Lumina
Exodus

Constructing the Tabernacle

Exodus 36·Oriya Bible

1ତେଣୁ ବତ୍ସଲଲେ, ଅହଲୀଯାବ ଏବଂ ପ୍ରେତ୍ୟକକ କୁଶଳୀ ଲୋକମାନେ ଯେଉଁମାନଙ୍କୁ ସଦାପ୍ରଭୁ ଏହି ପବିତ୍ର ସ୍ଥାନ ସମ୍ବନ୍ଧୀଯ କାର୍ୟ୍ଯ କରିବାର କୌଶଳ ଓ ଜ୍ଞାନ ପ୍ରଦାନ କରିଛନ୍ତି, ସମାନଙ୍କେୁ ପବିତ୍ର ସ୍ଥାନ ସମ୍ବନ୍ଧୀଯ ସମସ୍ତ କାର୍ୟ୍ଯ କରିବାକୁ ଦିଅ। ଠିକ୍ ଯେପରି ସଦାପ୍ରଭୁ ଆଜ୍ଞା ଦଇେଥିଲେ।

2ତା'ପରେ ମାଶାେ ବତ୍ସଲଲେ ଏବଂ ଅହଲୀଯାବ ପ୍ରେତ୍ୟକକ ନିପୂଣ ଲୋକମାନଙ୍କୁ ଡାକିଲେ। ଯେଉଁମାନଙ୍କୁ ସଦାପ୍ରଭୁ କାର୍ୟ୍ଯ କରିବାକୁ କୌଶଳ ଓ ଅତିଶଯ ଦକ୍ଷତା ଦଇେଛନ୍ତି।

3ମାଶାେ ଏହି ସମସ୍ତ ଲୋକମାନଙ୍କୁ ଲୋକମାନଙ୍କର ଦାତବ୍ଯ ଦ୍ରବ୍ଯମାନ ଦେଲେ ଏବଂ ସମାନେେ ସହେି ଦ୍ରବ୍ଯଗୁଡିକ ବ୍ଯବହାର କରି ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ତିଆରି କଲେ। ଲୋକମାନେ ପ୍ରତି ପ୍ରଭାତ ରେ ଉପହାରମାନ ଆଣି ଦେଲେ।

4ଶଷେ ରେ, ପବିତ୍ର ସ୍ଥାନର ନିପୂଣ କର୍ମକର୍ତ୍ତାଗଣ କାର୍ୟ୍ଯ ଛାଡି ମାଶାଙ୍କେ ନିକଟକୁ କହିବା ପାଇଁ ଗଲେ।

5ଲୋକମାନେ ୟଥେଷ୍ଟ ଆଣୁଛନ୍ତି। ସଦାପ୍ରଭୁଙ୍କର ଆଜ୍ଞା କର୍ମ କରିବା ପାଇଁ ଯାହା ଦରକାର ତାହାଠାରୁ ଲୋକେ ୟଥେଷ୍ଟ ଆଣୁଛନ୍ତି।

Exodus 36 illustration - Exodus Chapter 36

6ଏହାପରେ ମାଶାେ ଏହି ସମ୍ବାଦ ଛାଉଣୀ ମଧିଅରେ ପ୍ରଚାର କଲେ, ପୁରୁଷ କିମ୍ବା ସ୍ତ୍ରୀ ଆଉ କୌଣସି ଉପହାର ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ପାଇଁ ଆଣନ୍ତୁ ନାହିଁ। ତେଣୁ ଲୋକମାନେ ବାଧ୍ଯ ହେଲେ ଆଉ ଉପହାର ନଦବୋ ପାଇଁ।

7ଲୋକମାନେ କାର୍ୟ୍ଯ ପାଇଁ ଆବଶ୍ଯକତାଠାରୁ ଅଧିକ ଦେଲେ।

8ଏହାପରେ ସହେି ନିପୂଣ କାରିଗରଗଣ ବଳାଶୁଭ୍ର କ୍ଷୋମସୂତ୍ର ଓ ନୀଳ ଧୂମ୍ର ଓ ସୁନ୍ଦର ବର୍ଣ୍ଣ ସୂତ୍ର ଦ୍ବାରା ପବିତ୍ର ତମ୍ବୁର ଦଶ ୟବନିକା ପ୍ରସ୍ତୁତ କଲେ। ଏବଂ ତାହା ମଧିଅରେ ଶିଳ୍ପ କର୍ମ ରେ କିରୂବ ଦୂତଗଣର ଆକୃତି କଲେ।

9ପ୍ରେତ୍ୟକକ ୟବନିକା ଅଠଇେଶ ହାତ ଲମ୍ବ, ଚାରି ହାତ ପ୍ରସ୍ଥ ଏବଂ ପ୍ରେତ୍ୟକକ ୟବନିକା ସମପରିମାଣର ଥିଲା।

10ସମାନେେ ପଞ୍ଚ ୟବନିକା ଏକତ୍ର କରି ଯୋଗ କଲେ ଏବଂ ଅନ୍ୟ ପଞ୍ଚ ୟବନିକା ମଧ୍ଯ ଏକତ୍ର କରି ୟୋଗ କଲେ।

Exodus 36 illustration - Exodus Chapter 36

11ସମାନେେ ୟୋଡ ସ୍ଥାନ ରେ ପ୍ରଥମ ଅନ୍ତ୍ଯ ୟବନିକାର ଧଡି ରେ ନୀଳ ସୂତ୍ରର ଘୁଣ୍ଡିଘରା କଲେ। ୟୋଡ ସ୍ଥାନର ଦ୍ବିତୀୟ ଅନ୍ୟ ୟବନିକାର ଧଡି ରେ ଏକାପରି କାର୍ୟ୍ଯମାନ କଲେ।

12ସମାନେେ ପ୍ରଥମ ୟବନିକାର ଧଡି ରେ ପଚାଶ ଘୁଣ୍ଡିଘରା ଓ ୟୋଡା ସ୍ଥାନ ରେ ଦ୍ବିତୀୟ ୟବନିକାର ଧଡି ରେ ପଚାଶ ଘୁଣ୍ଡିଘରୋ କଲେ। ସହେି ଘୁଣ୍ଡିଘରା ସବୁ ପରସ୍ପର ସମ୍ମୁଖୀନ ରହିଥିଲା।

13ଏହାପରେ ସମାନେେ ପଚାଶ ଗୋଟି ସ୍ବର୍ଣ୍ଣଘୁଣ୍ଡି କରି ୟବନିକା ସବୁ ୟୋଗ କଲେ। ତେଣୁ ପବିତ୍ର ତମ୍ବୁ ତିଆରି ହାଇେ ଗୋଟିଏ ହେଲା।

14ଏହାପରେ ସହେି ଶିଳ୍ପୀଗଣ ସହେି ପବିତ୍ର ତମ୍ବୁର ଆଚ୍ଛାଦନାର୍ଥକ ପବିତ୍ର ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ୟବନିକା ପ୍ରସ୍ତୁତ କଲେ।

15ପ୍ରେତ୍ୟକକ ୟବନିକାର ଲମ୍ବ ତିରିଶ ହାତ ଓ ପ୍ରସ୍ଥ ଚାରିହାତ ବିଶିଷ୍ଟ ହେଲା। ସହେି ଏକାଦଶ ୟବନିକାର ସମାନ ପରିମାଣ ଥିଲା।

Exodus 36 illustration - Exodus Chapter 36

16ସମାନେେ ପାଞ୍ଚଟି ୟବନିକା ୟୋଡି ଗୋଟିଏ ଏବଂ ଅନ୍ୟ ଛଅଟି ୟବନିକା ୟୋଡି ଗୋଟିଏ ପ୍ରସ୍ତୁତ କଲେ।

17ୟୋଡା ସ୍ଥାନ ରେ ପ୍ରଥମ ଅନ୍ତ୍ଯ ୟବନିକାର ଧଡି ରେ ପଚାଶ ଘୁଣ୍ଡିଘରା କଲେ ଓ ଦ୍ବିତୀୟ ୟବନିକାର ୟୋଡ ସ୍ଥାନ ରେ ଧଡି ରେ ପଚାଶ ଘୁଣ୍ଡିଘରା କଲେ।

18ଶିଳ୍ପୀମାନେ ପିତ୍ତଳର ପଚାଶଟି ମୁଦିଆ ତିଆରି କଲେ, ସହେି ୟବନିକାକୁ ଏକତ୍ର କରିବା ପାଇଁ ବା ଗୋଟିଏ ତମ୍ବୁ ନିର୍ମାଣ କରିବା ପାଇଁ।

19ଏହାପରେ ସମାନେେ ଆଉ ଦୁଇଟି ୟବନିକା ପ୍ରସ୍ତୁତ କଲେ ସହେି ପବିତ୍ର ତମ୍ବୁ ପାଇଁ, ସମାନେେ ଗୋଟିଏ ଛାତ ରକ୍ତୀ କୃତ ଶିଶୁକ ଚର୍ମ ରେ ତିଆରି କଲେ।

20ଏହାପରେ ଶିଳ୍ପୀମାନେ ଶିଟୀମ୍ କାଠ ରେ ପବିତ୍ର ତମ୍ବୁ ନିମିତ୍ତ ଠିଆ ପଟା ତିଆରି କଲେ.

Exodus 36 illustration - Exodus Chapter 36

21ପ୍ରେତ୍ୟକକ ପଟାର ଲମ୍ବ ଦଶ ହାତ ଓ ପ୍ରସ୍ଥ ଦେଢ ହାତ ଥିଲା।

22ପ୍ରେତ୍ୟକକ ଢାଞ୍ଚା ସମାନ ଆକାରର ଦୁଇଟି ଖିଲ ଥିଲା। ପରସ୍ପର ଅନୁରୂପ ଦୁଇ ଦୁଇ ଫୁଟ୍ ଥିଲା। ଏହିପରି ସମାନେେ ତମ୍ବୁ ନିମନ୍ତେ ଢାଞ୍ଚା ପ୍ରସ୍ତୁତ କଲେ।

23ସମାନେେ ପବିତ୍ର ତମ୍ବୁ ନିମନ୍ତେ କୋଡିଏଟି ପଟା ଦକ୍ଷିଣପଟ ପାଇଁ ପ୍ରସ୍ତୁତ କଲେ।

24ଏହାପରେ ସମାନେେ ଚାଳିଶଟି ରୂପାର ଆଧାର ତିଆରି କଲେ, ତକ୍ତାର ତଳେ ଦବୋ ପାଇଁ। ପ୍ରେତ୍ୟକକ ତକ୍ତା ପାଇଁ ସମାନେେ ଦୁଇଟି କରି ଆଧାର ପ୍ରସ୍ତୁତ କଲେ। ତକ୍ତାର ପ୍ରେତ୍ୟକକ ପାଖ ଗୋଟିଏ ଆଧାର ପ୍ରସ୍ତୁତ କଲେ।

25ସମାନେେ ଉତ୍ତରପଟ ପାଇଁ କୋଡିଏଟି ପଟା ତିଆରି କଲେ, ସହେି ପବିତ୍ର ତମ୍ବୁ ପାଇଁ।

Exodus 36 illustration - Exodus Chapter 36

26ସମାନେେ ଏହି କୋଡିଏଟି ପଟା ନିମନ୍ତେ ଚାଳିଶଟି ଚୁଙ୍ଗୀ ତିଆରି କଲେ। ଗୋଟିଏ ପଟା ନିମନ୍ତେ ଦୁଇଟି ଚୁଙ୍ଗୀ ସମାନେେ ପ୍ରସ୍ତୁତ କଲେ।

27ପବିତ୍ର ତମ୍ବୁର ପଶ୍ଚିମ ପଟ ପାଇଁ ସମାନେେ ଛଅଟି ପଟା ତିଆରି କଲେ।

28ସମାନେେ ମଧ୍ଯ ପବିତ୍ର ତମ୍ବୁ ପଛପାଖ କଣ ପାଇଁ ତକ୍ତାଗୁଡିକ ତିଆରି କଲେ।

29ଏହି ପଟାଗୁଡିକର ତଳେ ଏକତ୍ର କରି ୟୋଡା ଗଲା। ଏବଂ ଉପରେ ଏକ କଡା ଦ୍ବାରା ୟୋଡ ରହିଲା। ଏହିପରି ଭାବରେ ସହେି କୋଣ ପଟା ଦ୍ବଯ ଏକତ୍ର ହାଇେ ରହିଲା। ସମାନେେ ଉଭୟ କୋଣ ପାଇଁ ଏକା ପ୍ରକାର କଲେ।

30ସହେି ପବିତ୍ର ତମ୍ବୁର ପଶ୍ଚିମ ପଟ ରେ ମାଟେ ଆଠଟି ତକ୍ତା ରହିଲା। ଏବଂ ଷୋଳଟି ରୂପାର ଆଧାର ଥିଲା। ପ୍ରେତ୍ୟକକ ତକ୍ତା ପାଇଁ ଦୁଇଟି ଆଧାର।

Exodus 36 illustration - Exodus Chapter 36

31ଏହାପରେ ଶିଳ୍ପୀମାନେ ପବିତ୍ର ତମ୍ବୁ ପାଇଁ ଶିଟୀମ୍ କାଠ ରେ ଅର୍ଗଳ ପ୍ରସ୍ତୁତ କଲେ। ସମାନେେ ପବିତ୍ର ତମ୍ବୁର ଗୋଟିଏ ପାଶର୍‌ବ ରେ ପାଞ୍ଚଟି ଅର୍ଗଳ ତିଆରି କଲେ।

32ପାଞ୍ଚଟି ଅର୍ଗଳ ଅନ୍ୟ ପାଶର୍‌ବ ପାଇଁ ତିଆରି କଲେ ଏବଂ ପବିତ୍ର ତମ୍ବୁର ପଛ ପାଖ ପାଇଁ ଅର୍ଥାତ୍ ପଶ୍ଚିମ ଦିଗ ପାଇଁ ପାଞ୍ଚଟି ଅର୍ଗଳ ତିଆରି କଲେ।

33ମଧ୍ଯସ୍ଥିତ ଅର୍ଗଳ ଢାଞ୍ଚାର ମଝି ସ୍ଥାନରୁ ଏମୁଣ୍ଡରୁ ସମେୁଣ୍ଡ ୟାଏ ପାଇଲା।

34ଆଉ ସମାନେେ ସହେିସବୁ ପଟା ସୁବର୍ଣ୍ଣ ଦ୍ବାରା ମଡାଇଲେ। ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡା କଲେ। ଅର୍ଗଳ ସବୁ ସୁନା ରେ ମଡାଇଲେ।

35ଏହା ପରେ ସମାନେେ ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର ମହାପବିତ୍ର ଓ କିରୂବ ଦୂତଗଣ ଚିତ୍ରିତ ଏକ ବିଚ୍ଛଦବେସ୍ତ୍ର ପ୍ରସ୍ତୁତ କଲେ।

Exodus 36 illustration - Exodus Chapter 36

36ସମାନେେ ତା'ପାଇଁ ଶିଟୀମ୍ କାଠର ଚାରିସ୍ତମ୍ଭ କରି ସୁବର୍ଣ୍ଣ ରେ ମଡାଇଲେ। ଏବଂ ସେସବୁର ଆଙ୍କଡା ସୁନା ରେ ତିଆରି କଲେ ଓ ତହିଁ ନିମନ୍ତେ ରୂପାର ଚାରୋଟୀ ଚୁଙ୍ଗୀ ଢାଳିଲେ।

37ସମାନେେ ତମ୍ବୁ ପ୍ରବେଶ ଦ୍ବାର ନିମନ୍ତେ ନୀଳ, ଧୁମ୍ର ସିନ୍ଦୁର ବର୍ଣ୍ଣ ଓ କ୍ଷୋମସୂତ୍ର ନିର୍ମିତ ଏକ ପରଦା ବୁଣିଲେ।

38ତାହାର ପାଞ୍ଚଟି ସ୍ତମ୍ଭ ଏବଂ ସେସବୁର ଆଙ୍କଡା ତିଆରି କଲେ ଏବଂ ସେ ସବୁର ମୁଣ୍ଡାଳି ଓ ଛୁଞ୍ଚିଆ ସୁବର୍ଣ୍ଣ ରେ ମଡାଇଲେ। ମାତ୍ର ସମାନଙ୍କେର ପାଞ୍ଚଟି ଚୁଙ୍ଗୀ ପିତ୍ତଳର ଥିଲା।

Chapter Complete

You have read Exodus 36

38 verses