Lumina
Genesis

Genesis 30

Genesis 30·Oriya Bible

1ରାହେଲ ଦେଖିଲା ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା'ର ଭଊଣୀ ଲୟୋ ପ୍ରତି ଇର୍ଷାନିତ୍ବ ହେଲା। ତେଣୁ ରାହେଲ ଯାକୁବକୁ କହିଲା, ମାେତେ ପିଲା ଦିଅ ନେ ହେଲେ ମୁଁ ମରିବି।

2ଯାକୁବ ରାହେଲ ଉପରେ କୋରଧ କଲେ। ସେ କହିଲେ, ମୁଁ ପରମେଶ୍ବର ନୁହେଁ। କବଳେ ପରମେଶ୍ବର ହିଁ ତୁମ୍ଭକୁ ସନ୍ତାନ ଦଇେ ପାରିବେ।

3ଏହାପରେ ରାହେଲ କହିଲେ, ମାରେ ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହାଇେ ପାରିବି।

4ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦଲୋ, ଯାକୁବ ତାହା ସହିତ ସହବାସ କଲେ।

5ଏହାପରେ ବିଲହା ଗର୍ଭବତୀ ହାଇେ ପିଲାଜନ୍ମ କଲା।

Genesis 30 illustration - Genesis Chapter 30

6ରାହେଲ କହିଲା, ପରମେଶ୍ବର ମାରେ ପ୍ରାର୍ଥନା ଗ୍ରହଣ କରିଛନ୍ତି, ମାେତେ ଏକ ପୁତ୍ର ସନ୍ତାନ ଦବୋ ପାଇଁ ସେ ନିଷ୍ପତ୍ତି ନେଲେ। ତେଣୁ ରାହେଲ ତା'ର ନାମ ରଖିଲେ ଦାନ।

7ରାହେଲର ଦାସୀ ବିଲହା ଆଉଥରେ ଗର୍ଭବତୀ ହେଲା ଏବଂ ସେ ଯାକୁବଙ୍କ ପାଇଁ ଦ୍ବୀତୀଯ ପୁତ୍ର ଜନ୍ମ କଲା।

8ରାହେଲ କହିଲା, ମୁଁ ମାରେ ଭଉଣୀ ସହିତ ସଂଘର୍ଷ କରି ଜଯ କଲି। ଏଣୁ କରି ସେ ତାଙ୍କର ନାମ ନପ୍ତାଲି ରଖିଲେ।

9ଲୟୋ ଦେଖିଲା ସେ ଆଉ ପିଲା ଜନ୍ମ କରିପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବକୁ ଦଲୋ।

10ଏହାପରେ ସିଳ୍ପା ଏକ ପିଲା ଜନ୍ମ କଲା।

Genesis 30 illustration - Genesis Chapter 30

11ଲୟୋ କହିଲା, ମୁଁ ଭାଗ୍ଯବତୀ ତେଣୁ ସେ ତା'ର ନାମ ଦଲୋ ଗାଦ୍।

12ଲୟୋର ଦାସୀ ସିଳ୍ପା ଦ୍ବିତୀୟ ପୁତ୍ର ଯାକୁବ ପାଇଁ ଜନ୍ମ କଲା।

13ଲୟୋ କହିଲା, ମୁଁ ବହୁତ ଖୁସି! ୟୁବତୀଗଣ ମାେତେ ଆନନ୍ଦୀନି ବୋଲିବେ। ଏଣୁ ସେ ତା'ର ନାମ ଆଶରେ ଦଲୋ।

14ଅନନ୍ତର ଗହମ କଟା ସମୟରେ ରୁବନ୍େ ବାହା ରେ ୟାଇ କ୍ଷତରେୁ ଦୂଦାଫଳ ପାଇଆଣି ଆପଣାମାତା ଲୟୋକୁ ଦଲୋ। ତହୁଁ ରାହେଲ ଲୟୋକୁ କହିଲା, ଦୟାକରି ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମାେତେ ଦିଅ।

15ଲୟୋ ଉତ୍ତର ଦଲୋ, ତୁମ୍ଭେ ମାେ ସ୍ବାମୀକୁ ହରଣ କରିଛ ତୁମ୍ଭେ ମାରେ ପୁତ୍ରର ଦୂଦାଫଳ ହରଣ କରିବାକୁ ଚେଷ୍ଟା କରୁଛ।

Genesis 30 illustration - Genesis Chapter 30

16ସଦେିନ ସଂନ୍ଧ୍ଯା ରେ ଯାକୁବ କ୍ଷତରେୁ ଫରେିବାପରେ ଲୟୋ ବାହାରକୁ ଗଲା ତାଙ୍କୁ ସାକ୍ଷାତ କରିବାକୁ ଏବଂ କହିଲା, ତୁମ୍ଭେ ଆଜି ରାତି ରେ ମାେ ପାଖ ରେ ଶଯନ କରିବ। କାରଣ ମୁଁ ତୁମ୍ଭ ସିହତ ଶଯନ କରିଥିବାରୁ ଦୂଦାଫଳ ଦଇେ ତା'ର ବଦଳ ରେ ତୁମ୍ଭକୁ ପାଇଛି। ତେଣୁ ସହେି ରାତ୍ରୀ ସେ ତା' ସହିତ ଶାଇେଲା।

17ଏହାପରେ ପରମେଶ୍ବର ଲୟୋର ପାର୍ଥନା ଶୁଣିଲେ ଏବଂ ସେ ବର୍ଭବତୀ ହେଲା। ସେ ପଞ୍ଚମ ପୁତ୍ରକୁ ଜନ୍ମ ଦଲୋ।

18ଲୟୋ କହିଲା, ମୁଁ ସ୍ବାମୀ ପାଇଁ ଆପଣା ଦାସୀକୁ ଦଇେଥିଲି, ପରମେଶ୍ବର ତାହାର ବର୍ତ୍ତନ ମାେତେ ଦଇେଛନ୍ତି। ଏଥିପାଇଁ ସେ ତାହାର ନାମ ଇଷାଖର ରଖିଲା।

19ଲୟୋ ପୁନ୍ନରାଯ ଗର୍ଭବତୀ ହାଇେ ଷଷ୍ଠ ସନ୍ତାନକୁ ନ୍ମ ଦଲୋ।

20ଲୟୋ କହିଲା, ପରମେଶ୍ବର ମାେତେ ଏକ ସୁନ୍ଦର ଉପହାର ଦେଲେ। ବର୍ତ୍ତମାନ ଯାକୁବ ମାେତେ ସମାଦାର କରିବେ। କାରଣ ମୁଁ ତାଙ୍କୁ ଛଅଟି ପୁତ୍ର ଦଇେଅଛି। ତେଣୁ ଲୟୋ ତାହାର ନାମ ସବୂଲୂନ୍ ଦଲୋ।

Genesis 30 illustration - Genesis Chapter 30

21ଏହାପରେ ଲୟୋ ଏକ କନ୍ଯା ସନ୍ତାନ ଜନ୍ମ କଲେ। ସେ ତା'ର ନାମ ଦେଲେ ଦୀଣା।

22ଏହାପରେ ପରମେଶ୍ବର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ବର ରାହେଲକୁ ମାତୃତ୍ବ ଦେଲେ।

23ରାହେଲ ଗର୍ଭବତୀ ହାଇେ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ରାହେଲ କହିଲା, ପରମେଶ୍ବର ମାରେ ଲଜ୍ଜ୍ଯା ନଇୟୋଇଛନ୍ତି।

24ସେ ମଧ୍ଯ କହିଲା, ପରମେଶ୍ବର ମାେତେ ଆଉ ଗୋଟିଏ ପୁତ୍ର ଅଧିକ ଦିଅନ୍ତୁ। ସେଥିପାଇଁ ରାହେଲ ତା'ର ନାମ ଯୋଷଫେ ରଖିଲା।

25ରାହେଲ ଯୋଷଫେକୁ ଜନ୍ମ ଦବା ପରେ, ଯାକୁବ ଲାବନକୁ କହିଲେ, ଏବେ ମାେତେ ମାରେ ନିଜ ଦେଶ ୟିବାକୁ ଦିଅ।

Genesis 30 illustration - Genesis Chapter 30

26ମାରେ ସ୍ତ୍ରୀ ଏବଂ ପିଲାମାନଙ୍କ ପାଇଁ ମୁଁ ତୁମ୍ଭ ପାଖ ରେ କାମ କରିଛି। ଏବଂ ତୁମ୍ଭେ ଜାଣ ମୁଁ ଭଲଭାବରେ ତୁମ୍ଭର ସ ସବୋ କରିଛି।

27ଲାବନ ତାଙ୍କୁ କହିଲା, ମାେତେ କିଛି କହିବାକୁ ଦିଅ। ମୁଁ ଗୁଣି ବିଦ୍ଯା କରି ଜାଣି ପାରିଛି ଯେ, ସଦାପ୍ରଭୁ ତୁମ୍ଭ ପାଇଁ ମାେତେ ଆଶୀର୍ବାଦ କରିଛନ୍ତି।

28ମାେତେ କହିବାକୁ ଦିଅ, ମାେତେ ତୁମ୍ଭକୁ କ'ଣ ଦବୋ ଉଚିତ। ଏବଂ ତାହା ମୁଁ ତୁମ୍ଭକୁ ଦବେି।

29ଯାକୁବ ଉତ୍ତର ଦଲୋ, ତୁମ୍ଭେ ଜାଣ ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କରିଛି। ମୁଁ ତୁମ୍ଭର ପଶୁଗଣକୁ ବୃଦ୍ଧି କରିଅଛି। ଏବଂ ତାଙ୍କର ବହୁ ଯତ୍ନ ନଇେଅଛି।

30ଯେତବେେଳେ ମୁଁ ଆସିଲି ତୁମ୍ଭର ଖୁବ କମ ସମ୍ପତ୍ତି ଥିଲା। ବର୍ତ୍ତମାନ ବହୁତ ବୃଦ୍ଧି ପାଇଛି, ସଦାପ୍ରଭୁ ମାେ କାରଣରୁ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି। ବର୍ତ୍ତମାନ ମାରେନିଜ ପରିବାରକୁ ଯୋଗଇବା ପାଇଁ ସମୟ ଆସିଛି।

Genesis 30 illustration - Genesis Chapter 30

31ଲାବନ କହିଲା, ତବେେ ମାେତେ ତୁମ୍ଭକୁ କ'ଣ ଦବୋ ଉଚିତ୍?

32ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ଯଦଇେ ୟାଇ ମଷଗେଣ ମଧ୍ଯରୁ ଚିତ୍ର ବଚିତ୍ର ଓ ବିନ୍ଦୁ ଚିହ୍ନିତ ଓ କୃଷ୍ଣବର୍ଣ୍ଣ ମଷେମାନଙ୍କୁ ପୁଣି ଛାଗଳଗଣ ମଧ୍ଯରୁ ବିନ୍ଦୁ ଚିହ୍ନିତ ଓ ଚିତ୍ର ବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି। ସହେି ସବୁ ମାରେ ବର୍ତ୍ତନ ସ୍ବରୁପ ହବେ।

33ଭବିଷ୍ଯତ ରେ ଯେତବେେଳେ ମୁଁ ସଚ୍ଚୋଟ ବୋଲି ତୁମ୍ଭେ ଜାଣିପାରିବ। ଯଦି ତୁମ୍ଭେ ମାରେ ମଷେପଲ ଦେଖିବାକୁ ଆସିପାରିବ। ତୁମ୍ଭେ ମାରେ ପଲକୁ ଦିଖିପାର। ଅର୍ଥାତ୍ ଛାଗଳମାନଙ୍କ ମଧିଅରେ ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ ଛାଗଳ ଛଡ଼ା ଓ ମଷଗେଣ ମଧିଅରେ କୃଷ୍ଣବର୍ଣ୍ଣ ମଷେ ବ୍ଯତୀତ ଯେତେ ଥିବେ ତାହା ମାହେର ର୍ଚୌୟ୍ଯରୂପେ ଗଣ୍ଯ ହବେ।

34ଲାବନ ଉତ୍ତର ଦଲୋ, ତୁମ୍ଭେ ଯାହା କହିଲ ଆମ୍ଭେ ତାହା କରିବା ପାଇଁ ମୁଁ ତୁମ୍ଭ ସହିତ ଏକମତ।

35ସହେିଦିନ ଲାବନ ବିନ୍ଦୁ ଚିହ୍ନିତ ଛାଗଳନମାନଙ୍କୁ ଲୁଚାଇ ଦଲୋ। ଏବଂ ଚିତ୍ର ବିଚିତ୍ର ଛାଗ ସବୁକୁ ଲୁଚାଇ ଦଲୋ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମଷଗେଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନବୋକୁ ଦଲୋ।

Genesis 30 illustration - Genesis Chapter 30

36ସେଥିପାଇଁ ତାଙ୍କର ପୁଅମାନେ ସମସ୍ତ ଚିତ୍ରିତ ପଶୁଗଣକୁ ତିନିଦିନ ରାସ୍ତା ଦୂରର ଏକ ସ୍ଥାନକୁ ନଇଗେଲେ। ଯାକୁବ ଅନ୍ୟ ସମସ୍ତ ଛାଡି ୟାଇଥିବା ପଶୁମାନଙ୍କର ଯତ୍ନ ନେଲେ।

37ଯାକୁବ ଲିବ୍ନୀ, ଲୂସ୍ ଓ ଅର୍ମୋନ୍ ବୃକ୍ଷର ନୂତନ ଶାଖା କାଟି ତହିଁରୁ ବକ୍କଳ କାଢ଼ି କାଠର ଶୁକ୍ଲ ରଖାେ ବାହାର କଲା।

38ଏହାପରେ ଯେଉଁ ସ୍ଥାନକୁ ପଶୁମାନେ ଜଳପାନ କରିବାକୁ ଆସନ୍ତି ସହେି ସ୍ଥାନ ରେ ସମାନଙ୍କେ ସମ୍ମୁଖସ୍ଥ ଜଳକୁଣ୍ଡ ମଧିଅରେ ସହେି ବକ୍କଳଶୂନ୍ଯ ଶାଖାସବୁ ଉଚ୍ଚ କରି ରଖିଲା। ତେଣୁ ଜଳ ପାନ କରିବା ସମୟରେ ସମାନେେ ଫଳବତୀ ହେଲେ।

39ପୁଣି ସହେି ଶାଖା ନିକଟରେ ସମାନଙ୍କେର ସଂଗମ ହବୋରୁ ପଶୁମାନେ ରଖାଙ୍କେିତ, ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ ମଷେ ଛୁଆମାନ ଜନ୍ମ କଲେ।

40ଯାକୁବ ସହେି ଚିତ୍ର ବିଚିତ୍ର ଛୁଆମାନଙ୍କୁ ଅନ୍ୟ ପାଖରୁ ଭିନ୍ନ ଭିନ୍ନ କଲା। ପୁଣି ଲାବନ ରଖାଙ୍କେିତ ଓ କୃଷ୍ଣବର୍ଣ୍ଣ ସବୁ ମଷେ ପ୍ରତି ମଷେୀମାନଙ୍କର ଦୃଷ୍ଟି ରଖାଇଲା। ଏହିପ୍ରକା ରେ ସେ ଲାବନର ପଲ ସହିତ ଆପଣା ପଲ ତନଖି ପୃଥକ କଲା।

Genesis 30 illustration - Genesis Chapter 30

41ଯେତବେେଳେ ବଳିଷ୍ଠ ପଶୁଗଣ ସହକର୍ମୀ କରନ୍ତି, ସେ ଜଳକୁଣ୍ଡ ମଧିଅରେ ସମାନଙ୍କେର ଆଖୀର ସମ୍ମୁଖ ରେ ସହେି ଶାଖାଗୁଡ଼ିକ ରଖିଲା। କିନ୍ତୁ ସେ ଦୁର୍ବଳ ପଶୁମାନଙ୍କ ସମ୍ମୁଖ ରେ ରଖିଲା ନାହିଁ।

42କିନ୍ତୁ ଦୁର୍ବଳ ପଶୁଗଣ ଲାବନର ଓ ବଳିଷ୍ଠ ପଶୁଗଣ ଯାକୁବର ହେଲେ।

43ଏହିପରି ଯାକୁବ ଅତିଶଯ ଧନୀ ହେଲା। ଏବଂ ତା'ର ପଶୁ, ଦାସ ଦାସୀ, ଓଟ ଓ ଗର୍ଦ୍ଦଭ ୟଥେଷ୍ଟ ହେଲେ।

Chapter Complete

You have read Genesis 30

43 verses