Lumina
Ezra

Temple Completed

Ezra 6·Oriya Bible

1ସେତବେେଳେ ଦାରିଯାବସ୍ ରାଜା ଆଜ୍ଞା କରିବାରୁ ବାବିଲସ୍ଥ ଯେଉଁ ପୁସ୍ତକାଳଯ ରେ ଧନ ସଞ୍ଚିତ ଥିଲା, ତାହା ଅନୁସନ୍ଧାନ କରାଗଲା।

2ଏବଂ ମାଦୀଯ ପ୍ରଦେଶସ୍ଥ ଅକ୍ଷ୍ମଥା ଦୁର୍ଗ ରେ ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥି ରେ ଲଖାେ ୟାଇଥିଲା।

3କୋରସ ରାଜାଙ୍କ ଅଧିକାରର ପ୍ରଥମ ବର୍ଷ ରେ କୋରସ ରାଜା ୟିରୁଶାଲମସ୍ଥିତ ପରମେଶ୍ବରଙ୍କ ମନ୍ଦିର ବିଷଯ ରେ ଆଜ୍ଞା କଲେ।

4ତହିଁରେ ତିନିଧାନି ବଡ ଼ବଡ଼ ପ୍ରସ୍ତର ରେ ଓ ଏକଧାଡି ନୂତନ କଡିକାଠ ରେ ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ଯଯଭାର ଭରଣ କରାଯାଉ।

5ପରମେଶ୍ବରଙ୍କ ମନ୍ଦିରର ଯେଉଁ ସବୁ ସୁନା ଓ ରୂପାପାତ୍ର ନବୂଖଦ୍ନିତ୍ସର ୟିରୁଶାଲମସ୍ଥ ମନ୍ଦିରରୁ ନଇେ ବାବିଲକୁ ଆଣିଥିଲା, ତାହାସବୁ ଫରୋଇ ଦିଆଯାଉ। ଏବଂ ପ୍ରେତ୍ୟକକ ପାତ୍ର ପୁନର୍ବାର ୟିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ବରଙ୍କ ମନ୍ଦିର ରେ ତାହା ସବୁ ରଖ।

Ezra 6 illustration - Ezra Chapter 6

6ଏଣୁ ହେ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଏବଂ ଶଥର ବୋଷଣଯ, ତୁମ୍ଭମାନେେ ଓ ତୁମ୍ଭମାନଙ୍କ ସାଥି ଅଧିକାରୀଗଣ ନଦୀ ସପୋରିସ୍ଥ ତାଠାରୁ ଦୂର ରେ ରୁହ।

7ପରମେଶ୍ବରଙ୍କ ଏହି ମନ୍ଦିରର କାର୍ୟ୍ଯ ରେ ହସ୍ତ ଦିଅ ନାହିଁ। ୟିହୁଦୀଯମାନଙ୍କର ଅଧ୍ଯକ୍ଷ ୟିହୁଦୀଯମାନଙ୍କର ପ୍ରାଚୀନବର୍ଗ ପରମେଶ୍ବରଙ୍କ ଏହି ମନ୍ଦିର ସ୍ବସ୍ଥାନ ରେ ନିର୍ମାଣ କରନ୍ତୁ।

8ପରମେଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ଯ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସମାନଙ୍କେର ବାଧା ଯେପରି ସୃଷ୍ଟି ନ ହୁଏ, ଏଥିପାଇଁ ସହେି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସପୋରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ଯଯ ଦିଆଯାଉ।

9ସ୍ବର୍ଗସ୍ଥ ପରମେଶ୍ବରଙ୍କ ହାମବେଳି ନିମନ୍ତେ ୟିରୁଶାଲମସ୍ଥ ଯାଜକମାନଙ୍କ ବାକ୍ଯ ଅନୁୟାଯୀ ୟୁବାବୃଷ, ମଷେ, ମଷେଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସମାନଙ୍କେ ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧା ରେ ସମାନଙ୍କେୁ ଦିଆଯାଉ।

10ତହିଁରେ ସମାନେେ ସ୍ବର୍ଗସ୍ଥ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।

Ezra 6 illustration - Ezra Chapter 6

11ମୁଁ ଆହୁରି ଆଜ୍ଞା କରୁଅଛି କି ଯେ କହେି ସହେି ବାକ୍ଯ ଅନ୍ୟଥା କରିବ ତାହାର ଗୃହରୁ ଏକ କଡି ବାହାର କରାୟାଇ ସହେି କାଠ ରେ ସେ ବନ୍ଧା ହାଇେ ଟଙ୍ଗାୟିବ। ପୁଣି ତା ଲାଗି ତାର ଗୃହ ଖତରାଶି କରାଯାଉ।

12ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀଯମାନେ ପରମେଶ୍ବରଙ୍କ ୟିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାଯ ରେ ଉକ୍ତ ବାକ୍ଯକୁ ଅନ୍ୟଥା କରିବାକୁ ହସ୍ତକ୍ଷପେ କରିବେ, ସେ ସମସ୍ତଙ୍କୁ ୟିରୁଶାଲମ ରେ ସୁନାମ ସ୍ଥାପନକାରୀ ପରମେଶ୍ବର ଉଚ୍ଛିନ୍ନ କରିବେ।

13ତହିଁରେ ଦାରିଯାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଓ ଶଥର ବୋଷଣଯ ଓ ସମାନଙ୍କେ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ।

14ଏଥି ରେ ହାଗଯ ଭବିଷ୍ଯଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିଯର ଭବିଷ୍ଯଦ୍ବାକ୍ଯ ସହକା ରେ ୟିହୁଦୀଯ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ୟ୍ଯ ହେଲେ। ଆଉ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ଯ ରାଜା କୋରସ ଓ ଦାରିଯାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ।

15ଦାରିଯାବସ ରାଜାର ଅଧିକାରର ଷଷ୍ଠବର୍ଷ ରେ ଅଦର ନାମକ ମାସର ତୃତୀୟ ଦିନ ରେ ଏହି ମନ୍ଦିର ସମାପ୍ତ ହେଲା।

Ezra 6 illustration - Ezra Chapter 6

16ଏହାପରେ ଇଶ୍ରାୟେଲର ଲୋକମାନେ, ଯାଜକମାନେ, ଲବେୀୟମାନେ ଓ ନିର୍ବାସୀତର ଅବଶିଷ୍ଟ ଲୋକମାନେ ଆନନ୍ଦ ରେ ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।

17ପୁଣି ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସମାନେେ 100 ବୃଷ, 200 ଅଣ୍ତିରା ମଷେ, 400 ମଷେଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇଶ୍ରାୟେଲର ପାପାର୍ଥକ ବଳିଦାନ ନିମନ୍ତେ ଇଶ୍ରାୟେଲୀୟ ଗୋଷ୍ଠୀର ସଂଖ୍ଯା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ।

18ସମାନେେ ମାଶାେ ପୁସ୍ତକର ଲିଖନ ପ୍ରମାଣେ ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରର ସବୋପାଇଁ ଯାଜକମାନଙ୍କୁ ସମାନଙ୍କେର ଦଳ ଅନୁସାରେ ଓ ଲବେୀୟମାନଙ୍କୁ ସମାନଙ୍କେ ଦଳ ଅନୁସାରେ ନିୟୁକ୍ତି କଲେ।

19ଏହାପରେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନ ରେ ବନ୍ଦୀତ୍ବର ସନ୍ତାନଗଣ ନିସ୍ତାରପର୍ବ ପାଳନ କଲେ।

20କାରଣ ଯାଜକମାନେ ଓ ଲବେୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ। ସେ ସମସ୍ତେ ଶୁଚି ହାଇେଥିଲେ। ଏଣୁ ସମାନେେ ବନ୍ଦୀତ୍ବର ସମଗ୍ର ସନ୍ତାନ ନିମନ୍ତେ ଆପଣା ଯାଜକ ଭାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାରପର୍ବ ରେ ମଷେ ବଳି ବଧ କଲେ।

Ezra 6 illustration - Ezra Chapter 6

21ବଳିତ୍ବରୁ ପୁନରାଗତ ଇଶ୍ରାୟେଲ ସନ୍ତାନଗଣ ଓ ଯେଉଁମାନେ ସମାନଙ୍କେର ପକ୍ଷ ହାଇେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ଅନ୍ବଷେଣ କରିବା ପାଇଁ ଦେଶନିବାସୀ ଅନ୍ୟ ଦେଶୀଯମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ୍ କରିଥିଲେ। ସମାନେେ ସମସ୍ତେ ନିସ୍ତାର ପର୍ବ ରେ ଭୋଜନ କଲେ।

22ଏବଂ ସାତଦିନ ଆନନ୍ଦ ରେ ତାଡୀଶୂନ୍ଯ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସମାନଙ୍କେୁ ଅନନ୍ଦିତ କରିଥିଲେ ଓ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ରେ ସମାନଙ୍କେ ହସ୍ତ ସବଳ କରିବା ନିମନ୍ତେ ସମାନଙ୍କେ ପ୍ରତି ଅଶୂରୀଯ ରାଜାର ଅନ୍ତଃକରଣ ଫରୋଇ ଥିଲେ।

Chapter Complete

You have read Ezra 6

22 verses