Lumina
Exodus

The Song of Moses

Exodus 15·Oriya Bible

1ଏହାପରେ ମାଶାେ ଓ ଇଶ୍ରାୟେଲୀୟ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହି ସଂଗୀତ ଗାନ କଲେ, ଆମ୍ଭେ ସଦାପ୍ରଭୁଙ୍କ ପ୍ରଶଂସା ଗାନ କରିବା। ସେ ମହାନ କାର୍ୟ୍ଯ କରିଛନ୍ତି। ସେ ଅଶ୍ବ ଏବଂ ଅଶ୍ବାରୋହୀଙ୍କୁ ସମୁଦ୍ର ରେ ନିକ୍ଷପେ କଲେ।

2ସଦାପ୍ରଭୁ ହେଉଛନ୍ତି ମାରେ ଶକ୍ତି। ସେ ମାେତେ ରକ୍ଷା କରନ୍ତି। ଏବଂ ମୁଁ ତାଙ୍କର ପ୍ରଶଂସା କରି ଗାନ କରିବି। ସଦାପ୍ରଭୁ ହେଉଛନ୍ତି ମାରେ ପରମେଶ୍ବର ଏବଂ ମୁଁ ତାଙ୍କର ପ୍ରଶଂସା କରିବି। ସଦାପ୍ରଭୁ ହେଉଛନ୍ତି ମାରେ ପୂର୍ବପୁରୁଷମାନଙ୍କର ପରମେଶ୍ବର ଏବଂ ମୁଁ ତାଙ୍କର ସମ୍ମାନ କରିବି।

3ସଦାପ୍ରଭୁ ୟୁଦ୍ଧବୀର, ସଦାପ୍ରଭୁ ତାଙ୍କର ନାମ।

4ସେ ଫାରୋଙ୍କର ରଥ ଏବଂ ସନ୍େଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗର ରେ ନିମଗ୍ନ ହାଇେ ଅଛନ୍ତି।

5ଗଭୀର ଜଳ ସମାନଙ୍କେୁ ଆଚ୍ଛାଦନ କରିଅଛି। ସମାନେେ ପ୍ରସ୍ତର ତୁଲ୍ଯ ଅଗାଧ ଜଳ ରେ ବୁଡି ଗଲେ।

Exodus 15 illustration - Exodus Chapter 15

6ସଦାପ୍ରଭୁ ତାଙ୍କର ଦକ୍ଷିଣ ହସ୍ତ ବଳ ରେ ଗୌରବାନ୍ବିତ ଏବଂ ସଦାପ୍ରଭୁ, ତାଙ୍କର ଦକ୍ଷିଣ ହସ୍ତ ରେ ଶତୃକୁ ପରାସ୍ତ କଲେ।

7ତୁମ୍ଭେ ନିଜର ଉତ୍କୃଷ୍ଟ ମହିମା ରେ, ନିଜର ପ୍ରତିକୂଳାଚାରୀମାନଙ୍କୁ ଧ୍ବଂସ କରିଛ। ତୁମ୍ଭେ ତୁମ୍ଭର କୋର୍ଧାଗ୍ନି ପଠାଅ। ତାହା ସମାନଙ୍କେୁ ନଡାପରି ଗ୍ରାସ କରେ।

8ତୁମ୍ଭ ନାସାନ୍ଦ୍ରର ବିସ୍ଫୋଟ ଜଳକୁ ପ୍ରାଚୀରତୁଲ୍ଯ ପରିଣତ କଲା। ଏବଂ ଜଳଷୋର୍ତ ପ୍ରାଚୀରତୁଲ୍ଯ ହାଇଗେଲା। ସମୁଦ୍ର ମଧ୍ଯ ସ୍ଥଳ ରେ ଜଳ ଜମାଟ ହାଇଗେଲା।

9ଶତୃ କହିଲା, 'ମୁଁ ସମାନଙ୍କେୁ ଗୋଡ଼ାଇବି ଓ ଧରିବି। ମୁଁ ଲୁଟିତ ଦ୍ରବ୍ଯ ଭାଗ କରି ନବେି। ସମାନଙ୍କେର ଉପରେ ମାରେ ଅଭିଳାଷ ପୂର୍ଣ୍ଣ ହବେ। ମୁଁ ଆପଣା ଖଡ୍ଗ ନିକ୍ଷପେ କରିବି, ମାରେ ହସ୍ତ ସମାନଙ୍କେୁ ବିନାଶ କରିବ।'

10ମାତ୍ର ତୁମ୍ଭେ ତାଙ୍କୁ ଫୁଙ୍କ ରେ ଉଡାଇ ଦଲେ ଓ ସମୁଦ୍ର ରେ ସମାନଙ୍କେୁ ବୁଡାଇ ଦଲେ। ସମାନେେ ସୀସା ପରି ଅଶାନ୍ତ ସମୁଦ୍ର ରେ ବୁଡିଗଲେ।

Exodus 15 illustration - Exodus Chapter 15

11 ହେ ସଦାପ୍ରଭୁ, ତୁମ୍ଭ ତୁଲ୍ଯ ଆଉ କୌଣସି ଦବେତା ଅଛି କି? ନା, ତୁମ୍ଭ ପରି ଆଉ କହେି ନାହିଁନ୍ତି। ତୁମ୍ଭେ ପବିତ୍ର ଅଟ। ତୁମ୍ଭେ ଆଶ୍ଚର୍ୟ୍ଯ ଶକ୍ତି ରେ ପରିପୂର୍ଣ୍ଣ, ତୁମ୍ଭେ ବଡ ଅଦ୍ଭୁତ କାର୍ୟ୍ଯ କର!

12ତୁମ୍ଭେ ଆପଣା ଦକ୍ଷିଣ ହସ୍ତ ଉଠାଇଲ ଏବଂ ପୃଥିବୀ ସମାନଙ୍କେୁ ଗ୍ରାସ କଲା।

13କିନ୍ତୁ ତୁମ୍ଭେ ଦୟା ରେ ରକ୍ଷା କରିଥିବା ଲୋକମାନଙ୍କୁ ଆଗଇେ ନଲେ। ତୁମ୍ଭେ ଆପଣା ପରାକ୍ରମ ରେ ସମାନଙ୍କେୁ ତୁମ୍ଭର ପବିତ୍ର ନିବାସସ୍ଥାନକୁ ନଇେ ୟାଇଛ।

14ଲୋକମାନେ ଏହା ଶୁଣି ଅଛନ୍ତି, ସମାନେେ ଭୟ ରେ କମ୍ପୁ ଅଛନ୍ତି। ପଲେଷ୍ଟୀୟ ନିବାସୀମାନେ ଭୟ ରେ ଥରିବାକୁ ଲାଗିଲେ।

15ଇଦୋମର ନେତାଗଣ ଭୟ ରେ ଥରିଲେ। ମାଯାେବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ଯ ଭୟ ରେ ଥରିଲେ। କିଣାନୀଯମାନେ ସମାନଙ୍କେର ସାହସ ହରାଇଲେ।

Exodus 15 illustration - Exodus Chapter 15

16ସହେି ସମସ୍ତ ଲୋକମାନେ ଭୟଭୀତ ହବେେ। ତୁମ୍ଭ ବାହୁର ଶକ୍ତି ଦ୍ବାରା ସମାନେେ ପଥର ପରି ନିଶ୍ଚଳ ହବେେ, ଯେପର୍ୟ୍ଯନ୍ତ ତୁମ୍ଭର ଲୋକମାନେ, ଯେଉଁମାନଙ୍କୁ ତୁମ୍ଭେ ମୁକ୍ତ କଲ ଚାଲି ୟାଇନାହାନ୍ତି।

17ତୁମ୍ଭେ ସମାନଙ୍କେୁ ଆଣ ଓ ସମାନଙ୍କେୁ ନିଜ ପର୍ବତ ରେ ସ୍ଥାପନ କର। ହେ ସଦାପ୍ରଭୁ, ତୁମ୍ଭ ନିଜ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛ, ସଦାପ୍ରଭୁ ତୁମ୍ଭର ହସ୍ତ ଏକ ଧର୍ମଧାମ ପ୍ରସ୍ତୁତ କରିଅଛି।

18ସଦାପ୍ରଭୁ ଚିରଦିନ ରାଜତ୍ବ କରିବେ।

19କାରଣ ଫାରୋଙ୍କର ଘୋଡା, ରଥ ଏବଂ ସୈନ୍ଯମାନେ ସବୁ ସମୁଦ୍ର ଭିତରକୁ ଚାଲି ୟାଇଛନ୍ତି। ସଦାପ୍ରଭୁ ସମାନଙ୍କେ ଉପରେ ସମୁଦ୍ର ଜଳ ଆଚ୍ଛାଦିତ କରାଇଲେ। ମାତ୍ର ଇଶ୍ରାୟେଲ ଲୋକମାନେ ସମୁଦ୍ର ମଧିଅରେ ଶୁଷ୍କ ରାସ୍ତା ରେ ଗମନ କଲେ।

20ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।

Exodus 15 illustration - Exodus Chapter 15

21ତା'ପରେ ମରିଯମ ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାନ କର। ଯେ ହତେୁ ସେ ମହାନ କାର୍ୟ୍ଯ କରିଛନ୍ତି। ସେ ଅଶ୍ବ ଓ ଅଶ୍ବାରୋହୀ ସୈନ୍ଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଅଛନ୍ତି।

22ମାଶାେ ଇଶ୍ରାୟେଲ ଲୋକମାନଙ୍କୁ ସୂଫ ସମୁଦ୍ରଠାରୁ ପର୍ବତ ଆଡକୁ ନଇଗେଲେ। ସମାନେେ ତିନିଦିନ ଧରି ମରୁଭୂମିରେ ୟାତ୍ରା କଲେ, ଲୋକମାନେ ଟିକେ ମଧ୍ଯ ପାଣି ପିଇଲେ ନାହିଁ।

23ତିନିଦିନ ପରେ ଲୋକମାନେ ମାରାଠା ରେ ପହନ୍ଚିଲେ। ସଠାେରେ ପାଣି ଥିଲା କିନ୍ତୁ ତିକ୍ତତା ହତେୁ ପାନୀଯ ଯୋଗ୍ଯ ନଥିଲା। ଯେଉଁଥିପାଇଁ ସହେି ସ୍ଥାନର ନାମ ଥିଲା ମାରା।

24ଲୋକମାନେ ମାଶାଙ୍କେ ନିକଟରେ ଅଭିଯୋଗ କଲେ। ଲୋକମାନେ କହିଲେ, ଆମ୍ଭେ କ'ଣ ପିଇବୁ?

25ମାଶାେ ସଦାପ୍ରଭୁଙ୍କୁ ଡାକି ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦଖାଇେଲେ। ମାଶାେ ସହେି ବୃକ୍ଷର ଶାଖାକୁ ଜଳ ରେ ପକାନ୍ତେ ଏହା ମଧୁର ହାଇଗେଲା।

Exodus 15 illustration - Exodus Chapter 15

26ତା'ପରେ ସେ କହିଲେ, ତୁମ୍ଭେ ଯବେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କର ଏବଂ ତାଙ୍କ ଦୃଷ୍ଟି ରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ଯବସ୍ଥାସବୁ ପାଳନ କର, ତବେେ ମିଶରୀଯମାନେ ଯେଉଁ ସବୁ ରୋଗ ରେ ପିଡୀତ ହେଲେ, ତୁମ୍ଭମାନେେ ସହେି ରୋଗ ରେ ପିଡୀତ ହବେ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।

27ଏହାପରେ ଲୋକମାନେ ଏଲୀମକୁ ଗଲେ। ଏଲୀମଠା ରେ ବାରଟି ନିର୍ଝର ଏବଂ ସତୁରୀଟି ଖଜୁରୀ ଗଛ ଥିଲା। ତେଣୁ ଲୋକମାନେ ସହେିଠା ରେ ପାଣି ପାଖ ରେ ଛାଉଣୀ ସ୍ଥାପନ କଲେ।

Chapter Complete

You have read Exodus 15

27 verses