Lumina
Ecclesiastes

Wisdom Better Than Folly

Ecclesiastes 7·Oriya Bible

1ବହୁମୂଲ୍ଯ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅଟେ। ବ୍ଯକ୍ତିର ଜନ୍ମ ଦିନ ଅପେକ୍ଷା ମୃତ୍ଯୁର ଦିନ ୟଥେଷ୍ଟ ଭଲ ଅଟେ।

2ଭୋଜିକୁ ୟିବା ଅପେକ୍ଷା ଶବଦାହକୁ ୟିବା ଭଲ। କାରଣ ତାହା ସମୁଦାଯ ମନୁଷ୍ଯର ଶଷଗେତି ଅଟେ ଓ ଜୀବିତ ଲୋକ ତହିଁରେ ମନୋୟୋଗ କରିବା ଉଚିତ୍।

3ସୁଖଠାରୁ ଦୁଃଖ ଭଲ କାରଣ ଏକ ଦୁଃଖ ଅନୁଭୂତି ମୂଲ୍ଯବାନ ଶିକ୍ଷା ଦିଏ।

4ଜ୍ଞାନୀମାନଙ୍କ ହୃଦଯ ଚିତାଗ୍ନି ରେ। ମାତ୍ର ମୂର୍ଖମାନଙ୍କ ହୃଦଯ ଭୋଜି ରେ ଥାଏ।

5ଜଣେ ମୂର୍ଖର ଗୀତ ଶୁଣିବାଠାରୁ ଜଣେ ଜ୍ଞାନୀ ଲୋକଙ୍କଠାରୁ ଭର୍ତ୍ସନା ଶୁଣିବା, ଭଲ।

Ecclesiastes 7 illustration - Ecclesiastes Chapter 7

6ହାଣ୍ଡିତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି ମୂର୍ଖର ହାସ୍ଯ ସହେିପରି, ଏହା ମଧ୍ଯ ଅର୍ଥହୀନ।

7ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବକେ ନଷ୍ଟ କରେ।

8ବିଷଯର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। ଗୋଟିଏ ଜରାଗ୍ରସ୍ଥ ଆତ୍ମା ଏକ ଗର୍ବୀ ଆତ୍ମାଠାରୁ ଭଲ।

9ଶୀଘ୍ର କୋରଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦଯ ହରେ କୋରଧ ବାସ କରେ।

10ପଚାର ନାହିଁ, କାହିଁକି ବର୍ତ୍ତମାନଠାରୁ 'ଅତୀତ' ଭଲ ଥିଲା? ଯଦି ତୁମ୍ଭେ ଜ୍ଞାନୀ ହାଇେଥିବ ଏହା ପଚାରିବ ନାହିଁ।

Ecclesiastes 7 illustration - Ecclesiastes Chapter 7

11ଜ୍ଞାନ ଉତ୍ତମ ଅଟେ, ଯଦି ଏହା ବଂଶାନୁଗତ ଭାବରେ ଆସିଥାଏ, ଏହା ଜୀବନଧାରଣ ରେ ଲାଭ ଦଇେଥାଏ।

12କାରଣ ଧନ ଯେପରି ଆଶ୍ରଯ ସ୍ବରୂପ, ଜ୍ଞାନ ହିଁ ସହେିପରି ଆଶ୍ରଯ ସ୍ବରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସମାନଙ୍କେର ଜୀବନକୁ ଏହା ସୁରକ୍ଷା କରେ।

13ପରମେଶ୍ବରଙ୍କ କାର୍ୟ୍ଯକୁ ଅନୁଧ୍ଯାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କହେି ଠିକ୍ କରିପାରିବ ନାହିଁ।

14ଖୁସି ହୁଅ ଯେତବେେଳେ ତୁମ୍ଭ ପାଖ ରେ ସମ୍ପତ୍ତି ଅଛି କିନ୍ତୁ ଯେତବେେଳେ ତୁମ୍ଭେ ଦୁଃଖ ଅନୁଧ୍ଯାନ କର ପରମେଶ୍ବର ଆମ୍ଭକୁ ଭଲ ସହିତ ଖରାପ ସମୟ ଦଇେଛନ୍ତି। ଯାହା ଫଳ ରେ କୌଣସି ଲୋକ ଭବିଷ୍ଯତ ରେ କ'ଣ ଘଟିବ ତାହା ଜାଣିପାରିବ।

15ମାରେ ଅର୍ଥହୀନ ଜୀବନ କାଳ ମଧିଅରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତବେେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ବେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା'ର ଦୁଷ୍ଟାମୀ ସତ୍ତ୍ବେ ଦୀର୍ଘଜୀବି ହୁଏ।

Ecclesiastes 7 illustration - Ecclesiastes Chapter 7

16ତୁମ୍ଭମାନେେ ନିଜକୁ ଅତି ଧାର୍ମିକ ବୋଲି ଦଖାେଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ ବୋଲି ଦଖାଇେ ହୁଅ ନାହିଁ। କାହିଁକି ? ଏଥି ରେ ତୁମ୍ଭେ ନିଜକୁ ବିନାଶ କରିବ।

17ତୁମ୍ଭେ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ ?

18ହସ୍ତ କାଢ଼ି ନ ନଇେ ତାକୁ ଧରି ରଖିବା ରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ବରଙ୍କୁ ସମ୍ମାନ କରେ, ସେ ଉଭୟ କରେ।

19ନଗର ରେ ଥିବା ଦଶଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ଯକ୍ତିକୁ ଅଧିକ ଶକ୍ତି ଦିଏ।

20ୟିଏ ପାପ ନ କରି କବଳେ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀ ରେ ନିଶ୍ଚଯ ନାହିଁ।

Ecclesiastes 7 illustration - Ecclesiastes Chapter 7

21ଯାହା ତୁମ୍ଭଙ୍କୁ କୁହାୟାଇଛି, ସମସ୍ତ କଥା ରେ ମନ ଯୋଗ ଦିଅ ନାହିଁ, ନ ହେଲେ ତୁମ୍ଭର ଦାସ ତୁମ୍ଭକୁ ଅଭିଶାପ ଦବୋର ତୁମ୍ଭେ ଶୁଣିବ।

22କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ଯ ଅନ୍ୟମାନଙ୍କୁ ସପରେି ବାରମ୍ବାର ଅଭିଶାପ ଦଇେଅଛ।

23ମୁଁ ଜ୍ଞାନଦ୍ବାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, ମୁଁ ଜ୍ଞାନୀ ହବୋକୁ ଚା ହେଁ। ମାତ୍ର ଜ୍ଞାନ ମାରେ ଗନ୍ତବ୍ଯଠାରୁ ବହୁତ ଦୂର ରେ ଅଛି।

24ସବୁ କିଛି ଆମ୍ଭର ବୁଝାମଣାର ବାହା ରେ, ଏସବୁ କିଏ ବୁଝିପାରିବ ?

25ମାେ ହୃଦଯ ରେ ମୁଁ ଜାଣିବାକୁ ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚାତ୍ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଚାହିଁଲି। ମୁଁ ମଧ୍ଯ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଚାହିଁଲି।

Ecclesiastes 7 illustration - Ecclesiastes Chapter 7

26ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ଯୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦଯ ଏକ ୟନ୍ତାପରି। ତା'ର ହସ୍ତଦ୍ବଯ ଶୃଙ୍ଖଳ ଅଟେ। ଯେ କହେି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ବାରା ଧରାୟିବ।

27ଉପଦେଶକ କହିଲେ, ଦେଖ, ଉତ୍ତର ପାଇବାକୁ ଗୋଟିଏ ସହିତ ଆଉ ଗୋଟିଏ ଯୋଗ କରି, ଏହା ମୁଁ ପାଇଲି।

28ମୁଁ ବାରମ୍ବାର ଖାଜେିଲି ଏବଂ ମୁଁ ପାଇଲି ନାହିଁ। ହଜାର ରେ ଗୋଟିଏ ପୁରୁଷ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସମାନଙ୍କେ ମଧିଅରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ।

29ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ବର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସମାନେେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।

Chapter Complete

You have read Ecclesiastes 7

29 verses