Lumina
2Kings

Joash Repairs the Temple

2Kings 12·Oriya Bible

1ଇଶ୍ରାୟେଲ ରେ ଯହେୂଙ୍କ ରାଜତ୍ବର ସପ୍ତମ ବର୍ଷ ରେ ୟୋଯାଶଙ୍କ ଶାସନ ଆରମ୍ଭ ହେଲା। ସେ ୟିରୁଶାଲମ ରେ ଚାଳିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତା ବରେଶବୋ ନିବାସିନୀ ସିବିଯା ନାମ ରେ ଖ୍ଯାତ ଥିଲେ।

2ଯୋୟାଶ୍ ତାଙ୍କର ସମଗ୍ର ଜୀବନ କାଳ ରେ ଯାଜକ ୟିହୋଯାଦାଙ୍କ ଶିକ୍ଷାନୁସା ରେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ଏବଂ ସେ ଯାହା କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ଉତ୍ତମ ଥିଲା।

3ତଥାପି ସେ, ଉଚ୍ଚସ୍ଥଳୀ ଗୁଡିକୁ ଧ୍ବଂସ କଲେ ନାହିଁ। ଲୋକମାନେ ତଥାପି ବଳିଦାନ ଉତ୍ସର୍ଗ କଲେ ଓ ସହେି ଉଚ୍ଚ ସ୍ଥାନମାନଙ୍କ ରେ ଧୂପ ଜଳାଇଲେ।

4ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, ସଦାପ୍ରଭୁଙ୍କ ମନ୍ଦିର ରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସମାନେେ ଜନ ଗଣନା ସମୟରେ ବର ଦେଲେ। ସମାନେେ ସମାନଙ୍କେର ଅନୁସାରେ ମୁଦ୍ରା ଦେଲେ।

5ଲୋକମାନଙ୍କଠାରୁ ପ୍ରେତ୍ୟକକ ନିରୁପିତ ମୁଦ୍ରା ପ୍ରାପ୍ତ କରି, ୟିଏ ସବୋ କରିଛି। ମନ୍ଦିରର ଭଗ୍ନସ୍ଥଳର ମରାମତି ରେ ଯାଜକମାନେ ମୁଦ୍ରା ବ୍ଯବହାର କରନ୍ତୁ।

2Kings 12 illustration - 2Kings Chapter 12

6ମାତ୍ର ଯାଜକମାନେ ଯୋୟାଶ୍ ରାଜତ୍ବର ତଇେଶି ବର୍ଷ ପର୍ୟ୍ଯନ୍ତ ଗୃହର କ୍ଷତିସ୍ଥାନ ମରାମତି କରି ନ ଥିଲେ।

7ତେଣୁ ରାଜା ଯୋୟାଶ୍ ଯାଜକ ଯିହାୟୋଦାରଦା ଓ ଅନ୍ୟ ଯାଜକମାନଙ୍କୁ ଡକାଇଲେ ଏବଂ କହିଲେ, ତୁମ୍ଭମାନେେ ସଦାପ୍ରଭୁ ମନ୍ଦିରର ଉଗ୍ନସ୍ଥାନମାନ କାହିଁକି ମରାମତି କରୁ ନାହିଁ? ତୁମ୍ଭେ ସବୋ କରିଥିବା ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ। ସହେି ମୁଦ୍ରାକୁ ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନ ପାଇଁ ମରାମତି ରେ ବ୍ଯବହାର ହେଉ।

8ତେଣୁ ଯାଜକମାନେ ଲୋକମାନଙ୍କଠାରୁ ଟଙ୍କା ନନବୋକୁ ସମ୍ମତ ହେଲେ। ଏବଂ ମଧ୍ଯ ମନ୍ଦିର ମରାମତି ନ କରିବାକୁ ସ୍ଥିର କଲେ।

9ତେଣୁ ଯାଜକ ଯିହାୟୋଦାରଦା ଗୋଟିଏ ସିନ୍ଦୁକ ନଇେ ତା'ର ଢାଙ୍କୁଣି ରେ ଏକ ଛିଦ୍ର କରି ୟଜ୍ଞବଦେୀ ନିକଟରେ ସଦାପ୍ରଭୁଙ୍କ ମନ୍ଦିର ରେ ପ୍ରବେଶ ସ୍ଥାନର ଦକ୍ଷିଣ ପାଶର୍‌ବ ରେ ରଖିଲା। ପୁଣି ଦ୍ବାର ରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଟଙ୍କାସବୁ ଲୋକମାନଙ୍କ ଦ୍ବାରା ଆଣିଲେ, ସହେି ଦ୍ବାର ନିକଟରେ ରଖିଲେ।

10ତା'ପରେ ଲୋକମାନେ ସହେି ସିନ୍ଦୁକରେ ଟଙ୍କା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପକାଇଲେ। ଯେତବେେଳେ ରାଜାଙ୍କ ସଚୀବ ଓ ମହାୟାଜକ ଦେଖିଲେ ସିନ୍ଦୁକରେ ପ୍ରଚୁର ଟଙ୍କା ହାଇଗେଲା, ସମାନେେ ଆସି ତାକୁ ନଇଗେଲେ ଓ ଥଳି ରେ ରଖି ଗଣିଲେ।

2Kings 12 illustration - 2Kings Chapter 12

11ସମାନେେ ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା ଶ୍ରମିକମାନଙ୍କୁ, ବଢଇମାନଙ୍କେୁ ଓ ଅନ୍ୟ ରାଜମନ୍ତ୍ରୀଗଣ ସଦାପ୍ରଭୁଙ୍କ ମନ୍ଦିର ପୂନଃନିର୍ମାଣ କାର୍ୟ୍ଯ ମରାମତି ରେ ଏହି ଟଙ୍କା ଦେଲେ।

12ସମାନେେ ମଧ୍ଯ ପ୍ରସ୍ତର କାରିଗର, ପ୍ରସ୍ତରକଟାଳିମାନଙ୍କୁ ଦେଲେ ଓ ମନ୍ଦିରର ପୁନଃନିର୍ମାଣି ନିମନ୍ତେ ଆବଶ୍ଯକୀଯ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କାଠ, ଖୋଦିତ ପ୍ରସ୍ତର ଓ ଅନ୍ଯାନ୍ଯ ଦ୍ରବ୍ଯ କିଣିବା ରେ ସହେି ମୁଦ୍ରାକୁ ବ୍ଯବହାର କଲେ।

13ମାତ୍ର ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ମୁଦ୍ରା ରେ ଗୃହ ନିମନ୍ତେ ରୋପ୍ଯ ପାତ୍ର, କତୁରିକୁଣ୍ତ, ତୂରୀ କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୋପ୍ଯପାତ୍ର ନିର୍ମାଣ କଲେ ନାହିଁ।

14ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କୁଶଳ ଶ୍ରମିକମାନଙ୍କୁ ମଜୁରି ରେ ବ୍ଯଯ କରାଗଲା।

15ମାତ୍ର ଶ୍ରମିକମାନଙ୍କୁ ଦବୋ ପାଇଁ ଯେଉଁମାନଙ୍କ ହସ୍ତ ରେ ସେ ଟଙ୍କା ଦିଆଗଲା, ସମାନଙ୍କେଠାରୁ କହେି ହିସାବ ନେଲେ ନାହିଁ। କାରଣ ସମାନେେ ଅତି ବିଶ୍ବସ୍ତ ଭାବରେ କାମ କଲେ।

2Kings 12 illustration - 2Kings Chapter 12

16କୌଣସି ଦୋଷ ପାଇଁ ଓ ପାପ ପାଇଁ ଉତ୍ସର୍ଗୀକୃତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ ରେ ବ୍ଯବହୃତ ହେଲା ନାହିଁ। ତାହା ଯାଜକମାନଙ୍କର ହେଲା।

17ଅନନ୍ତର ଅରାମର ରାଜା ହସାଯଲେ ଗାଥ ବିରୁଦ୍ଧ ରେ ୟୁଦ୍ଧ କରି ତାକୁ ଅଧିକାର କଲେ। ତା'ପରେ ସେ ୟିରୁଶାଲମ ବିରୁଦ୍ଦ ରେ ୟୁଦ୍ଧ କରିବାକୁ ଯୋଜନା କଲେ।

18ଏଥି ରେ ଯିହୁଦାର ରାଜା ଯୋୟାଶ୍ ଆପଣା ପୂର୍ବପୁରୁଷ ୟିହୋଶାଫଟ, ୟିହୋରାମ ଓ ଅହସିଯ ପ୍ରଭୃତି ରାଜାଗଣ ସଦାପ୍ରଭୁଙ୍କୁ ଅର୍ପଣ କରିଥିବା ସମସ୍ତ ପବିତ୍ର ବସ୍ତ୍ର ଓ ସୁବର୍ଣ୍ଣ ଓ ଯୋୟାଶ୍ ସଦାପ୍ରଭୁଙ୍କ ଭଣ୍ତାର ରେ ଏବଂ ରାଜ ପ୍ରାସାଦ ରେ ରଖାୟାଇଥିବା ସୁବର୍ଣ୍ଣ ଆଦି ମୂଲ୍ଯବାନ ଦ୍ରବ୍ଯଗୁଡିକୁ ଅରାମର ରାଜା ହସାଯଲେ ନିକଟକୁ ପଠାଇଲେ, ତେଣୁ ସେ ଆଉ ୟିରୁଶାଲମ ବିରୁଦ୍ଧ ରେ ଗଲେ ନାହିଁ।

19ୟୋଯାଶ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ କଳାପ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

20ଏହାପରେ ୟୋଯାଶ୍ଙ୍କର ଦାସମାନେ ଚକ୍ରାନ୍ତ କରି ସିଲ୍ଲାକୁ ୟିବା ପରେ ମିଲ୍ଲୋ ନାମକ ଗୃହ ରେ ତାଙ୍କୁ ବଧ କଲେ।

2Kings 12 illustration - 2Kings Chapter 12

21ଶିମିଯତର ପୁତ୍ର ୟୋଷାଖ୍ର ଓ ଶୋମରର ପୁତ୍ର ୟିହୋଷାବଦ୍ ନାମକ ୟୋଯାଶ୍ଙ୍କର ଦୁଇଟି ଦାସ ତାଙ୍କୁ ବଧ କଲେ। ତା'ପରେ ସମାନେେ ଦାଉଦ ନଗର ରେ ତାଙ୍କ ପୂର୍ବପୁରୁଷଗଣଙ୍କ ସହିତ ତାଙ୍କୁ କବର ଦେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ଅମତ୍ସିଯ ରାଜ୍ଯ କଲେ।

Chapter Complete

You have read 2Kings 12

21 verses