Lumina
Exodus

The Tabernacle Pattern

Exodus 25·Oriya Bible

1ସଦାପ୍ରଭୁ ମାଶାଙ୍କେୁ କହିଲେ,

2ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କୁ ମାେ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ। ପ୍ରେତ୍ୟକକ ଲୋକ ତା'ର ହୃଦଯ ରେ ନିଷ୍ପତ୍ତି ନବୋ ଉଚିତ୍, ସେ ମାେ ପାଇଁ ଯାହା ଉପହାର ଦବୋ ଉଚିତ୍। ମାେ ପାଇଁ ସହେି ଦ୍ରବ୍ଯ ସଂଗ୍ରହ କର।

3ଏହି ବସ୍ତୁଗୁଡିକ ତୁମ୍ଭେ ଲୋକମାନଙ୍କଠାରୁ ଗ୍ରହଣ କରିପାରିବ। ଯଥା- ସୁନା, ରୂପା, ପିତ୍ତଳ,

4ନୀଳବର୍ଣ୍ଣ, ଧୂମବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋକ,

5ରକ୍ତୀକୃତ ମଷଚେର୍ମ, ଶିଶୁକ ଚର୍ମ ଓ ଶିଟୀମ୍ କାଷ୍ଠ।

Exodus 25 illustration - Exodus Chapter 25

6ଦୀପ ନିମନ୍ତେ ତୈଳ ପୁଣି ଅଭିଷକୋର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ଯ।

7ଏଫୋଦ୍ ଓ ବୁକୁପଟା ରେ ଏହା ଲଗାଇବା ନିମନ୍ତେ ଗୋମଦେକମଣି ଓ ଅଳଙ୍କାରସବୁ ଗ୍ରହଣ କର।

8ପରମେଶ୍ବର ଏହା ମଧ୍ଯ କହିଲେ, ସମାନେେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ରସ୍ଥାନ ନିର୍ମାଣ କରନ୍ତୁ। ତହିଁରେ ମୁଁ ସମାନଙ୍କେ ମଧିଅରେ ବାସ କରିବି।

9ପବିତ୍ର ତମ୍ବୁର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର। ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦଖାଇବୋ ସହେି ଅନୁସାରେ ତୁମ୍ଭମାନେେ ସବୁ କରିବ।

10ଶିଟୀମ କାଠର ଏକ ସିନ୍ଦୁକ ତିଆରି କର। ସହେି ପବିତ୍ର ସିନ୍ଦୁକ ଅଢଇେ ହାତ ଲମ୍ବ, ଦେଢ ହାତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।

Exodus 25 illustration - Exodus Chapter 25

11ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣ ରେ ତାହା ମଡାଇବ। ତା'ର ଭିତର ପଟ ଓ ବାହାର ପଟେ ରେ ମଧ୍ଯ ମଡାଇବ। ଏବଂ ତା'ଉପରେ ଚତୁର୍ଦ୍ଦିଗ ରେ ସୁବର୍ଣ୍ଣର କନ୍ଥ କରିବ।

12ଏଥି ନିମନ୍ତେ ଗ୍ଭରି କଣ ରେ ଗ୍ଭରୋଟି ସୁବର୍ଣ୍ଣର କଡା ଲଗାଅ। ପ୍ରେତ୍ୟକକ ପାଖ ରେ ଦୁଇଟି କଡା ଲଗାଅ।

13ଏହାକୁ ବହିବା ପାଇଁ ସାଙ୍ଗୀ ତିଆରୀ କର ଓ ସୁବର୍ଣ୍ଣ ରେ ମଣ୍ଡିତ କର।

14ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାଶର୍‌ବସ୍ଥ କଡା ରେ ସହେି ସାଙ୍ଗୀ ପ୍ରବେଶ କରାଇବ।

15ସହେି ସାଙ୍ଗୀ ସିନ୍ଦୁକର କଡ଼ା ଭିତ ରେ ଥିବ ଏବଂ ତହିଁରୁ ନିଶ୍ଚିତ ବାହାର କରାୟିବ ନାହିଁ।

Exodus 25 illustration - Exodus Chapter 25

16ପରମେଶ୍ବର କହିଲେ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକରେ ରଖିବ।

17ଏହାପରେ ତୁମ୍ଭମାନେେ ଶୁଦ୍ଧ ସୁବର୍ଣ୍ଣ ରେ ଅଢଇେ ହାତ ଲମ୍ବା ଦେଢ ହାତ ପ୍ରସ୍ଥ ଓ ଏକ ପାପାଚ୍ଛାଦନ ନିର୍ମାଣ କରିବ।

18ଏହାପରେ ତୁମ୍ଭମାନେେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବ ଦୂତ କରିବ। ଏବଂ ସଗେୁଡିକୁ ସହେି ପାପାଚ୍ଛାଦନର ଦୁଇ ମୁଣ୍ଡ ରେ ଦବେ।

19ଏକ ଦୂତକୁ ଗୋଟିଏ ମୁଣ୍ଡ ରେ ଓ ଆଉ ଗୋଟିଏକୁ ଅନ୍ୟ ମୁଣ୍ଡ ରେ ସ୍ଥାପନ କର। ଦୁଇ ଦୂତଙ୍କୁ ଆଚ୍ଛାଦନ ସହିତ ସଂଲଗ୍ନ କର।

20ସହେି ଦୂତମାନେ ନିଯମ-ସିନ୍ଦୁକକୁ ସମାନଙ୍କେର ଡଣୋ ଦ୍ବାରା ଆଚ୍ଛାଦନ କରିବେ, ଯାହାକି ଆକାଶ ଆଡକୁ ଉେଠ। ଆଚ୍ଛାଦକ ଆଡକୁ ଅନାଇ ଦୂତମାନେ ସାମ୍ନାସାମ୍ନି ରହିବା ଉଚିତ୍।

Exodus 25 illustration - Exodus Chapter 25

21ତୁମ୍ଭେ ଏହି ପାପାଚ୍ଛାଦନ ସହେି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକ ମଧ୍ଯର ଥୋଇବ।

22ଆଉ ମୁଁ ଯେତବେେଳେ ତୁମ୍ଭକୁ ସାକ୍ଷାତ କରେ ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ଯରୁ ତୁମ୍ଭ ସଙ୍ଗେ ଆଳାପ କରି ଇଶ୍ରାୟେଲ ସନ୍ତାନଗଣ ବିଷଯକ ମୁଁ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବି।

23ଶିଟୀମ୍ କାଠ ରେ ଏକ ମଜେ ପ୍ରସ୍ତୁତ କର। ସହେି ମଜେଟି ଦୁଇ ହାତ ଲମ୍ବ ଏକ ହସ୍ତ ପ୍ରସ୍ଥ ଓ ଦେଢ ହାତ ଉଚ୍ଚ ହବେ।

24ଏହି ମଜେକୁ ଖାଣ୍ଟି ସୁବର୍ଣ୍ଣ ରେ ଆଚ୍ଛାଦନ କର ଏବଂ ତା'ର ଚତୁର୍ଦ୍ଦିଗ ରେ ଏକ ସୁବର୍ଣ୍ଣର ଛାଞ୍ଚ ଦିଅ।

25ଏହାପରେ ମଜେର ଚତୁଃପାଶର୍‌ବ ରେ ଏକ ହାତ ଓସାରର ଏକ ତକ୍ତା ତିଆରି କର ଏବଂ ଏକ ସୁବର୍ଣ୍ଣର କାନ୍ଥ ଲଗାଅ।

Exodus 25 illustration - Exodus Chapter 25

26ଆଉ ସୁବର୍ଣ୍ଣ ରେ ଚାରୋଟୀ କଡା କରି ଚାରି ଖୁରାର ଚାରି କଣ ରେ ରଖିବ।

27ଏହି କଡାଗୁଡିକ ଭିତ ରେ ସାଙ୍ଗୀ ମଜେ ବହନ କରିବ। ଏବଂ ସଗେୁଡିକ ରିମ୍ର ପାଖାପାଖି ରହିବା ଉଚିତ୍।

28ମଜେକୁ ବୋହିବା ପାଇଁ ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କରି ସେଥି ରେ ସୁବର୍ଣ୍ଣ ମଡାଇ ଦିଅ।

29ଏହାର ଥାଳି, ବାଟି, ଜଗ୍ ଓ ପିଆଲା ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମାଣ କର। ଜଗ୍ ଓ ପିଆଲାଗୁଡିକ ପଯେ ନବୈେଦ୍ଯ ପାଇଁ ବ୍ଯବହୃତ ହବେ।

30ସହେି ମଜେ ଉପରେ, ମାେ ସମ୍ମୁଖ ରେ ସବୁ ସମୟରେ ଦର୍ଶନୀଯ ରୋଟୀ ରଖ।

Exodus 25 illustration - Exodus Chapter 25

31ଏହାପରେ ତୁମ୍ଭମାନେେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁପର୍ଣ୍ଣ ରେ ପିଟା କର୍ମ ରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

32ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହବେ। ଏହାର ଏକ ପାଶର୍‌ବରୁ ତିନି ଦୀପଶାଖା ଓ ଅନ୍ୟ ପଶର୍‌ବରୁ ତିନି ଦୀପଶାଖା ବାହାରିବ।

33ପ୍ରତି ଶାଖା ରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ।

34ଦୀପ ବୃକ୍ଷ ରେ ବାଦାମ ପୁଷ୍ପାକୃତି ଚାରି ଗୋଲାଧାର ଓ କଳିକା ପୁଷ୍ପ ରହିବ।

35ସହେି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ହବେ ସମାନଙ୍କେ ଏକ ଶାଖା ଦ୍ବଯର ଏକ କଳିକା ଓ ଅନ୍ୟ ଶାଖା ଦ୍ବଯର ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ବଯର ତଳେ ଏକ କଳିକା ରହିବ।

Exodus 25 illustration - Exodus Chapter 25

36ସେ ଦୀପଶାଖାଟି ସଂପୂର୍ଣ୍ଣଭାବେ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମିତ ହବେ। ଏହି ସମସ୍ତ ସୁବର୍ଣ୍ଣ କାର୍ୟ୍ଯ ପିଟା ସୁବର୍ଣ୍ଣ ରେ ହବେ। ଏବଂ ଏହା ୟୋଡାୟାଇ ଗୋଟିଏ ଖଣ୍ଡ କରା ହବେ।

37ତୁମ୍ଭମାନେେ ତାହାପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସହେି ପ୍ରତୀପ ଜଳାଇଲେ ତହିଁର ସମ୍ମୁଖ ରେ ଆଲୁଅ ହବେ।

38ନିର୍ମଳ ସୁବର୍ଣ୍ଣ ରେ ତହିଁର ଚିମୁଟା ଓ ଅଙ୍ଗାରଧାନୀ ନିର୍ମାଣ କରିବ।

39ଏହି ଦୀପରୂଖା ଓ ତହିଁର ସାମଗ୍ରୀ ଏକ ତାଳନ୍ତ ଶୁଦ୍ଧ ସୁବର୍ଣ୍ଣ ରେ ତିଆରି ହବୋ ଉଚିତ୍।

40ନିଶ୍ଚିତ ହୁଅ ଯେ, ନିର୍ଦ୍ଦେଶ ମୁତାବକ ଆସବାବ ପତ୍ରଗୁଡିକ ତିଆରି କରୁଛ। ଯାହା କି ମୁଁ ତୁମ୍ଭକୁ ପର୍ବତ ଉପରେ ଦଇେଛି।

Chapter Complete

You have read Exodus 25

40 verses