Lumina
Isaiah

Burden of the Desert

Isaiah 21·Oriya Bible

1ସାଗର ସମୀପସ୍ଥ ପ୍ରାନ୍ତର ବିଷଯ ରେ ଶାେକବାର୍ତ୍ତା। ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ଯା ତୁଲ୍ଯ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି।

2ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ବାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ସେ ଏଲମ୍! ୟାଅ ୟୁଦ୍ଧ କର। ହେ ମାଦିଯେ, ତୁମ୍ଭ ସୈନ୍ଯବାହିନୀ ଦ୍ବାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସହେି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।

3ସହେି ଭୟଙ୍କର ଦୃଶ୍ଯ ଦେଖି ମାରେ ପଟେ ୟନ୍ତ୍ରଣା ରେ ପରିପୂର୍ଣ୍ଣ ହାଇେଅଛି। ସହେି ୟନ୍ତ୍ରଣା ପ୍ରସବକାଳୀନ ସ୍ତ୍ରୀ ଲୋକର ବଦନୋ ତୁଲ୍ଯ ମାେତେ କଷ୍ଟ ଦେଉଛି। ମୁଁ ସେ ସମସ୍ତ ଶୁଣି ଭୟଭୀତ ହାଇେ ପଡ଼ିଛି। ମୁଁ ଏତେ ଭୀତ ଯେ ଭୟ ରେ ଥରୁଅଛି।

4ମାରେ ହୃଦଯ ଧକାଉଛି। ମହା ଭୟ ରେ ମୁଁ ଥରହର ହାଇେଅଛି। ମାରେ ଆନନ୍ଦ ରୂପକ ସାଯଂକାଳ ମହାରାତ୍ରିର ଭୟର କାରଣ ହାଇେଛି।

5ଲୋକମାନେ ଭାବନ୍ତି ସବୁ ସୁନ୍ଦର। ତେଣୁ ସମାନେେ, ମଜେ ସଜାନ୍ତି, ଭୋଜନ ଓ ପାନ କରନ୍ତି।' ସହେି ସମୟରେ ସୈନ୍ଯମାନେ କୁହନ୍ତି, ପ୍ରହରି ନିୟୁକ୍ତ କର, ହେ ଅଧିପତିଗଣ ଉଠ, ଢ଼ାଲ ତୈଳାନ୍ତ କର।'

Isaiah 21 illustration - Isaiah Chapter 21

6ମାରେପ୍ରଭୁ ମାେତେ କହିଲେ, ୟାଅ ଏକ ଜଣ ପ୍ରହରି ନିୟୁକ୍ତ କର। ସେ ଯାହା ଦେଖିବ ତାହା ସପରେି ପ୍ରକାଶ କରିବ।

7ସେ ଯେତବେେଳେ ଦୁଇଦଳ ଅଶ୍ବାରୋହୀ ସୈନ୍ଯ ଦେଖିବ ଏକ ଦଳ ଗର୍ଦ୍ଦଭା ରୋହୀ ସୈନ୍ଯ ଦେଖିବ କିମ୍ବା ଏକ ଦଳ ଓଟରୋହୀ ସୈନ୍ଯ ଦେଖିବ ସେତବେେଳେ ସେ ପ୍ରହରୀ ମନୋୟୋଗ ପୂର୍ବକ ଅତି ଯତ୍ନ ରେ କର୍ଣ୍ଣପାତ କରିବ।'

8ତା'ପ ରେ ଦିନେ, ସେ ପ୍ରହରୀ କହିଲା, ହେ ମାରେ ପ୍ରଭୁ, ପ୍ରତିଦିନ ଦିନ ବେଳେ ମୁଁ ନିରନ୍ତର ଦୁର୍ଗ ରେ ଠିଆ ହାଇେ ଜଗିି ରହିଥାଏ ଓ ପ୍ରତି ରାତି ରେ। ମୁଁ ଆପଣା ପହରା ସ୍ଥାନ ରେ ସତର୍କ ଦୃଷ୍ଟି ରଖିଥାଏ।

9ଆଉ ଦେଖ, ଏଠି ଏକଦଳ ଲୋକ ଓ ଅଶ୍ବାରୋହୀ ସୈନ୍ଯ ଆସୁଛନ୍ତି।'

10ଯିଶାଇୟ କହିଲେ, ହେ ମାରେ ଲୋକମାନେ, ମୁଁ ଇଶ୍ରାୟେଲ ପରମେଶ୍ବର ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଯାହାସବୁ ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଉଛି। ତୁମ୍ଭମାନେେ ଶସ୍ଯ ଖଳା ରେ ଶସ୍ଯପରି ଦଳିଦବେ।'

Isaiah 21 illustration - Isaiah Chapter 21

11ଦୁମା ବିଷଯ ରେ ଶାେକବାର୍ତ୍ତା। ଜଣେ ସଯେୀରଠାରୁ ମାେତେ ଡ଼ାକି କହିଲେ, ହେ ପ୍ରହରି, ଆଉ ରାତ୍ରି କେତେ ରହିଲା ?'

12ପ୍ରହରି ଉତ୍ତର କଲା, ପ୍ରଭାତ ଆସୁଅଛି, ମାତ୍ର ତା'ପ ରେ ରାତ୍ରି ଆସିବ। ଯଦି ତୁମ୍ଭମାନଙ୍କର କିଛି ପଚାରିବାର ଅଛି, ତବେେ ତୁମ୍ଭମାନେେ ଫରେିଆସ ଓ ପଚାର।'

13ଆରବ ବିଷଯକ ଦୁଃଖବାର୍ତ୍ତା। ଦଦାନୀଯ ବଣିକ ଦଳ ଆରବ ମରୂଭୂମିସ୍ଥ ବନ ମଧିଅରେ ରାତ୍ରି ୟାପନ କଲେ।

14ସମାନେେ କେତକେ ତୃଷାର୍ତ୍ତ ପଥିକମାନଙ୍କୁ ଜଳ ଦେଲେ। ଟମାେ ଦେଶବାସୀ କେତକେ ପଳାତକ ପଥିକଙ୍କୁ ଖାଦ୍ୟ ଦେଲେ।

15କାରଣ ସମାନେେ ଉନ୍ମକ୍ତ ତରବାରିରୁ, ଗୁଣଦିଆ ଧନୁରୁ ଓ କ୍ଲେଶଦାୟକ ୟୁଦ୍ଧରୁ ରକ୍ଷା ପାଇବାକୁ ପଳାଯନ କଲେ।

Isaiah 21 illustration - Isaiah Chapter 21

16ମାରେପ୍ରଭୁ ସଦାପ୍ରଭୁ ମାେତେ ସଗେୁଡ଼ିକ ଘଟିବ ବୋଲି କହିଲେ। ଏକ ବର୍ଷ ମଧିଅରେ ବତନେ ଜୀବିର ବର୍ଷ ପ୍ରମାଣେ କଦରରେ ସମସ୍ତ ଗୌରବ ଲୁପ୍ତ ହବେ।

17ସହେି ସମୟରେ କଦରରେ ବୀରଗଣ ମଧ୍ଯରୁ ଅଳ୍ପ କେତକେ ଧନୁର୍ଦ୍ଧର ରକ୍ଷା ପାଇବେ। କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହା କହିଅଛନ୍ତି।'

Chapter Complete

You have read Isaiah 21

17 verses