Lumina
Acts

Acts 27

Acts 27·Oriya Bible

1ଇତାଲିଆକୁ ଜାହାଜା ରେ ଯାତ୍ରା କରିବା ପାଇଁ ସ୍ଥିର ହବୋରୁ ପାଉଲ ଓ ଅନ୍ୟ ବନ୍ଦୀମାନଙ୍କୁ ଦାଯିତ୍ବ ୟୂଲିଅ ନାମକ ଶତ ସନୋପତିଙ୍କ ହସ୍ତ ରେ ଅର୍ପଣ କରାଗଲା। ସହେି ୟୂଲିଅ ସମ୍ରାଟଙ୍କର ସନୋବାହିନୀ ରେ ଚ଼ାକିରୀ କରୁଥିଲେ। ଆମ୍ଭମାନେେ ଆଦ୍ରାମୁତ୍ତୀୟରୁ ଗୋଟିଏ ଜାହାଜ ରେ ଉଠିଲୁ।

2ସହେି ଜାହାଜଟି ଏସିଆ ଉପକୂଳବର୍ତ୍ତୀ ବନ୍ଦରଗୁଡ଼ିକୁ ଯାଉଥିଲା। ଥସଲିେନିକୀର ଆରିସ୍ତାର୍ଖ ନାମକ ଜଣେ ମାକିଦନିଆ ଅଧିବାସୀ ଆମ୍ଭ ସହିତ ଥିଲେ।

3ତହିଁ ଆରଦିନ ଆମ୍ଭେ ସୀଦୋନ ରେ ପହଞ୍ଚିଲୁ। ୟୁଲିଅ ପାଉଲଙ୍କ ପ୍ରତି ଦୟା ଦେଖଇେ ତାହାଙ୍କୁ ତାହାଙ୍କର ବନ୍ଧୁମାନଙ୍କ ସହିତ ସାକ୍ଷାତ କରିବା ପାଇଁ ଅନୁମତି ଦେଲେ। ପାଉଲଙ୍କ ବନ୍ଧୁମାନେ ତାହାଙ୍କର ଆବଶ୍ଯକତା ପୂର୍ଣ୍ଣ କଲେ।

4ତା'ପରେ ଆମ୍ଭେ ସୀଦୋନ ନଗର ଛାଡ଼ିଲୁ। ସେ ସମୟରେ ପ୍ରତିକୂଳ ପବନ ବହୁଥିଲା। ତେଣୁ ଆମ୍ଭେ ସାଇପ୍ରସ୍ ଉପଦ୍ବୀପ ନିକଟ ଦଇେ ଜଳଯାତ୍ରା କଲୁ।

5ତା'ପରେ ଆମ୍ଭେ କିଲିକିଯା ଓ ଫଫୁଲିଆ କୂଳେ କୂଳେ ଯାଇ ଲୁକିଆ ଦେଶର ମୁରା ନଗରୀ ରେ ପହଞ୍ଚିଲୁ।

Acts 27 illustration - Acts Chapter 27

6ସଠାେରେ ୟୁଲିଅ ଆଲକଜୋଣ୍ଡ୍ରିଆର ଜାହାଜଟିଏ ଇତାଲିଆକୁ ଯାଉଥିବାର ପାଇଲୋ ସେ ଆମ୍ଭମାନଙ୍କୁ ସେଥି ରେ ଚ଼ଢାଇ ଦେଲେ।

7ଆମ୍ଭମାନେେ କିଛି ଦିନ ଧୀ ରେ ଧୀ ରେ ଯାତ୍ରା କଲୁ। ଶଷେ ରେ ବହୁତ ଅସୁବିଧା ରେ ସମ୍ମୁଖୀନ ହାଇେ କ୍ଲିଦ ପହଞ୍ଚିଲୁ। କିନ୍ତୁ ଖୁବ୍ ଜୋର୍ ରେ ପବନ ବହୁଥିବାରୁ ଆମ୍ଭେ ଆଗକୁ ଯାଇ ପାରିଲୁ ନାହିଁ। ତେଣୁ ଆମ୍ଭେ ସାଲ୍ମୋଲୀର ନିକଟ କ୍ରୀତୀ ଦ୍ବୀପ ଉପକୂଳ ଦଇେ ଯାତ୍ରା କଲୁ।

8ଆମ୍ଭେ କୂଳକେୂଳେ ବହୁତ କଷ୍ଟ ରେ ଯାତ୍ରା କଲୁ। ତା'ପରେ ଆମ୍ଭେ ଲାସାଯା ନଗର ପାଖ 'ସୁନ୍ଦର ବନ୍ଦର' ନାମକ ସ୍ଥାନ ରେ ପହଞ୍ଚିଲୁ।

9ଏହିପରି ବହୁତ ସମୟ ବିତିଗଲା। ସେତବେେଳେ ଯିହୂଦୀୟ ଉପବାସ ଦିବସର ପରବର୍ତ୍ତୀ ସମୟ ହାଇେ ଥିବାରୁ, ଦୀର୍ଘ ଯାତ୍ରା ପାଇଁ ପାଗ ବିପଦପୂର୍ଣ୍ଣ ହାଇେ ଆସୁଥିଲା। ତେଣୁ ପାଉଲ ସମାନଙ୍କେୁ ସାବଧାନ କରଇେ କହିଲେ, ହେ ବନ୍ଧୁଗଣ! ମୁଁ ଭାବୁଛି, ଆମ୍ଭମାନଙ୍କର ଆଉ ଆଗକୁ ଯାତ୍ରା କରିବା ବିପଦଜନକ ହବେ।

10ଏହା ଦ୍ବାରା ଯେ କବଳେ ଜାହାଜ ଓ ଜିନିଷପତ୍ରର କ୍ଷତି ଘଟିବ ତାହା ନୁହେଁ, ହୁଏତ ଆମ୍ଭମାନଙ୍କର ଜୀବନ ମଧ୍ଯ ଚ଼ାଲିଯାଇପା ରେ।

Acts 27 illustration - Acts Chapter 27

11କିନ୍ତୁ ସନୋଧିକାରୀ, ପାଉଲଙ୍କ କହିଥିବା କଥା ଅପେକ୍ଷା ଜାହାଜର କ୍ଯାପଟନ୍େ ଓ ମାଲିକଙ୍କ କଥାକୁ ଅଧିକ ବିଶ୍ବାସ କଲେ।

12ସହେି ବନ୍ଦରଟି ଶୀତ କଟଇବୋ ପାଇଁ ଅନୁପୟୁକ୍ତ ଥିଲା। ତେଣୁ ଜାହାଜର ଅଧିକାଂଶ ନାବିକ ଫୋନୀକ୍ ରେ ପହଞ୍ଚିବା ଆଶା ରେ ସଠାେରେ ଆମ୍ଭ ସହିତ ୟିବା ପାଇଁ ଓ ଶୀତଋତୁ କଟଇବୋ ପାଇଁ ପରାମର୍ଶ ଦେଲେ। ଫୋନୀକ୍ସ୍ କ୍ରୀତି ଉପଦ୍ବୀପର ଗୋଟିଏ ନଗର। ଫୋନୀକ୍ସ୍ ଗୋଟିଏ ବନ୍ଦର। ତାହା ଉଭୟ ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଗକୁ ଥିଲା।

13ତା'ପରେ ପ୍ରବଳ ପବନ ଦକ୍ଷିଣ ଦିଗରୁ ବୋହିଲା। ଜାହାଜ ରେ ଥିବା ଲୋକମାନେ ଭାବିଲେ, ଆମ୍ଭେ ଯେଉଁ ପବନ ବହିବାଇଚ୍ଛା କରିଥିଲୁ, ତାହା ଆମ୍ଭେ ପାଇଲୁ। ତେଣୁ ଆମ୍ଭେ ଲଙ୍ଗର ଉେଠଇ କ୍ରୀତି ଉପଦ୍ବୀପର କୂଳକେୂଳେ ଯାତ୍ରା କଲୁ।

14ମାତ୍ର ଅଳ୍ପ ସମୟ ପରେ ହଠାତ୍ ପାଗ ବଦଳିଗଲା। ଉତ୍ତର ପୂର୍ବୀୟ ନାମକ ପବନ, ଦ୍ବୀପଆଡୁ ପ୍ରଚ଼ଣ୍ଡ ବଗେ ରେ ବୋହିବାକୁ ଲାଗିଲା।

15ଏହା ଜାହାଜକୁ ଆଘାତ କରି ସମୁଦ୍ର ଭିତରକୁ ଠଲେି ନଲୋ। ଜାହାଜ ପବନ ରେ ସ୍ଥିର ହାଇେ ରହି ନପାରିବାରୁ ଆମ୍ଭେ ତାକୁ ଭାସିୟିବା ପାଇଁ ଛାଡ଼ି ଦଲେୁ।

Acts 27 illustration - Acts Chapter 27

16ତା'ପରେ ଆମ୍ଭେ କ୍ଲାଉଦ ନାମକ ଉପଦ୍ବୀପ ଉହାଡ଼ ରେ ଜାହାଜ ଚ଼ଳାଇଲୁ। ସଠାେରେ ଗୋଟିଏ ଜୀବନରକ୍ଷକ ଡ଼ଙ୍ଗାକୁ ବହୁ କଷ୍ଟ ରେ ଆମ୍ଭେ ଜାହାଜ ଉପରକୁ ଉଠାଇବାକୁ ସମର୍ଥ ହେଲୁ।

17କବଳେ ତାହାକୁ ଜାହାଜ ଭିତରକୁ ନଲେୁ। ତାହାକୁ ଏକାଠି ଧରି ରଖିବା ପାଇଁ ଜାହାଜର ଚ଼ାରିପଟେ ଦଉଡ଼ି ରେ ବାନ୍ଧି ଦେଲେ। ନାବିକମାନେ ଚେ଼ାରାବାଲି ରେ ଜାହାଜ ଲାଗିୟିବାର ଭୟ କଲେ। ତେଣୁ ସମାନେେ ଉପର ପାଲଗୁଡ଼ିକ ଖ ସଇେ ପବନ ରେ ଜାହାଜଟିକୁ ଭ ସଇେ ଦେଲେ।

18ତହିଁ ଆରଦିନ ସମାନେେ ଝଡ଼ ପ୍ରବଳ ବଗେ ରେ ବଢ଼ିବାରୁ ମାଲଗୁଡ଼ିକ ସମୁଦ୍ର ରେ ପକଇେ ଦେଲେ।

19ତୃତୀୟ ଦିନ ସମାନେେ ନିଜ ହାତ ରେ ଜାହାଜର ସରଞ୍ଜାମ ସବୁ ପାଣିକୁ ଫୋପାଡ଼ି ଦେଲେ।

20ଆମ୍ଭେ ବହୁତ ଦିନ ପର୍ୟ୍ଯନ୍ତ ସୁର୍ୟ୍ଯ କି ତାରା କିଛି ଦେଖି ପାରିଲୁ ନାହିଁ। ପ୍ରଚ଼ଣ୍ଡ ଝଡ଼ ବତାସର ବଗେ କମିଲା ନାହିଁ। ଆମ୍ଭମାନେେ ଜୀବନ ରକ୍ଷା କରିବାର ସମସ୍ତ ଆଶା ରହଇେ ବସିଲୁ। ଆମ୍ଭେ ଭାବିଲୁ, ଆମ୍ଭର ମୃତ୍ଯୁ ଘଟିବ। ଅନକେ ଦିନ ପର୍ୟ୍ଯନ୍ତ ଆମ୍ଭମାନେେ କହେି କିଛି ଖାଇ ନଥିଲୁ।

Acts 27 illustration - Acts Chapter 27

21ଶଷେ ରେ ପାଉଲ ସମାନଙ୍କେୁ କହିଲେ, ବନ୍ଧୁଗଣ, ତୁମ୍ଭମାନେେ ଯଦି ମାେ କଥା ଶୁଣି କ୍ରୀତି ଉପଦ୍ବୀପରୁ ଜାହାଜ ଛାଡ଼ି ନଥାନ୍ତ, ତବେେ ତୁମ୍ଭମାନଙ୍କେର ଏ ଜାହାଜ ନଷ୍ଟ ହାଇେ ନଥାନ୍ତା ଓ ଏତେ କ୍ଷତି ଘଟି ନଥାନ୍ତା।

22କିନ୍ତୁ ବର୍ତ୍ତମାନ ମାରେକଥାଶୁଣ ଓ ସାହାସ ଧର। କାରଣ ତୁମ୍ଭମାନଙ୍କ ମଧ୍ଯରୁ କାହାରି ଜୀବନ ୟିବ ନାହିଁ। କବଳେ ଜାହାଜଟି ନଷ୍ଟ ହାଇଯେିବ।

23ମୁଁ ଯେଉଁ ପରମେଶ୍ବରଙ୍କର ସବୋ କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତି ରେ ମାେ ପାଖ ରେ ଠିଆ ହାଇେ କହିଲେ,

24'ଭୟ କରନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ୟିବ। ପରମେଶ୍ବର ତୁମ୍ଭ ହତେୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।'

25ତେଣୁ ବନ୍ଧୁଗଣ! ଖୁସୀ ହୁଅ। ମୁଁ ପରମେଶ୍ବରଙ୍କୁ ବିଶ୍ବାସ କରେ। ତାହାଙ୍କ ଦୂତ ମାେତେ ଯେପରି କହିଛନ୍ତି, ଠିକ୍ ସହେିପରି ଘଟିବ।

Acts 27 illustration - Acts Chapter 27

26କିନ୍ତୁ ଆମ୍ଭେ କୌଣସି ଉପଦ୍ବୀପ କୂଳ ରେ ଖଣ୍ଡ ବିଖଣ୍ଡ ହାଇେ ପଡ଼ିବା।

27ଝଡ଼ର ଚ଼ଉଦ ଦିନ ରେ ପ୍ରାୟ ମଧ୍ଯ ରାତ୍ରି ସମୟରେ ଆମ୍ଭ ଜାହାଜ ଆଦ୍ରିଯା ସମୁଦ୍ରର ପାଖ ରେ ଭାସୁଥିଲା। ଆମ୍ଭ ନାବିକମାନେ କୌଣସି ସ୍ଥଳ ଭାଗ ରେ ନିକଟବର୍ତ୍ତୀ ହାଇେଛନ୍ତି ବୋଲି ସନ୍ଦହେ କଲେ।

28ସମାନେେ ଗୋଟିଏ କଡ଼ ରେ ଓଜନ ଓହଳିଥିବା ଦଉଡ଼ି ସାହାୟ୍ଯ ରେ ମାପ କରି ସଠାେରେ ଜଳର ଗଭୀରତା 120 ଫୁଟ ବୋଲି ଦେଖିଲେ। କିଛି ସମୟ ପରେ ସମାନେେ ପୁଣି ମାପି ତାହା 90 ଫୁଟ ଗଭୀର ଥିବାର ଦେଖିଲେ।

29ସମାନେେ ଭୟ କଲେ, ଯେ କାଳେ ଜାହାଜ ଭାସି-ଭାସି ଯାଇ ପଥର ରେ ଧକ୍କା ହାଇଯେିବ। ତେଣୁ ସମାନେେ ଜାହାଜର ପଛପଟେ ଚ଼ା ରୋଟି ଲଙ୍ଗର ପକାଇ ଦିନ ହବୋ ପାଇଁ ଅପେକ୍ଷା କଲେ।

30କେତକେ ନାବିକ ଜାହାଜ ଛାଡ଼ି ଚ଼ାଲିୟିବାକୁ ଚାହିଁଲେ। ତେଣୁ ସମାନେେ ଜୀବନରକ୍ଷକ ଡ଼ଙ୍ଗାକୁ ପାଣି ରେ ଖ ସଇେ ଦେଲେ। ଯାହା ଫଳ ରେ ଅନ୍ୟମାନେ ଭାବିବେ ଯେ, ନାବିକମାନେ ଜାହାଜ ସାମନା ରେ ଅଧିକ ଲଙ୍ଗର ପକାଇବାକୁ ଯାଉଛନ୍ତି।

Acts 27 illustration - Acts Chapter 27

31କିନ୍ତୁ ପାଉଲ ସନୋଅଧିକାରୀଙ୍କୁ ଓ ସୈନିକମାନଙ୍କୁ କହିଲେ, ଏମାନେ ଯଦି ଜାହାଜ ରେ ନରହିବେ, ତବେେ ତୁମ୍ଭମାନେେ କହେି ରକ୍ଷା ପାଇବ ନାହିଁ।

32ତେଣୁ ସୈନିକମାନେ ଜୀବନ ରକ୍ଷକ ଡ଼ଙ୍ଗାର ଦଉଡ଼ି କାଟି ଦେଲେ ଓ ତାହାକୁ ପାଣି ରେ ପକଇେ ଦେଲେ।

33ପାହାନ୍ତିଆ ସମୟରେ ଠିକ୍ ପୂର୍ବରୁ ପାଉଲ ସମାନଙ୍କେୁ କିଛି ଖାଦ୍ୟ ଖାଇବା ପାଇଁ ଅନୁ ରୋଧ କଲେ। ସେ କହିଲେ, ତୁମ୍ଭମାନେେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛ ଓ ଆଜିକୁ ଚ଼ଉଦ ଦିନ ଧରି ତୁମ୍ଭମାନେେ ଖାଦ୍ୟ ସ୍ପର୍ଶ କରି ନାହଁ।

34ବର୍ତ୍ତମାନ ବଞ୍ଚିବା ପାଇଁ ତୁମ୍ଭମାନଙ୍କର କିଛି ଖାଦ୍ୟ ଖାଇବା ନିହାତି ଆବଶ୍ଯକ। ତୁମ୍ଭମାନଙ୍କ ମଧ୍ଯରୁ କାହାରି ମୁଣ୍ଡର ଗୋଟିଏ ବାଳ ମଧ୍ଯ, ନଷ୍ଟ ହବେନାହିଁ।

35ଏତିକି କହିବା ପରେ ପାଉଲ କିଛି ରୋଟୀ ନଇେ ସମସ୍ତଙ୍କ ଆଗ ରେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ, ଓ ସେଥିରୁ ଖଣ୍ଡେ ଛିଣ୍ଡଇେ ଖାଇବାକୁ ଆରମ୍ଭ କଲେ।

Acts 27 illustration - Acts Chapter 27

36ଏଥି ରେ ସମାନେେ ସମସ୍ତେ ଉତ୍ସାହିତ ହେଲେ ଓ ସମାନେେ ମଧ୍ଯ ଖାଇବା ଆରମ୍ଭ କଲେ।

37ଜାହାଜ ରେ ସର୍ବ ମାଟେ 276ଜଣ ଥିଲେ।

38ଆମ୍ଭେ ୟଥେଷ୍ଟ ପରିମାଣ ରେ ଖାଇବା ପରେ ଜାହାଜ ରେ ଥିବା ଗହମକୁ ସମାନେେ ସମୁଦ୍ର ରେ ଫିଙ୍ଗି ଦେଲେ, ୟଦ୍ବାରା ଜାହାଜ ହାଲୁକା ହାଇଗେଲା।

39ଦିନ ହେଲା, ମାତ୍ର ନାବିକମାନେ ସହେି ସ୍ଥାନଟି ଚ଼ିହ୍ନି ପାରିଲେ ନାହିଁ। ସମାନେେ ଗୋଟିଏ ଉପସାଗର କୂଳ ରେ ବାଲିତଟ ଦେଖିଲେ। ସମ୍ଭବ ହେଲେ ସହେି କୂଳ ରେ ଜାହାଜ ଲଗଇବୋ ପାଇଁ ସ୍ଥିର କଲେ।

40ସମାନେେ ଲଙ୍ଗରଗୁଡ଼ିକ କାଟି ସମୁଦ୍ର ରେ ଫିଙ୍ଗି ଦେଲେ। ସମାନେେ ମଙ୍ଗର ଦଉଡ଼ି ଫିଟଇେ ପବନ ରେ ସାମନା ପାଲଟି ଉଠାଇଲେ। ତା'ପରେ ସମାନେେ ବାଲିତଟ ଆଡ଼କୁ ଯାତ୍ରା କଲେ।

Acts 27 illustration - Acts Chapter 27

41କିନ୍ତୁ ଜାହାଜଟି ଦୁଇଟି ସମୁଦ୍ରର ସଙ୍ଗମ ସ୍ଥାନ ରେ ଗୋଟିଏ ବାଲିଚ଼ଡ଼ାଠା ରେ ଧକ୍କା ଖାଇ ଲାଗିଗଲା। ତେଣୁ ଜାହାଜର ଆଗ ଅଂଶ ଅଚ଼ଳ ହାଇଗେଲାଓ ପଛ ଭାଗ ଲହରୀ ଧକ୍କା ରେ ଭାଙ୍ଗି ଖଣ୍ଡ ଖଣ୍ଡ ହାଇଗେଲା।

42ବନ୍ଦୀମାନେ କାଳେ ପହଁରି ଖସି ଚ଼ାଲିଯିବେ, ସେଥିପାଇଁ ସୈନ୍ଯମାନେ ଭୟ ରେ ସମାନଙ୍କେୁ ହତ୍ଯା କରିବା ପାଇଁ ଚିନ୍ତା କଲେ।

43କିନ୍ତୁ ସନୋ ଅଧିକାରୀ ୟୂଲିଅ ପାଉଲଙ୍କୁ ରକ୍ଷା କରିବା ପାଇଁ ଚାହିଁଲେ। ତେଣୁ ବନ୍ଦୀ ଲୋକମାନଙ୍କୁ ମାରିଦବୋ ପାଇଁ ସେ ସୈନିକମାନଙ୍କୁ ଅନୁମତି ଦେଲେ ନାହିଁ। ସେ ପହଁରି ଜାଣିଥିବା ଲୋକଙ୍କୁ ସମୁଦ୍ରକୁ ଡ଼ଇେଁ ପଡ଼ି ପହଁରି ପହଁରି କୂଳକୁ ୟିବା ପାଇଁ ଆଦେଶ ଦେଲେ।

44ସେ ଅନ୍ୟମାନଙ୍କୁ ଜାହାଜର କୌଣସି କାଠ ପଟା ବା ଭଙ୍ଗା ଅଂଶକୁ ଧରି ବା ଭଳୋ ସାହାୟ୍ଯ ରେ କୂଳକୁ ୟିବା ପାଇଁ କହିଲେ। ଏହିପରି ଭାବରେ ସମସ୍ତେ ନିରାପଦ ରେ କୂଳ ରେ ଆସି ପହନ୍ଚିଲେ। କାହାର ମୃତ୍ଯୁ ହେଲା ନାହିଁ।

Chapter Complete

You have read Acts 27

44 verses