Lumina
Genesis

Genesis 20

Genesis 20·Oriya Bible

1ଏହାପରେ ଅବ୍ରହାମ ସଠାରୁେ ଦକ୍ଷିଣ ଦେଶକୁ ୟାତ୍ରାକରି କାଦେଶ ଓ ଶୁର ରେ ମଧ୍ଯସ୍ଥାନ ରେ ଥାଇ ଗରାର ରେ ବାସ କଲେ।

2ଯେତବେେଳେ ଗରାର ରେ ଥିଲେ, ଅବ୍ରହାମ ଲୋକମାନଙ୍କୁ କହିଲେ, ସାରା ହେଉଛି ତାଙ୍କର ଭଉଣୀ, ଗରାର ରାଜା ଅବିମଲେକ୍ ଏକଥା ଶୁଣିଲେ। ଅବିମଲକେ ସାହାଙ୍କୁ ଚାହୁଁଥିଲେ। ତେଣୁ ସେ ତାଙ୍କୁ ଆଣିବା ପାଇଁ କେତକେ ଦାସକୁ ପଠାଇଲେ।

3କିନ୍ତୁ ଏକ ରାତି ରେ, ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀ ଲୋକକୁ ଆଣିଛ ସେ ବିବାହିତା।

4କିନ୍ତୁ ସେ ପର୍ୟ୍ଯନ୍ତ ଅବିମଲକେ ସାରା ସହିତ ସହବାସ କରି ନଥିଲେ। ତେଣୁ ଅବିମଲକେ କହିଲେ, ତୁମ୍ଭେ କ'ଣ ଏକ ନିର୍ ଦୋଷ ବ୍ଯକ୍ତିକୁ ହତ୍ଯା କରିବ?

5ଅବ୍ରହାମ ନିଜେ ମାେତେ କହିଲେ, 'ଏହି ସ୍ତ୍ରୀ ମାରେଭଉଣୀ' ଏବଂ ସହେି ସ୍ତ୍ରୀ ମଧ୍ଯ କହିଲା, 'ଅବ୍ରହାମ ମାରେ ଭାଇ', ମୁଁ ନିର୍ ଦୋଷ, ମୁଁ ଜାଣି ନଥିଲି। ନିର୍ଦ୍ ଦୋଷତା ରେ ମୁଁ ଏହି କାର୍ୟ୍ଯ କରିଛି।

Genesis 20 illustration - Genesis Chapter 20

6ଏହାପରେ ପରମେଶ୍ବର ଅବିମଲକେକୁ ସ୍ବପ୍ନ ରେ କହିଲେ, ହଁ ମୁଁ ଜାଣେ ତୁମ୍ଭେ ନିର୍ ଦୋଷ। ତେଣୁ ମୁଁ ତୁମ୍ଭକୁ ରକ୍ଷା କଲି। ମୁଁ ତୁମ୍ଭକୁ ମାେ ବିରୁଦ୍ଧ ରେ ପାପ କରିବାକୁ ଦବେି ନାହିଁ। ମୁଁ ତୁମ୍ଭକୁ ତାଙ୍କ ସହିତ ସହବାସ କରିବାକୁ ଦଇେ ନଥିଲି।

7ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନ୍ନରାଯ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫରୋଇଦିଅ। ଅବ୍ରହାମ ଜଣେ ଭବିଷ୍ଯତ୍ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ଅବ୍ରହାମକୁ ନ ଫରୋଅ ତବେେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ଯୁବରଣ କରିବେ।

8ତେଣୁ ତା'ପରଦିନ ପ୍ରଭାତରୁ ଅବିମଲକେ ତାଙ୍କ ଦାସମାନଙ୍କୁ ଡାକିଲେ ଏବଂ ତାଙ୍କର ସ୍ବପ୍ନ ବିଷଯ ରେ କହିଲେ। ଦାସମାନେ ଭୟ ରେ ଥରିଲେ।

9ଏହାପରେ ଅବିମଲକେ ଅବ୍ରହାମଙ୍କୁ ଡ଼ାକି କହିଲେ, ତୁମ୍ଭେ କାହିଁକି ଆମ୍ଭ ପ୍ରତିି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ'ଣ କରିଛି ଯେ, ମାେ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମାେ ପ୍ରତି ଏପରି କରିବାର ନ ଥିଲା।

10କାହିଁକି ତୁମ୍ଭେ ମାେ ପ୍ରତି ଏପରି ବ୍ଯବହାର କଲ?

Genesis 20 illustration - Genesis Chapter 20

11ଏହାପରେ ଅବ୍ରହାମ କହିଲେ, ଏଠା ରେ କହେି ପରମେଶ୍ବରଙ୍କୁ ଭୟ କରୁନାହିଁ ବୋଲି ପ୍ରାଯ ମୁଁ ଡ଼ାକିଲି। ମୁଁ ଭାବିଲି ଏଠା ରେ କାଳେ କିଏ ମାେତେ ହତ୍ଯାକରି ସାରାକୁ ମାଠାରୁେ ନଇୟିବେ।

12ସେ ମାରେ ସ୍ତ୍ରୀ, କିନ୍ତୁ ସେ ମଧ୍ଯ ମାରେ ଭଉଣୀ। ସେ ହେଉଛନ୍ତି ମାେ ବାପାଙ୍କର ଏକ ଝିଅ। କିନ୍ତୁ ସେ ମାେ ମାର ଝିଅ ନୁହେଁ।

13ପରମେଶ୍ବର ମାେତେ ମାରେ ପିତାଙ୍କ ଗୃହରୁ ଦୂରକୁ ଆଗଇେ ନେଲେ। ପରମେଶ୍ବର ମାେତେ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ବୁଲାଇଲେ। ଏପରି ଯେତବେେଳେ ହେଲା ମୁଁ ସାରାକୁ କହିଲି, 'ଦୟାକରି ମାେ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ୟିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।

14ତେଣୁ ଅବିମଲକେ ସାରାକ ଅବ୍ରହାମକୁ ଫରୋଇ ଦେଲେ। ଅବିମଲକେ ମଧ୍ଯ ତାଙ୍କୁ କିଛି ମଷେ, ଗାଇ, ଗୋରୁ ଏବଂ କିଛି ସବେକ ଓ ସବେିକାଗଣଙ୍କୁ ଦେଲେ।

15ଏବଂ ଅବିମଲକେ କହିଲେ, ତୁମ୍ଭ ଚତୁପାଶର୍ବକୁ ଚାହଁ ଏହା ମାରେଭୂମି, ତୁମ୍ଭେ ଯେଉଁଠା ରେ ଚାହଁ ସଠାେରେ ରହିପାର।

Genesis 20 illustration - Genesis Chapter 20

16ଅବିମଲକେ ସାରାକୁ କହିଲା, ମୁଁ ତୁମ୍ଭର ଭାଇକୁ ସହସ୍ର ରୂପା ଖଣ୍ଡ ଦେଉଛି। ମୁଁ ଏପରି କରୁଛି କାରଣ ମୁଁ ଅନୁତପ୍ତ ଯେ ଯାହାକରିଛି ଭୁଲ କରିଛି। ମୁଁ ଚା ହେଁ ପ୍ରେତ୍ୟକକ ଦେଖନ୍ତୁ ଓ ହୃଦ୍ବୋଧ କରନ୍ତୁ ଯେ, ମୁଁ ଠିକ୍ କରୁଛି ବୋଲି।

17ସଦାପ୍ରଭୁ ଅବିମଲକଙ୍କେର ସମସ୍ତ ସ୍ତ୍ରୀଙ୍କୁ ବନ୍ଧ୍ଯା କଲେ। ପରମେଶ୍ବର ଏପରି କଲେ କାରଣ ଅବିମଲକେ ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କୁ ନଇେଥିଲେ।

18କିନ୍ତୁ ଅବ୍ରହାମ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ଅବିମଲକେ ତାଙ୍କର ସମସ୍ତ ସ୍ତ୍ରୀ ଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସମାନଙ୍କେର ସନ୍ତାନ ସନ୍ତତି ଜାତ ହେଲ।

Chapter Complete

You have read Genesis 20

18 verses