Lumina
2Kings

The Fall of Jerusalem

2Kings 25·Oriya Bible

1ଅନନ୍ତର ସିଦିକିଯଙ୍କ ରାଜତ୍ବର ନବମ ବର୍ଷ ରେ ଦଶମ ମାସର ଦଶମ ଦିନ ରେ ବାବିଲର ରାଜା ନବୂଖଦ୍ନିତ୍ସର ଓ ତାଙ୍କର ସମସ୍ତ ସୈନ୍ଯ ୟିରୁଶାଲମ୍ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିଲେ ଏବଂ ୟିରୁଶାଲମକୁ ଅବରୋଧ କଲେ ଓ ତା'ର ଚାରିପାଖ ରେ ସୈନ୍ଯ କତ୍ତୃର୍କ ଅବରୋଧ ନିର୍ମାଣ କଲେ।

2ସମାନଙ୍କେର ସୈନ୍ଯବାହିନୀ ସିଦିକିଯ ରାଜାଙ୍କ ଏକାଦଶ ବର୍ଷ ରାଜତ୍ବ କାଳ ପର୍ୟ୍ଯନ୍ତ ୟିରୁଶାଲମକୁ ଅବରୋଧ କରି ଘରେି ରଖିଲେ।

3ନଗର ରେ ଭୟଙ୍କର ଦୁର୍ଭିକ୍ଷ ପଡିଲା। ଚତୁର୍ଥ ମାସର ନବମ ଦିନ ରେ ନଗର ରେ ମହାଦୁର୍ଭିକ୍ଷ ଭୟଙ୍କର ମାତ୍ରା ରେ ବଢିଗ୍ଭଲିଲା। ତେଣୁ ଦେଶୀଯ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ଦ୍ରବ୍ଯ ମିଳିଲା ନାହିଁ।

4ସର୍ବଶଷେ ରେ ନବୂଖଦ୍ନିତ୍ସର ସୈନ୍ଯ ନଗରର ପ୍ରାଚୀର ଏକ ସ୍ଥାନ ଭଗ୍ନ କଲେ। ସହେି ରାତ୍ରି ରେ ରାଜା ସିଦିକିଯ ଓ ସମସ୍ତ ଯୋଦ୍ଧାଗଣ ରାଜାଙ୍କର ଉଦ୍ୟାନକୁ ଲାଗି ଦୁଇଟି ପ୍ରାଚୀର ମଧ୍ଯ ଫାଟକ ଦଇେ ପଳାଇଲେ। ଯେତବେେଳେ କଲଦୀଯମାନେ ନଗରର ଚତୁର୍ଦ୍ଦିଗ ରେ ବେଢି ରହିଥିଲେ। ପୁଣି ରାଜା ଆରବା ପଥ ଦଇେ ଚାଲିଗଲେ।

5ତହୁଁ କଲଦୀଯ ସୈନ୍ଯମାନେ ରାଜାଙ୍କ ପଶ୍ଚାତଧାବନ କରି ଯିରୀହାେ ପଦା ରେ ତାଙ୍କୁ ଧରିଲେ। ଯେତବେେଳେ ତାଙ୍କର ସମସ୍ତ ସୈନ୍ଯ ତାଙ୍କୁ ଛାଡି ପଳାଯନ କଲେ।

2Kings 25 illustration - 2Kings Chapter 25

6ତା'ପରେ ସମାନେେ ରାଜାଙ୍କୁ ଧରି ରିବ୍ଲା ରେ ଥିବା ବାବିଲ ରାଜାଙ୍କ ନିକଟକୁ ନେଲେ। ସମାନେେ ତାଙ୍କୁ ଦଣ୍ତ ଦବୋକୁ ସ୍ଥିର କଲେ।

7ସମାନେେ ସିଦିକିଯଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖ ରେ ବଧ କଲେ। ତା'ପରେ ସମାନେେ ସିଦିକିଯଙ୍କର ଚକ୍ଷୁ ଉପାଡି ପକାଇଲେ ଓ ତାଙ୍କୁ ଶୃଙ୍ଖଳ ରେ ବାନ୍ଧି ବାବିଲକୁ ନଇେ ଗଲେ।

8ନବୂଖଦ୍ନିତ୍ସର ରାଜତ୍ବର ଉନବିଂଶ ବର୍ଷ ରେ ପଞ୍ଚମ ମାସର ସପ୍ତମ ଦିନ ରେ ବାବିଲ ରାଜାର ଦାସ ନବୂସରଦନ୍ ଉତ୍ତମ ୟୋଦ୍ଧାବର୍ଗର ସନୋପତି ରୂପେ ୟିରୁଶାଲମ୍କୁ ଆସିଲା।

9ନବୂସରଦ୍ନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ, ୟିରୁଶାଲମ୍ର ସମସ୍ତ ଗୃହ ଓ ଏପରିକି ବୃହତ୍ ଗୃହ ଗୁଡିକୁ ଅଗ୍ନି ରେ ଦଗ୍ଧ କଲା।

10ନବୂସରଦନ୍ଙ୍କ ସହିତ ଥିବା ସମସ୍ତ ସୈନ୍ଯ ୟିରୁଶାଲମ୍ର ଚତୁର୍ଦ୍ଦିଗ ରେ ଥିବା ପ୍ରାଚୀରକୁ ଭାଙ୍ଗି ପକାଇଲେ।

2Kings 25 illustration - 2Kings Chapter 25

11ତା'ପରେ ନବୂସରଦନ୍ ଅବଶିଷ୍ଟ ଲୋକମାନଙ୍କୁ ଓ ଆତ୍ମସମର୍ପଣ କରିବାକୁ ଆସିଥିବା ଲୋକମାନଙ୍କୁ ବନ୍ଦୀ କରି ନଇେ ଗଲେ।

12ସେ କବଳେ ଦରିଦ୍ରତମ ଲୋକମାନଙ୍କୁ ଛାଡି ଗଲା କାରଣ ସମାନେେ ଦ୍ରାକ୍ଷା କ୍ଷତେ ଓ ଅନ୍ଯାନ୍ଯ ଶସ୍ଯର ଯତ୍ନ ନବେେ।

13ବାବିଲର ସୈନ୍ଯମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ସମସ୍ତ ପିତ୍ତଳ ଦ୍ରବ୍ଯ ଭାଙ୍ଗି ପକାଇଲେ। ପିତ୍ତଳ ସ୍ତମ୍ଭ ବୈଠକି ସବୁ ଓ ପିତ୍ତଳମଯ ସମୁଦ୍ର ରୂପ ଦ୍ବୀପ ପାତ୍ର ଖଣ୍ତ ଖଣ୍ତ କରି ତହିଁରେ ଥିବା ପିତ୍ତଳକୁ ବାବିଲକୁ ନଇଗେଲେ।

14ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ହାଣ୍ତି, କରଚୁଲି, କତୁରି, ଚମସ ସଜାପାଇଁ ସରଞ୍ଜାମ ଓ ଅନ୍ୟ ସମସ୍ତ ବସ୍ତୁ ଯାହା ମନ୍ଦିରର ସବୋ ପାଇଁ ବ୍ଯବହାର ହାଇେଥିଲା, ସମାନେେ ନଇେ ଗଲେ।

15ପୁଣି ନବୂସରଦନ୍ ଅଙ୍ଗାରଧାନୀ, କୁଣ୍ତସବୁ, ଯାହା ସୁନାର ଥିଲା ତାକୁ ସୁନା କରି ଓ ଯାହା ରୂପାର ଥିଲା ତାକୁ ରୂପାର କରି ନଇଗେଲା।

2Kings 25 illustration - 2Kings Chapter 25

16ନବୂସରଦନ୍ ନଇେଥିବା ଦ୍ରବ୍ଯ ଗୁଡିକ ହେଲା, ଯଥା:

17ସଦାପ୍ରଭୁଙ୍କ ମନ୍ଦିରର ପିତ୍ତଳର ଦୁଇସ୍ତମ୍ଭ, ପ୍ରତ୍ୟେକ ସ୍ତମ୍ଭ ଆଠ ହାତ ଉଚ୍ଚର ଥିଲା ଓ ତା’ ଉପରେ ଥିବା ତିନି ହାତର ଉଚ୍ଚ ପିତ୍ତଳ ମୁଣ୍ତାଳି। ସର୍ବ ଉପରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ଉଭୟ ସ୍ତମ୍ଭ ସମାନ ଆକୃତି ଓ ସମାନ ପ୍ରକାରର ଥିଲା। ସଦାପ୍ରଭୁଙ୍କ ମନ୍ଦିର ପାଇଁ ଶଲୋମନ ବୃହତ୍ ଜଳାଶୟ ପିତ୍ତଳରେ ତିଆରି କରିଥିଲେ। ଏହି ସମସ୍ତ ପିତ୍ତଳ ନିର୍ମିତ ଜିନିଷଗୁଡ଼ିକ ବହୁତ ଭାରି ଓ ଓଜନ ଥିଲା।

18ପୁଣି ନବୂସରଦନ୍ ପ୍ରଧାନ ଯାଜକ ସରାଯ ଦ୍ବିତୀୟ ଯାଜକ ସଫନିଯ ଓ ତିନି ଜଣ ଦ୍ବାରପାଳଙ୍କୁ ନଇେ ଗଲା।

19ସେ ମଧ୍ଯ ବନ୍ଦୀପରି ନିଆଗେଲ। ଏକ ନଫୁସକକୁ ସୈନ୍ଯମାନଙ୍କର ଦଖାେଶୁଣା, ରାଜାଙ୍କର ଉପଦେଶଗଣ, ସନୋର ସନୋପତିର ସଚିବ, ୟିଏ ଲୋକମାନଙ୍କୁ ଗଣିବାର ଦାଯିତ୍ବ ରେ ଥିଲେ ଏବଂ ସମାନଙ୍କେରୁ ସୈନ୍ଯମାନଙ୍କୁ ବାଛିବା ଏବଂ ଷାଠିଏ ଅନ୍ୟ ଲୋକମାନେ ସହର ରେ ମଣିଲେ।

20ତା'ପରେ ନବୂସରଦନ୍ ସମାନଙ୍କେୁ ଧରି ହମାତର ରିବ୍ଲା ରେ ଥିବା ବାବିଲ୍ ରାଜାଙ୍କ ନିକଟକୁ ନଇଗେଲା। ବାବିଲର ରାଜା ସମାନଙ୍କେୁ ସହେି ରିବ୍ଲା ରେ ବଧ କଲେ।

2Kings 25 illustration - 2Kings Chapter 25

21ଏହି ରୂପେ ଯିହୁଦା ଆପଣା ଦେଶରୁ ବନ୍ଦୀ ହାଇେ ନୀତ ହୋଲା।

22ବାବିଲର ରାଜା ନବୂଖଦ୍ନିତ୍ସର କିଛି ଲୋକ ଯିହୁଦା ରେ ଛାଡି ୟାଇଥିଲେ। ସମାନଙ୍କେ ମଧିଅରେ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲିଯ ଥିଲା, ବାବିଲର ରାଜା ଗଦଲିଯକୁ ଯିହୁଦାର ଶାସନ କର୍ତ୍ତା ରୂପେ ନିୟୁକ୍ତି କଲେ।

23ଏହାପରେ ବାବିଲର ରାଜା ଗଦଲିଯକୁ ଶାସନକର୍ତ୍ତା କରିଅଛ ବୋଲି ଶୁଣି ସନୋପତିଗଣ ଓ ସମାନଙ୍କେ ଲୋକମାନେ ଯଥା: ନଥନିଯର ପୁତ୍ର ଇଶ୍ମାଯଲେ, କା ରହରେ ପୁତ୍ର ୟୋହାନନ୍, ନାଟୋଫାତୀଯଠାରୁ ତନହୂମତର ପୁତ୍ର ସରାଯ, ମାଖାତୀଯର ପୁତ୍ର ୟାସନିଯ ଓ ସମାନଙ୍କେର ଲୋକମାନେ ମିସ୍ପାର ଗଦଲିଯ ନିକଟକୁ ଆସିଲେ।

24ତହୁଁ ଗଦଲିଯ ଅଧିକାରୀମାନଙ୍କ ନିକଟରେ ଓ ସମାନଙ୍କେ ଲୋକମାନଙ୍କ ନିକଟରେ ଶପଥ କରନ୍ତି, ବାବିଲର ଅଧିକାରୀମାନଙ୍କୁ ଭୟ କର ନାହିଁ, ଏହିଠା ରେ ରହି ବାବିଲ ରାଜାର ସବୋ କର। ତା'ପରେ ଏହା ତୁମ୍ଭମାନଙ୍କ ସହିତ ମଙ୍ଗଳ ହବେ।

25ମାତ୍ର ସପ୍ତମ ମାସ ରେ ରାଜବଂଶ ଜାତ ଇଲୀଶାମାର ପୌତ୍ର ନଥନିଯର ପୁତ୍ର ଇଶ୍ମାଯଲେ, ୟିଏ ରାଜା ପରିବାରରୁ ଥିଲେ। ସେ ଓ ତାଙ୍କର ଦଶଜଣ ସଙ୍ଗୀ ଗଦଲୀଯକୁ, ୟିହୁଦୀଯମାନଙ୍କୁ ଓ ମିସ୍ପା ରେ ଥିବା କଲଦୀଯମାନଙ୍କୁ ବଧ କଲେ।

2Kings 25 illustration - 2Kings Chapter 25

26ତା'ପରେ ସମସ୍ତ ସନୋପତିଗଣ ଓ େଛାଟ ବଡ ସବୁ ଲୋକ ମିଶରକୁ ପଳାଇଲେ। କାରଣ ସମାନେେ କଲଦୀଯମାନଙ୍କୁ ଭୟ କରୁଥିଲେ।

27ଅନନ୍ତର ଯିହୁଦାର ରାଜା ୟହୋଯାଖୀନଙ୍କ ବନ୍ଦୀତ୍ବର ସପ୍ତତ୍ରିଂଶ ବର୍ଷର ଦ୍ବାଦଶ ମାସ ରେ, ମାସର ସପ୍ତବିଂଶ ଦିନ ରେ ବାବିଲ ରାଜା ଇବିଲମରୋଦକ୍। ସେ ରାଜତ୍ବ ଆରମ୍ଭ କରିବା ବର୍ଷ ରେ ବନ୍ଦୀରୁ ଯିହୁଦାର ରାଜା ୟିହୋଯାଖୀନ୍କୁ ବାହାର କଲେ ଓ ତାଙ୍କୁ ଅନ୍ୟ ରାଜାଙ୍କଠାରୁ ତାଙ୍କୁ ଅଧିକ ମହତ୍ବପୂର୍ଣ୍ଣ ସ୍ଥାନ ରେ ବସିବାକୁ ଦେଲେ। ତାହା ବବେିଲୋନ ରେ ତାଙ୍କ ସହିତ ଏପରି ଥିଲା।

28ଇବିଲ-ମରୋଦକ୍ ଯିହାୟୋଦାରଖୀନ୍ଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲେ। ସେ ବାବିଲ ରେ ତାଙ୍କ ସହିତ ଥିବା ଅନ୍ୟ ରାଜାମାନଙ୍କ ଆସନଠାରୁ ସେ ୟିହୋଯାଖୀନ୍ଙ୍କୁ ଉଚ୍ଚସ୍ଥାନ ଦଇେଥିଲେ।

29ଇବିଲ-ମରୋଦକ ୟିହୋଯାଖୀନଙ୍କ କାରାଗାର ପୋଷାକ ବଦଳାଇ ଦଇେଥିଲେ ଓ ସେ ପ୍ରତିଦିନ ତାଙ୍କ ସହିତ ଗୋଟିଏ ମଜେ ରେ ୟାବଜ୍ଜୀବନ ଭୋଜନ କଲେ।

30ତେଣୁ ଅବଶିଷ୍ଟ ସମୟ ତାଙ୍କ ଜୀବନର ପ୍ରତିଦିନ। ତାଙ୍କର ସମସ୍ତ ଭୋଜନ ଇବିଲ-ମରୋଦକ ରାଜାଙ୍କ ଦ୍ବାରା ଯିହାୟୋଦାରଖୀନ୍ଙ୍କୁ ଦିଆଗଲା।

Chapter Complete

You have read 2Kings 25

30 verses