Lumina
Exodus

The Ten Commandments

Exodus 20·Oriya Bible

1ଏହାପରେ ପରମେଶ୍ବର କହିଲେ,

2ମୁଁ ହେଉଛି ସଦାପ୍ରଭୁ ତୁମ୍ଭର ପରମେଶ୍ବର। ତୁମ୍ଭମାନଙ୍କୁ ମୁଁ ମିଶରରୁ ବାହର କରି ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଦାସ ଥିଲ।

3ତୁମ୍ଭମାନେେ ମାେ ବ୍ଯତୀତ ଆଉ କୌଣସି ଦବେତାଗଣକୁ ଉପାସନା କରିବ ନାହିଁ।

4ତୁମ୍ଭମାନେେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ବର୍ଗ ରେ କିମ୍ବା ପୃଥିବୀ ରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳ ରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।

5କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।

Exodus 20 illustration - Exodus Chapter 20

6କିନ୍ତୁ ମୁଁ ସହେି ଲୋକମାନଙ୍କ ପ୍ରତି ଦୟାକରେ, ଯେଉଁମାନେ ମାରେ ନିଯମ ପାଳନ କରନ୍ତି ଓ ମାେତେ ପ୍ ରମେ କରନ୍ତି, ମୁଁ ତାଙ୍କର ହଜାର ହଜାର ପୁରୁଷଙ୍କର ଦୟା କରେ।

7ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନାମ ମିଥ୍ଯା ରେ ନବେ ନାହିଁ, କାରଣ ଯେ କହେି ତାଙ୍କର ନାମ ମିଥ୍ଯା ରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।

8ବିଶ୍ରାମଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର।

9ଛଅ ଦିନ ରେ ଆପଣାର ସମସ୍ତ କର୍ମ କରିବ।

10ମାତ୍ର ସପ୍ତମ ଦିନ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ବିଶ୍ରାମ ଦିନ ଅଟେ। ତହିଁରେ ତୁମ୍ଭେ କି ତୁମ୍ଭର ପୁତ୍ର କି ତୁମ୍ଭର କନ୍ଯା, ତୁମ୍ଭର ଦାସ କିମ୍ବା ଦାସୀ, ତୁମ୍ଭର ପଶୁ କି ତୁମ୍ଭର ନଗରର ଦ୍ବାରବର୍ତ୍ତୀ ବିଦେଶୀ କହେି କୌଣସି କାର୍ୟ୍ଯ କରିବ ନାହିଁ।

Exodus 20 illustration - Exodus Chapter 20

11ଯେ ହତେୁ ସଦାପ୍ରଭୁ ଆକାଶମଣ୍ଡଳ ଓ ପୃଥିବୀ ଓ ସମୁଦ୍ର ଓ ଦନ୍ମଧ୍ଯସ୍ଥିତ ସମସ୍ତ ବସ୍ତୁ ଛଅ ଦିନ୍ ରେ ନିର୍ମାଣ କରି ସପ୍ତମ ଦିନ ରେ ବିଶ୍ରାମ କଲେ। ଏହିପରି ଭାବରେ ସଦାପ୍ରଭୁ ବିଶ୍ରାମ ଦିନଟିକୁ ଆଶୀର୍ବାଦ କଲେ। ସଦାପ୍ରଭୁ ଏହି ଦିନଟକୁ ଏକ ସ୍ବତନ୍ତ୍ର ଦିନ କଲେ।

12ତୁମ୍ଭେ ଆପଣା ପିତା ଓ ମାତାଙ୍କୁ ସମ୍ମାନ କର। ଏହିପରି କର ୟଦ୍ବାରା ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ସହେି ଦେଶ ରେ ତୁମ୍ଭର ଦୀର୍ଘ ପରମାଯୁ ହବେ।

13ତୁମ୍ଭେ ନରହତ୍ଯା କରିବ ନାହିଁ।

14ତୁମ୍ଭେ ବ୍ଯଭିଚାର କରିବ ନାହିଁ।

15ତୁମ୍ଭେ ଚୋରୀ କରିବ ନାହିଁ।

Exodus 20 illustration - Exodus Chapter 20

16ତୁମ୍ଭେ ଆପଣା ପ୍ରତିବେଶୀ ବିରୁଦ୍ଧ ରେ ମିଥ୍ଯା ସାକ୍ଷ୍ଯ ଦବେ ନାହିଁ।

17ତୁମ୍ଭେ ଆପଣା ପ୍ରତିବେଶୀର ଗୃହକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବେଶୀର ଭାର୍ୟ୍ଯା କି ଦାସ, ଦାସୀ କି ତା'ର ଗୋରୁ କି ଗଧ କି ତୁମ୍ଭ ପ୍ରତିବେଶୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।

18ସେତବେେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀ ଧ୍ବନି ଓ ଧୂମୟୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସମାନେେ କମ୍ପିତ ହାଇେ ଦୂର ରେ ଠିଆ ହେଲ।

19ଆଉ ସମାନେେ ମାଶାଙ୍କେୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭମାନେେ ଶୁଣିବୁ, ମାତ୍ର ପରମେଶ୍ବର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲ ଆମ୍ଭମାନେେ ମରିୟିବୁ।

20ତହିଁରେ ମାଶାେ ଲୋକମାନଙ୍କୁ କହିଲେ, ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭମାନେେ ଯମେନ୍ତ ପାପ ନକରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କର ଚକ୍ଷୁ ଗୋଚର କରିବାକୁ ସଦାପ୍ରଭୁ ଆସି ଅଛନ୍ତି।

Exodus 20 illustration - Exodus Chapter 20

21ଲୋକମାନେ ସେତବେେଳେ ସହେି ପବିତ୍ର ପର୍ବତଠାରୁ ଦୂର ରେ ରହିଲେ, ଯେ ତବେଳେ ମାଶାେ ସହେି ପର୍ବତ ଉପରକୁ, ଘନ ମେଘ ମଧ୍ଯକୁ ପରମେଶ୍ବରଙ୍କୁ ସାକ୍ଷାତ କରିବା ପାଇଁ ଗଲେ।

22ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲର ଲୋକମାନଙ୍କୁ ଏହି କଥା କୁହ, ଆମ୍ଭେ ସ୍ବର୍ଗ ରେ ରହି ତୁମ୍ଭମାନଙ୍କ ସହିତ କଥା କହିଥିଲୁ। ତୁମ୍ଭମାନେେ ଦେଖିଅଛ।

23ତେଣୁ ତୁମ୍ଭମାନେେ ଆମ୍ଭର ପ୍ରତିୟୋଗୀ ଅନ୍ୟ ଦବେତାଗଣ ପ୍ରତିଷ୍ଠା କରିବ ନାହିଁ। ଆପଣାମାନଙ୍କ ପାଇଁ ରେ ୗପ୍ୟମୂର୍ତ୍ତି କିମ୍ବା ସୁନାର ମୂର୍ତ୍ତୀ ନିର୍ମାଣ କରିବ ନାହିଁ।

24ତୁମ୍ଭମାନେେ ମାଟି ରେ ଏକ ସ୍ବତନ୍ତ୍ର ୟଜ୍ଞବଦେୀ ମାେ ପାଇଁ ନିର୍ମାଣ କରିବ ଏବଂ ତୁମ୍ଭମାନଙ୍କ ମଷେ ଓ ଗୋରୁଗାଈରୁ ସଠାେରେ ହାମବେଳି, ମଙ୍ଗଳାର୍ଥକ ବଳି ଉତ୍ସର୍ଗ କର। ମୁଁ ତୁମ୍ଭମାନଙ୍କୁ ସବୁଠା ରେ ଆଶୀର୍ବାଦ କରିବା ପାଇଁ ଆସିବି ଯେଉଁଠା ରେ ତୁମ୍ଭମାନେେ ମାେତେ ସ୍ମରଣ କରିବ।

25ଯବେେ ତୁମ୍ଭେ ଆମ୍ଭ ନିମନ୍ତେ ପ୍ରସ୍ତର ବଦେୀ ନିର୍ମାଣ କରିବ, ତବେେ ଖାଦେିତ ପ୍ରସ୍ତର ରେ ତାହା ନିର୍ମାଣ କରିବ ନାହିଁ। କାରଣ ତହିଁ ଉପରେ ଆପଣା ଅସ୍ତ୍ର ଉଞ୍ଚାଇଲେ, ତାହା ଅପବିତ୍ର ହବେ। ଏହା ଆଉ ଗ୍ରହଣ ଯୋଗ୍ଯ ହବେ ନାହିଁ।

Exodus 20 illustration - Exodus Chapter 20

26ଆଉ ତୁମ୍ଭର ଉଲଗ୍ନତା ଆମ୍ଭ ବଦେୀ ଉପରେ ଯମେନ୍ତ ଅନାବୃତ ନହୁଏ, ଏଥିପାଇଁ ତୁମ୍ଭେ ପାବଚ୍ଛ ଦଇେ ଆମ୍ଭ ୟଜ୍ଞବଦେୀ ଉପରକୁ ଉଠିବ ନାହିଁ।

Chapter Complete

You have read Exodus 20

26 verses