Lumina
2Kings

Josiah and the Book of the Law

2Kings 22·Oriya Bible

1ଯୋଶିୟ ଆଠ ବର୍ଷ ବଯସ ରେ ରାଜ୍ଯ ଶାସନ ଆରମ୍ଭ କଲେ ଓ ସେ ୟିରୁଶାଲମ୍ ରେ ଏକତିରିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ୟିଦୀଦା ଓ ସେ ବସ୍କତୀଯ ଅଦାଯଙ୍କର କନ୍ଯା ଥିଲେ।

2ଯୋଶିୟଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ସୁକର୍ମ କଲେ। ଏବଂ ସେ ଦାଉଦଙ୍କର ପୂର୍ବପୁରୁଷ ପରି ବାସ କଲେ। ସେ ସଦାପ୍ରଭୁଙ୍କୁ ଶିକ୍ଷା ମାନ୍ଯ କଲେ। ପରମେଶ୍ବର ଯାହା ଗ୍ଭହୁଁଥିଲେ ସେ ଠିକ୍ ତାହାସବୁ କଲେ।

3ଯୋଶିୟ ତାଙ୍କ ରାଜତ୍ବର ଅଷ୍ଟାଦଶ ବର୍ଷ ରେ ମଶୁଲ୍ଲମର ପୌତ୍ର, ଅତ୍ସଲିଯର ପୁତ୍ର ଶାଫନ ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ।

4ତୁମ୍ଭେ ମହାୟାଜକ ହିଲକିଯ ନିକଟକୁ ୟାଅ, ତାଙ୍କୁ କୁହ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଯେଉଁ ମୁଦ୍ରା ଦ୍ବାରପାଳମାନେ ଲୋକମାନଙ୍କଠାରୁ ସଂଗ୍ରହ କରୁଛନ୍ତି, ସେ ମୁଦ୍ରା ଏଣିକି ଆଣ।

5ସେ ସହେି ମୁଦ୍ରାକୁ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ ଶ୍ରମିକମାନଙ୍କୁ ମଜୁରି ଦିଅନ୍ତୁ। ଆଉ ମଧ୍ଯ ସେ ମନ୍ଦିର ମରାମତି ରେ ତତ୍ତ୍ବବଧାରକ ଯାଜକ ମୁଦ୍ରା ଦିଅନ୍ତୁ।

2Kings 22 illustration - 2Kings Chapter 22

6ସହେି ମୁଦ୍ରାକୁ ବଢଇେ, ରାଜମିସ୍ତ୍ରି ଓ ପ୍ରସ୍ତର ଖାଦେନକାରୀଙ୍କୁ ଦବୋ ରେ ବ୍ଯବହାର କରନ୍ତୁ। ପୁଣି ମନ୍ଦିର ପୁନଃନିର୍ମାଣ ରେ ବ୍ଯବହୃତ କାଠ ଓ ଖାଦେିତ ପଥର କିଣିବା ରେ ସହେି ମୁଦ୍ରାକୁ ବିନିୟୋଗ କରନ୍ତୁ।

7ସହେି କାର୍ୟ୍ଯ କରୁଥିବା ଲୋକମାନଙ୍କୁ ଯେଉଁ ମୁଦ୍ରା ଦିଆଗଲା ତା'ର ହିସାବ ରଖାଗଲା ନାହିଁ, କାରଣ ସମାନେେ ବିଶ୍ବସ୍ତ ରୂପେ କାର୍ୟ୍ଯ କଲେ।

8ସେତବେେଳେ ମହାୟାଜକ ହିଲକିଯ ଶାଫନ୍ ସମ୍ପାଦକଙ୍କୁ କହିଲା, ଏଠାକୁ ଦେଖ, ଆମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ଏହି ବ୍ଯବସ୍ଥା ପୁସ୍ତକ ପାଇଅଛୁ। ତା'ପରେ ଶାଫନ୍ ସହେି ପୁସ୍ତକ ପାଠ କଲେ।

9ଏହାପରେ ଶାଫନ୍ ସମ୍ପାଦକ ରାଜା ଯୋଶିୟଯଙ୍କ ନିକଟକୁ ଆସିଲା ଓ ରାଜାଙ୍କୁ ସମ୍ବାଦ ଦଲୋ, ଆପଣଙ୍କ ସବେକମାନେ ମନ୍ଦିରରୁ ପ୍ରାପ୍ତ ସମସ୍ତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା କର୍ମକାରୀମାନଙ୍କୁ ଓ ତତ୍ତ୍ବାବଧାରକମାନଙ୍କୁ ପ୍ରଦାନ କରିଅଛନ୍ତି।

10ତା'ପରେ ଶାଫନ୍ ଲେଖକ ରାଜାଙ୍କୁ କହିଲେ, ମହାୟାଜକ ହିଲକିଯ ଏହି ପୁସ୍ତକ ମାେତେ ଦଇେଛନ୍ତି। ତା'ପରେ ଶାଫନ୍ ରାଜାଙ୍କ ସାକ୍ଷାତ ରେ ତାହା ପାଠ କଲା।

2Kings 22 illustration - 2Kings Chapter 22

11ଏଥି ରେ ରାଜା ସହେି ବ୍ଯବସ୍ଥା ପୁସ୍ତକର ବାକ୍ଯ ଶ୍ରବଣ କରି ଆପଣା ଦୁଃଶ ଓ ବ୍ଯସ୍ତତା ଜଣାଇବାକୁ ବସ୍ତ୍ର ଚିରିଲେ।

12ତା'ପରେ ରାଜା ହିଲକିଯ ଯାଜକକୁ, ଶାଫନ୍ର ପୁତ୍ର ଅହୀକାମକୁ, ମିଖାଯର ପୁତ୍ର ଅକ୍ବୋରକୁ, ଶାଫନ୍ ସମ୍ପାଦକ ଓ ଅସାଯ ନାମକ ରାଜ ଭୃତ୍ଯକୁ ଏହି ଆଜ୍ଞା ଦଇେ କହିଲେ।

13ରାଜା ଯୋଶିୟଯ କହିଲେ, ତୁମ୍ଭମାନେେ ୟାଅ, ସଦାପ୍ରଭୁଙ୍କୁ ପଗ୍ଭର ମାେ ପାଇଁ, ଲୋକମାନଙ୍କ ପାଇଁ ଓ ସମଗ୍ର ଯିହୁଦା ପାଇଁ କ'ଣ କରୁବୁ। ଏହି ପୁସ୍ତକ ବିଷଯ ରେ ପଗ୍ଭର। ପରମେଶ୍ବର ଆମ୍ଭ ଉପରେ ଅତ୍ଯନ୍ତ କୋର୍ଧିତ ହାଇେଛନ୍ତି। କାରଣ ଏହି ପୁସ୍ତକରେ ଆମ୍ଭ ପାଇଁ ଯେପରି ଲଖାେ ଥିଲା, ଆମ୍ଭର ପୁର୍ବପୁରୁଷ ସଦାପ୍ରଭୁଙ୍କ ବାକ୍ଯ ପ୍ରତି ଧ୍ଯାନ୍ଯ ଦଇେ ନଥିଲେ।

14ଏଣୁ ହିଲକିଯ ଯାଜକ, ଅହୀକାମ୍, ଅକ୍ବୋର, ଶାଫନ ଓ ଅସାଯ ବସ୍ତ୍ରାଗାର ରକ୍ଷକ ହର୍ହସର ପୌତ୍ର, ତିକ୍ବର ପୁତ୍ର ଶଲ୍ଲୁମର ଭାର୍ୟ୍ଯା ହୁଲଦା ଭବିଷ୍ଯଦ୍ବକ୍ତା ନିକଟକୁ ଗଲେ। ୟିଏ ଯାଜକର ଲୁଗାର ଯତ୍ନ ନେଲେ। ସେ ୟିରୁଶାଲମର ଦ୍ବିତୀୟ କୋଠରୀ ରେ ବାସ କରୁଥିଲା। ସମାନେେ ତା' ସହିତ କଥାବାର୍ତ୍ତା ହେଲେ।

15ତା'ପରେ ହୁଲଦା ସମାନଙ୍କେୁ କହିଲେ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଯେଉଁ ଲୋକ ତୁମ୍ଭମାନଙ୍କୁ ଆମ୍ଭ ନିକଟକୁ ପଠାଇଲା ତାହାକୁ କୁହ।

2Kings 22 illustration - 2Kings Chapter 22

16'ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ବିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ଯ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା।

17କାରଣ ଯିହୁଦାର ଲୋକମାନେ ମାେତେ ପରିତ୍ଯାଗ କରିଛନ୍ତି। ସମାନେେ ଅନ୍ୟ ଦବେତାଗଣଙ୍କ ପାଦ ରେ ଧୂପ ଜଳାଇଛନ୍ତି। ସମାନେେ ବହୁତ ପ୍ରତିମା ତିଆରି କରିଛନ୍ତି ଓ ମାେତେ ଅତି କୋର୍ଧ କରାଇଛନ୍ତି। ତେଣୁ ଏହି ସ୍ଥାନ ବିରୁଦ୍ଧ ରେ ଆମ୍ଭ କୋରଧାଗ୍ନି ପ୍ରଜ୍ଜଳିତ ହବେ ଓ ତାହା କବେେ ନିର୍ବାପିତ ହବେ ନାହିଁ।'

18ଯିହୁଦା ରାଜା ଯୋଶିୟଯ ସଦାପ୍ରଭୁଙ୍କୁ ପଚାରିବାକୁ ତୁମ୍ଭମାନଙ୍କୁ ପଠାଇଲେ। ତୁମ୍ଭେ ତାଙ୍କୁ କୁହ, 'ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର ଏହିକଥା କହନ୍ତି, ଯାହା ତୁମ୍ଭେ ପୁସ୍ତକରୁ ପଢି ଶୁଣିଛ, ମାରେ ବାକ୍ଯଗୁଡିକ ଏହି ସ୍ଥାନ ଓ ଏହାର ନିବାସୀମାନଙ୍କ ବିଷଯ ରେ ଥିଲା।

19ଭୟଙ୍କର ଜିନିଷ ଏହି ନିବାସୀ ଓ ଏହି ସ୍ଥାନ ରେ ଘଟିବ। ଏହାଶୁଣି ତୁମ୍ଭର ହୃଦଯ କୋମଳ ହେଲା। ତୁମ୍ଭେ ସଦାପ୍ରଭୁଙ୍କ ଛାମୁ ରେ ନିଜକୁ ନମ୍ର କଲ ଓ ନିଜ ବସ୍ତ୍ର ଚିରିଲ ଓ ମାେ ଛାମୁ ରେ କ୍ରନ୍ଦନ କଲ। ଏଣୁ ମୁଁ ତୁମ୍ଭର ବିନତି ଶୁଣିଲି।'

20' ତେଣୁ ଆମ୍ଭେ ତୁମ୍ଭଙ୍କୁ ତୁମ୍ଭ ପୂର୍ବପୁରୁଷଙ୍କ ନିକଟକୁ ଆଣିବା। ତୁମ୍ଭେ ଶାନ୍ତି ରେ ସମାନଙ୍କେ ସହିତ କବର ରେ ସଂଗୃହିତ ହବେ। ତୁମ୍ଭେ ଭୟଙ୍କର କ୍ଲେଶ ଦେଖିବା ନାହିଁ। କାରଣ ମୁଁ ଏହି ସ୍ଥାନ ରେ ତୁମ୍ଭମାନଙ୍କୁ ଆଣିବାକୁ ଯାଉଛି।'

Chapter Complete

You have read 2Kings 22

20 verses