Lumina
Exodus

Laws of Justice

Exodus 21·Oriya Bible

1ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, ଏଗୁଡିକ ହେଉଛି ଅନ୍ଯାନ୍ଯ ବ୍ଯବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ।

2ଯଦି ତୁମ୍ଭେ ଜଣେ ଏବ୍ରୀଯ କ୍ରୀତଦାସ ନିଅ, ତବେେ ସେ ଛଅ ବର୍ଷ ତୁମ୍ଭର ସବୋ କରିବ। ସପ୍ତମ ବର୍ଷ ରେ ସେ ମୁକ୍ତ ହାଇଯେିବ। ତାକୁ ଆଉ କିଛି ମୂଲ୍ଯ ଦବୋକୁ ପଡିବ ନାହିଁ।

3ଯଦି ସହେି ଲୋକ ଜଣଙ୍କ ବିବାହିତ ନ ହାଇେଥାଏ, ତବେେ ସେ ଏକାକୀ ୟିବ ଓ ଯଦି ସେ ବିବାହିତ ହାଇେଥାଏ ତବେେ ସେ ମୁକ୍ତ ହବୋ ସମୟରେ ତା'ର ସ୍ତ୍ରୀକୁ ସାଙ୍ଗ ରେ ନଇୟିବେ।

4ଯଦି ତା'ର ମୁନିବ ତାକୁ ବିବାହ କରି ଦଇେଥାଏ, ଯଦି ସହେି ସ୍ତ୍ରୀଠାରୁ ପୁତ୍ରକନ୍ଯା ଜନ୍ମ ହାଇେଥାଏ, ତବେେ ତା'ର ସ୍ତ୍ରୀ ଓ ପୁତ୍ର କନ୍ଯା ଉପରେ ଅଧିକାର ରହିବ। ଏବଂ ଛଅ ବର୍ଷପରେ ତାକୁ ମୁକ୍ତ କରାୟିବ।

5ମାତ୍ର ଏପରି ହାଇପୋ ରେ ଯେ ସେ ଦାସ କହିପା ରେ ମୁଁ ମାରେ ମୁନିବ ନିକଟରେ ରହିବି। ଯଦି ସେ କ ହେ, 'ମୁଁ ମାରେମୁନିବକୁ ଭଲ ପାଏ, ମୁଁ ମାରେ ସ୍ତ୍ର, ପୁତ୍ରକନ୍ଯାକୁ ପ୍ ରମେ କରେ, ମୁଁ ମୁକ୍ତ ହବୋକୁ ଚାହୁଁ ନାହିଁ, ମୁଁ ଏଠା ରେ ରହିବି।'

Exodus 21 illustration - Exodus Chapter 21

6ଯଦି ଏପରି ଘଟେ, ତବେେ ତା'ର ମୁନିବ ତାଙ୍କୁ ପରମେଶ୍ବରଙ୍କ ସମ୍ମୁଖକୁ ଆଣିବ, ତା'ର ମୁନିବ ତାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ବିନ୍ଧାଣୀ ରେ ତା'ର କାନ ବିନ୍ଧିବ, ତହିଁରେ ସେ ସଦାକାଳ ତା'ର ସବୋ କରିବ।

7ଜଣେ ଲୋକ ତା'ର କନ୍ଯାକୁ ଦାସୀଭାବେ ବିକ୍ରଯ କରିପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହାଇେ ପାରିବ ନାହିଁ।

8ଯଦି ତା'ର ମୁନିବ ତା' ଉପରେ ସନ୍ତୁଷ୍ଟ ନୁହେଁ, ତବେେ ତା'ର ବିବାହ ଠିକ୍ କରି ନପା ରେ, ତବେେ ତାକୁ ପୁନ୍ନରାଯ ତା'ର ପିତାକୁ ବିକ୍ରଯ କରିଦଇେ ପା ରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରଯ କରିପାରିବ ନାହିଁ, କାରଣ ସେ ତାକୁ ଅବିଶ୍ବସ୍ତ ଭାବରେ ବ୍ଯବହାର କରିଛି।

9ଯଦି ତା'ର ମୁନିବ ତାକୁ ତା'ର ପୁତ୍ରବଧୁ କରିବାକୁ କହିଥାଏ, ତବେେ ତାକୁ ଦାସୀ ଭାପରେ ବିବଚେନା କରାୟାଇ ପାରିବ ନାହିଁ। ତାକୁ ତାଙ୍କର କନ୍ଯାପରି ବ୍ଯବହାର କରାୟିବ।

10ଯଦି ମୁନିବ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ତବେେ ସେ ପ୍ରଥମ ସ୍ତ୍ରୀକୁ କବେେ ଅସୁବିଧ ରେ ପକାଇବ ନାହିଁ। ତା'ର ବିବାହୋଚିତ କର୍ତ୍ତବ୍ଯ ଯଥା: ଖାଦ୍ୟ, ବସ୍ତ୍ ରେ ଓ ଶାରିରୀକ ସମ୍ପର୍କରୁ ବଞ୍ଚିତ କରିବ ନାହିଁ।

Exodus 21 illustration - Exodus Chapter 21

11ସହେି ଲୋକ ଏହିସବୁ କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍। ଯଦି ଏଥି ରେ ସେ ତୃଟି କରେ ତବେେ ସହେି ସ୍ତ୍ରୀ ଜଣଙ୍କ ନିଜେ ବିନାମୂଲ୍ଯ ରେ ମୁକ୍ତ ହାଇଯେିବ।

12ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଆଘାତ କରେ ଓ ହତ୍ଯାକରେ, ତବେେ ଆଘାତ କରିଥିବା ବ୍ଯକ୍ତିକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।

13ଯଦି ସେ ତାକୁ ହତ୍ଯା କରିବାକୁ ଚାହୁଁ ନଥିଲା କିନ୍ତୁ ପରମେଶ୍ବର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସମାନେେ ତାକୁ ଉପୟୁକ୍ତ ଜାଗା ଦବେେ।

14କିନ୍ତୁ ଯଦି ଜଣେ ବ୍ଯକ୍ତି ଇଚ୍ଛା କରି କିମ୍ବା ରାଗ ରେ ଅନ୍ୟଜଣକୁ ହତ୍ଯା କରେ, ତବେେ ହତ୍ଯାକାରୀ ନିଶ୍ଚିତ ମୃତ୍ଯୁଦଣ୍ଡ ପାଇବ। ତାକୁ ମାରେ ୟଜ୍ଞବଦେୀ ପାଖରୁ ନଇୟୋଅ ଓ ହତ୍ଯା କର।

15ଯଦି କୌଣସି ଲୋକ ତା'ର ପିତା କିମ୍ବା ମାତାକୁ ଆଘାତ କରେ ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବ।

Exodus 21 illustration - Exodus Chapter 21

16ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଅପହରଣ କରି ବିକ୍ରଯ କରେ କିମ୍ବା ଦାସ ଭାବରେ ରେଖ, ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।

17ଯଦି କହେି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତବେେ ତା'ର ମୃତ୍ଯୁଦଣ୍ଡ ହବେ।

18ଯଦି ଦୁଇ ଲୋକ ମଧିଅରେ ବିବାଦ ଉପୁଜିବାରୁ କହେି ଅନ୍ୟକୁ ପଥର ରେ ଆଘାତ କରେ ବା ହସ୍ତ ରେ ଆଘାତ କରେ ଏବଂ ସେ ଆଘାତପ୍ରାପ୍ତ ଲୋକ ନ ମ ରେ ତବେେ ମାରିଥିବା ଲୋକକୁ ମୃତ୍ଯୁଦଣ୍ଡ ଦିଆୟିବ ନାହିଁ।

19ଆଘାତପ୍ରାପ୍ତ ଲୋକ ଯଦି ଶୟ୍ଯାଶାଯୀ ହୁଏ ଏବଂ ବିଛଣାରୁ ଉଠିପା ରେ ଏବଂ ସେ ଆଶାବାଡି ଧରି ଚାଲିପା ରେ। ତବେେ ଆଘାତ ଦଇେଥିବା ଲୋକ ତା'ର କ୍ଷତି ଭରଣା କରିବ ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହବୋ ପର୍ୟ୍ଯନ୍ତ ତା'ର ସହାୟତା କରିବ।

20 ବେଳେ ବେଳେ ମୁନିବ ତା'ର ଦାସୀକୁ କିମ୍ବା ଦାସକୁ ମାଡ ମା ରେ, ଯଦି ଆଘାତପ୍ରାପ୍ତ ହାଇେ ଦାସଟି ମରିୟାଏ, ତବେେ ତା'ର ମୁନିବକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।

Exodus 21 illustration - Exodus Chapter 21

21ଯଦି ସହେି ଦାସ ମାଡ ହବୋ ଦିନଠାରୁ ଦିନେ ବା ଦୁଇ ଦିନ ବଞ୍ଚେ, ତବେେ ତାକୁ ଆଉ ଦଣ୍ଡ ଦିଆୟିବ ନାହିଁ। କାହିଁକି? କାରଣ, ମୁନିବ ତାକୁ ପଇସା ବିନିମଯ ରେ କ୍ରଯ କରିଥାଏ ଏବଂ ଦାସଟି ତା'ର ସମ୍ପୁର୍ଣ୍ଣ ନିଜର ହାଇେଥାଏ।

22ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯବେେ ତା'ର ଗର୍ଭପାତ ହୁଏ ମାତ୍ର ପରେ ତା'ର ଯଦି କ୍ଷତି ନଘଟେ. ତବେେ ସହେି ସ୍ତ୍ରୀର ସ୍ବାମୀ ଯେଉଁରୂପେ ଦାବି କରିବ ସହେି ଅନୁସାରେ ତାକୁ ଅବଶ୍ଯ ଅର୍ଥଦଣ୍ଡ ହବେ। ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦବେ।

23ଯଦି ଜଣେ ବ୍ଯକ୍ତି ଜାରେ ରେ ଆଘାତ ପ୍ରାପ୍ତ ହୁଏ, ତବେେ ଆଘାତକାରୀ ଜୀବନ ବଦଳ ରେ ଜୀବନ ଦବେ।

24ଚକ୍ଷୁ ପରିଶାଧେ ରେ ଚକ୍ଷୁ, ହାତ ପରିଶାଧେ ରେ ହାତ, ପାଦ ପରିଶାଧେ ରେ ପାଦ,

25ବାହୁ ପରିଶାଧେ ରେ ବାହୁ, କ୍ଷତ ପରିଶାଧେ ରେ କ୍ଷତ, ଦାଗ ପରିଶାଧେ ରେ ଦାଗ ଦଣ୍ଡ ଦିଆୟିବ।

Exodus 21 illustration - Exodus Chapter 21

26ଯଦି କହେି ତା'ର ଦାସ କିମ୍ବା ଦାସୀକୁ ଆଘାତ କରିବା ସମୟରେ ତା'ର ଚକ୍ଷୁ ନଷ୍ଟ ହାଇୟୋଏ ତବେେ ତାକୁ ମୁକ୍ତ କରି ଦିଆୟିବ।

27ଯଦି କହେି ମୁନିବ ତା'ର ଦାସର ମୁହଁ ରେ ଆଘାତ କରେ ଓ ସେ ଯଦି ତା'ର ଦାନ୍ତ ହରାଏ ତବେେ ତା'ର ଦାନ୍ତ ପାଇଁ ତାକୁ ମୁକ୍ତି କରି ଦିଆୟିବ।

28ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତବେେ ତା'ର ମୁନିବ ଦୋଷୀ ହବୋନାହିଁ କିନ୍ତୁ ସହେି ବଳଦକୁ ପଥର ଦ୍ବାରା ମରାୟିବ ଓ ତା'ର ମାଂସ ଖିଆୟିବ ନାହିଁ।

29ଯଦି ଆଗରୁ ପ୍ରମାଣ ଥାଏ ଯେ ସହେି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା'ର ମୁନିବ ତାକୁ ବନ୍ଧି ରଖିନାହିଁ, ଯଦି ସେ କାହାରିକୁ ହତ୍ଯା କରେ ତବେେ ତା'ର ମୁନିବକୁ ମଧ୍ଯ ହତ୍ଯା କରାୟିବ।

30ଯଦି ବିଚାରକର୍ତ୍ତଙ୍କ ନିଷ୍ପତ୍ତି ଅନୁସାରେ ସେ ଅର୍ଥ ପୈଠ କରେ ଏବଂ ମୃତ ଲୋକର କହେି ଆତ୍ମୀଯ ସହେି ଅର୍ଥକୁ ଗ୍ରହଣ କରେ ତବେେ ଆଉ ତାକୁ ମୃତ୍ଯୁ ଦଣ୍ଡ ଦିଆୟିବ ନାହିଁ।

Exodus 21 illustration - Exodus Chapter 21

31ଏହି ନିଯମ ମଧ୍ଯ ବଳଦ ମାରି ଦଇେଥିବା ପୁତ୍ର, କନ୍ଯା ଏବଂ ଲୋକଙ୍କ କ୍ଷେତ୍ର ରେ ପ୍ରପୁଜ୍ଯ ହବେ।

32କିନ୍ତୁ ଯଦି ବଳଦ ଯବେେ କାହାର ଦାସ କି ଦାସୀକୁ ଆଘାତ କରେ, ତବେେ ସେ ତା'ର ପ୍ରଭୁକୁ ତିରିଶ ସକେଲେ ରୂପା ଦବେ। ଆଉ ବଳଦକୁ ପ୍ରସ୍ତର ଦ୍ବାରା ହତ୍ଯା କରାୟିବ।

33ଯଦି ଜଣେ ବ୍ଯକ୍ତି ଖାେଳିଥିବା କୂଅ ବା ଗାତ ଖାେଲା ରଖିଥାଏ ଏବଂ ଯଦି ତା ଭିତ ରେ ଏକ ବଳଦ କିମ୍ବା ଏକ ଗଧ ପଡିୟାଏ ତବେେ ଯେଉଁ ଲୋକ ତାକୁ ଖୋଳିଥିବ ସେ ଦୋଷୀ ଭାବେ ଗଣାୟିବ।

34ସହେି ଲୋକ ଜଣକ ସହେି ପଶୁ ପାଇଁ ଅର୍ଥ ଦବୋକୁ ପଡିବ। ଯଦି ସେ ଅର୍ଥ ପୈଠ କରେ, ସହେି ପଶୁ ପାଇଁ, ତବେେ ସେ ତା'ର ମୃତ ଦହକେୁ ରଖିବା ପାଇଁ ଅନୁମତି ଦବେ।

35ଯଦି କୌଣସି ଲୋକର ବଳଦ କାହାରି ବଳଦକୁ ହତ୍ଯା କରେ, ତବେେ ସମାନେେ ସହେି ଜୀବିତ ଗୋରୁକୁ ବିକ୍ରଯ କରି ଦୁଇଭାଗ କରିବେ ଏବଂ ମୃତ ଗୋରୁକୁ ମଧ୍ଯ ଦୁଇଭାଗ କରି ନବେେ।

Exodus 21 illustration - Exodus Chapter 21

36ମାତ୍ର ତା'ର ଗୋରୁ ପୂର୍ବରୁ ବିନ୍ଧୁଥିବା ଜାଣି ଯଦି ତା'ର ମୁନିବ ତାକୁ ବନ୍ଧି ନରେଖ, ତବେେ ସେ ଗୋରୁ ପରିଶାଧେ ରେ ଗୋରୁ ନବେ ମାତ୍ର ମୃତ ଗୋରୁ ତା'ର ନିଜର ହବେ।

Chapter Complete

You have read Exodus 21

36 verses