Lumina
Exodus

The Presence of God

Exodus 33·Oriya Bible

1ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଏବଂ ମିଶରରୁ ବାହାର କରି ଆଣିଥିବା ଲୋକମାନଙ୍କ ସହିତ ଏ ଦେଶ ପରିତ୍ଯାଗ କର। ମୁଁ ଅବ୍ରହାମ ଓ ଇସ୍ହାକ ଓ ଯାକୁବ ନିକଟରେ ପ୍ରତିଜ୍ଞା କରିଥିଲି, ସମାନଙ୍କେ ଭବିଷ୍ଯତ ବଂଶଧରମାନଙ୍କୁ ଦବେି ବୋଲି।

2ତେଣୁ ମୁଁ ତୁମ୍ଭ ଆଗେ ଆଗେ ଏକ ସ୍ବର୍ଗଦୂତ ପଠାଇବି ପୁଣି ମୁଁ କିଣାନୀଯ ଓ ଇମାରେୀୟ, ହିତ୍ତୀଯ, ପିରିଷୀଯ, ହିଦ୍ଦୀଯ ଓ ୟିବୁଷୀଯ ଲୋକମାନଙ୍କୁ ତଡି ଦବେି।

3ତେଣୁ ତମ୍ଭମାନେେ ସହେି ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ୟାଅ କିନ୍ତୁ ମୁଁ ତୁମ୍ଭ ସହିତ ୟିବି ନାହିଁ। ମୁଁ ତୁମ୍ଭମାନଙ୍କୁ ହତ୍ଯା କରିବି, ଯେ ହତେୁ ତୁମ୍ଭମାନେେ ଜିଦ୍ଖୋର ଲୋକ।

4ଲୋକମାନେ ଏହିପରି ଅଶୁଭ ସମ୍ବାଦ ଶୁଣିବା ପରେ ସମାନେେ ଶୋକ କଲେ ଏବଂ ଲୋକମାନେ ଆଉ କର୍ଣ୍ଣକୁଣ୍ଡଳ ପିନ୍ଧିଲେ ନାହିଁ।

5କାହିଁକି? କାରଣ ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ଶକ୍ତଗ୍ରୀବ ଲୋକ। ମୁଁ ଯଦି ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ସହିତ ୟିବି ଦବେେ ତୁମ୍ଭମାନଙ୍କୁ ଧ୍ବଂସ କରିବି। ତେଣୁ ଆପଣା ଶରୀରରୁ ସୁବର୍ଣ୍ଣ ବାହାର କର। ଏହାପରେ ତୁମ୍ଭମାନଙ୍କ ପାଇଁ କ'ଣ କରାୟିବ ବିଗ୍ଭର କରିବା।'

Exodus 33 illustration - Exodus Chapter 33

6ତେଣୁ ଇଶ୍ରାୟେଲୀୟ ଲୋକମାନେ ହାରେବେ ପର୍ବତ ନିକଟରୁ ଆସିବାଠାରୁ ଆଉ ସୁବର୍ଣ୍ଣ ପିନ୍ଧିଲେ ନାହିଁ।

7ମାଶାେ ତମ୍ବୁ ନଇେ ଛାଉଣୀଠାରୁ କିଛି ଦୂର ରେ ଅଲଗା ଛାଉଣୀ ସ୍ଥାପନ କଲେ। ସେ ସହେି ତମ୍ବୁର ନାମ ସମାଗମ ତମ୍ବୁ ଦେଲେ। ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷଯ ରେ ଜାଣିବାକୁ ଚାହିଁଲେ ତାଙ୍କୁ ସହେି ସମାଗମ ତମ୍ବୁକୁ ୟିବାକୁ ପଡିଲା।

8ମାଶାେ ବାହାର ହାଇେ ତମ୍ବୁ ନିକଟକୁ ଗଲା ସମୟରେ ସମସ୍ତ ଲୋକେ ଉଠି ନିଜ ନିଜ ତମ୍ବୁ ବାହା ରେ ଠିଆ ହେଲେ, ଆଉ ଯେପର୍ୟ୍ଯନ୍ତ ମାଶାେ ସହେି ସମାଗମ ତମ୍ବୁ ରେ ପ୍ରବେଶ ନକଲେ, ସପେର୍ୟ୍ଯନ୍ତ ସମାନେେ ତାଙ୍କ ପଥକୁ ଅନାଇ ରହିଲେ।

9ମାଶାେ ତମ୍ବୁ ରେ ପ୍ରବେଶ କରନ୍ତେ ମେଘସ୍ତମ୍ଭ ତମ୍ବୁ ଦ୍ବାର ରେ ଉପସ୍ଥିତ ହେଲା। ତହିଁରେ ସଦାପ୍ରଭୁ ମାଶାଙ୍କେ ସହିତ କଥାବାର୍ତ୍ତା କଲେ।

10ତେଣୁ ଯେତବେେଳେ ଲୋକମାନେ ତମ୍ବୁର ଦ୍ବାର ଦେଶ ରେ ମେଘ ସ୍ତମ୍ଭ ଦେଖିଲେ। ସେତବେେଳେ ଲୋକମାନେ ଆପଣା ଆପଣା ତମ୍ବୁ ଦ୍ବାର ରେ ଥାଇ ପ୍ରଣାମ କଲେ।

Exodus 33 illustration - Exodus Chapter 33

11ଏହି ପ୍ରକା ରେ ସଦାପ୍ରଭୁ ମାଶାଙ୍କେ ସହିତ ମୁହାଁମୁହିଁ କଥାପାର୍ତ୍ତା ହେଲେ। ସଦାପ୍ରଭୁ ମାଶାଙ୍କେ ସହିତ କଥାବାର୍ତ୍ତା ହେଉଥିଲେ ଯେପରି ସେ ତାଙ୍କର ବନ୍ଧୁ। ସଦାପ୍ରଭୁଙ୍କ ସହିତ ମାଶାେ କଥାବାର୍ତ୍ତା କରିସାରିବା ପରେ ଛାଉଣୀକୁ ଫରେି ଆସିଲା। କିନ୍ତୁ ତାଙ୍କର ପରିଚାରକ ସର୍ବଦା ତମ୍ବୁ ରେ ରହୁଥିଲେ। ସହେି ପରିଚାରକର ନାମ ଥିଲା ଯିହାଶୂେୟ, ସେ ଥିଲେ ନୂନର ପୁତ୍ର।

12ମାଶାେ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ ମାେତେ ଆଜ୍ଞା ଦଲେ ଏହି ଲୋକମାନଙ୍କୁ ଆଗଇେ ନବୋ ପାଇଁ କିନ୍ତୁ ତୁମ୍ଭେ କହିଲ ନାହିଁ ମାେ ସହିତ କାହାକୁ ପଠାଇବ। ତୁମ୍ଭେ ମାେତେ କହିଛ ଯେ, 'ତୁମ୍ଭେ ମାେତ ଭଲଭାବେ ଜାଣ, ଏବଂ ତୁମ୍ଭେ ମାେ ପ୍ରତି ପ୍ରୀତ।'

13ଯଦି ମୁଁ ତୁମ୍ଭ ଦୃଷ୍ଟି ରେ ଅନୁଗ୍ରହର ପାତ୍ର ହାଇେଅଛି, ତବେେ ବିନଯ କରୁଛି ତୁମ୍ଭେ ମାେତେ ତୁମ୍ଭର ପଥସବୁ ଶିକ୍ଷା ଦବୋକୁ, ଯେଉଁଥିପାଇଁ ମୁଁ ତୁମ୍ଭକୁ ଖୁସି କରିପାରିବି। ମୁଁ ତୁମ୍ଭ ବିଷଯ ରେ ଜାଣିବାକୁ ଚା ହେଁ। ଦୟା କରି ତୁମ୍ଭର ଲୋକମାନଙ୍କର ଦଳ ରେ ମାେତେ ବିବଚେନା କରନ୍ତୁ।

14ସଦାପ୍ରଭୁ ଉତ୍ତର ଦେଲେ, ମାରେ ଉପସ୍ଥିତି ତୁମ୍ଭ ସହିତ ୟିବ ଏବଂ ତୁମ୍ଭକୁ ବିଶ୍ରାମ ଦବେ।

15ଏହାପରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ନରହେ, ତବେେ ଆମ୍ଭମାନଙ୍କୁ କେଉଁଠାକୁ ପଠାଅ ନାହିଁ।

Exodus 33 illustration - Exodus Chapter 33

16କାରଣ ମୁଁ ଓ ତୁମ୍ଭର ସମସ୍ତ ଲୋକମାନେ ଯେ ତୁମ୍ଭ ଦୃଷ୍ଟି ରେ ଅନୁଗ୍ରହର ପାତ୍ର ହାଇେଅଛୁ ଏହା ଆମ୍ଭେ କିପରି ଜାଣିବା? ଯଦି ତୁମ୍ଭେ ଆମ୍ଭ ସହିତ ୟାଅ, ଆମ୍ଭମାନେେ ନିଶ୍ଚିତ ଭାବରେ ଜାଣିବୁ। ଯମେନ୍ତ ମୁଁ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ଠାରୁ ବିଶଷେ ଲୋକ ହବେ। ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ନୟାଅ, ତବେେ ପୃଥିବୀର ଅନ୍ୟ ଲୋକମାନଙ୍କଠାରୁ ଆମ୍ଭମାନେେ ଭିନ୍ନ ନୁହଁ।

17ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର କଥା ଅନୁୟାଯୀ ମୁଁ କରିବି କାରଣ ମୁଁ ତୁମ୍ଭ ପ୍ରତି ପ୍ରୀତ ଓ ତୁମ୍ଭକୁ ମୁଁ ତୁମ୍ଭର ନାମରୂପେ ଜାଣିଅଛି।

18ଏହାପରେ ମାଶାେ କହିଲେ, ବର୍ତ୍ତମାନ ତୁମ୍ଭର ମହିମା ମାେତେ ଦଖାେଅ।

19ଏହାପରେ ସଦାପ୍ରଭୁ ଉତ୍ତର ଦେଲେ, ମୁଁ ତୁମ୍ଭ ସମ୍ମୁଖ ରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖ ରେ ସଦାପ୍ରଭୁଙ୍କର ନାମ ଘାଷେଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବିଓ ଯାହାକୁ ଦୟାକରେ ତାହାକୁ ଦୟା କରିବି।

20କିନ୍ତୁ ତୁମ୍ଭେ ତୁମ୍ଭର ମୁଖ ଦେଖିପାରିବ ନାହିଁ। କାରଣ କହେି ମାେତେ ଦେଖିଲେ ଜୀବିତ ରହି ପାରିବେ ନାହିଁ।

Exodus 33 illustration - Exodus Chapter 33

21ମାେ ନିକଟରେ ଏକ ଶୈଳ ଖଣ୍ଡ ପଡିଅଛି। ତୁମ୍ଭେ ସହେି ଶୈଳ ଉପରେ ଛିଡା ହବେ।

22ତୁମ୍ଭ ନିକଟ ଦଇେ ଆମ୍ଭ ମହିମାର ଗମନ ସମୟରେ ମୁଁ ତୁମ୍ଭକୁ ଶୈଳର ସହେି ଛିଦ୍ର ରେ ରଖିବି ଓ ମୁଁ ଗମନର ଶଷେ ପର୍ୟ୍ଯନ୍ତ ଆପଣା ହସ୍ତ ରେ ତୁମ୍ଭକୁ ଆଛନ୍ନ କରିବି।

23ଏହାପରେ ଆମ୍ଭେ ଆପଣା ହସ୍ତ କାଢି ନେଲେ, ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ। ମାତ୍ର ଆମ୍ଭର ମୁଖ ଦେଖି ପାରିବ ନାହିଁ।

Chapter Complete

You have read Exodus 33

23 verses