Lumina
2Kings

Death of Elisha

2Kings 13·Oriya Bible

1ଯିହୁଦାର ରାଜା ଅହସିଯଙ୍କ ପୁତ୍ର ୟୋଯାଶ୍ଙ୍କ ରାଜତ୍ବର ତ୍ରଯବିଂଶ ବର୍ଷ ରେ ଯହେୂଙ୍କର ପୁତ୍ର ଯିହାୟୋଦାରହସ୍ ଶମରିଯା ରେ ଇଶ୍ରାୟେଲ ଉପରେ ରାଜା ହେଲେ। ସେ ସତର ବର୍ଷ ରାଜତ୍ବ କଲେ।

2ସେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କଲେ। ନବାଟଙ୍କ ପୁତ୍ର ୟାରବିଯାମ ଦ୍ବାରା ପାପକୁ ସେ ଅନୁସରଣ କଲେ, ଯାହା ସେ ଇଶ୍ରାୟେଲୀୟମାନଙ୍କୁ କରାଇଲେ। ସେ ପାପଗାମୀ ହେଲେ ଓ ସେଥିରୁ ବିମୂଖ ହେଲେ ନାହିଁ।

3ଏଥି ରେ ସଦାପ୍ରଭୁ ଇଶ୍ରାୟେଲ ବିରୁଦ୍ଧ ରେ କୋର୍ଧାନ୍ବିତ ହେଲେ। ତେଣୁ ସେ ଅରାମର ରାଜା ହସାଯଲେ ଓ ତାଙ୍କର ପୁତ୍ର ବିନ୍ହଦଦ୍ ଶାସନର ଅଧିନ ରେ ଇଶ୍ରାୟେଲକୁ ଦିର୍ଘ ସମୟ ପାଇଁ ଦେଲେ।

4ତା'ପରେ ଯିହାୟୋଦାରହସ୍ ସଦାପ୍ରଭୁଙ୍କ କୃପା ଭିକ୍ଷା କଲେ। ସେ ତାଙ୍କର ନିବଦନେ ଶୁଣିଲେ ଓ ଇଶ୍ରାୟେଲ ଉପରେ ଅରାମ ରାଜାଙ୍କର ଉପଦ୍ରବ ଓ ଇଶ୍ରାୟେଲୀୟମାନଙ୍କର ଦୁର୍ଦ୍ଦଶା ଦେଖିଲେ।

5ତେଣୁ ସଦାପ୍ରଭୁ ଇଶ୍ରାୟେଲ ଉଦ୍ଧାର ପାଇଁ ଏକ ଲୋକ ପଠାଇଲେ। ଫଳ ରେ ଇଶ୍ରାୟେଲୀୟମାନେ ଅରାମୀଯମାନଙ୍କଠାରୁ ମୁକ୍ତ ହେଲେ ଓ ପୂର୍ବପରି ନିଜ ନିଜ ଗୃହକୁ ଗଲେ।

2Kings 13 illustration - 2Kings Chapter 13

6ତଥାପି ଇଶ୍ରାୟେଲୀୟମାନେ ୟାରବିଯାମ ବଂଶକୃତ ପାପ ପଥରୁ ବିମୁଖ ହେଲେ ନାହିଁ। ସମାନେେ ସହେି ପୂର୍ବପରି ପାପ କରି ଚାଲିଲେ, ଯାହା ସମାନେେ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଥିଲେ। ସମାନେେ ମଧ୍ଯ ଶମରିଯା ରେ ଆଶରୋ ଖମ୍ବଗୁଡିକ ରଖିଲେ।

7ଅରାମର ରାଜା ୟିହୋଯାଶ୍ଙ୍କ ସୈନ୍ଯବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଚାଶ ଅଶ୍ବାରୋହୀ, ଦଶଟି ରଥ ଓ 10,000 ପଦାତିକଙ୍କୁ ଛାଡି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହାୟୋଦାରଶ୍ଙ୍କ ସୈନ୍ଯମାନେ ଶସ୍ଯ ଅମଳ ସମୟରେ ଅଗାଡି ତୁଲ୍ଯ ପବନ ରେ ଗ୍ଭଲିଗଲେ।

8ୟିହୋଯାଶ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ୍ କାର୍ୟ୍ଯାବଳୀ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଛି।

9ଅନନ୍ତର ଯିହାୟୋଦାରଶ୍ଙ୍କ ମୃତ୍ଯୁ ହେଲା ଓ ଲୋକମାନେ ଶମରିଯା ରେ ତାଙ୍କୁ ପୁର୍ବପୁରୁଷଙ୍କ ନିକଟରେ କବର ଦେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯୋୟାଶ୍ ରାଜ୍ଯ ଶାସନ କଲେ।

10ଯିହୁଦା ରେ ଯୋୟାଶ୍ ରାଜାଙ୍କ ସପ୍ତତ୍ରିଂଶ ବର୍ଷ ରାଜତ୍ବ କାଳ ରେ ଯିହାୟୋଦାରଶ୍ଙ୍କ ପୁତ୍ର ଯୋୟାଶ୍ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କରିବାକୁ ୟାଇ ଷୋହଳ ବର୍ଷ ରାଜ୍ଯଶାସନ କଲେ।

2Kings 13 illustration - 2Kings Chapter 13

11ଇଶ୍ରାୟେଲର ରାଜା ୟୋଯାଶ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କଲେ। ନବାଟଙ୍କ ପୁତ୍ର ୟାରବିଯାମ, ଇଶ୍ରାୟେଲୀୟମାନଙ୍କୁ ଯେଉଁ ପାପରେ ଲିପ୍ତ କରୁଥିଲେ ସହେି ସମାନ ପାପ ଅନୁସରଣ କଲେ ୟିଏ ଇଶ୍ରାୟେଲ ପାପର କାରଣ ହେଲା।

12ୟୋଯାଶଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାଙ୍କର ସମସ୍ତ କ୍ରିଯା ଓ ଯେଉଁ ପରାକ୍ରମ ରେ ସେ ଯିହୁଦା ରେ ରାଜା ଅମତ୍ସିଯ ସଙ୍ଗେ ୟୁଦ୍ଧ କରିଥିଲେ ତାହା ସବୁ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

13ୟୋଯାଶ୍ଙ୍କ ମୃତ୍ଯୁ ହେଲା ଓ ସେ ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ୟାରବିଯାମ ତାଙ୍କ ଅନ୍ତେ ସିଂହାସନ ରେ ଉପବିଷ୍ଟ ହେଲେ ଓ ଯୋୟାଶ୍ ଇଶ୍ରାୟେଲର ରାଜାମାନଙ୍କ ସହିତ ଶମରିଯା ରେ କବର ପ୍ରାପ୍ତ ହେଲେ।

14ଇଲୀଶାୟ ପୀଡିତ ହେଲେ, ପରେ ଅସୁସ୍ଥତାରୁ ମୃତ୍ଯୁ ବରଣ କଲେ। ଇଶ୍ରାୟେଲ ରାଜା ଯୋୟାଶ୍ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ ପାଇଁ ଏହା ସମୟ କି?

15ଇଲୀଶାୟ ୟୋଯାଶଙ୍କୁ କହିଲେ, ଧନୁଗୁଡିକ ଓ ବାଣ ଧର।

2Kings 13 illustration - 2Kings Chapter 13

16ତା'ପରେ ଇଲୀଶାୟ ରାଜାଙ୍କୁ ପୁଣି କହିଲେ, ଧନୁ ରେ ତୁମ୍ଭହାତ ଦିଅ। ତେଣୁ ରାଜା ଧନୁ ଉପରେ ହାତ ରଖିଲେ। ତା'ପରେ ଇଲୀଶାୟ ତାଙ୍କ ହାତ ରାଜାଙ୍କ ହାତ ଉପରେ ରଖିଲେ।

17ଇଲୀଶାୟ କହିଲେ, ପୂର୍ବ ଦିଗ ରେ ଥିବା ଝରକା ଖୋଲ। ଯୋୟାଶ୍ ଝରକା ଖାଲିେଲେ। ତା'ପରେ ଇଲୀଶାୟ କହିଲେ, ତୀର ନିକ୍ଷପେ କର।

18ପୁଣି ଇଲୀଶାୟ କହିଲେ, ତୀରଗୁଡିକ ନିଅ। ସେ ତୀରଗୁଡିକ ନେଲେ। ତା'ପରେ ଇଲୀଶାୟ ରାଜାଙ୍କୁ କହିଲେ, ଭୂମିରୁ ଆଘାତ କର।

19ପରମେଶ୍ବରଙ୍କ ଲୋକ ତାଙ୍କ ଉପରେ କୃଦ୍ଧ ହାଇେ କହିଲେ, ତୁମ୍ଭେ ପାଞ୍ଚ କିମ୍ବା ଛଅ ଥର ଆଘାତ କରିବା କଥା। ତାହା ହାଇେଥିଲେ ତୁମ୍ଭେ ଅରାମକୁ ନିଃଶଷେ କରିବା ପର୍ୟ୍ଯନ୍ତ ସମାନଙ୍କେୁ ହରାଇଥାନ୍ତ। କିନ୍ତୁ ବର୍ତ୍ତମାନ ଅରାମକୁ କବଳେ ତିନି ଥର ପାଇଁ ହରାଇବ।

20ଇଲୀଶାୟଙ୍କ ମୃତ୍ଯୁପରେ ଲୋକମାନେ ତାଙ୍କୁ କବର ଦେଲେ।

2Kings 13 illustration - 2Kings Chapter 13

21କେତକେ ଇଶ୍ରାୟେଲୀୟ ଜଣେ ମୃତବ୍ଯକ୍ତିକୁ କବର ଦେଉଥିବା ବେଳେ ସମାନେେ ମାୟୋବୀଯ ସୈନ୍ଯମାନଙ୍କୁ ନିକଟକୁ ଆସୁଥିବାର ଦେଖିଲେ। ତହୁଁ ସମାନେେ ଭୟ ରେ ସହେି ମୃତ ଶରୀରକୁ ଇଲୀଶାୟ କବର ଭିତ ରେ ପକାଇ ଦେଲେ ଏବଂ ଦୌଡି ପଳାଇଗଲେ। ସହେିମୃତ ବ୍ଯକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କଲାମାତ୍ ରେ ଜୀବନ୍ତ ହାଇେ ନିଜ ଗୋଡ ରେ ଛିଡା ହେଲା।

22ଯିହାୟୋଦାରହସଙ୍କ ରାଜତ୍ବ କାଳର ସମସ୍ତ ସମୟ ଅରାମର ରାଜା ହସାଯଲେ ଇଶ୍ରାୟେଲର କ୍ଲେଶର କାରଣ ହେଲେ।

23ମାତ୍ର ସଦାପ୍ରଭୁ ଇଶ୍ରାୟେଲୀୟମାନଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲେ ଓ ସମାନଙ୍କେ ପ୍ରତି କୃପା ଦୃଷ୍ଟି କଲେ। କାରଣ ଅବ୍ରହାମ, ଇସ୍ହାକ୍ ଓ ଯାକୁବ ସହିତ ସଦାପ୍ରଭୁଙ୍କର ଚୁକ୍ତି ହାଇେଥିଲା। ସେ ସମାନଙ୍କେୁ ବିନାଶ କରିବେ ନାହିଁ କି ଦୂ ରଇେ ଦବେେ ନାହିଁ।

24ହସାଯଲଙ୍କେ ମୃତ୍ଯୁପରେ ବିନ୍ହଦଦ୍ ନୂଆ ରାଜା ହେଲେ।

25ତାଙ୍କର ମୃତ୍ଯୁ ପୁର୍ବରୁ ୟୋଯାଶଙ୍କର ପିତା ଯିହାୟୋଦାରହସ୍ଙ୍କଠାରୁ ନଗରଗୁଡିକୁ ହସାଯଲେ ଅଧିକାର କରି ନେଲେ। ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶ ହସାଯେଲ୍ର ପୁତ୍ର ବିନ୍ହଦଦ୍ଙ୍କଠାରୁ ସହେି ନଗର ଗୁଡିକ ପୁନର୍ବାର ନେଲେ। ଯୋୟାଶ୍ ବିନହଦଦ୍ଙ୍କୁ ତିନିଥର ପରାସ୍ତ କରି ଇଶ୍ରାୟେଲର ନଗରଗୁଡିକୁ ନଇେଥିଲେ।

Chapter Complete

You have read 2Kings 13

25 verses