Lumina
2Chronicles

Joash Crowned

2Chronicles 23·Oriya Bible

1ଛଅ ବର୍ଷ ପରେ, ଯିହାୟୋଦାରଦା ତାଙ୍କ ଶକ୍ତିର ପ୍ରଦର୍ଶନ କଲେ। ସେ ପ୍ରେତ୍ୟକକଙ୍କର 100 ଜଣ ସୈନ୍ଯ ଥିବା କପ୍ତାନଙ୍କର ସହିତ ଏକ ଚୁକ୍ତି କଲେ। ସହେି କପ୍ତାନମାନେ ଥିଲେ : ୟିରୋହାମ୍ଙ୍କ ପୁତ୍ର ଅସରିଯ, ଯିହାୟୋଦାରନାଙ୍କ ପୁତ୍ର ଇଶ୍ମାଯଲେ, ଅସରିଯଙ୍କ ପୁତ୍ର ଓବେଦ୍, ଅଦାଯାଙ୍କ ପୁତ୍ର ମା ସଯେ ଓ ସିଖ୍ରିଙ୍କ ପୁତ୍ର ଇଲୀଶାଫଟ୍।

2ସମାନେେ ଯିହୁଦାର ଚାରିଆଡ଼େ ୟାଇ ସବୁ ସହରରୁ ଲବେୀୟମାନଙ୍କୁ ସଂଗ୍ରହ କଲେ। ସମାନେେ ଇଶ୍ରାୟେଲ ବଂଶର ନେତାମାନଙ୍କୁ ମଧ୍ଯ ଏକତ୍ରୀତ କଲେ। ଏହାପରେ ସମାନେେ ୟିରୁଶାଲମକୁ ଫରେିଗଲେ।

3ଏକତ୍ରୀତ ହାଇେଥିବା ସମସ୍ତ ଲୋକ ପରମେଶ୍ବରଙ୍କ ମନ୍ଦିର ରେ ରାଜାଙ୍କ ସହିତ ଏକ ନିଯମ କଲେ।

4ବର୍ତ୍ତମାନ ତୁମ୍ଭମାନଙ୍କୁ ଏହା କରିବାକୁ ପଡ଼ିବ : ତୁମ୍ଭମାନଙ୍କ ମଧ୍ଯରୁ ଏକ ତୃତୀଯାଂଶ ଯାଜକ ଓ ଲବେୀୟ, ଯେଉଁମାନେ ପବିତ୍ର ବିଶ୍ରାମ ଦିନ ରେ କାର୍ୟ୍ଯ କରିବାକୁ ଯିବେ, ସମାନେେ ଦ୍ବାର ନିକଟରେ ଜଗି ରହିବେ।

5ତୁମ୍ଭମାନଙ୍କର ଏକ ତୃତୀଯାଂଶ ରାଜାଙ୍କ ଗୃହ ରେ ରହିବ। ତୁମ୍ଭମାନଙ୍କର ଅନ୍ୟ ଏକ-ତୃତୀଯାଂଶ ଝର ଫାଟକ ନିକଟରେ ଜଗି ରହିବ। କିନ୍ତୁ ଅନ୍ୟ ଲୋକ ସମସ୍ତେ ସଦାପ୍ରଭୁଙ୍କ ମନ୍ଦିରର ପ୍ରାଙ୍ଗଣ ମଧିଅରେ ରହିବେ।

2Chronicles 23 illustration - 2Chronicles Chapter 23

6ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ କୌଣସି ବ୍ଯକ୍ତିକୁ ଆସିବାକୁ ଦବେ ନାହିଁ। କବଳେ ସବୋକାର୍ୟ୍ଯ କରୁଥିବା ଯାଜକ ଓ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ ଆସିବାକୁ ଅନୁମତି ଦବେ, କାରଣ ସମାନେେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦଇେଛନ୍ତି, ତାହା ସମାନଙ୍କେୁ କରିବାକୁ ପଡ଼ିବ।

7ଲବେୀୟମାନଙ୍କୁ ରାଜାଙ୍କ ନିକଟରେ ରହିବାକୁ ହବେ। ପ୍ରେତ୍ୟକକ ବ୍ଯକ୍ତି ନିଜ ନିଜର ଖଡ୍ଗକୁ ସଙ୍ଗ ରେ ରଖିବେ। ଯଦି କୌଣସି ବ୍ଯକ୍ତି ମନ୍ଦିର ମଧିଅରେ ପ୍ରବେଶ କରିବାକୁ ଚେଷ୍ଟା କରିବ, ତବେେ ତାହାକୁ ବଧ କରିବ। ରାଜା ଯେଉଁଆଡ଼େ ଯିବେ, ତୁମ୍ଭମାନଙ୍କୁ ତାଙ୍କ ସହିତ ରହିବାକୁ ପଡ଼ିବ।

8ୟିହୋଯାଦା ଯାଜକ ଯେଉଁସବୁ ଆଜ୍ଞା ଦେଲେ, ତାହାକୁ ଲବେୀୟମାନେ ଓ ଯିହୁଦାର ସମସ୍ତ ଲୋକ ପାଳନ କଲେ। ଯାଜକ ୟିହୋଯାଦା, ଯାଜକ ଦଳର କୌଣସି ବ୍ଯକ୍ତିକୁ କ୍ଷମା ଦେଲେ ନାହିଁ। ତେଣୁ ପ୍ରେତ୍ୟକକ କପ୍ତାନ ଓ ତାଙ୍କର ସବୁ ଲୋକ ସମାନଙ୍କେୁ ଯାହା କୁହାଗଲା ତାହା କଲେ, ସମାନେେ ସହେି ସପ୍ତାହ ରେ କାର୍ୟ୍ଯ ରେ ଉପସ୍ଥିତ ରୁହନ୍ତୁ କି ଛୁଟି ନିଅନ୍ତୁ।

9ଯିହାୟୋଦାରଦା ଯାଜକ ଉଚ୍ଚାଧିକାରୀମାନଙ୍କୁ ରାଜା ଦାଉଦଙ୍କ ବର୍ଚ୍ଛାସବୁ ଓ ବୃହତ୍ ତଥା କ୍ଷୁଦ୍ର ଢ଼ାଲଗୁଡ଼ିକ ଦେଲେ। ପରମେଶ୍ବରଙ୍କ ମନ୍ଦିର ରେ ସହେି ଅସ୍ତ୍ରଗୁଡ଼ିକ ରଖାୟାଇଥିଲା।

10ଏହାପରେ ଯିହାୟୋଦାରଦା ଲୋକମାନଙ୍କୁ କେଉଁଠା ରେ ଛିଡ଼ା ହବୋକୁ ପଡ଼ିବ, ତାହା କହିଲେ। ପ୍ରେତ୍ୟକକ ବ୍ଯକ୍ତି ତାହାର ଅସ୍ତ୍ରକୁ ନିଜ ହସ୍ତ ରେ ଧରିଲା। ମନ୍ଦିରର ଦକ୍ଷିଣ ପାଶର୍‌ବରୁ ମନ୍ଦିରର ବାମପାଶର୍‌ବ ୟାଏଁ ଲୋକମାନେ ଠିଆ ହାଇେ ରହିଲେ। ସମାନେେ ୟଜ୍ଞବଦେୀ ନିକଟରେ, ମନ୍ଦିର ନିକଟରେ ଓ ରାଜାଙ୍କ ନିକଟରେ ଠିଆ ହାଇେ ରହିଲେ।

2Chronicles 23 illustration - 2Chronicles Chapter 23

11ସମାନେେ ରାଜାଙ୍କ ପୁତ୍ରଙ୍କୁ ବାହାରକୁ ଆଣିଲେ ଓ ତାହାଙ୍କ ମସ୍ତକରେ ମୁକୁଟ ପିନ୍ଧାଇଲେ। ସମାନେେ ତାଙ୍କୁ ନିଯମର ଏକ ନକଲ ଦେଲେ। ସମାନେେ ୟୋଯାଶ୍ଙ୍କୁ ରାଜା କଲେ। ଯିହାୟୋଦାରଦା ଓ ତାଙ୍କ ପୁତ୍ରମାନେ ୟୋଯାଶ୍ଙ୍କୁ ରାଜାଭିଷିକ୍ତ କଲେ। ସମାନେେ କହିଲେ, ରାଜା ଦୀର୍ଘଜୀବି ହୁଅନ୍ତୁ!

12ଲୋକମାନେ ମନ୍ଦିରକୁ ଦୌଡ଼ିକରି ୟିବା ଓ ରାଜାଙ୍କର ପ୍ରଶଂସା କରିବାର ଶବ୍ଦ ଅଥଲିଯା ଶୁଣିବାକୁ ପାଇଲେ। ସେ ସଦାପ୍ରଭୁଙ୍କ ମନ୍ଦିର ରେ ଲୋକମାନଙ୍କ ନିକଟକୁ ଆସିଲେ।

13ସେ ଅନାଇଲେ ଓ ରାଜାଙ୍କୁ ଦେଖିଲେ। ରାଜା ମୁଖ୍ଯଦ୍ବାର ନିକଟରେ ଥିବା ରାଜସ୍ତମ୍ଭ ନିକଟରେ ଛିଡ଼ା ହାଇେଥିଲେ। ଉଚ୍ଚାଧକାରୀ ଓ ତୂରୀ ବଜାଉଥିବା ଲୋକମାନେ ରାଜାଙ୍କ ନିକଟରେ ଛିଡ଼ା ହାଇେଥିଲେ। ଦେଶର ଲୋକେ ଅତ୍ଯନ୍ତ ଆନନ୍ଦିତ ଥିଲେ ଓ ତୂରୀ ବଜାଉଥିଲେ। ଗାଯକମାନେ ବାଦ୍ଯୟନ୍ତ୍ର ବଜାଉଥିଲେ। ଗାଯକଦଳ ଲୋକମାନଙ୍କୁ ପ୍ରଶଂସାଗୀତ ଗାନ କରାଇବା ରେ ନତେୃତ୍ବ ନେଉଥିଲେ। ଏହା ଦେଖି ଅଥଲିଯା ନିଜର ବସ୍ତ୍ର ଚିରି ପକାଇଲେ ଓ କହିଲେ, ରାଜଦ୍ରୋହ ! ରାଜଦ୍ରୋହ !

14ଯିହାୟୋଦାରଦା ସନୋଧ୍ଯକ୍ଷମାନଙ୍କୁ ନଇେଆସିଲେ। ସେ ସମାନଙ୍କେୁ କହିଲେ, ଅଥଲିଯାଙ୍କୁ ସୈନ୍ଯଦଳ ମଧିଅରେ ରଖି ବାହାରକୁ ନଇୟୋଅ। ଯଦି କୌଣସି ବ୍ଯକ୍ତି ତାଙ୍କର ଅନୁସରଣ କରେ, ତାହାକୁ ତୁମ୍ଭର ଖଡ୍ଗ ରେ ବଧ କର। ଏହାପରେ ଯାଜକ ସୈନ୍ଯମାନଙ୍କୁ ସାବଧାନ୍ କରି ଦେଲେ, ସଦାପ୍ରଭୁଙ୍କ ମନ୍ଦିର ମଧିଅରେ ଅଥଲିଯାକୁ ବଧ କରିବ ନାହିଁ।

15ଏହାପରେ ଅଥଲିଯା ରାଜାଙ୍କ ଗୃହର ଅଶ୍ବଦ୍ବାର ନିକଟକୁ ଆସବାରୁ ସହେି ଲୋକମାନେ ତାଙ୍କୁ ଧରିଲେ। ଆଉ ସମାନେେ ସହେି ସ୍ଥାନ ରେ ହିଁ ତାଙ୍କୁ ବଧ କଲେ।

2Chronicles 23 illustration - 2Chronicles Chapter 23

16ଏହାପରେ ଯିହାୟୋଦାରଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିଯମ କଲେ। ସମାନେେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହବେେ, ଏଥି ରେ ସମ୍ମତ ହେଲେ।

17ସବୁ ଲୋକମାନେ ବାଲ୍ ପ୍ରତିମାର ମନ୍ଦିରକୁ ଗଲେ ଓ ତାହାକୁ ଭାଙ୍ଗି ପକାଇଲେ। ବାଲ୍ର ମନ୍ଦିର ରେ ଥିବା ବଦେୀ ଓ ମୂର୍ତ୍ତିଗୁଡ଼ିକୁ ମଧ୍ଯ ସମାନେେ ଭାଙ୍ଗି ପକାଇଲେ। ସମାନେେ ବାଲ୍ର ଯାଜକ ମତ୍ତାନ୍କୁ ବାଲ୍ର ୟଜ୍ଞବଦେୀ ସମ୍ମୁଖ ରେ ହତ୍ଯା କଲେ।

18ଏହାପରେ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିରର ଯତ୍ନ ନବୋ ନିମନ୍ତେ ଯାଜକମାନଙ୍କୁ ମନୋନୀତ କଲେ। ସହେି ଯାଜକମାନେ ଲବେୀୟ ଥିଲେ ଓ ଦାଉଦ ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରର ରକ୍ଷଣାବେକ୍ଷଣ କାର୍ୟ୍ଯର ଦାଯିତ୍ବ ଦଇେଥିଲେ। ସହେି ଲୋକମାନେ ମାଶାଙ୍କେ ନିଯମର ଆଦେଶ ଅନୁୟାଯୀ ସଦାପ୍ରଭୁଙ୍କ ନିକଟରେ ଅଗ୍ନିଦଗ୍ଧ, ଉପହାର ବଳିଦାନ କରୁଥିଲେ। ଦାଉଦ ଯେଉଁ ପ୍ରକାର ଆଜ୍ଞା କରିଥିଲେ, ସମାନେେ ସହେି ପ୍ରକା ରେ ଆନନ୍ଦ ଓ ପ୍ରଶଂସାଗାନ ସହକା ରେ ସହେି ଉପହାର ବଳିଦାନ କଲେ।

19ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିରର ଫାଟକ ନିକଟରେ ରକ୍ଷୀଗଣଙ୍କୁ ନିୟୁକ୍ତ କଲେ, ଯେପରି କୌଣସି ଅପରିଷ୍କୃତ ବ୍ଯକ୍ତି ମନ୍ଦିର ମଧିଅରେ ପ୍ରବେଶ କରିପାରିବ ନାହିଁ।

20ଯିହାୟୋଦାରଦା ନିଜ ସହିତ ସନୋଧ୍ଯକ୍ଷ, ନେତା, ଲୋକମାନଙ୍କର ଶାସକ ଓ ଦେଶର ସମସ୍ତ ଲୋକଙ୍କୁ ନେଲେ। ଏହାପରେ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିର ମଧ୍ଯରୁ ରାଜାଙ୍କୁ ବାହାର କରି ଆଣିଲେ ଓ ଉପର ଦ୍ବାର ଦଇେ ସମାନେେ ରାଜାଙ୍କ ଗୃହ ମଧିଅରେ ପ୍ରବେଶ କଲେ। ସହେି ସ୍ଥାନ ରେ ସମାନେେ ରାଜାଙ୍କୁ ସିଂହାସନ ରେ ବସାଇଲେ।

2Chronicles 23 illustration - 2Chronicles Chapter 23

21ଯିହୁଦାର ସବୁ ଲୋକ ଅତ୍ଯନ୍ତ ଆନନ୍ଦିତ ଥିଲେ ଓ ୟିରୁଶାଲମ ନଗର ରେ ଶାନ୍ତି ବିରାଜିଲା, କାରଣ ଅଥଲିଯା ଖଡ୍ଗ ଦ୍ବାରା ନିହତ ହାଇେଥିଲେ।

Chapter Complete

You have read 2Chronicles 23

21 verses