Lumina
Ezekiel

Eastern Gate Shut

Ezekiel 44·Oriya Bible

1ତା'ପ ରେ ସେ ମାେତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଫାଟକ ବାଟରେ ଫରୋଇ ଆଣିଲେ।

2ତା'ପ ରେ ସଦାପ୍ରଭୁ ମାେତେ କହିଲେ, ଏହି ଫାଟକ ବନ୍ଦ ରହିବ। ତାହା ମୁକ୍ତ ହବେ ନାହିଁ କିମ୍ବା କୌଣସି ମନୁଷ୍ଯ ତାହାଦଇେ ପ୍ରବେଶ କରିବ ନାହିଁ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ତାହାଦଇେ ପ୍ରବେଶ କରିଅଛନ୍ତି, ଏଥିପାଇଁ ତାହା ବନ୍ଦ ରହିବ।

3କବଳେ ଅଧିପତି ସଦାପ୍ରଭୁଙ୍କ ସମ୍ମୁଖ ରେ ଆହାର କରିବା ପାଇଁ ତହିଁ ମଧିଅରେ ବସିବେ। ସେ ଦ୍ବାରର ବାରଣ୍ଡା ପଥଦଇେ ପ୍ରବେଶ କରିବେ ଓ ସହେି ପଥଦଇେ ବାହାରିଯିବେ।

4ତା'ପ ରେ ସେ ମାେତେ ଉତ୍ତର ଦ୍ବାର ଦଇେ ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖକୁ ଆଣିଲେ। ତା'ପ ରେ ମୁଁ ଦୃଷ୍ଟିପାତ କରି ଦେଖିଲି ସଦାପ୍ରଭୁଙ୍କ ମନ୍ଦିର ସଦାପ୍ରଭୁଙ୍କ ମହିମା ରେ ପରିପୂର୍ଣ୍ଣ ଥିଲା। ତେଣୁ ମୁଁ ଭୂମିକୁ ଛୁଇଁ ପ୍ରଣାମ କଲି।

5ପୁଣି ସଦାପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁଙ୍କ ମନ୍ଦିରର ସକଳ ବିଧି ଓ ତହିଁର ସକଳ ବ୍ଯବସ୍ଥା ବିଷଯ ରେ ଯାହା ଯାହା ମୁଁ ତୁମ୍ଭକୁ କହିଅଛୁ, ତୁମ୍ଭେ ମନୋୟୋଗ ସହକା ରେ ଧ୍ଯାନ ଦିଅ, ଦେଖ ଓ ଶୁଣ। ଆଉ ମନ୍ଦିର ରେ ପ୍ରବେଶ ଓ ପ୍ରସ୍ଥାନ ଉତ୍ତମରୂପେ ଅନୁଧ୍ଯାନ କର।

Ezekiel 44 illustration - Ezekiel Chapter 44

6ଆଉ ଇଶ୍ରାୟେଲର ଅବଜ୍ଞାକାରୀଙ୍କୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି। ହେ ଇଶ୍ରାୟେଲ ବଂଶ, ତୁମ୍ଭମାନେେ କରିଥିବା ଘୃଣ୍ଯକର୍ମ ତୁମ୍ଭମାନଙ୍କର ୟଥେଷ୍ଟ ହାଇେଛି।

7କାରଣ ତୁମ୍ଭମାନେେ ଶାରୀରିକ ଓ ହୃଦଯ ରେ ଅସୁନ୍ନତ ବିଦେଶୀମାନଙ୍କୁ ମାରେ ମନ୍ଦିର ଅଗଣାକୁ ଆଣିଲେ ଓ ମାରେ ମନ୍ଦିରକୁ ଅପବିତ୍ର କଲ। ତୁମ୍ଭମାନେେ ମାରେ ଖାଦ୍ୟ ତିଆରି କଲ, ମଦେ ଏବଂ ରକ୍ତକୁ ଅପବିତ୍ର କଲ। ଯେ ହତେୁ ତୁମ୍ଭମାନେେ ସଗେୁଡ଼ିକ ଉତ୍ସର୍ଗ କରୁଥିଲ। ତୁମ୍ଭମାନେେ, ତୁମ୍ଭମାନଙ୍କ ସହିତ ହାଇେଥିବା ମାରେନିଯମ ଭଙ୍ଗ କଲ।

8ପୁଣି ତୁମ୍ଭମାନେେ ମାରେ ପବିତ୍ର ବସ୍ତୁଗୁଡ଼ିକର ଯତ୍ନ ନବୋକୁ ଧ୍ଯାନ ଦଇେ ନାହଁ। ଏବଂ ତୁମ୍ଭମାନେେ ବିଦେଶୀଯମାନଙ୍କ ହସ୍ତ ରେ ପବିତ୍ର ସ୍ଥାନ ରକ୍ଷାର ଦାଯିତ୍ବ ଦଇେଅଛ।'

9ସଦାପ୍ରଭୁ, ମାରେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଇଶ୍ରାୟେଲ ସନ୍ତାନମାନଙ୍କ ମଧିଅରେ ଯେଉଁ ବିଦେଶୀଯମାନେ ଅଛନ୍ତି ସମାନଙ୍କେ ମଧ୍ଯରୁ ଶାରୀରିକ ବା ହୃଦଯ ରେ ଅସୁନ୍ନତ କୌଣସି ବିଦେଶୀଯ ଲୋକ ମାେ ପବିତ୍ର ମନ୍ଦିର ରେ ପ୍ରବେଶ କରିବ ନାହିଁ।

10ଯେତବେେଳେ ଇଶ୍ରାୟେଲ ମାଠାରୁେ ବିପଥଗାମୀ ହେଲେ, ଲବେୀୟମାନେ ମାଠାରୁେ ଦୂ ରଇେ ଗଲେ ଏବଂ ୟିଏ ମୂର୍ତ୍ତି ପୂଜାର ପ୍ରଥା ଅନୁସରଣ କଲେ, ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବହନ କରିବେ।

Ezekiel 44 illustration - Ezekiel Chapter 44

11ଲବେୀୟମାନେ ମାରେ ପବିତ୍ରସ୍ଥାନ ସବୋ କରିବା ପାଇଁ ବଚ୍ଛା ୟାଇଥିଲେ। ସମାନେେ ମନ୍ଦିରର ଫାଟକଗୁଡ଼ିକ ଜଗିଲେ। ସମାନେେ ମନ୍ଦିର ରେ ସବୋ କଲେ। ସମାନେେ ବଳିଦାନ ପାଇଁ ପଶୁଗୁଡ଼ିକ ମାରିଲେ ଏବଂ ଲୋକମାନଙ୍କ ପାଇଁ ହାମେପଳି କଲେ। ସମାନେେ ଲୋକମାନଙ୍କୁ ସାହାୟ୍ଯ କରିବା ପାଇଁ ଏବଂ ସମାନଙ୍କେୁ ସବୋ କରିବା ପାଇଁ ବଛା ୟାଇଥିଲେ।

12କିନ୍ତୁ ସମାନେେ ସମାନଙ୍କେର ପ୍ରତିମାଗଣଙ୍କୁ ପୂଜା କଲେ, ସେଥିପାଇଁ ଇଶ୍ରାୟେଲର ଲୋକମାନଙ୍କର ଝୁଣ୍ଟି ପଡ଼ିବାର ଓ ପାପର କାରଣ ହେଲା। ଏଣୁ, ମୁଁ ସମାନଙ୍କେ ବିରୁଦ୍ଧ ରେ ପ୍ରତିଜ୍ଞା କରୁଛି : ' ସମାନେେ ସମାନଙ୍କେର ପାପ ପାଇଁ ଦଣ୍ଡ ବୋହିବେ।' ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।

13ପୁଣି ସମାନେେ ମାରେ ଯାଜକମାନଙ୍କ ପରି ମାରେ ନିକଟକୁ ବଳିଦାନ ଆଣିବେ ନାହିଁ। ସମାନେେ ମାରେ ଦ୍ରବ୍ଯଗୁଡ଼ିକ ମଧ୍ଯରୁ କୌଣସି ପବିତ୍ର ଦ୍ରବ୍ଯ ନିକଟକୁ କିମ୍ବା ଅତି ପବିତ୍ର ଦ୍ରବ୍ଯଗୁଡ଼ିକ ନିକଟକୁ ଆସିବେ ନାହିଁ। କିନ୍ତୁ ସମାନେେ ନିଜର ଭୟଙ୍କର ପାପଗୁଡ଼ିକ ପାଇଁ ଅପମାନ ସହ୍ଯ କରିବେ।

14ତଥାପି ମନ୍ଦିରର ସବୋକାର୍ୟ୍ଯ ପାଇଁ ଓ ତାହା ମଧିଅରେ ସମସ୍ତ କାର୍ୟ୍ଯ କରିବା ପାଇଁ ମନ୍ଦିରର ଯତ୍ନ ନବୋକୁ ମୁଁ ସମାନଙ୍କେୁ ନିୟୁକ୍ତ କରିବି।

15କିନ୍ତୁ ସମସ୍ତ ଲବେୀୟ ଯାଜକଗଣ, ସାଦୋକର ଭବିଷ୍ଯତ ବଂଶଧରଗଣ ଯେଉଁମାନେ ମାରେ ପବିତ୍ର ସ୍ଥାନ ନିଯମ ଅନୁସରଣ କଲେ, ଯେତବେେଳେ ଇଶ୍ରାୟେଲୀୟମାନେ ମାଠାରୁେ ବିପଥଗାମୀ ହେଲେ, ସମାନେେ ମାେ ପାଖକୁ ସବୋ କରିବା ପାଇଁ ଆସିବାକୁ ସମର୍ଥ ହବେ। ସମାନେେ ମାେ ଉଦ୍ଦେଶ୍ଯ ରେ ମଦେ ଓ ରକ୍ତ ବଳିଦାନ ହାଇେଥିବା ପଶୁମାନଙ୍କର ଉତ୍ସର୍ଗ କରିବା ନିମନ୍ତେ ମାେ ସମ୍ମୁଖ ରେ ଠିଆ ହବେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

Ezekiel 44 illustration - Ezekiel Chapter 44

16 ସମାନେେ ମାରେ ପବିତ୍ର ସ୍ଥାନ ରେ ପ୍ରବେଶ କରିବେ। ସମାନେେ ମାେତେ ସବୋ କରିବା ପାଇଁ ମାେ ମଜେ ନିକଟକୁ ଆସିବେ ଓ ସମାନେେ ମାରେ ସବୋ ରେ ଯତ୍ନଶୀଳ ହବେ।

17ଯେତବେେଳେ ସମାନେେ ଭିତର ପ୍ରାଙ୍ଗଣର ଫାଟକ ନିକଟକୁ ଆସନ୍ତି, ସମାନେେ ନାଇଲନ୍ ପୋଷାକ ପିନ୍ଧିବେ, ଯେତବେେଳେ ସମାନେେ ମନ୍ଦିରର ଭିତର ପ୍ରାଙ୍ଗଣର ସବୋ କରନ୍ତି, ସମାନେେ ନିଶ୍ଚଯ ପଶମ ବସ୍ତ୍ର ପରିଧାନ କରିବେ ନାହିଁ।

18ସମାନଙ୍କେ ମସ୍ତକରେ ମସିନା ବସ୍ତ୍ରର ପଗଡ଼ି ଓ କଟି ଦେଶ ରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ। ସ୍ବଦେ ଜାତ ହେଲାଭଳି କୌଣସି ପୋଷାକ ସମାନେେ ପିନ୍ଧିବେ ନାହିଁ।

19ପୁଣି ସମାନେେ ବାହାର ପ୍ରାଙ୍ଗଣ ରେ ଲୋକମାନଙ୍କ ନିକଟକୁ ୟିବା ପୂର୍ବରୁ, ସମାନେେ ଉପାସନା ସମୟରେ ବ୍ଯବହୃତ ବସ୍ତ୍ର କାଢ଼ି ଦବୋ ଉଚିତ୍ ଏବଂ ପବିତ୍ର କଠାେରୀ ରେ ସଗେୁଡ଼ିକୁ ରଖିବେ। ଲୋକମାନେ ଯେପରି ସହେି ପବିତ୍ର ବସ୍ତ୍ର ନ ଛୁଇଁବେ, ସେଥିପାଇଁ ସମାନେେ ଅନ୍ୟ ବସ୍ତ୍ର ପରିଧାନ କରିବେ।

20ଏହି ଯାଜକଗଣ ସମାନଙ୍କେର ମସ୍ତକ ନିଶ୍ଚଯ କ୍ଷୌର କରିବେ ନାହିଁ। କିମ୍ବା ସମାନଙ୍କେର କେଶକୁ ଲମ୍ବା ହବୋକୁ ଦବେେ ନାହିଁ। ସମାନେେ କବଳେ ସମାନଙ୍କେର କେଶ କର୍ତ୍ତନ କରିବା ଉଚିତ୍।

Ezekiel 44 illustration - Ezekiel Chapter 44

21କୌଣସି ଯାଜକ ଭିତର ପ୍ରାଙ୍ଗଣ ରେ ପ୍ରବେଶ କରିବା ସମୟରେ ଦ୍ରାକ୍ଷାରସ ପାନ କରିବେ ନାହିଁ।

22ପୁଣି ସମାନେେ ବିଧବା କିମ୍ବା ସ୍ବାମୀ ପରିତ୍ଯକ୍ତା ସ୍ତ୍ରୀକୁ ବିବାହ କରିବେ ନାହିଁ। ସମାନେେ ଇଶ୍ରାୟେଲ ବଂଶଜାତ ଅନୁଢ଼ା କୁମାରୀ କିମ୍ବା ମୃତ ଯାଜକର ବିଧବାକୁ ବିବାହ କରିବେ।

23ଆଉ ମଧ୍ଯ ଯାଜକମାନେ ମାରେ ଲୋକମାନଙ୍କୁ ପବିତ୍ର କି ଅପବିତ୍ର ଆଉ ଶୁଚି ଓ ଅଶୁଚି ମଧିଅରେ ପ୍ରଭଦେ ଶିଖାଇବେ।

24ବିବାଦ ଉପସ୍ଥିତ ହେଲେ ସମାନେେ ବିଚାରପତି ଭାବରେ ବିଚାର କରିବେ। ମାରେ ସମସ୍ତ ଶାସନ ବିଧି ଅନୁସାରେ ସମାନେେ ବିଚାର ନିଷ୍ପତ୍ତି କରିବେ ଏବଂ ସମାନେେ ମାରେ ନିରୂପିତ ସମସ୍ତ ପର୍ବ ରେ ମାରେ ବ୍ଯବସ୍ଥା ଓ ମାରେ ବିଧିସବୁ ପାଳନ କରିବେ। ଆଉ ସମାନେେ ମାରେ ବିଶ୍ରାମ ଦିନଗୁଡ଼ିକ ପବିତ୍ର ରଖିବା ଉଚିତ୍।

25କାରଣ ସମାନେେ ଅଶୁଚି କରିବା ପାଇଁ କୌଣସି ମୃତ ଲୋକ ଶବ ନିକଟକୁ ଆସିବେ ନାହିଁ। କିନ୍ତୁ ସମାନେେ ନିଜର ପିତା, ମାତା, ପୁତ୍ର, କନ୍ଯା, ଭ୍ରାତା କିମ୍ବା ଅବିବାହିତା ଭଗିନୀ ନିମନ୍ତେ ନିଜକୁ ଅଶୁଚି କରିପାରିବେ।

Ezekiel 44 illustration - Ezekiel Chapter 44

26ପୁଣି ଯାଜକ ଶୁଚି ହେଲା ପ ରେ ଗଣିତ ହବୋ ପାଇଁ ସାତଦିନ ଅପେକ୍ଷା କରିବ।

27ସେ ଯେଉଁଦିନ ଉପାସନା ପାଇଁ ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ୟିବ ସଦେିନ ନିଜ ପାଇଁ ପାପାର୍ଥକ ବଳି ଉତ୍ସର୍ଗ କରିବ। ସଦାପ୍ରଭୁ, ମାରେ ପ୍ରଭୁ ଏହିସବୁ କହନ୍ତି।

28ଆଉ ଲବେୀୟମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହବେେ। ମୁଁ ସମାନଙ୍କେର ସମ୍ପତ୍ତି, ତୁମ୍ଭମାନେେ ଇଶ୍ରାୟେଲ ଭିତ ରେ କୌଣସି ଭୂମି ସମାନଙ୍କେୁ ଦବେ ନାହିଁ। କାରଣ ମୁଁ ସମାନଙ୍କେର ଅଧିକାର ଅଟେ।

29ସମାନେେ ଶସ୍ଯ ବଳି, ପାପାର୍ଥକ ବଳି ଓ ଦୋଷର୍ଥକ ବଳି ଭୋଜନ କରିବେ। ଇଶ୍ରାୟେଲ ଲୋକମାନେ ଯାହାସବୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବେ, ସେସବୁ ସମାନଙ୍କେର ହବେ।

30ତୁମ୍ଭମାନଙ୍କର ସମସ୍ତ ଶସ୍ଯ ଅମଳର ପ୍ରଥମ ଭାଗ ଓ ସମସ୍ତ ଉପହାରଗୁଡ଼ିକ ମଧିଅରେ ପ୍ରେତ୍ୟକକ ଉପହାର ଯାଜକମାନଙ୍କର ହବେ। ଆଉ ମଧ୍ଯ ତୁମ୍ଭମାନେେ ନିଜ ନିଜ ଗୃହ ରେ ଆଶୀର୍ବାଦ ଲାଭ କରିବା ପାଇଁ ଯାଜକକୁ ନିଜର ସୁଜିର ପ୍ରଥମ ଅଂଶ ଦବେ।

Ezekiel 44 illustration - Ezekiel Chapter 44

31ପୁଣି ଯାଜକମାନେ କୌଣସି ସ୍ବଯଂ ମୃତ ବା ପଶୁ ପକ୍ଷୀ ଦ୍ବାରା ବିଦୀର୍ଣ୍ଣ କୌଣସି ମୃତ ପଶୁ କିମ୍ବା ପକ୍ଷୀ ଭକ୍ଷଣ କରିବେ ନାହିଁ।

Chapter Complete

You have read Ezekiel 44

31 verses