Lumina
Ezekiel

Worship in the Temple

Ezekiel 46·Oriya Bible

1ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଭିତର ପ୍ରାଙ୍ଗଣର ପୂର୍ବଦ୍ବାର କାର୍ୟ୍ଯକାରୀ ଛଅଦିନ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଓ ଅମାବାସ୍ଯା ଦିନ ଖାେଲା ରହିବ।

2ପୁଣି ଅଧିପତି ବାହାର ଦ୍ବାରର ବାରଣ୍ଡା ଦଇେ ପ୍ରବେଶ କରିବେ ଓ ଦ୍ବାର ଚୌକାଠ ନିକଟରେ ଠିଆ ହବେେ। ଆଉ ଯାଜକମାନେ ତାଙ୍କର ହାମାେର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ବାର ପ୍ରବେଶ ସ୍ଥାନ ରେ ପ୍ରଣାମ କରିବେ ଓ ତା'ପ ରେ ବାହାରି ଯିବେ। କିନ୍ତୁ ସନ୍ଧ୍ଯା ପର୍ୟ୍ଯନ୍ତ ଦ୍ବାର ବନ୍ଦ କରାୟିବ ନାହିଁ।

3ଆଉ ବିଶ୍ରାମ ବାର ରେ ଓ ଅମାବାସ୍ଯା ରେ ସହେି ଦ୍ବାର ପ୍ରବେଶ ସ୍ଥାନ ନିକଟରେ ଦେଶର ସାଧାରଣ ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରଣାମ କରିବେ।

4ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁ ହାମବେଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନ ରେ ନିଖୁଣ ଛଅ ଗୋଟି ମଷେଶାବକ ଓ ନିଖୁଣ ଏକ ମଷେ ହବେ।

5ଆଉ ଭକ୍ଷ୍ଯ ନବୈେଦ୍ଯ ରୂପେ ମଷେ ସଙ୍ଗେ ଶସ୍ଯ ନବୈେଦ୍ଯ ଦବେେ ଓ ମଷେଶାବକ ସଙ୍ଗେ ସେ ନିଜର ଶକ୍ତି ଅନୁସାରେ ଭକ୍ଷ୍ଯ ନବୈେଦ୍ଯ ଦବେେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହୀନ ତୈଳ ଦବେେ।

Ezekiel 46 illustration - Ezekiel Chapter 46

6ଅମାବାସ୍ଯା ଦିନ ହାମବେଳି ନିମନ୍ତେ ଏକ ନିଖୁଣ ଗୋବତ୍ସ ଛଅ ମଷେ ଶାବକ ଓ ଏକ ମଷେ ହବେ। ଆଉ ଏଗୁଡ଼ିକ ସବୁ ନିଖୁଣ ହବେେ।

7ଆଉ ଅଧିପତି ଭକ୍ଷ୍ଯ ନବୈେଦ୍ଯ ରୂପେ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ, ମଷେ ସଙ୍ଗେ ଏକ ଐଫା ଶସ୍ଯ ଓ ମଷେଶାବକମାନଙ୍କ ସଙ୍ଗେ ନିଜ ନିଜ ଶକ୍ତି ଅନୁସାରେ ଦବେେ। ଆଉ ଏକ ଏକ ଐଫା ପରି ଏକ ଏକ ହୀନ ତୈଳ ଦବେେ।

8ପୁଣି ଅଧିପତି ପ୍ରବେଶ କଲା ବେଳେ ସହେି ଦ୍ବାର ବାରଣ୍ଡା ଦଇେ ଭିତରକୁ ପ୍ରବେଶ କରିବେ ଓ ସହେି ପଥ ଦଇେ ବାହାରି ଯିବେ।

9ମାତ୍ର ନିରୂପିତ ପର୍ବଦିନମାନଙ୍କ ରେ ଯେତବେେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତବେେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ବାର ପଥଦଇେ ଆସିବ, ସେ ଦକ୍ଷିଣ ଦ୍ବାର ପଥଦଇେ ବାହାରି ୟିବ। ଆଉ ଯେଉଁ ଲୋକ ଦକ୍ଷିଣ ଦ୍ବାର ପଥ ଦଇେ ଭିତରକୁ ପ୍ରବେଶ କରିବ, ସେ ଉତ୍ତର ଦ୍ବାର ପଥଦଇେ ବାହାରି ୟିବ। ମାତ୍ର କହେି ଯେଉଁ ଦ୍ବାର ଦଇେ ଆସିବେ ସହେି ଦ୍ବାର ଦଇେ ଫରେିବେ ନାହିଁ। ଆଉ ନିଜ ସମ୍ମୁଖସ୍ଥ ପଥ ଦଇେ ବାହାରି ୟିବ।

10ପୁଣି ଲୋକମାନେ ଯେତବେେଳେ ଭିତରକୁ ଯିବେ ସେତବେେଳେ ଅଧିପତି ସମାନଙ୍କେ ସହିତ ଭିତରକୁ ଯିବେ। ଆଉ ବାହାରିଲା ବେଳେ ସମାନେେ ଏକତ୍ର ବାହାରିଯିବେ।

Ezekiel 46 illustration - Ezekiel Chapter 46

11ଆଉ ପର୍ବ ଓ ଉତ୍ସବାଦି ସମୟରେ ଶସ୍ଯ ନବୈେଦ୍ଯ ରୂପେ ଏକ ଗୋବତ୍ସ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ, ଏକ ଅଣ୍ଡିରା ମଷେ ସଙ୍ଗେ ଏକ ଐଫା ଶସ୍ଯ ନବୈେଦ୍ଯ ଓ ମଷେ ଶାବକମାନଙ୍କ ସଙ୍ଗେ ଶସ୍ଯ ନବୈେଦ୍ଯ ଆପଣା ଶକ୍ତି ଅନୁସାରେ ଆଉ ଏକ ଏକ ଐଫା ସଙ୍ଗେ ଏକ ଏକ ହୀନ ତୈଳ ଦବେେ।

12ପୁଣି ଅଧିପତି ଯେତବେେଳେ ସ୍ବେଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଅବା ମଙ୍ଗଳାର୍ଥକ ବଳି ସ୍ବେଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତବେେଳେ ତାଙ୍କ ପାଇଁ ପୂର୍ବଦ୍ବାର ଫିଟାୟିବ। ଏବଂ ସେ ବିଶ୍ରାମ ଦିନ ରେ ଯେପରି କରନ୍ତି ସହେିପରି ଆପଣା ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତା'ପ ରେ ସେ ବାହାରି ଯିବେ ଓ ବାହାରି ଗଲାପ ରେ ଦ୍ବାର ବନ୍ଦ କରାୟିବ।

13ପୁଣି ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ଏକ ବର୍ଷୀଯ ନିଖୁଣ ଏକ ମଷେ ଶାବକ ଉତ୍ସର୍ଗ କରିବ। ତାହା ତୁମ୍ଭେ ପ୍ରତି ପ୍ରଭାତ ରେ ଉତ୍ସର୍ଗ କରିବ।

14ଆଉ ତାହା ସହିତ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ଯ ନବୈେଦ୍ଯ ରୂପେ ଏକ ଐଫାର ଏକ ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବାକୁ ଏକ ହୀନର ଏକ ତୃତୀଯାଂଶ ତୈଳ ଉତ୍ସର୍ଗ କରିବ। ଏହି ଶସ୍ଯ ନବୈେଦ୍ଯ ବନ୍ଦ ନ କରି ସର୍ବଦା ଦବେ।

15ଏହିରୂପେ ଲୋକମାନେ ନିତ୍ଯ ହାମବେଳି ରୂପେ ପ୍ରତି ପ୍ରଭାତ ରେ ମଷେଛୁଆ, ଭକ୍ଷ୍ଯ ନବୈେଦ୍ଯ ଓ ତୈଳ ଉତ୍ସର୍ଗ କରିବେ।

Ezekiel 46 illustration - Ezekiel Chapter 46

16ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ଯଦି ଅଧିପତି ନିଜ ପୁତ୍ରମାନଙ୍କରୁ ଜଣକୁ ତାଙ୍କ ଭୂମିର ଅଂଶରୁ ଗୋଟିଏ ଉପହାର କରନ୍ତି, ତବେେ ତା'ର ଉତ୍ତରାଧିକାରୀ ସହେି ପୁତ୍ରମାନେ ହବେେ। ଏହା ସମାନଙ୍କେର ସମ୍ପତ୍ତି ହବେ।

17ମାତ୍ର ଯଦି ଅଧିପତି ନିଜ ଦାସମାନଙ୍କ ମଧ୍ଯରୁ କାହାକୁ କିଛି ଦାନ କରନ୍ତି, ତବେେ ତାହା ମୁକ୍ତିବର୍ଷ ପର୍ୟ୍ଯନ୍ତ ତାହାର ହବେ। ଓ ତା'ପ ରେ ତାହା ଅଧିପତି ନିକଟକୁ ଫରେିୟିବ। ଆଉ ସେ ଉତ୍ତରାଧିକାରିତ୍ବ କବଳେ ତାଙ୍କ ପୁତ୍ରଗଣର ହବେ।

18ଆଉ ଅଧିପତି ନିଶ୍ଚଯ ଲୋକମାନଙ୍କୁ ସମାନଙ୍କେ ଉତ୍ତରାଧିକାରୀରୁ ବଞ୍ଚିତ କରିପାରିବେ ନାହିଁ, ସମାନଙ୍କେର ସମ୍ପତ୍ତିରୁ ତଡ଼ି ଦଇପୋରିବ ନାହିଁ। ତାଙ୍କର ପୁତ୍ରଗଣ କବଳେ ତାଙ୍କର ସମ୍ପତ୍ତିର ଅଧିକାର ପାଇବେ। ଏହି ପ୍ରକା ରେ ମାରେ କୌଣସି ଲୋକ ତା'ର ସମ୍ପତ୍ତିରୁ ଅଲଗା ହବେ ନାହିଁ।

19ତା'ପ ରେ ସେ ଦ୍ବାର ପାଶର୍‌ବସ୍ଥ ପ୍ରବେଶ ପଥଦଇେ ମାେତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀକୁ ଆଣିଲେ। ମୁଁ ସଠାେ ରେ ପଶ୍ଚିମ ରେ ଏକ ସ୍ଥାନ ଥିବାର ଦେଖିଲି।

20ସେ ମାେତେ କହିଲେ, ଏହି ସ୍ଥାନ ରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ, ଆଉ ଭକ୍ଷ୍ଯ ନବୈେଦ୍ଯ ପାକ କରିବେ। ସମାନେେ ଲୋକମାନଙ୍କୁ ପବିତ୍ର କରିବା ନିମନ୍ତେ ତାହାର ପ୍ରାଙ୍ଗଣକୁ ତାହାସବୁ ଆଣିବା ଦରକାର ନାହିଁ।

Ezekiel 46 illustration - Ezekiel Chapter 46

21ଏହାପ ରେ ସେ ମାେତେ ବାହାର ପ୍ରାଙ୍ଗଣକୁ ଆଣି ସହେି ପ୍ରାଙ୍ଗଣର ଚାରିକଣ ଦଇେ ଗମନ କରାଇଲେ। ଆଉ ସହେି ପ୍ରାଙ୍ଗଣର ପ୍ରେତ୍ୟକକ କଣ ରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା।

22ପ୍ରାଙ୍ଗଣର ଚାରି କଣ ରେ ଚାଳିଶ ହାତ ର୍ଦୈଘ୍ଯ ଓ ତିରିଶ ହାତ ପ୍ରସ୍ଥ ପ୍ରାଚୀର ବିଶିଷ୍ଟ ଏକ ଏକ େଛାଟ ପ୍ରାଙ୍ଗଣ ଥିଲା। କଣମାନଙ୍କର ଏହି ଚାରି ପ୍ରାଙ୍ଗଣର ମାପ ସମାନ ଥିଲା।

23ସହେି ପ୍ରାଙ୍ଗଣର ଚାରିପାଖ ରେ ଥାକ ଥିଲା। ସହେି ଥାକ ଭିତର ପାଖକୁ ଲାଗି ପାକସ୍ଥାନ ନିର୍ମିତ ହାଇେଥିଲା।

24ଆଉ ସେ ମାେତେ କହିଲେ, ଏସବୁ ପାକ ଗୃହ ଓ ଏହି ସ୍ଥାନ ରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ।

Chapter Complete

You have read Ezekiel 46

24 verses