Lumina
2Kings

Hezekiah's Sickness

2Kings 20·Oriya Bible

1ସେ ସମୟରେ ହିଜକିଯ ଅସୁସ୍ଥ ହେଲେ ଏବଂ ମୃତ୍ଯୁବରଣ କରିବା ଉପରେ ହେଲେ। ଭବିଷ୍ଯଦ୍ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, ସଦାପ୍ରଭୁ କହନ୍ତି, 'ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ଯମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚଯ ମରିବ।'

2ହିଜକିଯ କାନ୍ଥ ଆଡେ ନିଜର ମୁହଁ ବୁଲାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ।

3 ହେ ସଦାପ୍ରଭୁ ମୁଁ ବିନଯ କରି କହୁଛି, ମୁଁ ସତ୍ଯତା ଓ ସର୍ବାନ୍ତଃକରଣ ରେ ତୁମ୍ଭ ସବୋ କରି ଆସିଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର। ତା'ପରେ ହିଜକିଯ ଅତିଶଯ ରୋଦନ କଲେ।

4ଯିଶାଇୟ ଗ୍ରାମର ମଧ୍ଯଭାଗକୁ ପରିତ୍ଯାଗ ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ଯ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ,

5ତୁମ୍ଭେ ଫରେିୟାଅ ଓ ଆମ୍ଭେଲାକମାନଙ୍କର ଅଧିପତି ହିଜକିଯକୁ କୁହ, 'ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନ ରେ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ।

2Kings 20 illustration - 2Kings Chapter 20

6ଆମ୍ଭେ ତୁମ୍ଭର ଆଯୁଷ ପନ୍ଦର ବର୍ଷ ବୃଦ୍ଧି କରିବୁ। ପୁଣି ତୁମ୍ଭକୁ ଓ ଏହି ନଗରକୁ ଅଶୂରୀଯ ରାଜାର ହସ୍ତରୁ ରକ୍ଷା କରିବୁ। ଏହା ମୁଁ ନିଜ ସକାେଶ ଓ ଆମ୍ଭର ସବେକ ଦାଉଦଙ୍କ ସକାେଶ ଏହି ନଗରକୁ ରକ୍ଷା କରିବି।'

7ତ'ପରେ ଯିଶାଇୟ କହିଲେ, ଏକ ଡିମ୍ବିରି ମିଶ୍ରଣ ତିଆରି କର ଓ କ୍ଷତ ସ୍ଥାନ ରେ ଲଗାଅ।

8ହିଜକିଯ ଯିଶାଇୟଙ୍କୁ କହିଲେ, ସଦାପ୍ରଭୁ ଯେ ମାେତେ ଆରୋଗ୍ୟ କରିବେ ଓ ତୃତୀୟ ଦିନ ରେ ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ୟିବି, ଏହାର କି ସୂଚନା ଅଛି?

9ତହୁଁ ଯିଶାଇୟ କହିଲେ, ତୁମ୍ଭେ କି ସୂଚନା ଚାହୁଁଛ? ଛାଯା କ'ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ୟିବ ? ତୁମ୍ଭ ପାଇଁ ପରମେଶ୍ବରଙ୍କଠାରୁ ଏହି ଚିହ୍ନ ହବେ। ଯେ ସଦାପ୍ରଭୁ ତାଙ୍କର ବାକ୍ଯ ସଫଳ କରିବେ।

10ଏଥି ରେ ହିଜକିଯ ଉତ୍ତର କଲେ, ଛାଯା ଦଶପାହୁଣ୍ତ ଆଗକୁ ୟିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।

2Kings 20 illustration - 2Kings Chapter 20

11ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏଥି ରେ ସଦାପ୍ରଭୁ ଛାଯା କଲେ ଯେ, ଦଶ ପାଉଣ୍ତ ଆଗକୁ ୟାଇ ପଛକୁ ଘୁଞ୍ଚି ଆସିଲ।

12ସେ ସମୟରେ ବଲଦନର ପୁତ୍ର ମରୋଦକବଲଦନ୍ ବାବିଲର ରାଜା ଥିଲେ। ସେ ହିଜକିଯ, ନିକଟକୁ ପତ୍ରଗୁଡିକ ଓ ଉପହାର ପଠାଇଲେ। କାରଣ ସେ ହିଜକିଯ ଅସୁସ୍ଥତା ବିଷଯ ରେ ଶୁଣିଲେ।

13ହିଜକିଯ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ନେଲେ ଓ ତାଙ୍କ ଗୃହ ରେ ଥିବା ସମୁଦାଯ ମୂଲ୍ଯବାନ୍ ପଦାର୍ଥଗୁଡିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ଯ, ବହୁମୂଲ୍ଯ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାର ରେ ଥିବା ତାଙ୍କର ସମସ୍ତ ଦ୍ରବ୍ଯ ଦଖାଇେଲେ, ଯାହା ହିଜକିଯ ତାଙ୍କ ଗୃହ ରେ ଓ ସମଗ୍ର ରାଜ୍ଯ ରେ ଏପରି ଜିନିଷ ନ ଥିଲା।

14ତା'ପରେ ଭବିଷ୍ଯଦ୍ବକ୍ତା ଯିଶାଇୟ ରାଜା ହିଜକିଯଙ୍କ ନିକଟକୁ ଆସି ପଚାରିଲେ, ଏହି ଲୋକମାନେ କ'ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?

15ତହୁଁ ଯିଶାଇୟ କହିଲେ, ତୁମ୍ଭେ ସମାନଙ୍କେୁ କ'ଣ ସବୁ ଦଖାଇେଲ?

2Kings 20 illustration - 2Kings Chapter 20

16ତା'ପରେ ଯିଶାଇୟ ହିଜକିଯଙ୍କୁ କହିଲେ, ସଦାପ୍ରଭୁଙ୍କ ବାକ୍ଯ ଶୁଣ।

17ସମୟ ଆସୁଛି ତୁମ୍ଭ ଗୃହ ରେ ଥିବା ସମସ୍ତ ଦ୍ରବ୍ଯ ଓ ଏ ପର୍ୟ୍ଯନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆୟିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡା ୟିବ ନାହିଁ।

18ତୁମ୍ଭଠାରୁ ଜନ୍ମ ହାଇେଥିବା ପୁତ୍ରମାନଙ୍କୁ ବାବିଲୋନୀଯମାନେ ନଇେଯିବେ ଓ ବାବିଲ ରାଜାର ଅଟ୍ଟାଳିକା ରେ ସମାନେେ ନଫୁସକ ହାଇେ ରହିବେ।

19ତା'ପରେ ହିଜକିଯ ଯିଶାଇୟକୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ଯେଉଁ ବାକ୍ଯ କହିଲେ, ତାହା ଅତି ଉତ୍ତମ।

20ହିଜକିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ଯକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

2Kings 20 illustration - 2Kings Chapter 20

21ଅନନ୍ତର ହିଜକିଯଙ୍କର ମୃତ୍ଯୁ ହେଲା ଓ ସେ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ମନଃଶି ରାଜା ହେଲେ।

Chapter Complete

You have read 2Kings 20

21 verses