Lumina
Ezekiel

Vision of the New Temple

Ezekiel 40·Oriya Bible

1ମ୍ଭର ନିର୍ବାସନର ପଞ୍ଚବିଂଶ ବର୍ଷର, ଆରମ୍ଭ ରେ ମାସର ଦଶମ ଦିନ ରେ ସଦାପ୍ରଭୁଙ୍କ ଶକ୍ତି ମାେ ଉପ ରେ ଅଧିଷ୍ଠିତ ହେଲା। ଏହା ବାବିଲ ୟିରୁଶାଲମ ଅକ୍ତିଆର କରିବାର ଚତୁର୍ଦ୍ଦଶବର୍ଷ ପ ରେ ସହେିଦିନ ସଦାପ୍ରଭୁ ମାେତେ ସଠାେକୁ ଦର୍ଶନ ରେ ଆଣିଲେ।

2ଦର୍ଶନ ୟୋଗେ ପରମେଶ୍ବର ମାେତେ ଇଶ୍ରାୟେଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତ ରେ ବସାଇଲେ। ସହେି ପର୍ବତ ଉପ ରେ ମାରେ ସମ୍ମୁଖ ରେ ଗୋଟିଏ ନଗର ତୁଲ୍ଯ ଆକୃତି ଥିଲା।

3ସେ ମାେତେ ସେ ସ୍ଥାନକୁ ନଇଗେଲେ। ସଠାେ ରେ ଏକ ପୁରୁଷ ଥିଲେ। ତାଙ୍କର ଆଭା ପିତ୍ତଳର ଆଭା ତୁଲ୍ଯ ଥିଲା। ତାଙ୍କ ହସ୍ତ ରେ କନାର ଏକ ମାପ ଫିତା ଓ ପରିମାପକ ଏକ ଦଣ୍ଡ ଥିଲା। ଆଉ ସେ ଦ୍ବାର ନିକଟରେ ଛିଡ଼ା ହାଇେଥିଲେ।

4ସେ ଲୋକଟି ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ତୁମ୍ଭର ଆଖି ଓ କାନ ଖାେଲା ରଖିଛ ଓ ଧ୍ଯାନ ଦଇେଛ, ଯାହା ମୁଁ ତୁମ୍ଭକୁ ଦଖାଇବୋ ପାଇଁ ଯାଉଛି, ଏଥିପାଇଁ ତୁମ୍ଭକୁ ଏଠାକୁ ଅଣାଗଲା। ତୁମ୍ଭେ ଯାହାସବୁ ଦେଖିବ ସଗେୁଡ଼ିକ ଇଶ୍ରାୟେଲର ଲୋକମାନଙ୍କୁ ଜଣାଅ।

5ମୁଁ ଦେଖିଲି ମନ୍ଦିରର ବାହା ରେ ଚତୁର୍ଦ୍ଦିଗ ରେ ଏକ ପ୍ରାଚୀର ଥିଲା। ଆଉ ସେ ପୁରୁଷଙ୍କ ହସ୍ତ ରେ ଏକ ପରିମାପକ ଦଣ୍ଡ ଥିଲା। ତାହା ଛଅହାତ ଦୀର୍ଘ, ପ୍ରେତ୍ୟକକ ହାତ ଏକହାତ ଚାରି ଅଙ୍ଗୁଳି ପରିମିତ। ତହିଁରେ ସେ ଗୃହର ସ୍ଥୁଳତା ଏକ ଦଣ୍ଡ ଓ ଉଚ୍ଚତା ଏକ ଦଣ୍ଡ ମାପିଲେ।

Ezekiel 40 illustration - Ezekiel Chapter 40

6ତା'ପ ରେ ସେ ପୁନର୍ବାର ନିକଟକୁ ଆସି ତହିଁର ପାବାଛ ନଇେ ଉପରକୁ ଉଠିଲେ। ତା'ପ ରେ ସେ ଫାଟକର ଏରୁଣ୍ଡି ବନ୍ଧ ମାପିଲେ, ଏହାର ଓସାର ଏକ ଦଣ୍ଡ ଥିଲା।

7ପ୍ରହରୀମାନଙ୍କର କୋଠରୀଗୁଡ଼ିକ ଏକଦଣ୍ଡ ଦୀର୍ଘ ଓ ଏକ ଦଣ୍ଡ ପ୍ରସ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀର କାନ୍ଥଗୁଡ଼ିକ ମଧିଅରେ ପାଞ୍ଚ ପାଞ୍ଚ ହାତ ଛଡ଼ା ହାଇେଥିଲା ଓ ଗୃହାଭିମୁଖେ ଦ୍ବାରର ବାରଣ୍ଡା ନିକଟସ୍ଥ ଦ୍ବାରର ସମ୍ମୁଖ ସ୍ଥାନ ଏକ ଦଣ୍ଡ ଥିଲା।

8ତା'ପ ରେ ସେ ଗୃହାଭିମୁଖ ଦ୍ବାରର ବାରଣ୍ଡା ମଧ୍ଯ ମାପିଲେ।

9ଦ୍ବାରର ବାରଣ୍ଡା ଆଠ ହାତ ଥିଲା ଓ ତହିଁର ଉପସ୍ତମ୍ଭ ସକଳ ଦୁଇହାତ ଥିଲା। ଆଉ ଦ୍ବାରର ବାରଣ୍ଡା ମନ୍ଦିର ଆଡ଼େ ଥିଲା।

10ଆଉ ପୂର୍ବାଭିମୁଖ ଦ୍ବାରର ଏପାଖ ରେ ତିନି ଓ ସପୋଖ ରେ ତିନି କଠାେରୀ ଥିଲା। ସେ ତିନି ତିନି କଠାେରୀର ମାପ ସମାନ ଥିଲା ଓ ପ୍ରତିପାଖ ସ୍ତମ୍ଭଗୁଡ଼ିକ ସମାନ ମାପର ଥିଲା।

Ezekiel 40 illustration - Ezekiel Chapter 40

11ପୁଣି ସେ ଦ୍ବାରର ପ୍ରବେଶ ପଥ ମାପିଲେ। ତାହାର ଦୀର୍ଘତା ତରେ ହାତ ଓ ପ୍ରସ୍ଥ ଦଶ ହାତ ଥିଲା।

12ପ୍ରତି କଠାେରୀର ସମ୍ମୁଖ ରେ ଏ ପାଖ ରେ ଏକ ହାତ ଓସାର ଓ ସେ ପାଖ ରେ ଏକ ହାତ ଲମ୍ବା ; େଛାଟ କାନ୍ଥ ଥିଲା। ଆଉ ପ୍ରେତ୍ୟକକ କଠାେରୀ ଛଅହାତ ବର୍ଗ ପରିମିତ ଥିଲା।

13ତା'ପ ରେ ଏକ କାନ୍ଥଠାରୁ ଅନ୍ୟ କାନ୍ଥ ପର୍ୟ୍ଯନ୍ତ ପଚିଶ ହାତ ମାପିଲେ। ଏହାର ଦ୍ବାର ସମ୍ମୁଖ ରେ ଦ୍ବାର ଥିଲା।

14ସହେି ମନୁଷ୍ଯଟି ଉପସ୍ତମ୍ଭର ଦୁଇ କାନ୍ଥ ସମତେ ଚାରି କାନ୍ଥକୁ ସାମ୍ନା ସାମ୍ନି ମାପିଲେ। ଏହା ସର୍ବମାଟେ ଷାଠିଏ ହାତ ଥିଲା।

15ପୁଣି ପ୍ରବଶାେର୍ଥକ ଦ୍ବାରର ଅଗ୍ରଭାଗରୁ ଅନ୍ତରସ୍ଥ ବାରଣ୍ଡାର ଅଗ୍ରଭାଗ ପର୍ୟ୍ଯନ୍ତ ପଚାଶ ହାତ ଥିଲା।

Ezekiel 40 illustration - Ezekiel Chapter 40

16ପ୍ରତି ଦ୍ବାର କୋଠରୀର ଓ ଉପସ୍ତମ୍ଭ ଗୁଡ଼ିକର ଭିତ ରେ ଚାରିଆଡ଼େ କଳାକବାଟି ଥିଲା। ଆଉ ମଣ୍ଡପଗୁଡ଼ିକରେ ମଧ୍ଯ ସହେିପରି ଥିଲା। ଆଉ କଳାକବାଟିସବୁ ଭତର ଆଡ଼କୁ ମୁହଁ ଥିଲା ଫାଟକ ଦ୍ବାରର ପ୍ରେତ୍ୟକକ ପାଶର୍‌ବର କାନ୍ଥ ରେ ଖଜୁର୍ର ବୃକ୍ଷର ଆକୃତି ଖାଦେିତ ହାଇେଥିଲା।

17ତା'ପ ରେ ସେ ମାେତେ ବାହାର ଅଗଣାକୁ ଆଣିଲେ। ମୁଁ ଦେଖିଲି ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ କେତକେ କଠାେରୀ ଓ ନିର୍ମିତ ଚଟାଣ ଥିଲା। ସହେି ଚଟାଣ ଉପ ରେ ତିରିଶଟି କଠାେରୀ ଥିଲା।

18ସହେି ଚଟାଣ ଦ୍ବାରର ଦୀର୍ଘତାନୁସା ରେ ପ୍ରଶସ୍ତ ଥିଲା, ଆଉ ସହେି ଚଟାଣ ଦ୍ବାରସବୁର ପାଶର୍‌ବ ରେ ଥିଲା ଓ ଏହା ନିମ୍ନତର ଚଟାଣ।

19ତବେେ ସେ ନିମ୍ନତର ଫାଟକର ଭିତର ଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ୟ୍ଯନ୍ତ ବାହାର ପ୍ରସ୍ଥ ମାପିଲେ ଓ ତାହା ପୂର୍ବ ଓ ଉତ୍ତର ଦିଗ ରେ 100 ହାତ ଥିଲା।

20ତବେେ ସେ ବାହାର ପ୍ରାଙ୍ଗଣର ଉତ୍ତର ଦ୍ବାରର ର୍ଦୈଘ୍ଯ ପ୍ରସ୍ଥ ମାପିଲେ।

Ezekiel 40 illustration - Ezekiel Chapter 40

21ଏହି ଫାଟକଟି ପ୍ରେତ୍ୟକକ ପାଶର୍‌ବ ରେ ତିନୋଟି କଠାେରୀ ସହିତ ଏହାର ପ୍ରାଙ୍ଗଣ ରେ ମାପ ପ୍ରଥମ ଚଟାଣ ସହିତ ସମାନ ଥିଲା। ତାହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।

22ଏବଂ ତାହାର କଳାକବାଟି, ମଣ୍ଡପ ଓ ଖାଦେିତ ଖଜୁର୍ର ବୃକ୍ଷର ମାପ ପୂର୍ବାଭିମୁଖ ଦ୍ବାରର ମାପ ଅନୁସାରେ ଥିଲା। ସାତାଟେି ପାହାଚ ଫାଟକ ଆଡ଼କୁ ୟାଇଥିଲା ଏବଂ ଏହାର ପ୍ରାଙ୍ଗଣ ଶଷେ ଫାଟକର ଭିତର ପାଖ ରେ ଥିଲା।

23ଉତ୍ତର ଫାଟକ ପାଖରୁ ଭିତର ପ୍ରାଙ୍ଗଣ ଆଡ଼କୁ ଆଉ ଗୋଟିଏ ଫାଟକ ଥିଲା, ଠିକ୍ ପୂର୍ବ ରେ ଥିବା ଫାଟକ ପରି। ଗୋଟିଏ ଦ୍ବାରରୁ ଅନ୍ୟ ଗୋଟିଏ ଦ୍ବାର ପର୍ୟ୍ଯନ୍ତ 100 ହାତ ଥିଲା।

24ତା'ପ ରେ ସେ ମାେତେ ଦକ୍ଷିଣ ପାଶର୍‌ବକୁ କଢ଼ାଇ ନେଲେ। ଏବଂ ସଠାେ ରେ ପୂର୍ବକୁ ମୁହଁ କରିଥିବା ଫାଟକ ଥିଲା। ସେ ଏହାର ପାଶର୍‌ବକାନ୍ଥ ପ୍ରାଙ୍ଗଣକୁ ମାପିଲେ। ସମାନେେ ଅନ୍ୟ ଫାଟକ ପରି ଏହାକୁ ମାପିଲେ।

25ପୁଣି ସେ ଦ୍ବାର ରେ ଓ ତାହାର ମଣ୍ଡପ ସକଳର ଚାରିଆଡ଼େ ପୂର୍ବୋକ୍ତ ଫାଟକ ପରି କଳାକବାଟି ଥିଲା। ଏହାର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।

Ezekiel 40 illustration - Ezekiel Chapter 40

26ତାହା ଉପରକୁ ୟିବା ପାଇଁ ସାତାଟେି ପାବଚ୍ଛ ଥିଲା। ଏହାର ମଣ୍ଡପ ଶଷେ ଫାଟକର ଭିତର ଭାଗ ରେ ଥିଲା। ଫାଟକର ଉଭୟ ପାଶର୍‌ବର କାନ୍ଥ ରେ ଖଜ୍ଜୁର୍ର ବୃକ୍ଷର ଛବି ଖାଦେିତ ଥିଲା।

27ଆଉ ଦକ୍ଷିଣ ପାଖ ରେ ଭିତର ପ୍ରାଙ୍ଗଣକୁ ଏକ ଦ୍ବାର ଥିଲା। ତହୁଁ ସେ ଦକ୍ଷିଣ ପାଶର୍‌ବର ଏକ ଦ୍ବାରଠାରୁ ଅନ୍ୟ ଦ୍ବାର ପର୍ୟ୍ଯନ୍ତ 100 ହାତ ମାପିଲେ।

28ତା'ପ ରେ ସେ ମାେତେ ଦକ୍ଷିଣ ଦ୍ବାର ନଇେ ଭିତର ପ୍ରାଙ୍ଗଣକୁ ଆଣିଲେ। ସେ ପୂର୍ବୋକ୍ତ ପରିମାଣାନୁସା ରେ ଦକ୍ଷିଣଦ୍ବାର ମାପିଲେ।

29କଠାେରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକ ମଧ୍ଯ ସମାନ ମାପ ବିଶିଷ୍ଟ ଥିଲା। ଆଉ ମଣ୍ଡପ ଓ ତାହାର ପ୍ରାଙ୍ଗଣର ଚାରିଆଡ଼େ ଜଳାକବାଟି ଥିଲା। ଆଉ ତାହା ପଚାଶ ହାତ ର୍ଦୈଘ୍ଯ ଓ ପଚିଶ ହାତ ପ୍ରସ୍ଥ ଥିଲା।

30ଏବଂ ତାହାର ମଣ୍ଡପ ପଚିଶ ହାତ ର୍ଦୈଘ୍ଯ ଓ ପାଞ୍ଚ ହାତ ପ୍ରସ୍ଥ ଥିଲା।

Ezekiel 40 illustration - Ezekiel Chapter 40

31ତା'ପ ରେ ତାହାର ମଣ୍ଡପଗୁଡ଼ିକ ବାହାର ପ୍ରାଙ୍ଗଣର ଅଭିମୁଖ ରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉପର ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ୟିବାପାଇଁ ଆଠଟି ପାବଛ ଥିଲା।

32ଅନନ୍ତର ସେ ମାେତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ଯକୁ ନଇଗେଲେ, ଏବଂ ସେ ଫାଟକଟିକୁ ମାପିଲେ ଓ ଏହା ଅନ୍ୟଟି ସହିତ ସମାନ ଥିଲା।

33ତା'ର କଠାେରୀଗୁଡ଼ିକ, କାନ୍ଥଗୁଡ଼ିକ ଏବଂ ସ୍ତମ୍ଭଗୁଡ଼ିକର ମଧ୍ଯ ସହେି ପରିମାଣ ଅନୁସାରେ ମାପିଲେ। ତହିଁର ଫାଟକ ଓ ପ୍ରାଙ୍ଗଣର ଚାରିଆଡ଼େ ଜଳାକବାଟି ଥିଲା। ତାହା ପଚାଶ ହାତ ଲମ୍ବ ଓ ପଚିଶ ହାତ ପ୍ରସ୍ଥ ଥିଲା।

34ତାହାର ପ୍ରାଙ୍ଗଣ ଗୁଡିକ ବାହାର ପ୍ରାଙ୍ଗଣ ଅଭି ମୁଖ ରେ ଥିଲା। ତାହାର ଉପସ୍ତମ୍ଭଗୁଡ଼ିକର ଉଭୟ ପାଶର୍‌ବ ରେ ଖଜ୍ଜୁର୍ର ବୃକ୍ଷର ଆକୃତି ଥିଲା। ତାହା ଉପରକୁ ୟିବା ପାଇଁ ଆଠଟି ପାବଛ ଥିଲା।

35ତା'ପ ରେ ସେ ମାେତେ ଉତ୍ତର ଦ୍ବାରକୁ ଆଣିଲେ ଓ ତାହାକୁ ମାପିଲେ। ତା'ର ମାପସବୁ ଅନ୍ଯାନ୍ଯ ଫାଟକର ମାପ ସହିତ ସମାନ ଥିଲା।

Ezekiel 40 illustration - Ezekiel Chapter 40

36ତହିଁର କୋଠରୀ, ଉପସ୍ତମ୍ଭ ଓ ମଣ୍ଡପଗୁଡ଼ିକୁ ସମାନ ମାପ ବିଶିଷ୍ଟ ଥିଲା। ଆଉ ତାହାର ଚାରିଆଡ଼େ ଜଳାକବାଟି ଥିଲା। ଫାଟକର ର୍ଦୈଘ୍ଯ ପଚାଶ ହାତ ଓ ପ୍ରସ୍ଥ ପଚିଶ ହାତ ଥିଲା।

37ଏହାର ତ୍ବରଣ ଫାଟକଟି ବାହାର ପ୍ରାଙ୍ଗଣ ଆଡ଼େ ମୁହଁ କରିଥିଲା। ସହେି ଉଚ୍ଚସ୍ତମ୍ଭ ସବୁର ଉପ ରେ ଉଭୟ ପାଖ ରେ ଖଜୁର୍ର ଆକୃତି ଥିଲା। ପୁଣି ତାହା ଉପରକୁ ୟିବା ପାଇଁ ଆଠଟି ପାବଛ ଥିଲା।

38ପ୍ରେତ୍ୟକକ ଫାଟକର ତ୍ବରଣ ନିକଟରେ ଏକ ଦ୍ବାର ବିଶିଷ୍ଟ ଏକ କଠାେରୀ ଥିଲା। ସଠାେ ରେ ଯାଜକମାନେ ହାମବେଳି ଧୌତ କଲେ।

39ଆଉ ତ୍ବରଣ ଦ୍ବାରର ଉଭୟ ପାଶର୍‌ବ ରେ ଦୁଇଟି ଲଖାଏଁେ ମଜେ ଥିଲା। ଏହିଠା ରେ ହାମବେଳି, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ନିମନ୍ତେ ପଶୁଗୁଡ଼ିକୁ ଉତ୍ସର୍ଗ କରାୟାଏ।

40ତ୍ବରଣର ବାହାର ଦ୍ବାରର ପ୍ରେତ୍ୟକକ ପାଶର୍‌ବ ରେ ଦୁଇଟି ଲଖାଏଁେ ମଜେ ଥିଲା।

Ezekiel 40 illustration - Ezekiel Chapter 40

41କାନ୍ଥର ଭିତର ପାଖ ରେ ଚାରୋଟି ମଜେ ଓ ବାହାର ପାଖର କାନ୍ଥର ଚା ରୋଟି ମଜେ, ଏହିପରି ଆଠ ମଜେ ଥିଲା। ଏହି ଆଠଟି ମଜେକୁ ଯାଜକମାନେ ବଳିଦାନ ଉତ୍ସର୍ଗ କଲା ବେଳେ ବ୍ଯବହାର କରୁଥିଲେ।

42ଆଉ ହାମବେଳି ପାଇଁ କଟା ପ୍ରସ୍ତରର ଚାରି ମଜେ ଥିଲା। ତାହା ର୍ଦୈଘ୍ଯ ଦେଢ଼ହାତ, ପ୍ରସ୍ଥ ଦେଢ଼ହାତ ଓ ଉଚ୍ଚତା ଏକହାତ ଥିଲା। ତାହା ଉପ ରେ ହାମବେଳି ଓ ପ୍ରାଯଶ୍ଚିତାର୍ଥକ ବଳି ବଧ କରିବାର ଅସ୍ତ୍ର ରଖା ୟାଇଥିଲା।

43ଏବଂ ତିନି ଇଞ୍ଚ ଦୀର୍ଘ ଆଙ୍କୁଡ଼ିମାନ ଭିତର କାନ୍ଥର ଚାରିଆଡ଼େ ଲଗା ୟାଇଥିଲା ଏବଂ ମଜେମାନଙ୍କ ଉପ ରେ ଉପହାରାର୍ଥକ ମାଂସ ରଖାୟାଇଥିଲା।

44ଭିତର ପ୍ରାଙ୍ଗଣ ରେ ଦୁଇଟି କଠାେରୀ ଥିଲା। ଉତ୍ତର ଦ୍ବାର ନିକଟରେ ଥିବା କଠାେରୀଟି ଦକ୍ଷିଣାଭିମୁଖୀ ଓ ଦକ୍ଷିଣ ଦ୍ବାର ନିକଟରେ ଥିବା କଠାେରୀଟି ଉତ୍ତରାଭିମୁଖୀ ଥିଲା।

45ପୁଣି ସେ ମାେତେ କହିଲେ, ଏହି ଦକ୍ଷିଣାଭିମୁଖୀ କଠାେରୀଟି ସଦାପ୍ରଭୁଙ୍କ ମନ୍ଦିରର ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି।

Ezekiel 40 illustration - Ezekiel Chapter 40

46ଆଉ ଯେଉଁ କୋଠରୀର ମୁଖ ଉତ୍ତର ଆଡ଼େ ଅଛି ତାହା ଯାଜକମାନଙ୍କ ପାଇଁ ଅଛି, ଯେଉଁମାନେ ୟଜ୍ଞବଦେୀର ଦାଯିତ୍ବ ରେ ଥାଆନ୍ତି। ଏମାନେ ସାଦୋକର ସନ୍ତାନ, ଲବେୀର ବଂଶଧର ମଧ୍ଯରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ୟ୍ଯା କରିବା ପାଇଁ ତାଙ୍କ ନିକଟକୁ ଆସନ୍ତି।

47ଏହାପ ରେ ସେ ଭିତର ପ୍ରାଙ୍ଗଣ ମାପିଲେ। ତାହା ଏକ ବର୍ଗାକାର ଓ ତାହାର ର୍ଦୈଘ୍ଯ 100 ହାତ ଓ ପ୍ରସ୍ଥ 100 ହାତ ଥିଲା। ୟଜ୍ଞବଦେୀଟି ମନ୍ଦିର ସମ୍ମୁଖ ରେ ଥିଲା।

48ତବେେ ସେ ମାେତେ ମନ୍ଦିରର ବାରଣ୍ଡାରୁ ଆଣି ବାରଣ୍ଡା ରେ ଥିବା ପ୍ରେତ୍ୟକକ ଉପସ୍ତମ୍ଭ ମାପିଲେ। ତାହାର ପ୍ରେତ୍ୟକକ ପାଖ କାନ୍ଥର ର୍ଦୈଘ୍ଯ ପାଞ୍ଚହାତ ଥିଲା ଓ ପ୍ରସ୍ଥ ତିନିହାତ ଥିଲା ଓ ସମାନଙ୍କେ ମଧିଅରେ ପନ୍ଦର ହାତ ଜାଗା ଥିଲା।

49ତ୍ବରଣଟିର ର୍ଦୈଘ୍ଯ କୋଡ଼ିଏ ହାତ ଓ ପ୍ରସ୍ଥ ବାର ହାତ ଥିଲା। ଦଶଟି ପାହାଚ ତ୍ବରଣକୁ ୟାଇଥିଲା। ଉଭୟ ପାଶର୍‌ବର ପ୍ରେତ୍ୟକକ କାନ୍ଥ ପାଇଁ ଦୁଇଟି ଲଖାଏଁେ ସ୍ତମ୍ଭ ଥିଲା। ଗୋଟିଏ କାନ୍ଥ ରେ ଗୋଟିଏ ସ୍ତମ୍ଭ ଥିଲା।

Chapter Complete

You have read Ezekiel 40

49 verses