। ତାହା ଏପରି ଦଗ୍ଧିଭୂତ ହବେ ଯେ କୌଣସି ଅଙ୍ଗାର ରହିବ ନାହିଁ, ଫଳ ରେ ଉଷ୍ଣ ହବୋକୁ ତାହା ରହିବ ନାହିଁ।

15ଯେଉଁ ବିଷଯ ପ୍ରତି ତୁମ୍ଭେ ପରିଶ୍ରମ କରିଅଛ, ସେ ସବୁ ତୁମ୍ଭପ୍ରତି ଏହିପରି ଘଟିବ। ଯେଉଁମାନେ ୟୌବନରୁ ତୁମ୍ଭ ସହିତ ବାଣିଜ୍ଯ କରିଅଛନ୍ତି, ସମାନେେ ପ୍ରେତ୍ୟକକ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କହେି ରହିବେ ନାହିଁ।'

Chapter Complete

You have read Isaiah 47

15 verses