Lumina
Genesis

Genesis 39

Genesis 39·Oriya Bible

1ଯୋଷଫେ ମିଶର ଦେଶକୁ ଅଣା ଯାନ୍ତେ ଫାରୋଙ୍କର ଜଣେ ଭୃତ୍ଯ ଅର୍ଥାତ୍ ମିସ୍ରୀଯ ପୋଟୀଫର ନାମକ ରକ୍ଷକ ସନୋପତି ତାଙ୍କର ଅନଯନକାରୀ ଇଶ୍ମାଯଲେୀଯମାନଙ୍କଠାରୁ ଯୋଷଫଙ୍କେୁ କିଣିଲା।

2କିନ୍ତୁ ସଦାପ୍ରଭୁ ଯୋଷଫେକୁ ସହାୟ ହେଲେଓ ଯୋଷଫେ ଜଣେ ଭାଗ୍ଯବାନ ପୁରୁଷ ହେଲେ। ଆଉ ସେ ଆପଣା ମିସ୍ରୀଯ କର୍ତ୍ତାର ଗୃହ ରେ ବାସ କଲେ।

3ପୋଟୀଫର ଦେଖିଲା ଯେ ସଦାପ୍ରଭୁ ଯୋଷଫେକୁ ସହାୟ ଅଟନ୍ତି। ପୋଟୀଫର ଦେଖିଲା ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ୟ୍ଯ କରୁଛି ତାହା ସୁଚାରୁ ରୂପେ କରି ପାରୁଛି।

4ପୋଟୀଫର ଯୋଷଫେକୁ ପାଇ ବହୁତ ଖୁସି ହେଲେ। ସେ ଯୋଷଫେକୁ ଆପଣାର ଗୃହାଧ୍ଯକ୍ଷ କରି ତାଙ୍କର ରସ୍ତ ରେ ସର୍ବସ୍ବ ସମର୍ପଣ କଲେ।

5ଏହି ପ୍ରକା ରେ ସେ ଯୋଷଫଙ୍କେୁ ଆପଣା ଗୃହ ଓ ସର୍ବସ୍ବର ଅଧ୍ଯକ୍ଷ କରିବା ଦିନଠାରୁ ସଦାପ୍ରଭୁ ଯୋଷଫଙ୍କେ ଲାଗି ସହେି ମିସ୍ରୀଯ ଲୋକରଗୃହ ଉପରେ ଆଶୀର୍ବାଦ କଲେ। ଗୃହ ଓ କ୍ଷେତ୍ରସ୍ଥିତ ସମସ୍ତ ସମ୍ପଦ ପ୍ରତି ସଦାପ୍ରଭୁଙ୍କର ଆଶୀର୍ବାଦ ବର୍ଷିଲା।

Genesis 39 illustration - Genesis Chapter 39

6ପୋଟୀଫର ଯୋଷଫେକୁ ସବୁ ଦାଯୀତ୍ବ ଦଇେ ସେ ଆଉ ତାଙ୍କର ଖାଇବା ବିନା କୌଣସି ପାଇଁ ବ୍ଯସ୍ତ ହେଲେ ନାହିଁ।

7କିଛି ଦିନ ପରେ ଯୋଷଫେର ମୁନିବର ସ୍ତ୍ରୀ ଯୋଷଫେକୁ ନଜର ପକଇବୋକୁ ଲାଗିଲେ। ଦିନେ ସହେି ସ୍ତ୍ରୀ ଯୋଷଫେକୁ ଅନୁରୋଧ କଲେ, ମାେ ସହିତ ଶଯନ କର।

8କିନ୍ତୁ ଯୋଷଫେ ମନା କଲେ ସେ କହିଲେ, ଦେଖ ଏ ଗୃହ ରେ ଯାହା ଅଛି ମାେ ମୁନିବ ତହିଁର ତତ୍ତ୍ବ ନିଅନ୍ତି ନାହିଁ। ସେ ମାେ ହସ୍ତ ରେ ଆପଣାର ସର୍ବସ୍ବ ସମର୍ପଣ କରିଛନ୍ତି।

9ଏହି ଗୃହ ରେ ସେ ମାେତେ ତାଙ୍କ ସହିତ ସମାନ କରିଛନ୍ତି। ମୁଁ ତାଙ୍କ ସ୍ତ୍ରୀ ସହିତ ଶଯନ କରି ପାରିବି ନାହିଁ। ଏହା ଭୁଲ ଅଟେ, ଏହା ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ ତୁଲ୍ଯ।

10ସହେି ସ୍ତ୍ରୀ ଲୋକଟି ସର୍ବଦା ତାହାଙ୍କ ସହିତ କଥା ହୁଏ। କିନ୍ତୁ ସେ ତାଙ୍କ ସହ ଶଯନ କରିବାପାଇଁ ସର୍ବଦା ମନା କରନ୍ତି।

Genesis 39 illustration - Genesis Chapter 39

11ଦିନେ ଯୋଷଫେ ଘରକୁ ତାଙ୍କର କିଛି କାର୍ୟ୍ଯ କରିବାକୁ ଗଲେ। ସହେି ସମୟରେ ସେ ଏକା ସହେି ଘ ରେ ଥିଲେ।

12ତା'ର ମୁନିବଙ୍କର ସ୍ତ୍ରୀ ତାଙ୍କର କୋଟ୍କୁ ଧରି ଟାଣି କହିଲେ, ମାେ ପାଖ ରେ ଶଯନ କର। କିନ୍ତୁ ଯୋଷଫେ ସେ ଘରୁ ଖସି ଦୌଡ଼ି ପଳାଇ ଆସିଲେ କିନ୍ତୁ ତା'ର ହାତ ରେ ତାହାର କୋଟ୍ଟି ରହିଗଲା।

13ସ୍ତ୍ରୀ ଲୋକଟି ଦେଖିଲା ତା ହାତ ରେ ଯୋଷଫେର କୋଟ୍ ରହିଗଲା ଏବଂ ସେ ଦୌଡ଼ି ପଳାଇଲା।

14ସେ ଗୃହର ବାହାର ଲୋକମାନଙ୍କୁ ଡ଼ାକି ସେ କହିଲା, ଦେଖ, ସେ ଆମ୍ଭମାନଙ୍କ ସଙ୍ଗ ରେ ପରିହାସ କରିବା ନିମନ୍ତେ ଜଣେ ଅବ୍ରୀଯକୁ ଆଣିଛନ୍ତି। ସେ ଭିତରକୁ ପଶି ମାେ ସହିତ ଶଯନ କରିବାକୁ କହିଲା। ମୁଁ ବଡ଼ ପାଟି ରେ ଡ଼ାକ ପକାଇଲି।

15ମାରେ ବଡ଼ ପାଟି ରେ ଡ଼ାକିବାର ଶୁଣି ସେ ତା'ର କୋଟ୍ ମାେ ପାଖ ରେ ଛାଡ଼ି ଦୌଡ଼ି ପଳାଇ ଆସିଲା।

Genesis 39 illustration - Genesis Chapter 39

16ଏହାପରେ ସେ ସହେି କୋଟ୍ଟି ତାଙ୍କର ସ୍ବାମୀ ଆସିବା ପର୍ୟ୍ଯନ୍ତ ତାଙ୍କ ପାଖ ରେ ରଖିଲେ।

17ସେ ତାଙ୍କ ସ୍ବାମୀକୁ ସହେି ସବୁ କଥାମାନ କହିଲା। ସେ କହିଲା, ତୁମ୍ଭେ ଯେଉଁ ଅବ୍ରୀଯ ଦାସକୁ ଆଣିଅଛ ସେ ମାେତେ ପରିହାସ କରିବାକୁ ମାେ ପାଖକୁ ଆସିଲା।

18କିନ୍ତୁ ସେ ଯେତବେେଳେ ମାେ ପାଖକୁ ଆସିଲା ମୁଁ ବଡ଼ ପାଟି କରିବାରୁ ସେ ତା'ର କୋଟ୍ଟି ଛାଡ଼ି ବାହାରକୁ ଦୌଡ଼ି ପଳାଇଗଲା।

19ଯୋଷଫେର ମୂନିବ ତାଙ୍କର ସ୍ତ୍ରୀଙ୍କଠାରୁ ଏ ସମସ୍ତ ଶୁଣିଲେ। ଏବଂ ସେ ବହୁତ କୋର୍ଧ ହେଲେ।

20ସଠାେରେ ଏକ କାରାଗାର ଥିଲା ଯେଉଁଠା ରେ ରାଜାଙ୍କର ଶତୃମାନେ ରହୁଥିଲେ। ତେଣୁ ପୋଟୀଫର ଯୋଷଫଙ୍କେୁ ସହେି କାରାଗୃହ ରେ ରଖିଲା। ଏବଂ ଯୋଷଫେ ସହେିଠା ରେ ରହିଲେ।

Genesis 39 illustration - Genesis Chapter 39

21କିନ୍ତୁ ସଦାପ୍ରଭୁ ଯୋଷଫେର ସହାୟ ଥିଲେ। ସଦାପ୍ରଭୁ ତାହାପ୍ରତି କୃପା ପ୍ରକାଶ କରି କାରାଗାର ରକ୍ଷକଙ୍କର ଦୃଷ୍ଟି ରେ ତାଙ୍କୁ ଅନୁଗ୍ରହର ପାତ୍ର କଲେ।

22ତହିଁରେ ସହେି କାରା ରକ୍ଷକ ବନ୍ଦୀଶାଳାସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କର ଭାର ଯୋଷଫଙ୍କେ ହସ୍ତ ରେ ସମର୍ପଣ କଲେ। ପୁଣି ସମାନେେ ଯାହା କଲେ ସହେି ସକଳର କର୍ତ୍ତା ସହେି ହେଲେ।

23କାରା ରକ୍ଷକ ଯୋଷଫଙ୍କେର ହସ୍ତଗତ କୌଣସି ବିଷଯ ରେ ଦୃଷ୍ଟିପାତ କଲେ ନାହିଁ। କାରଣ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ଥିଲେ। ପୁଣି ସେ ଯାହା କଲେ ସଦାପ୍ରଭୁ ତାହା ସିଦ୍ଧ କଲେ।

Chapter Complete

You have read Genesis 39

23 verses