Lumina
2Corinthians

2Corinthians 5

2Corinthians 5·Oriya Bible

1ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥି ରେ ଆମ୍ଭେ ରହିଛୁ, ତାହା ନଷ୍ଟ ହବେ। ଏପରି ଘଟିଲା ପରେ ପରମେଶ୍ବରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦବେେ। ଏହା ମଣିଷ ଦ୍ବାରା ନିର୍ମିତ ନୁହେଁ।

2ଏହା ସ୍ବର୍ଗ ରେ ସ୍ଥାପିତ ଚିରସ୍ଥାଯୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟି ରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ବର ଆମ୍ଭକୁ ଆମ୍ଭର ସ୍ବର୍ଗୀୟ ଘରଟି ଦିଅନ୍ତୁ।

3ଏହି ଘରଟି ପାଇଲା ପରେ, ଏହା ଆମ୍ଭକୁ ଆବୃତ କରିବ, ଓ ଆମ୍ଭେ ଉଲଗ୍ନ ଦଖାେ ୟିବୁ ନାହିଁ।

4ଏହି ଶରୀରରୂପ ତମ୍ବୁ ରେ ରହିଲା ବେଳେ ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ଅଭି ଯୋଗ କରୁ। ମାରେ କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦବୋ ପାଇଁ ଚାହୁଁ। କିନ୍ତୁ ଆମ୍ଭେ ସ୍ବର୍ଗୀୟ ଘର ଦ୍ବାରା ଆଚ୍ଛାଦିତ ହବୋକୁ ଇଚ୍ଛା କରୁ। ତା' ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ବାରା ଘାଡ଼ୋଇ ହାଇେ ପାରିବ।

5ପରମେଶ୍ବର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ଯ ଦିଏ।

2Corinthians 5 illustration - 2Corinthians Chapter 5

6ଅତଏବ ଆମ୍ଭର ପୂର୍ଣ୍ଣ ଆଶା ଅଛି। ଆମ୍ଭେ ଜାଣୁ ଯେ, ଯେପର୍ୟ୍ଯନ୍ତ ଆମ୍ଭେ ଏହି ଦହେ ରେ ଅଛୁ ସପେର୍ୟ୍ଯନ୍ତ ଆମ୍ଭେ ପ୍ରଭୁଙ୍କ ଠାରୁ ଦୂର ରେ ଅଛୁ।

7ଆମ୍ଭେ ଯାହା ଦେଖୁ, ତା' ସାହାୟ୍ଯ ରେ ନୁହେଁ, ମାତ୍ର ବିଶ୍ବାସ ଦ୍ବାରା ପରିଚାଳିତ ହେଉ, ସେଥିପାଇଁ ମୁଁ କୁ ହେ ଯେ, ଆମ୍ଭମାନଙ୍କର ଆଶା ଅଛି।

8ଆମ୍ଭମାନେେ ଏହି ଶରୀରରୁ ଦୂରକୁ ୟିବାକୁ ଓ ପ୍ରଭୁଙ୍କ ନିକଟସ୍ଥ ହବୋକୁ ଅଧିକ ପସନ୍ଦ କରୁ।

9ଆମର ଏକମାତ୍ର ଉଦ୍ଦେଶ୍ଯ ପରମେଶ୍ବରଙ୍କୁ ପ୍ରସନ୍ନ କରିବା। ଆମ୍ଭେ ଏହିଠା ରେ ବାହ୍ଯିକ ଶରୀର ଧାରଣ କରି ରହୁ ବା ସଠାେରେ ପ୍ରଭୁଙ୍କ ସହିତ ରହୁ, ଆମ୍ଭେ ପ୍ରଭୁଙ୍କୁ ପ୍ରସନ୍ନ କରିବାକୁ ଚାହୁଁ।

10ଆମ୍ଭେ ସମସ୍ତେ ବିଚାରିତ ହବୋ ନିମନ୍ତେ ଖ୍ରୀଷ୍ଟଙ୍କର ନ୍ଯାଯାସନ ଆଗ ରେ ଅବଶ୍ଯ ଠିଆ ହବେୁ। ଆମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ, ଏହି ପାର୍ଥିବ ଶରୀର ଧାରଣ କରିଥିଲା ବେଳେ ଯାହା କିଛି ଭଲ ବା ମନ୍ଦ କରିଛୁ, ତା'ପାଇଁ ପ୍ରତିଦାନ ପାଇବ।

2Corinthians 5 illustration - 2Corinthians Chapter 5

11ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ'ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ଯ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉଁ। ପରମେଶ୍ବର ଜାଣନ୍ତି ଯେ, ଆମ୍ଭେ ପ୍ରକୃତ ରେ କ'ଣ ଓ ମୁଁ ଆଶା କରେ, ତୁମ୍ଭେ ମଧ୍ଯ ଆମ୍ଭର ପ୍ରକୃତ ପରିଚୟ ପାଇପାରିବ।

12ଆମ୍ଭେ ତୁମ୍ଭମାନଙ୍କ ଆଗ ରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭମାନେେ ଗର୍ବ ଅନୁଭବ କରି ପାରିବ। ତା' ହେଲେ ପ୍ରତ୍ଯକ୍ଷ ଦିଶୁଥିବା ବିଷୟଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭମାନେେ ଉତ୍ତର ଦଇେ ପାରିବ। ସେ ଲୋକମାନେ ଜଣକର ହୃଦୟ ରେ କ'ଣ ଅଛି, ତହିଁ ପାଇଁ ସମାନେେ ମନୋୟୋଗ କରନ୍ତି ନାହିଁ।

13ଆମ୍ଭେ ଯଦି ପାଗଳ, ତାହା ପରମେଶ୍ବରଙ୍କ ପାଇଁ।

14ଯଦି ଆମ୍ଭେ ଠିକ୍ ମନ ରେ ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ ରମେ ଆମ୍ଭକୁ ନିୟନ୍ତ୍ରିତ କରେ। କାରଣ ଆମ୍ଭେ ଜାଣୁ ଯେ ଜଣେ ସମସ୍ତଙ୍କ ପାଇଁ ମରିଛନ୍ତି। ସେଥିପାଇଁ ସମସ୍ତେ ମରିଛନ୍ତି।

15ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ଯ ହେଉଛି ଯେ ଯେଉଁ ଲୋକମାନେ ଜୀବିତ, ଏହା ପରେ ସମାନେେ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ୟିଏ ମରି ଯାଇଥିଲେ ଓ ପୁନର୍ବାର ସମାନଙ୍କେ ପାଇଁ ଉଥିତ ହେଲେ, ସହେି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ।

2Corinthians 5 illustration - 2Corinthians Chapter 5

16ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତ ରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ଯ ଜାଗତିକ ଦୃଷ୍ଟି ରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସପରେି ଭାବୁନାହୁଁ।

17ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କ ଠା ରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହାଇେ ଅଛି। ପୁରୁଣା ବିଷୟ ସମସ୍ତ ଚାଲି ଯାଇଅଛି, ଓ ପ୍ରେତ୍ୟକକ ବିଷୟ ନୂଆ ହାଇେ ଯାଇଛି।

18ଏହି ସବୁ ବିଷୟ ପରମେଶ୍ବରଙ୍କ ଠାରୁ ଆସିଛି। ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ନିଜେ ଆମ୍ଭମାନଙ୍କ ସହ ଶାନ୍ତି ସ୍ଥାପନ କରିଛନ୍ତି। ଓ ଲୋକମାନେ ଯେପରି ପରମେଶ୍ବରଙ୍କ ସହ ଶାନ୍ତି ସ୍ଥାପନ କରିବେ, ଏହି ଦାଯିତ୍ବ ଆମ୍ଭମାନଙ୍କୁ ଦଇେଛନ୍ତି।

19ମାେ କହିବା କଥା ଯେ, ପରମେଶ୍ବର ଖ୍ରୀଷ୍ଟଙ୍କ ହତେୁ ଲୋକମାନଙ୍କର ପାପଗୁଡ଼ିକୁ ଗଣନା ନ କରି, ନିଜକୁ ଜଗତର ଲୋକମାନଙ୍କ ସହିତ ପୁନର୍ମିଳିତ କରୁଛନ୍ତି। କବଳେ ସତେିକି ନୁହେଁ ମାତ୍ର ସେ ଆମ୍ଭମାନଙ୍କୁ, ଲୋକମାନଙ୍କୁ ପୁନର୍ମିଳନର ସମ୍ବାଦ କହିବା ଭାର ଦଇେଛନ୍ତି। ସେଥିପାଇଁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବେ କାମ କରୁଛୁ।

20ସେ ଆମ୍ଭ ମାଧ୍ଯମ ରେ ପୃଥିବୀର ଲୋକମାନଙ୍କୁ ଡ଼ାକୁଛନ୍ତି। ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କୁ ପରମେଶ୍ବରଙ୍କ ସହିତ ପୁନର୍ମିଳିତ ହବୋ ପାଇଁ ଅନୁ ରୋଧ କରୁ,

2Corinthians 5 illustration - 2Corinthians Chapter 5

21ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗଣ୍ଯ କଲେ, ଯେପରି ତାହାଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କ ଠା ରେ ଧାର୍ମିକ ଗଣିତ ହାଇପୋରିବା।

Chapter Complete

You have read 2Corinthians 5

21 verses