Lumina
Daniel

Daniel's Prayer; Seventy Weeks

Daniel 9·Oriya Bible

1ଦାରିଯାବସଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ଏହିସବୁ ଘଟଣାମାନ ଘଟିଲା। ଦାରିଯାବସ୍ ମାଦୀଯ ବଂଶର ଉତ୍ତରାଧିକାରୀ ଥିଲେ। ତାଙ୍କର ପିତା ଅକ୍ଷଶ୍ବରେସର ଥିଲେ। ସେ କଲଦୀଯର ରାଜା ପଦ ରେ ଉପଯୋଗୀ ହେଲେ।

2ଦାରିଯାବସଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ମୁଁ ଦାନିୟେଲ, କେତକେ ଗ୍ରନ୍ଥ ପାଠକରି ଜାଣିଲି ଯେ, ଯିରିମିୟ ଭବିଷ୍ଯଦ୍ବକ୍ତା ସଦାପ୍ରଭୁଙ୍କଠାରୁ ବୁଝିଲେ ୟରୁଶାଲମର ପୁନଃନିର୍ମାଣ ପ୍ରଳଯର ସତୁରି ବର୍ଷ ପ ରେ ଘଟିଲା।

3ଏଣୁ ମୁଁ ଉପବାସ, ଚଟବସ୍ତ୍ର ପରିଧାନ ଓ ଭସ୍ମ ଲପନେ କରି ପ୍ରାର୍ଥନା ଓ ବୀନତି ଦ୍ବାରା ପ୍ରଭୁ ପରମେଶ୍ବରଙ୍କର ଅନ୍ବଷେଣ କରିବା ପାଇଁ ତାଙ୍କ ପ୍ରତି ଦୃଷ୍ଟି ଦଲେି।

4ପୁଣି ମୁଁ ମାରେପରମେଶ୍ବର ସଦାପ୍ରଭୁଙ୍କୁ ପ୍ରାର୍ଥନା କଲି ଓ ମାରେପାପ ସ୍ବୀକାର କରି କହିଲି, ହେ ସଦାପ୍ରଭୁ, ତୁମ୍ଭେ ମହାନ୍ ଓ ଭୟାନକ ପରମେଶ୍ବର। ଯେଉଁମାନେ ତୁମ୍ଭକୁ ପ୍ ରମେ କରନ୍ତିଓ ତୁମ୍ଭର ଚୁକ୍ତି ପାଳନ କରନ୍ତି, ତୁମ୍ଭେ ସମାନଙ୍କେ ପ୍ରତି ଦୟା ଓ ନିଯମ କରିଥାଅ।

5ମାତ୍ର, ହେ ସଦାପ୍ରଭୁ, ଆମ୍ଭମାନେେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହାଇେଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ଯାଗ କରିଅଛୁ।

Daniel 9 illustration - Daniel Chapter 9

6ତୁମ୍ଭର ଭବିଷ୍ଯଦ୍ବକ୍ତାମାନଙ୍କ ପ୍ରତି ଆମ୍ଭେ କର୍ଣ୍ଣପାତ କରିନାହୁଁ। ସମାନେେ ଆମ୍ଭର ରାଜାମାନଙ୍କୁ ଆମ୍ଭର ନେତାମାନଙ୍କୁ, ଆମ୍ଭର ପିତୃପୁରୁଷଗଣଙ୍କୁ ଏବଂ ଇଶ୍ରାୟେଲକୁ ତୁମ୍ଭର ନାମ ରେ କହିଥିଲେ।

7 ହେ ସଦାପ୍ରଭୁ, ତୁମ୍ଭେ ପରମ ଧାର୍ମିକ ଓ ଧାର୍ମିକତା ତୁମ୍ଭର ଅଟେ। ମାତ୍ର ଆଜିକାର ନ୍ଯାଯ ରେ ଆମ୍ଭମାନେେ ଲଜ୍ଜାର ପାତ୍ର। ଆଉ ତୁମ୍ଭ ବିରୁଦ୍ଧ ରେ ସତ୍ଯ ଲଙ୍ଘନ ଯୋଗୁଁ ଯିହୁଦାର ଲୋକ ଓ ୟିରୁଶାଲମ ନିବାସୀ, ତୁମ୍ଭ ଦ୍ବାରା ବିତାଡିତ ସମସ୍ତ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇଶ୍ରାୟେଲ ଲୋକ ଲଜ୍ଜାର ପାତ୍ର।

8 ହେ ସଦାପ୍ରଭୁ, ଆମ୍ଭମାନେେ ଲଜ୍ଜିତ ହବୋ ଉଚିତ, ଆଉ ଆମ୍ଭର ସମସ୍ତ ଅଧିପତିଗଣ, ସମସ୍ତ ରାଜଗଣ ଓ ସମସ୍ତ ପୂର୍ବପୁରୁଷଗଣ ଲଜ୍ଜିତ ହବୋ ଉଚିତ। କାରଣ ଆମ୍ଭମାନେେ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।

9 ହେ ସଦାପ୍ରଭୁ, ତୁମ୍ଭେ ଦୟାଳୁ ଏବଂ କ୍ଷମାବାନ। କିନ୍ତୁ ପ୍ରକୃତ ରେ ଆମ୍ଭମାନେେ ତାହାଙ୍କ ବିରୁଦ୍ଧ ରେ ବିଦ୍ରୋହାଚରଣ କରିଅଛୁ।

10ଆମ୍ଭମାନେେ ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କୁ ଅବମାନନା କରିଅଛୁ। ଯାହାକି ଆପଣା ଦାସ, ଭବିଷ୍ଯଦ୍ବକ୍ତାଗଣ ମାଧ୍ଯମ ରେ ଯେଉଁ ବ୍ଯବସ୍ଥା ସକଳ ରଖିଲେ ତାହା ସବୁ ଆମ୍ଭମାନେେ ପାଳନ କରିନାହୁଁ।

Daniel 9 illustration - Daniel Chapter 9

11ଆଉ ସମଗ୍ର ଇଶ୍ରାୟେଲ ତୁମ୍ଭରବ୍ଯବସ୍ଥା ଲଙ୍ଘନ କରିଅଛନ୍ତି। ସମାନେେ ତୁମ୍ଭ ପ୍ରତି ବିମୁଖ ହାଇେଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ବରଙ୍କ ସବେକ ମାଶାଙ୍କେ ବ୍ଯବସ୍ଥା ରେ ଲିଖିତ ପ୍ରତିଜ୍ଞା ଆମ୍ଭମାନଙ୍କ ଉପ ରେ ଢଳା ୟାଇଅଛି। କାରଣ ଆମ୍ଭମାନେେ ତାଙ୍କ ବିରୁଦ୍ଧ ରେ ପାପ କରିଅଛୁ।

12ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସମାନଙ୍କେ ବିରୁଦ୍ଧ ରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ୟିରୁଶାଲମ ପରି ଦୁଃଖ ଭୋଗ କରିନାହିଁ।

13ମାଶାଙ୍କେ ଲିଖିତ ବ୍ଯବସ୍ଥାନୁସା ରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭମାନେେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରିନାହୁଁ କି ପାପରୁ ବିରତ ହାଇନୋହୁଁଓ ତାଙ୍କର ସତ୍ଯତା ପ୍ରତି ଧ୍ଯାନ ଦଇନୋହୁଁ।

14ସଦାପ୍ରଭୁ ଆମ୍ଭମାନଙ୍କ ଅମଙ୍ଗଳାର୍ଥେ ଜାଗ୍ରତ ହାଇେ ଏହି ସମସ୍ତ ଘଟାଇ ଅଛନ୍ତି। ଆମ୍ଭମାନେେ କରିଥିବା ସମସ୍ତ ପାପ ପାଇଁ ଆମ୍ଭକୁ ଦଣ୍ତିତ କରିବା ଯଥାର୍ଥତା ଅଟେ। ମାତ୍ର ଆମ୍ଭମାନେେ ତାହାଙ୍କ ବାକ୍ଯ ପ୍ରତି ଧ୍ଯାନ ଦଇନୋହୁଁ।

15ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ସଦାପ୍ରଭୁ, ତୁମ୍ଭେ ତୁମ୍ଭର ବଳବାନ ହସ୍ତଦ୍ବାରା ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଛ। ଏବେ ମଧ୍ଯ ତୁମ୍ଭେ ପ୍ରସିଦ୍ଧି ଲାଭ କରିଅଛୁ। ହେ ପ୍ରଭୁ, ଆମ୍ଭମାନେେ ପାପ କରିଅଛୁ ଓ ଆମ୍ଭମାନେେ ଦୁଷ୍କର୍ମ କରିଅଛୁ।

Daniel 9 illustration - Daniel Chapter 9

16ହେ ସଦାପ୍ରଭୁ, ବିନଯ କରୁଅଛୁ, ତୁମ୍ଭର ସମସ୍ତ ଧାର୍ମିକତା ଅନୁୟାଯୀ ତୁମ୍ଭର ନଗର ୟିରୁଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କୋରଧ ଓ କୋପ ନିବୃତ୍ତ ହେଉ। ତୁମ୍ଭର କୋରଧ ନ୍ଯାଯୋଚିତ। ମାତ୍ର ଆମ୍ଭ ଚତୁର୍ଦ୍ଦିଗସ୍ଥ ଲୋକେ ଆମ୍ଭମାନଙ୍କୁ ନିନ୍ଦା କରୁଛନ୍ତି ଓ ଉପହାସ କରୁଛନ୍ତି। କାରଣ ଆମ୍ଭମାନେେ ଓ ଆମ୍ଭ ପୂର୍ବପୁରୁଷଗଣ ପାପ କରିଛନ୍ତି।

17ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକା ରେ ଦେଖ। ତୁମ୍ଭର ନିଜର ଖ୍ଯାତି ପାଇଁ ଏହା କର।

18ହେ ମାରେ ପରମେଶ୍ବର, କର୍ଣ୍ଣ ଡରେି ଶୁଣ। ଆପଣା ଚକ୍ଷୁ ମଲେି ଆମ୍ଭମାନଙ୍କର ଦୁରବସ୍ଥା ଦେଖ। ତୁମ୍ଭ ନାମ ରେ ଖ୍ଯାତି ଏହି ନଗର ଅବସ୍ଥା ଦେଖ। ଆମ୍ଭମାନେେ ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭକୁ ନିବଦନେ କରୁଅଛୁ।

19ହେ ସଦାପ୍ରଭୁ ଶୁଣ, ହେ ସଦାପ୍ରଭୁ କ୍ଷମା କର, ହେ ପରମେଶ୍ବର ଅବଧାନ ପୂର୍ବକ କର୍ମ କର। ବିଳମ୍ବ କରନାହିଁ, ହେ ମାରେ ପରମେଶ୍ବର ନିଜର ନାମ ସକାେଶ କର୍ମ କର। କାରଣ ତୁମ୍ଭର ନଗର ଏ ତୁମ୍ଭର ଲୋକମାନେ ତୁମ୍ଭ ନାମ ରେ ଖ୍ଯାତ ଅଟନ୍ତି।

20ମୁଁ ସହେିସବୁ କଥା ପରମେଶ୍ବରଙ୍କୁ ପ୍ରାର୍ଥନା ରେ ନିବଦନେ କରୁଥିଲି। ମାରେ ପାପ ଓ ଇଶ୍ରାୟେଲ ଲୋକଙ୍କର ପାପ ସ୍ବୀକାର କରୁଥିଲି। ଆଉ ମାରେ ପରମେଶ୍ବରଙ୍କ ପବିତ୍ର ପର୍ବତ ନିମନ୍ତେ ମାରେ ପରମେଶ୍ବର ସଦାପଭୁଙ୍କ ଛାମୁ ରେ ମାରେ ନିବଦନେ ଉତ୍ସର୍ଗ କରୁଥିଲି।

Daniel 9 illustration - Daniel Chapter 9

21ଯେତବେେଳେ ମୁଁ ପ୍ରାର୍ଥନା କରୁଥିଲି, ମାରେ ପ୍ରଥମ ଦର୍ଶନ ରେ ଗାବ୍ରିଯଲେ ଯାହାକୁ ମୁଁ ମାେ ନିକଟକୁ ଉଡିକି ଆସିବାର ଦେଖିଲି। ସେ ସନ୍ଧ୍ଯା ବେଳେ ବଳିଦାନ ଉତ୍ସର୍ଗ ସମୟରେ ଆସି ମାେତେ ସ୍ପର୍ଶ କଲେ।

22ଗାବ୍ରିଯଲେ ମାେତେ ଶିକ୍ଷା ଦଇେ କହିଲେ, ହେ ଦାନିୟେଲ, ମୁଁ ତୁମ୍ଭକୁ ବୁଝିବା ପାଇଁ ଜ୍ଞାନ ପ୍ରଦାନ କରୁଅଛି।

23ଯେତବେେଳେ ତୁମ୍ଭେ ପ୍ରାର୍ଥନା କରିବାକୁ ଆରମ୍ଭ କଲ, ମୁଁ ତୁମ୍ଭକୁ ଜଣାଇବାକୁ ଆସିଲି। କାରଣ ତୁମ୍ଭେ ପରମେଶ୍ବରଙ୍କର ଅତ୍ଯନ୍ତପ୍ରିଯପାତ୍ର। ଏହି ଆଦେଶକୁ ବୁଝ ଓ ଏହି ଦର୍ଶନକୁ ମଧ୍ଯ ବୁଝ।

24 ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।

25ଏହା ଜାଣ ଏବଂ ଏହା ବୁଝ, ଆଦେଶ ହବୋଠାରୁ ଫରୋଇବାକୁ ଏବଂ ୟିରୁଶାଲମ ନିର୍ମିତ କର, ଯେପର୍ୟ୍ଯନ୍ତ ଗୋଟିଏ ଅଭିଷିକ୍ତ ରାଜକୁମାର ସାତ ସପ୍ତାହ ଓ ବାଷଠି ସପ୍ତାହ ରେ, ସହର ପୂର୍ଣ୍ଣ ନିର୍ମିତ ହବେ। କିନ୍ତୁ ଏହାର ମୁଖ୍ଯ ରାସ୍ତା ଓ କାନ୍ଥ, ଅସୁବାଧା ସମୟରେ ହବେ।

Daniel 9 illustration - Daniel Chapter 9

26ପୁଣି ବାଷଠି ସପ୍ତାହ ପ ରେ ଅଭିଷିକ୍ତ ବ୍ଯକ୍ତି ଉଚ୍ଛିନ୍ନ ଓ ଅକିଞ୍ଚନ ହବେେ। ଆଉ ଆଗାମୀ ଅଧିପତିର ଲୋକମାନେ ନଗର ଓ ପବିତ୍ରସ୍ଥାନ ନଷ୍ଟ କରିବେ। ବନ୍ଯା ରେ ତାହା ଶଷେ ହବେ। ପୁଣି ଶଷେ ପର୍ୟ୍ଯନ୍ତ ୟୁଦ୍ଧ ହବେ। ଆଉ ପରମେଶ୍ବର ସେ ସ୍ଥାନର ସମ୍ପୂର୍ଣ୍ଣ ବିନାଶ ପାଇଁ ଆଦେଶ କରିଛନ୍ତି।

27ତା' ପ ରେ ଆଗାମୀ ଅଧିପତି ଏକ ସପ୍ତାହ ପର୍ୟ୍ଯନ୍ତ ଅନକେ ଲୋକଙ୍କ ସହିତ ଦୃଢ ଚୁକ୍ତି କରିବ ଓ ଅର୍ଦ୍ଧ ସପ୍ତାହ ୟଜ୍ଞ ଓ ନବୈେଦ୍ଯ ନିବୃତ୍ତ କରାଇବ। ଆଉ ଘୃଣ୍ଯବସ୍ତ୍ର ସହ ଜଣେ ବିନାଶକ ଆସିବ ଓ ସେ ଭୟଙ୍କର ବିନାଶ ସାଧନ କରିବ। ମାତ୍ର ପରମେଶ୍ବର ସହେି ବିନାଶକର ସମ୍ପୂର୍ଣ୍ଣ ବିନାଶ କରିବେ।

Chapter Complete

You have read Daniel 9

27 verses