Lumina
Genesis

Genesis 47

Genesis 47·Oriya Bible

1ଯୋଷଫେ ଫାରୋଙ୍କ ନିକଟକୁ ୟାଇ କହିଲେ, ମାରେ ପିତା, ଭାଇମାନେ ଓ ସମାନଙ୍କେର ସମସ୍ତ ପରିବାର ଏବେ ସମାନେେ କିଣାନ ଦେଶରୁ ଆସିଛନ୍ତି। ସମାନଙ୍କେର ସର୍ବସ୍ବ ଓ ପଶୁପଲ ସହ ସମାନେେ ଏହିଠା ରେ ଅଛନ୍ତି। ସମାନେେ ବର୍ତ୍ତମାନ ଗୋଶନ ପ୍ରଦେଶ ରେ ଅଛନ୍ତି।

2ଯୋଷଫେ ତାଙ୍କର ଭାଇମାନଙ୍କ ମଧ୍ଯରୁ ପାଞ୍ଚ ଜଣଙ୍କୁ ନଇେ ଫାରୋଙ୍କ ସହିତ ସାକ୍ଷାତ କରାଇଲେ।

3ଫାରୋ ତାଙ୍କର ଭାଇମାନଙ୍କୁ ପଚାରିଲେ, ତୁମ୍ଭେ କି କାର୍ୟ୍ଯ କରୁଅଛ?

4ସମାନେେ ଫାରୋଙ୍କୁ କହିଲେ, କିଣାନର ଦୁର୍ଭିକ୍ଷ ବହୁତ ଖରାପ ଅଛି। ଆମ୍ଭମାନଙ୍କର ପଶୁମାନଙ୍କ ପାଇଁ ସଠାେରେ କୌଣସି ଭୂମିରେ ଘାସ କଅଁଳୁ ନାହିଁ। ତେଣୁ ଆମ୍ଭମାନେେ ଏହିଠାକୁ ବାସ କରିବାକୁ ଆସିଅଛୁ। ଆମ୍ଭେ ଦୟାକରି ଗୋନ ଦେଶ ରେ ରହି ପାରିବୁ କି?

5ଏହାପରେ ଫାରୋ ଯୋଷଫଙ୍କେୁ କହିଲେ, ତୁମ୍ଭର ପିତା ଓ ତୁମ୍ଭର ଭାଇମାନେ ତୁମ୍ଭ ନିକଟକୁ ଆସି ଅଛନ୍ତି।

Genesis 47 illustration - Genesis Chapter 47

6ତୁମ୍ଭେ ସମାନଙ୍କେୁ ମିଶର ରେ ଯେ କୌଣସି ସ୍ଥାନ ରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦଇପୋର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସମାନେେ ଗୋନ ଦେଶ ରେ ରୁହନ୍ତୁ। ରହିବା ପାଇଁ ସମାନଙ୍କେୁ ଗୋଶନ ପ୍ରଦେଶ ଦିଅ। ଏବଂ ସମାନେେ ଯଦି ପାରଙ୍ଗମ ତବେେ ସମାନଙ୍କେୁ ମାରେ ପଶୁପଲଗୁଡ଼ିର ଅଧକ୍ଷ ଭାବରେ ନିୟୁକ୍ତି କର।

7ଏହାପରେ ଯୋଷଫେ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।

8ଏବଂ ଫାରୋ ତାଙ୍କୁ ପଚାରିଲେ, ତୁମ୍ଭର ବଯସ କେତେ?

9ଯାକୁବ ଫାରୋଙ୍କୁ କହିଲେ, ମାରେ ପ୍ରବାସ କାଳର ଦିନ 130 ବର୍ଷ, ମାରେ ପରମାଯୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମାରହେ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆଯୁର ଦିନ ତୁଲ୍ଯ ନୁହେଁ।

10ଏହାପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁ ରେ ବିଦାଯ ନେଲେ।

Genesis 47 illustration - Genesis Chapter 47

11ଯୋଷଫେ ଫାରୋ ଯେପରି ଆଜ୍ଞା ଦେଲେ ସପରେି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସହେି ଭୂମି ମିଶର ରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାର ରେ ଦେଲେ।

12ଯୋଷଫେ ତାଙ୍କର ପିତା, ଭାଇମାନଙ୍କୁ ଏବଂ ସମାନଙ୍କେ ପରିବାରକୁ ଆବଶ୍ଯକ ପରିମାଣ ରେ ଖାଦ୍ୟ ଦେଲେ।

13ସହେି ସମୟରେ ଅତିଶଯ ଦୁର୍ଭିକ୍ଷ ହବୋରୁ ସର୍ବଦେଶ ରେ ଖାଦ୍ୟଦ୍ରବ୍ଯର ଅଭାବ ହେଲା। ତହିଁରେ ମିଶର ଦେଶୀଯ ଓ କିଣାନ ଦେଶୀଯ ଲୋକମାନେ ଦୁର୍ଭିକ୍ଷ ଦତେୁ ପ୍ରାଯ ମୂର୍ଚ୍ଛାଗତ ହବୋକୁ ଲାଗିଲେ।

14ଆଉ ମିଶର ଦେଶ ରେ ଓ କିଣିନଦେଶ ରେ ଯେତେ ରୂପା ଥିଲା। ଲୋକମନେେ ତାହା ଦଇେ ଶସ୍ଯ କିଣିବାରୁ ଯୋଷଫେ ସେ ସବୁ ରୂପା ସଂଗ୍ରର କରି ଫାରୋଙ୍କର ଗୃହକୁ ଆଣିଲେ।

15ଏହାପରେ ମିଶର ଦେଶ ରେ ଓ କିଣାନ ଦେଶ ରେ ରୂପାର ଅଭାବ ହୁଅନ୍ତେ ମିଶ୍ରୀଯ ଲୋକ ସମସ୍ତେ ଯୋଷଫଙ୍କେ ନିକଟକୁ ଆସିଲେ ଏବଂ କହିଲେ, ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରି ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖ ରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।

Genesis 47 illustration - Genesis Chapter 47

16କିନ୍ତୁ ଯୋଷଫେ ଉତ୍ତର ଦେଲେ, ତୁମ୍ଭର ପଇସା ସବୁ ଶଷେ ହବୋରୁ ତୁମ୍ଭର ପଶୁମାନଙ୍କୁ ମାେତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦବେି।

17ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁ ସବୁ ଯୋଷଫଙ୍କେ ନିକଟକୁ ଆଣିଲେ। ସେ ତାଙ୍କୁ ଅଶ୍ବ, ମଷେ ଏବଂ ଛଳେି ପଶୁପଲ ଏବଂ ଗଧ ବଦଳ ରେ ଖାଦ୍ୟ ଦ୍ରବ୍ଯ ଦେଲେ। ସେ ବର୍ଷ ଯୋଷଫେ ସମାନଙ୍କେର ଖାଦ୍ୟ ବଦଳ ରେ ସମସ୍ତ ଜୀବନ୍ତ ପଶୁ ନେଲେ।

18କିନ୍ତୁ ତା'ପର ବର୍ଷ, ସମାନଙ୍କେ ଦଇେ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନଥିଲା। ତେଣୁ ଲୋକମାନେ ଯୋଷଫଙ୍କେ ନିକଟକୁ ୟାଇ କହିଲେ, ତୁମ୍ଭେ ଜାଣ ଯେ ଆମ୍ଭ ମିକଟ ରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ଯ ମହାଶୟଙ୍କର ହାଇେଅଛି। ଏବେ ମହାଶୟଙ୍କ ସାକ୍ଷାତ ରେ ଆମ୍ଭମାନଙ୍କର ଦହେ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ।

19ନିଶ୍ଚିତ ରେ ଆମ୍ଭମାନେେ ତୁମ୍ଭ ସମ୍ମୁଖ ରେ ନିଶ୍ଚିତ ମରିବୁ। କିନ୍ତୁ ଯଦି ତୁମ୍ଭେ ଆମ୍ଭକୁ ଖାଦ୍ୟ ଦିଅ ତବେେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦବେୁ। ଏବଂ ଆମ୍ଭେ ତାଙ୍କର ଦାସ ହବେୁ। ଆମ୍ଭକୁ କିଛି ବିହନ ମଧ୍ଯ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥି ରେ ଆମ୍ଭେ ମରି ନୟାଇ ବଞ୍ଚିବୁ। ଏବଂ ଭୂମି ମଧ୍ଯ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗଇବ।

20ତେଣୁ ଯୋଷଫେ ଫାରୋଙ୍କ ନିମନ୍ତେ ସମସ୍ତ ଭୂମି ମିଶର ରେ କ୍ରଯ କଲେ। ମିଶର ରେ ସମସ୍ତ ଲୋକ ସମାନଙ୍କେର ସମସ୍ତ ଭୂମି ସବୁ ବକ୍ରଯ କଲେ। ସମାନେେ ଭୋକରେ ଥିବାରୁ ଏହିପରି କଲେ।

Genesis 47 illustration - Genesis Chapter 47

21ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶର ରେ ଚାରିଆଡ଼େ ଲୋକମାନେ ଫାରୋଙ୍କର ଦସ ହେଲେ।

22ସେ କବଳେ ଯାଜକମାନଙ୍କର ଭୂମି କ୍ରଯ କଲେ ନାହିଁ। କାରଣ ଫାରୋ ସମାନଙ୍କେୁ ବୃତ୍ତି ଯୋଗାଇଲେ। ଏଣୁ ଫାରୋଙ୍କର ଦ୍ବାରା ଦିଆ ୟାଇଥିବା ବୃତ୍ତି ରେ ସମାନେେ ବଞ୍ଚୁଥିଲେ। ସମାନେେ ଆପଣା ଭୂମି ବିକ୍ରଯ କଲେ ନାହିଁ।

23ଏହାପରେ ଯୋଷଫେ ପ୍ରଜାମାନଙ୍କୁ କହିଲେ, ଆଜି ପର୍ୟ୍ଯନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲୁ। ଏବେ ଏହି ବିହନ ନଇେ ଭୂମିରେ ବୁଣ।

24ତହିଁରୁ ଯାହା ଉତ୍ପନ୍ନ ହବେ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦବେ। ପୁଣୁ ଅନ୍ୟ ଚାରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।

25ଲୋକମାନେ କହିଲେ, ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭମାନେ ଫାରୋଙ୍କର ଦାସ ହବେୁ।

Genesis 47 illustration - Genesis Chapter 47

26ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷଯ ରେ ଯୋଷଫଙ୍କେର ସ୍ଥାପିତ ଏହି ନିଯମ ଆଜି ପର୍ୟ୍ଯନ୍ତ ଚଳୁଅଛି। କବଳେ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।

27ସେ ସମୟରେ ଇଶ୍ରାୟେଲ (ଯାକୁବ) ମିଶର ରେ ଗୋଶନ ପ୍ରଦେଶ ରେ ବାସ କଲେ। ସଠାେରେ ଇଶ୍ରାୟେଲମାନେ ସଫଲ ହେଲେ ଏବଂ ସମାନଙ୍କେର ପରିବାରସବୁ ବୃଦ୍ଧି ପାଇଲା।

28ଯାକୁବ ମିଶର ଦେଶ ରେ ସତର ବର୍ଷ କାଳକ୍ଷପେଣ କଲେ ଏବଂ ତାଙ୍କର ପରମାଯୁ 147 ବର୍ଷ ଥିଲା।

29ଇଶ୍ରାୟେଲଙ୍କର ମରଣ ଦିନ ପାଖଇେ ଆସିବାରୁ ସେ ଆପଣା ପୁତ୍ର ଯୋଷଫଙ୍କେୁ ଡ଼ାକି କହିଲେ, ମୁଁ ଯବେେ ତୁମ୍ଭ ସାକ୍ଷାତ ରେ ଅନୁଗ୍ରହ ପାଇଲି, ତବେେ ବିନଯ କରୁଅଛି, ତୁମ୍ଭେ ମାେ ଜଙ୍ଘ ରେ ହସ୍ତ ଦିଅ। ପୁଣି ମାେ ପ୍ରତି ଦୟା ଓ ସତ୍ଯ ବ୍ଯବହାର କରି ମାେତେ ଏହି ମିଶର ଦେଶ ରେ କବର ଦିଅ ନାହିଁ।

30ମୁଁ ମାରେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶଯନ କଲେ ତୁମ୍ଭେ ମାେତେ ଏହି ମିଶର ଦେଶରୁ ନଇୟୋଇ ସମାନଙ୍କେର କବର ସ୍ଥାନ ରେ କବରଶାଯୀ କରିଅ।

Genesis 47 illustration - Genesis Chapter 47

31ଏହାପରେ ଯାକୁବ କହିଲେ, ତୁମ୍ଭେ ଶପଥ କର। ଏବଂ ଯୋଷଫେ ତାଙ୍କ ସମ୍ମୁଖ ରେ ଶପଥ କଲେ। ଏହାପରେ ଇଶ୍ରାୟେଲ ଶୟ୍ଯା ରେ ମୁଣ୍ଡ ଆଡ଼େ ପ୍ରଣାମ କଲେ।

Chapter Complete

You have read Genesis 47

31 verses