Lumina
Exodus

The Altar and the Court

Exodus 27·Oriya Bible

1ସଦାପ୍ରଭୁ ମାଶାଙ୍କେୁ କହିଲେ, ଏକ ୟଜ୍ଞବଦେୀ ନିର୍ମାଣ କରିବାକୁ ଶିଟୀମ୍ କାଠ ବ୍ଯବହାର କର। ଏହା ଏକ ବର୍ଗ କ୍ଷେତ୍ର ହବୋ ଉଚିତ୍। ଏହାର ର୍ଦୈଘ୍ଯ ଓ ପ୍ରସ୍ଥ ପାଞ୍ଚ ହାତ ଲଖାଏଁେ ହବୋ ଉଚିତ୍। ଏବଂ ଏହାର ଉଚ୍ଚତା ତିନି ହାତ ହବୋ ଉଚିତ୍।

2ବଦେୀର ଚାରିକଣ ପାଇଁ ଶିଙ୍ଗ ତିଆରି କର। ଏହି ଶିଙ୍ଗଗୁଡିକ ବଦେୀର ଏକ ଅଂଶ ହବୋ ଉଚିତ୍। ଏହା କଂସା ରେ ଆଚ୍ଛାଦିତ ହବୋ ଉଚିତ୍।

3ଭସ୍ମ ରଖିବା ପାଇଁ ପାତ୍ର କର, କୋଦାଳ, ଗରା, କଣ୍ଟାଚାମୁଚ ଏବଂ କରଇେ କଂସାରୁ ତିଆରି କର। ସମସ୍ତ ପାତ୍ର ପିତ୍ତଳ ରେ ପ୍ରସ୍ତୁତ କରିବ।

4ପିତ୍ତଳ ରେ ଏକ ଜାଲି କରିବ ଓ ତା' ଉପରେ ଚାରି କୋଣ ରେ ପିତ୍ତଳର ଚାରକଡା କରିବ।

5ୟଜ୍ଞବଦେୀର ତଳେ ଥିବା ଥାକ ତଳେ ଜାଲିକୁ ରଖ। ଏହା ୟଜ୍ଞବଦେୀର ମଧ୍ଯଭାଗ ପର୍ୟ୍ଯନ୍ତ ପାଇବା ଉଚିତ୍।

Exodus 27 illustration - Exodus Chapter 27

6ୟଜ୍ଞବଦେୀର ଖମ୍ବ ଶିଟୀମ୍ କାଠ ରେ ନିର୍ମାଣ କରି ସେଥି ରେ ପିତ୍ତଳ ଆଚ୍ଛାଦନ କର।

7ପୁଣି ସହେି ବଦେୀକୁ ବହିବା ବେଳେ ବଦେୀର ଉଭୟ ପାଶର୍‌ବ ଉପରେ କଡା ମଧିଅରେ ସହେି ସାଙ୍ଗୀ ରଖ।

8ତୁମ୍ଭେ ୟଜ୍ଞବଦେୀକୁ ଫମ୍ପା ସିନ୍ଦୁକ ପରି ରଖ। ପର୍ବତ ରେ ତୁମ୍ଭକୁ ଯେଉଁ ରୂପେ ଦଖାଇେଥିଲ ସହେିପରି ଭାବରେ ବଦେୀ ନିର୍ମାଣ କରାୟିବା ଉଚିତ୍।

9ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।

10ତହିଁର କୋଡିଏ ସ୍ତମ୍ଭ ଓ କୋଡ଼ିଏ ଚୁଙ୍ଗୀ ପିତ୍ତଳର ହବେ। ପୁଣି ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ହବେ।

Exodus 27 illustration - Exodus Chapter 27

11ତମ୍ବୁର ଉତ୍ତର ପାଶର୍‌ବ ରେ ଶ ହେ ହାତ ଲମ୍ବ ପରଦା ହବେ ଓ ତାହାର କୋଡିଏ ସ୍ତମ୍ଭ ଓ କୋଡିଏ ଚୁଙ୍ଗୀ ପିତ୍ତଳର ହବେ। ଏବଂ ସ୍ତମ୍ଭର ଆଙ୍କଡା ଛୁଞ୍ଚିଆ ରୂପାର ହବେ।

12ଆଉ ପଶ୍ଚିମ ଦିଗ ରେ ପ୍ରାଙ୍ଗଣର ପ୍ରସ୍ଥତା ନିମନ୍ତେ ପଚାଶ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ।

13ପୂର୍ବ ଦିଗ ରେ ପ୍ରାଙ୍ଗଣର ପ୍ରସ୍ଥତା ପଚାଶ ହାତ ହବେ।

14ପୂର୍ବ ଭାଗ ରେ ପ୍ରବେଶ ପଥରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହବେ।

15ଅନ୍ୟ ପଶର୍‌ବ ରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହବେ।

Exodus 27 illustration - Exodus Chapter 27

16ପ୍ରାଙ୍ଗଣର ପ୍ରବେଶପଥ ନିମନ୍ତେ ପରଦାଟି କୋଡିଏ ହାତ ଲମ୍ବ ହବେ ଉଚିତ୍। ସହେି ପରଦାଟିକୁ ସୂକ୍ଷ୍ମ ନାଇଲନ ସୂତା ରେ ତିଆରି କର ଯାହାକି ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତା ରେ ଶିଳ୍ପକର୍ମ ହାଇେଥିବ। ଏବଂ ଏହାର ତା'ର ଚାରୋଟୀ ସ୍ତମ୍ଭ ଓ ଚାରୋଟୀ ଆଧାର ହବୋ ଉଚିତ୍।

17ପୁଣି ପ୍ରାଙ୍ଗଣର ଚତୁର୍ଦ୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆ ରେ ବନ୍ଦ ହବେ ଓ ତା'ର ଅଙ୍ଗଡା ରୂପାର ଓ ଚୁଙ୍ଗୀ ପିତ୍ତଳର ହବେ।

18ପ୍ରାଙ୍ଗଣଟି ଏକଶହ ହାତ ଲମ୍ବ ଓ ପଚାଶ ହାତ ପ୍ରସ୍ଥ ଓ ପାଞ୍ଚ ହାତ ଉଚ୍ଚ ହବେ। ସହେି ଶୁଭ୍ର କ୍ଷୋମସୂତ୍ର ରେ ପ୍ରସ୍ତୁତ ହବୋ ସହିତ କଂସାର ଆଧାର ରହିବା ଉଚିତ୍।

19ଆଉ ପବିତ୍ର ତମ୍ବୁର ସମୁଦାଯ କାର୍ୟ୍ଯ ସମ୍ବନ୍ଧୀଯ ସାମଗ୍ରୀ ଓ ପ୍ରଙ୍ଗଣର ସମସ୍ତ ଖିଲ କଂସାର ନିର୍ମିତ ହବୋ ଉଚିତ୍।

20ବର୍ତ୍ତମାନ ଇଶ୍ରାୟେଲର ଲୋକମାନଙ୍କୁ ସବୁଠାରୁ ଭଲ ଅଲିଭ ଫଳରୁ ନିର୍ମଳ ପଷୋ ଅଲିଭ ତୈଳ ଅନନ୍ତକାଳ ଦୀପ ଜଳାଇବା ନିମନ୍ତେ ଆଣିବା ପାଇଁ ଆଜ୍ଞା ଦିଅ।

Exodus 27 illustration - Exodus Chapter 27

21ହାରୋଣ ଓ ତା'ର ପୁତ୍ରମାନେ ପରଦା ପଛ ରେ ଥିବା ନିଯମ-ସିନ୍ଦୁକ ଓ ଏହାର ସମ୍ମୁଖ ରେ ଥିବା ଏହାକୁ ସନ୍ଧ୍ଯାରୁ ସକାଳ ପର୍ୟ୍ଯନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ଯବସ୍ଥା ଇଶ୍ରାୟେଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରପୁଜ୍ଯ ହବେ।

Chapter Complete

You have read Exodus 27

21 verses