Lumina
Deuteronomy

Clean and Unclean Foods

Deuteronomy 14·Oriya Bible

1ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ସନ୍ତାନ, ଯେତବେେଳେ ଜଣେ ମରି ଯାଉଛି ତୁମ୍ଭର ଦକ୍ସ୍ଟଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ଯସ୍ଥଳ କ୍ଷୌର ହବେ ନାହିଁ।

2କାହିଁକି ଜାଣ, କାରଣ ତୁମ୍ଭମାନେେ ଅନ୍ୟ ଲୋକମାନଙ୍କଠାରକ୍ସ୍ଟ ଭିନ୍ନ। ତୁମ୍ଭମାନେେ ସଦାପ୍ରଭୁଙ୍କର ପବିତ୍ର ଲୋକ। ପୃଥିବୀର ସମସ୍ତ ଲୋକମାନଙ୍କ ମଧ୍ଯରକ୍ସ୍ଟ ସେ ତୁମ୍ଭକୁ ପସନ୍ଦ କରିଛନ୍ତି।

3ସଦାପ୍ରଭୁଙ୍କର ଘୃଣ୍ଯଦ୍ରବ୍ଯ ତୁମ୍ଭମାନେେ ଭକ୍ଷଣ କରିବ ନାହିଁ।

4ତୁମ୍ଭମାନେେ ଏହି ସକଳ ପଶକ୍ସ୍ଟଗଣ ଭୋଜନ କରିପାରିବ। ଯଥା: ଗାଇ, ମେଣ୍ତା ଓ ଛଳେି।

5ହରିଣ, କୃଷ୍ଣସାର, ମୃଗ, ବନଗୋରୁ, ବନଛାଗ, ଗବୟ, ବାହକ୍ସ୍ଟଟିଆ ହରିଣ ଓ ଚମରିଗାଈ।

Deuteronomy 14 illustration - Deuteronomy Chapter 14

6ପଶକ୍ସ୍ଟଗଣ ମଧ୍ଯରକ୍ସ୍ଟ ଯେତେ ପଶକ୍ସ୍ଟଙ୍କର ବିଭକ୍ତ ଖକ୍ସ୍ଟରା ଓ ଦ୍ବିଖଣ୍ତ ଖକ୍ସ୍ଟରା ବିଶିଷ୍ଟ ଓ ପାକକ୍ସ୍ଟଳ କରନ୍ତି, ସେସବୁ ତୁମ୍ଭମାନେେ ଭୋଜନ କରିବ।

7ତୁମ୍ଭମାନେେ ଓଟ, ଠକେକ୍ସ୍ଟଆ କିମ୍ବା ଶାଫନ୍ ମାନଙ୍କୁ ଖାଇବ ନାହିଁ। ସମାନେେ ପାକକ୍ସ୍ଟଳି କରନ୍ତି, କିନ୍ତୁ ସମାନଙ୍କେର ଖକ୍ସ୍ଟରା ଦକ୍ସ୍ଟଇଫାଳ ବିଶିଷ୍ଟ। ତେଣୁ ସହେି ପଶକ୍ସ୍ଟଗକ୍ସ୍ଟଡିକ ଖାଦ୍ୟ ତୁମ୍ଭମାନଙ୍କ ପାଇଁ ଅପବିତ୍ର।

8ତୁମ୍ଭମାନେେ ଘକ୍ସ୍ଟସକ୍ସ୍ଟରି ଖାଇବା ଇଚିତ୍ ନକ୍ସ୍ଟହଁ। କାରଣ ତାଙ୍କର ଖକ୍ସ୍ଟରା ଦକ୍ସ୍ଟଇଫାଳ ବିଶିଷ୍ଟ କିନ୍ତୁ ସମାନେେ ପାକକ୍ସ୍ଟଳି କରନ୍ତି ନାହିଁ। ତେଣୁ ତୁମ୍ଭମାନଙ୍କ ପାଇଁ ଘକ୍ସ୍ଟସକ୍ସ୍ଟରି ଅପବିତ୍ର ଅଟେ। ଏପରିକି ମୃତ ଘକ୍ସ୍ଟସକ୍ସ୍ଟରି ଶବକକ୍ସ୍ଟ ଛକ୍ସ୍ଟଅଁ ନାହିଁ।

9ତୁମ୍ଭମାନେେ କାତିଥିବା ବା ଡଣୋ ଥିବା ମାଛ ଖାଇପାରିବ।

10କିନ୍ତୁ ଜଳ ରେ ବାସ କରୁଥିବା ଜୀବ ଯେଉଁମାନଙ୍କର ଡଣୋ ବା କାତି ନାହିଁ, ସଗେକ୍ସ୍ଟଡିକ ଖାଅ ନାହିଁ, କାରଣ ସଗେକ୍ସ୍ଟଡିକ ତୁମ୍ଭମାନଙ୍କ ପାଇଁ ଅଶକ୍ସ୍ଟଚି ଅଟେ।

Deuteronomy 14 illustration - Deuteronomy Chapter 14

11ତୁମ୍ଭମାନେେ ଶକ୍ସ୍ଟଚି ଯେ କୌଣସି ପକ୍ଷୀ ଭୋଜନ କରିପାରିବ।

12କିନ୍ତୁ ତୁମ୍ଭମାନେେ ଏହି ପକ୍ଷୀମାନଙ୍କୁ ଭୋଜନ କରିବନାହିଁ ଯଥା: ଉକ୍ରୋଶ ହାଡଭଙ୍ଗା ଓ ବହୀରି,

13ଗୃଧ୍ରଚିଲ, ବାଜ,

14ଆପଣା ଜାତି ଅନକ୍ସ୍ଟସା ରେ ସମସ୍ତ ଡାମରାକାଉ,

15ଓଟପକ୍ଷୀ, ତାମସ ପକ୍ଷୀ, ସମକ୍ସ୍ଟଦ୍ର ଚିଲ ଓ ଆପଣା ଜାତି ଅନକ୍ସ୍ଟସା ରେ ଛଞ୍ଚାଣ,

Deuteronomy 14 illustration - Deuteronomy Chapter 14

16କୋଷପକ୍ଷୀ, ବଗ ଓ ଦୀର୍ଘ-ଗଳ ହଂସ,

17ପାଣି ଭଳୋ, ଶାଗକ୍ସ୍ଟଣା ଓ ପାଣିକକ୍ସ୍ଟଆ,

18ଚରଳ, କଙ୍କ, ଟିଟ୍ଟିଭ, ଗ୍ଭମଚିକା।

19ଗମନକାରୀ ପକ୍ଷବାନ ଜନ୍ତକ୍ସ୍ଟ ସକଳ ତୁମ୍ଭମାନଙ୍କ ପାଇଁ ଅଶକ୍ସ୍ଟଚି। ସମାନଙ୍କେୁ ଖାଇବ ନାହିଁ।

20ତୁମ୍ଭମାନେେ ସମସ୍ତ ଶକ୍ସ୍ଟଚି ପକ୍ଷୀକି ଭୋଜନ କରିପାରିବ।

Deuteronomy 14 illustration - Deuteronomy Chapter 14

21ଆପେ ଆପେ ମରିୟାଇଥିବା କୌଣସି ମୃତ ପ୍ରାଣୀର ମାଂସ ଭକ୍ଷଣ କରିବ ନାହିଁ। ତୁମ୍ଭମାନେେ ଏହାକକ୍ସ୍ଟ ବିଦେଶୀମାନଙ୍କୁ ଭୋଜନ ପାଇଁ ଦଇପୋର, କିଅବା ବିଦେଶୀକକ୍ସ୍ଟ ତାହା ବିକ୍ରଯ କରିପାର। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ପବିତ୍ର ଲୋକ।

22ପ୍ରେତ୍ୟକକ ବର୍ଷ ଆପଣା କ୍ଷେତ୍ରରକ୍ସ୍ଟ ଉତ୍ପନ୍ନ ଶସ୍ଯର ଦଶମାଂଶ ସାଇତି ରଖିବ।

23ଏହିସବୁ ପରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ନାମର ଉପାସନା ନିମନ୍ତେ ଯେଉଁସ୍ଥାନ ମନୋନୀତ କରିଛନ୍ତି ସହେି ସ୍ଥାନକକ୍ସ୍ଟ ୟାଅ। ସହେି ସ୍ଥାନ ରେ ତକ୍ସ୍ଟମ୍ଭ ଶସ୍ଯର ଦ୍ରାକ୍ଷାରସର ଓ ତୈଳର ଏକ ଦଶମାଂଶ ଦବୋ ଉଚିତ୍ ଓ ତକ୍ସ୍ଟମ୍ଭ ପଶକ୍ସ୍ଟର ପ୍ରଥମ ଜାତ ତୁମ୍ଭମାନେେ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଭୋଜନ କରିବା ଉଚିତ୍। ଏହିପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା କରିବ।

24ଯଦି ତୁମ୍ଭେ ସହେି ସ୍ଥାନରକ୍ସ୍ଟ ଦୂର ରେ ବାସ କର ଏବଂ ସମସ୍ତ ଦ୍ରବ୍ଯ ସହିତ ସଠାେକକ୍ସ୍ଟ ୟିବାକକ୍ସ୍ଟ ସହଜ ନହକ୍ସ୍ଟଏ ଯେଉଁଠା ରେ ସେ ତୁମ୍ଭକୁ ଆଶୀର୍ବାଦ କରିଛନ୍ତି କାରଣ ଏହା ସହେି ସ୍ଥାନଠାରକ୍ସ୍ଟ ବହକ୍ସ୍ଟତ ଦୂର ଯେଉଁଠା ରେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ନାମ ସ୍ଥାପନ କରିବା ପାଇଁ ପସନ୍ଦ କରନ୍ତି।

25ତବେେ ତୁମ୍ଭମାନେେ ସହେି ଶସ୍ଯସବୁକକ୍ସ୍ଟ ଟଙ୍କା ଆକାର ରେ ସହେି ଟଙ୍କା ବାନ୍ଧି ଆପଣା ହାତ ରେ ନଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ମନୋନୀତ ସ୍ଥାନକକ୍ସ୍ଟ ୟିବ।

Deuteronomy 14 illustration - Deuteronomy Chapter 14

26ତୁମ୍ଭେ ଯାହା ଇଛା କର, ଗୋରୁ, ଛଳେି, ଦ୍ରାକ୍ଷାରସ, କି ଅବା ଯାହାକିଛି ତକ୍ସ୍ଟମ୍ଭ ପ୍ରାଣ ତକ୍ସ୍ଟମ୍ଭଠାରକ୍ସ୍ଟ ଚା ହେଁ ତହିଁ ପାଇଁ ତୁମ୍ଭେ ସହେି ଟଙ୍କା ଦବେ। ତୁମ୍ଭମାନେେ ସଠାେରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଭୋଜନ କରି ତୁମ୍ଭେ ଓ ତକ୍ସ୍ଟମ୍ଭ ପରିବାର ଆନନ୍ଦ କରିବ।

27କିନ୍ତୁ ଏକଥା ଭୂଲିୟାଅ ନାହିଁ ଯେ ଆପଣା ନଗର ଦ୍ବାରବର୍ତ୍ତୀ ଲବେୀୟ ଲୋକକୁ ତ୍ଯାଗ କରିବ ନାହିଁ, କାରଣ ସେ ତକ୍ସ୍ଟମ୍ଭ ସଙ୍ଗ ରେ କୌଣସି ଅଧିକାର ପାଇନାହିଁ। ତେଣୁ ତୁମ୍ଭେ ଖାଦ୍ୟ ରେ ତାଙ୍କୁ ଭାଗ ଦବେ।

28ପ୍ରତି ତୃତୀୟ ବର୍ଷର ଶଷେ ରେ ତୁମ୍ଭେ ସହେି ବର୍ଷ ରେ ଉତ୍ପନ୍ନ ଆପଣା ଶସ୍ଯାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗର ଦ୍ବାର ଭିତ ରେ ସଞ୍ଚଯ କରି ରଖିବ।

29ଏହି ଖାଦ୍ୟ ସକଳ ସହେି ଲବେୀୟ ଲୋକମାନଙ୍କର, କାରଣ ସମାନଙ୍କେର କୌଣସି ନିଜସ୍ବ ସଐତ୍ତି ନାହିଁ। ଏହି ଖାଦ୍ୟ ମଧ୍ଯ ଅନ୍ୟ ଲୋକମାନଙ୍କ ପାଇଁ ବିଦେଶୀମାନଙ୍କ ପାଇଁ ପିତୃହୀନ ଓ ବିଧବାମାନେ ଆସି ଭୋଜନ କରି ତୃଲ୍ଗ ହବେେ। ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ହସ୍ତକୃତ ସମସ୍ତ କର୍ମ ରେ ତୁମ୍ଭକୁ ଆଶୀର୍ବାଦ କରିବେ।

Chapter Complete

You have read Deuteronomy 14

29 verses