Lumina
Ezekiel

Ezekiel as a Watchman

Ezekiel 3·Oriya Bible

1ଅନନ୍ତର ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭ ସମ୍ମୁଖ ରେ ଯାହା ଦେଖୁଛ ତାହା ଭୋଜନ କର। ଏହି ନଳାକାର ପୁସ୍ତକ ଭୋଜନ କର ଓ ଇଶ୍ରାୟେଲ ବଂଶକୁ ୟାଇ ଏସବୁ କଥା କୁହ।

2ତେଣୁ ମୁଁ ମୁଖ ଖାଲିେଲି ଓ ସେ ସହେି ନଳାକାର ପୁସ୍ତକ ମାେତେ ଭୋଜନ କରାଇଲେ।

3ତା'ପ ରେ ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉଅଛୁ, ତାହା ତୁମ୍ଭେ ଆପଣା ଉଦର ରେ ପୂରାଅ।

4ଏହାପ ରେ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ବଂଶ ନିକଟକୁ ୟାଇ ଆମ୍ଭର ବାକ୍ଯସବୁ କୁହ।

5ଆମ୍ଭେ ତୁମ୍ଭକୁ କୌଣସି ବିଦେଶୀଯ ନିକଟକୁ ପଠାଉ ନାହୁଁ। ଯାହା ଫଳ ରେ ତୁମ୍ଭକୁ ତାଙ୍କ ଭାଷା ବୁଝିବା କଷ୍ଟ ହବେ। ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ବଂଶ ନିକଟକୁ ପଠାଉଅଛି।

Ezekiel 3 illustration - Ezekiel Chapter 3

6ବହୁତ ଅଲଗା ଅଲଗା ଦେଶଗୁଡ଼ିକ ନିକଟକୁ ତୁମ୍ଭମାନଙ୍କୁ ପଠାଯାଉ ନାହିଁ, ଯେଉଁମାନଙ୍କର ଭାଷାଗୁଡ଼ିକ ତୁମ୍ଭମାନେେ ବୁଝ ନାହିଁ। ପୁଣି ଯେଉଁମାନେ ତୁମ୍ଭମାନଙ୍କର ଭାଷା ବୁଝିପାରନ୍ତି ନାହିଁ। କିନ୍ତୁ ଯଦି ଆମ୍ଭେ ତୁମ୍ଭକୁ ସପରେି ଲୋକମାନଙ୍କ ପାଖକୁ ପଠାଇଥାନ୍ତୁ, ସମାନେେ ତୁମ୍ଭ କଥା ଶୁଣିଥାନ୍ତେ।

7କିନ୍ତୁ ଇଶ୍ରାୟେଲ ଭବିଷ୍ଯତ ବଂଶଧରଗଣ ତୁମ୍ଭ କଥା ଶୁଣିବା ପାଇଁ ଇଚ୍ଛା କରିବେ ନାହିଁ। କାରଣ ସମାନେେ ଆମ୍ଭ କଥା ଶୁଣିବା ପାଇଁ ଚାହାଁନ୍ତି ନାହିଁ। ସମୁଦାଯ ଇଶ୍ରାୟେଲର ଲୋକମାନେ ଜିଦ୍ଖୋର ଓ କଠିନ ଚିତ୍ତ ଅଟନ୍ତି।

8ମାତ୍ର ଆମ୍ଭେ ସମାନଙ୍କେ ମୁଖ ପରି ଓ କପାଳି ପରି ତୁମ୍ଭର ମୁଖ ଓ କପାଳକୁ ଦୃଢ଼ କରିଅଛୁ,

9ଯେପରି ଚକମକି ପଥର ଅପେକ୍ଷା ହୀରା କଠିନତର। ଆମ୍ଭେ ସଗେୁଡ଼ିକଠାରୁ ତୁମ୍ଭର ମୁଣ୍ଡକୁ ଶକ୍ତ କରିଅଛୁ। ତେଣୁ ଯଦିଓ ସମାନେେ ବିଦ୍ରୋହୀ, ତୁମ୍ଭେ ସମାନଙ୍କେୁ ଭୟ କର ନାହିଁ, ଏବଂ ସମାନଙ୍କେ ଚାହାଁଣି ରେ ଉଦବିଗ୍ନ ହୁଅ ନାହିଁ।

10ଆହୁରି ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଆମ୍ଭେ ତୁମ୍ଭକୁ ଯାହା କହୁଛୁ ତୁମ୍ଭେ ସହେିସବୁ କଥା ଆପଣା ଅନ୍ତଃକରଣ ରେ ଗ୍ରହଣ କର ଓ ଆପଣା କର୍ଣ୍ଣ ରେ ଶ୍ରବଣ କର।

Ezekiel 3 illustration - Ezekiel Chapter 3

11ଏବଂ ତୁମ୍ଭେ ତୁମ୍ଭର ନିର୍ବାସିତ ଲୋକମାନଙ୍କ ନିକଟକୁ ୟାଇ ସମାନଙ୍କେୁ କୁହ ଯେ, 'ଏହା ସଦାପ୍ରଭୁ ଆମ୍ଭର ପ୍ରଭୁ ଏହିସବୁ କଥା କୁହନ୍ତି।' ସମାନେେ ଶୁଣନ୍ତୁ ବା ନ ଶୁଣନ୍ତୁ। ତୁମ୍ଭେ ଏହିସବୁ କଥା ନିଶ୍ଚଯ ସମାନଙ୍କେୁ କୁହ।

12ଏହାପ ରେ ଆତ୍ମା ମାେତେ ଉପରକୁ ଉଠାଇଲା, ଏବଂ ମୁଁ ମାରେ ପଛ ରେ ଏକ ଶବ୍ଦ ଶୁଣିଲି। ତାହା ଏକ ବଜ୍ର ଧ୍ବନି ଥିଲା, ଏହା ଶୁଣାଗଲା, ଧନ୍ଯ ସଦାପ୍ରଭୁଙ୍କର ମହିମା।

13ସହେି ଜୀବିତ ପ୍ରାଣୀମାନଙ୍କର ଡ଼ଣୋ ଦ୍ବାରା ପରସ୍ପର ଝାଡ଼ି ହବୋର ଶବ୍ଦ ଥିଲା ଏବଂ ସମାନଙ୍କେର ଚକସବୁର ଗର୍ଜ୍ଜନ ଏକ ବଜ୍ରଧ୍ବନି ସୃଷ୍ଟି କରୁଥିଲା। ଏହା ବଜ୍ରସ୍ବର ପରି ଉଚ୍ଚ ଥିଲା।

14ତା'ପ ରେ ଆତ୍ମା ମାେତେ ଉପରକୁ ଉଠାଇ ନଇଗେଲା। ମୁଁ ଦୁଃଖିତ ହୃଦଯ ରେ କୋରଧିତ ହାଇେ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମାେତେ ଧରିଥିଲା।

15ତବେେ ମୁଁ ତଲେ-ଆବୀବକୁ, କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି। ସମାନେେ ଯେଉଁ ସ୍ଥାନ ରେ ବାସ କରୁଥିଲେ, ସେ ସ୍ଥାନ ରେ ସମାନଙ୍କେ ମଧିଅରେ ବିବ୍ରତ ଓ ନୀରବ ରେ ସାତଦିନ ବସି ରହିଲି।

Ezekiel 3 illustration - Ezekiel Chapter 3

16ଅନନ୍ତର ସାତଦିନ ପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟକୁ ଆସିଲା।

17 ହେ ମନୁଷ୍ଯ ପୁତ୍ର, ଆମ୍ଭେ ଇଶ୍ରାୟେଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିୟୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମ ରେ ସମାନଙ୍କେୁ ଚତନୋ ଦିଅ।

18ଯଦି ଆମ୍ଭେ ସହେି ଦୁଷ୍ଟ ଲୋକଟିକୁ କହୁଁ, 'ତୁମ୍ଭେ ନିଶ୍ଚିତ ଭାବରେ ମରିବ।' ଏବଂ ଯଦି ତୁମ୍ଭେ ସହେି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସପରେି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ଯୁ ପାଇଁ ମୁଁ ତୁମ୍ଭକୁ ଦାଯୀ କରିବି।

19ମାତ୍ର ତୁମ୍ଭେ ଯଦି ଦୁଷ୍ଟ ମନୁଷ୍ଯକୁ ସତର୍କ କରିଥାଅ ଆଉ ସେ ଆପଣା ପାପରୁ ଓ କୁପଥରୁ ନ ଫେ ରେ ; ସେ ନିଜ ଦୋଷ ୟୋଗୁ ମରିବ। କିନ୍ତୁ ତୁମ୍ଭେ ତାକୁ ସତର୍କ କରିବା ଦ୍ବାରା ଆପଣା ପ୍ରାଣରକ୍ଷା କର।

20 ସହେିପରି ଭାବରେ ଯଦି କୌଣସି ଧାର୍ମିକ ଲୋକ, ଧାର୍ମିକ ହବୋ ବନ୍ଦ କରି ପାପ କରେ, ଆଉ ଆମ୍ଭେ ତା' ସମ୍ମୁଖ ରେ ଏକ ଝୁଣ୍ଟିବା ବସ୍ତୁ ରଖୁ, ତବେେ ସେ ମୃତ୍ଯୁବରଣ କରିବ ଏବଂ ତା'ର ପୁଣ୍ଯକର୍ମସବୁ ହିସାବକୁ ନିଆୟିବ ନାହିଁ। ସେ ମୃତ୍ଯୁବରଣ କରିବ କାରଣ ସେ ପାପ କରିଛି। କିନ୍ତୁ ତା'ର ମୃତ୍ଯୁଜନିତ ଅପରାଧ ପାଇଁ ଆମ୍ଭେ ତୁମ୍ଭକୁ ଦାଯୀ କରିବା। କାରଣ ତୁମ୍ଭେ ତାକୁ ସତର୍କ କଲ ନାହିଁ।

Ezekiel 3 illustration - Ezekiel Chapter 3

21କିନ୍ତୁ ଧାର୍ମିକ ଲୋକକୁ ଯଦି ତୁମ୍ଭେ ସତର୍କ କଲ ଓ ସେ ପାପ କଲା ନାହିଁ, ସେ ବଞ୍ଚିବ କାରଣ ସେ ତୁମ୍ଭର ଚତନୋ ନଲୋ। ଏହିପରି ତୁମ୍ଭେ ତୁମ୍ଭର ପ୍ରାଣ ରକ୍ଷା କଲ।

22ଅନନ୍ତର ସଦାପ୍ରଭୁଙ୍କର ହସ୍ତ ମାେ ଉପ ରେ ଅଧିଷ୍ଠାନ କଲା, ସହେିଠା ରେ ସେ ମାେତେ କହିଲେ, ତୁମ୍ଭେ ଉଠି ପଦା ଭୂମିକୁ ବାହାରି ୟାଅ। ଆମ୍ଭେ ସହେିଠା ରେ ତୁମ୍ଭ ସହିତ କଥାବାର୍ତ୍ତା କରିବା।

23ତେଣୁ ମୁଁ ଉଠି ପଡ଼ିଲି ଏବଂ ଉପତ୍ୟକାକୁ ଗଲି ସଦାପ୍ରଭୁଙ୍କର ମହିମା ସେ ସ୍ଥାନ ରେ ଠିଆ ହାଇେଥିଲା। ଏବଂ କବାର ନଦୀ କୂଳ ରେ ମୁଁ ଯେଉଁ ମହିମା ଦେଖିଥିଲି, ଏହାହିଁ ତାହା ଥିଲା। ତେଣୁ ମୁଁ ମୁହଁ ମାଡ଼ି ଭୂମିରେ ପଡ଼ି ରହିଲି।

24ତା'ପ ରେ ଆତ୍ମା ମାେ ମଧିଅରେ ପ୍ରବେଶ କଲା ଓ ମାରେ ପାଦ ଉପରକୁ ନଇଗେଲା। ତା'ପ ରେ ସେ ମାେତେ କହିଲା, ୟାଅ, ଏବଂ ତୁମ୍ଭେ ଆପଣା ଗୃହ ମଧିଅରେ ନିଜକୁ ରୁଦ୍ଧ କରି ରଖ,

25ମାତ୍ର ହେ ମନୁଷ୍ଯ ପୁତ୍ର, ଲୋକମାନେ ତୁମ୍ଭକୁ ରଜ୍ଜୁ ରେ ବାନ୍ଧିବେ ; ତହିଁରେ ତୁମ୍ଭେ ବାହାରି ସମାନଙ୍କେ ମଧିଅରେ ୟିବ ନାହିଁ।

Ezekiel 3 illustration - Ezekiel Chapter 3

26ତା'ପ ରେ ଆମ୍ଭେ ତୁମ୍ଭ ଜିହ୍ବାକୁ ତୁମ୍ଭ ମୁଖର ତାଳୁ ରେ ୟୁକ୍ତ କରିବା, ଫଳ ରେ ତୁମ୍ଭେ ନୀରବ ରହିବ ଓ ସମାନଙ୍କେୁ ଗାଳି ଦବୋକୁ ସମର୍ଥ ହବେ ନାହିଁ। ଯଦିଓ ସମାନେେ ଗୋଟିଏ ବିଦ୍ରୋହୀ ଜାତି ଅଟନ୍ତି।

27କିନ୍ତୁ ତୁମ୍ଭର ପାଟି ଆମ୍ଭ ଆଜ୍ଞା ରେ ଫିଟିବ। ତା'ପ ରେ ତୁମ୍ଭେ ସମାନଙ୍କେୁ କହିବ, 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି।' ଯଦି ସମାନେେ ଇଚ୍ଛା କରନ୍ତି, ଶୁଣନ୍ତୁ ବା ଯଦି ସମାନେେ ଇଚ୍ଛା ନ କରନ୍ତି ବା ନ ଶୁଣନ୍ତି, ଯେ ହତେୁ ସମାନେେ ବିଦ୍ରୋହୀ ଜାତି ଅଟନ୍ତି।

Chapter Complete

You have read Ezekiel 3

27 verses