Lumina
2Chronicles

Jehoshaphat and Ahab

2Chronicles 18·Oriya Bible

1ଯିହାଶାଫେଟ୍ଙ୍କର ପ୍ରଚୁର ଧନସମ୍ପଦ ଓ ପ୍ରତିପତ୍ତି ଥିଲା। ସେ ରାଜା ଆହାବଙ୍କ କନ୍ଯାକୁ ବିବାହ କରି ତାଙ୍କ ସହିତ ଏକ ଚୁକ୍ତି କଲା।

2କିଛି ବର୍ଷ ଉତ୍ତା ରେ, ଯିହାଶାଫେଟ୍ ଶମରିଯା ସହର ରେ ରାଜା ଆହାବଙ୍କୁ ଭଟେିବା ନିମନ୍ତେ ଗଲେ। ଆହାବ ଯିହାଶାଫେଟ୍ ଓ ତାଙ୍କ ସହିତ ଥିବା ଲୋକମାନଙ୍କ ନିମନ୍ତେ ଅନକେ ମେଣ୍ଢା ଓ ଗାଈ ବଳିଦାନ ଦେଲେ। ଆହାବ ଯିହାଶାଫେଟ୍ଙ୍କୁ ରାମାେତ-ଗିଲିଯାଦ୍ ସହରକୁ ଆକ୍ରମଣ କରିବା ନିମନ୍ତେ ଉତ୍ସାହିତ କଲେ।

3ଆହାବ ଯିହାଶାଫେଟ୍ଙ୍କୁ କହିଲେ, ତୁମ୍ଭେ ମାେ ସହିତ ରାମାେତ୍-ଗିଲିଯଦ୍କୁ ଆକ୍ରମଣ କରିବା ନିମନ୍ତେ ୟିବ କି ? ଆହାବ ଇଶ୍ରାୟେଲର ରାଜ ଓ ୟିହୋଶଫଟ୍ ଯିହୁଦାର ରାଜା ଥିଲେ। ଯିହାଶାଫେଟ୍ ଆହାବଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭ ତୁଲ୍ଯ ଅଟେ ଓ ମାରେ ଲୋକମାନେ ତୁମ୍ଭ ଲୋକ ପରି ଅଟନ୍ତି। ଆମ୍ଭମାନେେ ତୁମ୍ଭ ସହିତ ୟୁଦ୍ଧ ରେ ୟୋଗ ଦବୋ।

4ୟିହୋଶାଫଟ୍ ଇଶ୍ରାୟେଲର ରାଜା ଆହୁରି ମଧ୍ଯ କହିଲେ, କିନ୍ତୁ ଆସ ପ୍ରଥମେ, ଆମ୍ଭେ ସଦାପ୍ରଭୁଙ୍କଠାରୁ ଏକ ସନ୍ଦେଶ ଲୋଡ଼ିବା।

5ତେଣୁ ଇଶ୍ରାୟେଲର ରାଜା ସମସ୍ତ ଭବିଷ୍ଯତ୍ବକ୍ତାଙ୍କୁ ଏକତ୍ର କଲେ, ସମାନେେ 400 ଜଣ ଥିଲେ। ଆହାବ ସମାନଙ୍କେୁ କହିଲେ, ଆମ୍ଭମାନେେ ରାମାେତ୍-ଗିଲିଯଦ୍ ସହରକୁ ୟୁଦ୍ଧ କରିବାକୁ ୟିବା, ନା ନାହିଁ ? ଭବିଷ୍ଯଦ୍ବକ୍ତାମାନେ କହିଲେ, ୟାଅ, କାରଣ ପରମେଶ୍ବର ରାମାେତ୍-ଗିଲିଯଦ୍କୁ ରାଜାଙ୍କୁ ଦବେେ।

2Chronicles 18 illustration - 2Chronicles Chapter 18

6କିନ୍ତୁ ଯିହାଶାଫେଟ୍ କହିଲେ, ସଦାପ୍ରଭୁଙ୍କର ଅନ୍ୟ କୌଣସି ଭବିଷ୍ଯଦ୍ବକ୍ତା ଏଠା ରେ ନାହାନ୍ତି କି, ଯାହାକୁ ଆମ୍ଭେ ପଚାରିପାରିବା ?

7ଏହାପରେ ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ଏହିଠା ରେ ତଥାପି ଆହୁରି ଜଣେ ବ୍ଯକ୍ତି ଅଛନ୍ତି। ଆମ୍ଭମାନେେ ତାଙ୍କ ମାଧ୍ଯମ ରେ ସଦାପ୍ରଭୁଙ୍କୁ ପଚାରିପାରିବା। କିନ୍ତୁ ମୁଁ ସହେି ବ୍ଯକ୍ତିଙ୍କୁ ଘୃଣା କରେ, କାରଣ ସେ କବେେ ହେଁ ସଦାପ୍ରଭୁଙ୍କଠାରୁ ମାେ ନିମନ୍ତେ ଗୋଟିଏ ସୁଦ୍ଧା ଶୁଭବାର୍ତ୍ତା ଆଣି ନାହିଁ। ସେ ସର୍ବଦା ମାେ ନିକଟକୁ ମନ୍ଦ ଖବର ଆଣିଛି। ସହେି ବ୍ଯକ୍ତିଙ୍କର ନାମ ହେଲା, ମୀଖାଯ। ସେ ୟିମ୍ନଙ୍କ ପୁତ୍ର ଅଟନ୍ତି। କିନ୍ତୁ ଯିହାଶାଫେଟ୍ କହିଲେ, ଜଣେ ରାଜା ସପରେି କହିବା ଉଚିତ୍ ନୁହେଁ।

8ତା'ପରେ ଇଶ୍ରାୟେଲର ରାଜା ତାଙ୍କର ଜଣେ କର୍ମଚାରୀଙ୍କୁ ଡାକିଲେ ଓ ତାକୁ କହିଲେ, ଶୀଘ୍ର ୟାଅ, ୟିମ୍ନଙ୍କର ପୁତ୍ର ମୀଖାଯଙ୍କୁ ଏଠାକୁ ନଇେଆସ।

9ଏହାପରେ ଇଶ୍ରାୟେଲର ରାଜା ଓ ଯିହୁଦାର ରାଜା ୟିହୋଶାଫଟ୍ ସମାନଙ୍କେର ରାଜକୀଯ ପୋଷାକ ପିନ୍ଧିଥିଲେ। ସମାନେେ ଶମରିଯା ନଗରର ସମ୍ମୁଖଦ୍ବାର ନିକଟସ୍ଥ ଶସ୍ଯମର୍ଦ୍ଦନ ଚଟାଣ ନିକଟରେ ସମାନଙ୍କେର ସିଂହାସନମାନଙ୍କ ରେ ବସିଥିଲେ, ସହେି ସମସ୍ତ ଭବିଷ୍ଯଦ୍ବକ୍ତା ଦୁଇ ରାଜାଙ୍କ ସମ୍ମୁଖ ରେ ସମାନଙ୍କେର କୀର୍ତ୍ତୀମାନ କହୁଥିଲେ।

10ସିଦିକିଯ କନାନା ନାମକ ବ୍ଯକ୍ତିର ପୁତ୍ର ଥିଲା। ସିଦିକିଯ ଲୁହାରୁ କେତକେ ଶିଙ୍ଗା ନିର୍ମାଣ କରିଥିଲା। ସିଦିକିଯ କହିଲା, ସଦାପ୍ରଭୁ କହନ୍ତି, ' ସମାନେେ ସମ୍ପୂର୍ଣ୍ଣ ବିନଷ୍ଟ ନ ହବୋ ପର୍ୟ୍ଯନ୍ତ ତୁମ୍ଭେ ଏହି ଲୌହ-ଶିଙ୍ଗା ଅରାମୀଯମାନଙ୍କୁ ବିଦାରିବା ନିମନ୍ତେ ବ୍ଯବହାର କରିବ।'

2Chronicles 18 illustration - 2Chronicles Chapter 18

11ସବୁ ଭବିଷ୍ଯତ୍ବକ୍ତାମାନେ ସହେି ସମାନ କଥା କହିଲେ। ସମାନେେ କହିଲେ, ରାମାେତ୍-ଗିଲିଯଦ୍ର ସହରକୁ ୟାଅ। ତୁମ୍ଭେ ସଫଳତା ଓ ବିଜଯ ଲାଭ କରିବ। ସଦାପ୍ରଭୁ ରାମାେତ୍-ଗିଲିଯାଦ୍କୁ ରାଜାଙ୍କୁ ଦବେେ।

12ମୀଖାଯଙ୍କୁ ଯେଉଁ ବାର୍ତ୍ତାବାହକ ଡ଼ାକିବାକୁ ୟାଇଥିଲା, ତାଙ୍କୁ କହିଲା, ମୀଖାଯ, ଶୁୁଣ, ସବୁ ଭବିଷ୍ଯତ୍ବକ୍ତାମାନେ ଏକପ୍ରକାର କଥା କହୁଅଛନ୍ତି। ସମାନେେ କହୁଛନ୍ତି ଯେ, ରାଜା ସଫଳତା ଲାଭ କରିବେ। ତେଣୁ ସମାନେେ ଯାହା କହୁଛନ୍ତି, ତୁମ୍ଭେ ମଧ୍ଯ ତାହା କହିବା ଉଚିତ୍। ତୁମ୍ଭେ ଉତ୍ତମ ବିଷଯମାନ କହିବା ଉଚିତ୍।

13କିନ୍ତୁ ମୀଖାଯ ଉତ୍ତର ଦେଲେ, ନିଶ୍ଚିତ ଭାବରେ ସଦାପ୍ରଭୁ ଥିବାୟାଏ, ମାେ ପରମେଶ୍ବର ଯାହା କହନ୍ତି, ମୁଁ କବଳେ ତାହା କହିପାରିବି।

14ଏହାପରେ ମୀଖାଯ ରାଜାଙ୍କ ନିକଟକୁ ଆସିଲେ। ରାଜା ତାଙ୍କୁ କହିଲେ, ମୀଖାଯ, ଆମ୍ଭମାନେେ ରାମାେତ୍-ଗିଲିଯଦ୍ ସହରକୁ ୟୁଦ୍ଧ କରିବା ନିମନ୍ତେ ୟିବୁ ନା ନାହିଁ ? ମୀଖାଯ ଉତ୍ତର ଦେଲେ, ୟାଅ ଓ ଆକ୍ରମଣ କର। ତୁମ୍ଭମାନେେ ଅଧିକାର କରିବ ଏବଂ ସହେି ସହର ତୁମ୍ଭର ହବେ।

15ରାଜା ମୀଖାଯଙ୍କୁ କହିଲେ, କବଳେ ସଦାପ୍ରଭୁଙ୍କ ନାମ ରେ ସତ କହିବାକୁ କେତେଥର ମାେତେ ତୁମ୍ଭମାନଙ୍କୁ ଶପଥ କରାଇବା ପାଇଁ ପଡ଼ୁଛି ?

2Chronicles 18 illustration - 2Chronicles Chapter 18

16ଏହାପରେ ମୀଖାଯ କହିଲେ, ମୁଁ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ପର୍ବତ ଉପରେ ଛିନ୍ନବିଚ୍ଛିନ୍ନ ଦେଖିଲି। ସମାନେେ ମଷେପାଳକ ବିହୀନ ମଷେତୁଲ୍ଯ ଥିଲେ। ସଦାପ୍ରଭୁ କହିଲେ, ' ସମାନଙ୍କେର କୌଣସି ନେତା ନାହାନ୍ତି। ପ୍ରେତ୍ୟକକ ଲୋକ ନିରାପଦ ରେ ନିଜ ଗୃହକୁ ଫରେିଯାଉ।'

17ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ମୁଁ ତୁମ୍ଭକୁ କହିଥିଲି ଯେ, ମୀଖାଯ ମାେ ନିମନ୍ତେ କୌଣସି ଉତ୍ତମ ବାର୍ତ୍ତା ଆଣିବ ନାହିଁ। ମାେ' ନିମନ୍ତେ ସେ କବଳେ ଖରାପ ବାର୍ତ୍ତା ଆଣେ।

18ମୀଖାଯ କହିଲେ, ସଦାପ୍ରଭୁଙ୍କଠାରୁ ଆସିଥିବା ଏହି ବାର୍ତ୍ତା ଶୁଣ। ମୁଁ ସଦାପ୍ରଭୁଙ୍କୁ ତାଙ୍କର ସିଂହାସନ ରେ ବସିଥିବାର ଦେଖିଲି। ସ୍ବର୍ଗୀଯ ଦୂତଗଣ ତାଙ୍କର ଚତୁର୍ଦ୍ଦିଗ ରେ ଠିଆ ହାଇେଥିଲେ, କେତକେ ତାଙ୍କର ବାମ ପାଶର୍‌ବ ରେ ଓ କେତକେ ତାଙ୍କର ଦକ୍ଷିଣ ପାଶର୍‌ବ ରେ ଛିଡ଼ା ହାଇେଥିଲେ।

19ସଦାପ୍ରଭୁ କହିଲେ, 'କିଏ ଇଶ୍ରାୟେଲର ରାଜା ଆହାବଙ୍କୁ ପ୍ରତାରଣ କରିବ, ସେଥିପାଇଁ ତାକୁ ରାମାେତ୍-ଗିଲିଯାଦ୍ ରେ ହତ୍ଯା କରାୟିବ ?' ସଦାପ୍ରଭୁଙ୍କ ଚତୁର୍ଦ୍ଦିଗ ରେ ଠିଆ ହାଇେଥିବା ଭିନ୍ନ ଭିନ୍ନ ଲୋକମାନେ, ଭିନ୍ନ ଭିନ୍ନ କଥା କହିଲେ। କେତକେ ଗୋଟିଏ କଥା କହିଲେ ଓ ଆଉ କେତକେ ଆଉ କିଛି କହିଲେ।

20ଏହାପରେ ଗୋଟିଏ ଆତ୍ମା ଆସିଲା ଓ ସଦାପ୍ରଭୁଙ୍କ ସମ୍ମୁଖ ରେ ଠିଆ ହେଲା। ଆତ୍ମାଟି କହିଲା, 'ମୁଁ ଆହାବଙ୍କୁ ପ୍ରତାରିତ କରିବି।' ସଦାପ୍ରଭୁ ଆତ୍ମାକୁ ପଚାରିଲେ, 'କିପରି ?'

2Chronicles 18 illustration - 2Chronicles Chapter 18

21ସହେି ଆତ୍ମାଟି ଉତ୍ତର ଦଲୋ, 'ମୁଁ ୟିବି ଓ ଆହାବଙ୍କ ଭବିଷ୍ଯତ୍ବକ୍ତାମାନଙ୍କ ମୁଖ ରେ ଏକ ମିଥ୍ଯାବାଦୀ ଆତ୍ମା ହାଇଯେିବି।' ଆଉ ସଦାପ୍ରଭୁ କହିଲେ, 'ନିଶ୍ଚିତ ଭାବରେ ତୁମ୍ଭେ ଆହାବକୁ ପ୍ରତାରିତ କରିବାକୁ ସମର୍ଥ ହବେ। ତେଣୁ ୟାଅ ଓ ତାହା କର।'

22ଏଣୁ ହେ ଆହାବ, ଦେଖନ୍ତୁ, ସଦାପ୍ରଭୁ ଆପଣଙ୍କ ଭବିଷ୍ଯତ୍ବକ୍ତାମାନଙ୍କର ମୁଖ ରେ ଏକ ମିଥ୍ଯାବାଦୀର ଆତ୍ମା ଦଇେଛନ୍ତି, ସଦାପ୍ରଭୁ କହିଛନ୍ତି ଯେ, ତୁମ୍ଭପ୍ରତି ଅମଙ୍ଗଳ ହିଁ ଘଟିବ।

23ଏହା ଶୁଣି ସିଦିକିଯ ମୀଖାଯ ନିକଟକୁ ଗଲା ଓ ତାଙ୍କ ଗାଲକୁ ଆଘାତ କଲା। ସିଦିକିଯ କହିଲା, ମୀଖାଯ, ସଦାପ୍ରଭୁଙ୍କ ଆତ୍ମା ତୋତେ ଏହା କହିବା ନିମନ୍ତେ ମାେ'ଠାରୁ କେଉଁ ବାଟରେ ଗଲେ ?

24ମୀଖାଯ ଉତ୍ତର ଦେଲେ, ସିଦିକିଯ, ତୁମ୍ଭେ ନିଜକୁ ଲୁଚାଇବା ନିମନ୍ତେ ଯେଉଁ ଦିନ ଭିତର କଠାେରୀକି ୟିବ, ସହେିଦିନ ତାହା ଜାଣିବା।

25ତା'ପରେ ଇଶ୍ରାୟେଲର ରାଜା କହିଲେ, ମୀଖାଯଙ୍କୁ ନଇୟୋଅ ଓ ତାଙ୍କୁ ନଗରର ନଗରପାଳ ଆମାନେ ଓ ରାଜାଙ୍କ ପୁତ୍ର ୟୋଯାଶ୍ଙ୍କ ନିକଟକୁ ପଠାଇଦିଅ।

2Chronicles 18 illustration - 2Chronicles Chapter 18

26ଆମାେନ୍ ଓ ୟୋଯାଶ୍ଙ୍କୁ କୁହ, 'ରାଜା ଏହା କହିନ୍ତି : ମୀଖାଯଙ୍କୁ ବନ୍ଦୀଶାଳା ରେ ପକାଇଦିଅ। ମୁଁ ୟୁଦ୍ଧରୁ ଫରେି ନ ଆସିବା ପର୍ୟ୍ଯନ୍ତ ତାଙ୍କୁ ଅଳ୍ପ ରୋଟୀ ଓ ଜଳ ବ୍ଯତୀତ ଆଉ କିଛି ଖାଦ୍ୟ ଭୋଜନ କରିବାକୁ ଦବେ ନାହିଁ।'

27ମୀଖାଯ ଉତ୍ତର ଦେଲେ, ଯଦି ତୁମ୍ଭେ ୟୁଦ୍ଧରୁ ନିରାପଦ ରେ ଫରେିଆସ, ତବେେ ସଦାପ୍ରଭୁ ମାେ ମାଧ୍ଯମ ରେ କହି ନାହାନ୍ତି। ସବୁ ଲୋକମାନେ, ମାେ କଥା ଶୁଣ।

28ତେଣୁ ଇଶ୍ରାୟେଲର ରାଜା ଓ ଯିହୁଦାର ରାଜା ୟିହୋଶାଫଟ୍ ରାମାେତ୍-ଗିଲିଯାଦ୍ ସହର ଉପରେ ଆକ୍ରମଣ କଲେ,

29ଇଶ୍ରାୟେଲର ରାଜା ଯିହାଶାଫେଟ୍ଙ୍କୁ କହିଲେ, ୟୁଦ୍ଧକୁ ୟିବା ପୂର୍ବରୁ ମୁଁ ଛଦ୍ମବେଶ ଧାରଣ କରିବି। କିନ୍ତୁ ତୁମ୍ଭେ ତୁମ୍ଭର ରାଜକୀଯ ପୋଷାକ ପିନ୍ଧ। ତେଣୁ ଇଶ୍ରାୟେଲର ରାଜା ଛଦ୍ମବେଶ ଧାରଣ କଲେ, ଆଉ ଦୁଇ ରାଜା ୟୁଦ୍ଧକୁ ଗଲେ।

30ଅରାମର ରାଜା ତାଙ୍କର ରଥ-ଚାଳକମାନଙ୍କୁ ଗୋଟିଏ ଆଦେଶ ଦେଲେ। ସେ ସମାନଙ୍କେୁ କହିଲେ, 'ମହାନ୍ ହେଉ କି ଗୌଣ ହେଉ, କୌଣସି ବ୍ଯକ୍ତି ସହିତ ୟୁଦ୍ଧ କର ନାହିଁ। କିନ୍ତୁ କବଳେ ଇଶ୍ରାୟେଲର ରାଜା ସହିତ ୟୁଦ୍ଧ କର।

2Chronicles 18 illustration - 2Chronicles Chapter 18

31ଯେତବେେଳେ ରଥ-ଚାଳକମାନେ ଯିହାଶାଫେଟ୍ଙ୍କୁ ଦେଖିଲେ, ସମାନେେ ଭାବିଲେ, ସଠାେରେ ଇଶ୍ରାୟେଲର ରାଜା ଅଛନ୍ତି। ତେଣୁ ସମାନେେ ଯିହାଶାଫେଟ୍ଙ୍କ ଆଡ଼େ ଆକ୍ରମଣ କରିବାକୁ ଗଲେ। ତେଣୁ ଯିହାଶାଫେଟ୍ ଚିତ୍କାର କଲେ, ଆଉ ସଦାପ୍ରଭୁ ତାଙ୍କୁ ସାହାୟ୍ଯ କଲେ। ପରମେଶ୍ବର ରଥ-ଚାଳକମାନଙ୍କୁ ଯିହାଶାଫେଟ୍ଙ୍କ ଆଡ଼ୁ ଫରୋଇ ନେଲେ।

32ଯେତବେେଳେ ସମାନେେ ଦେଖିଲେ ଯେ ଯିହାଶାଫେଟ୍ ଇଶ୍ରାୟେଲର ରାଜା ନୁହଁନ୍ତି, ସମାନେେ ତାଙ୍କ ପଛ ରେ ଆଉ ଗୋଡ଼ାଇଲେ ନାହିଁ।

33କିନ୍ତୁ ଜଣେ ଧନୁର୍ଦ୍ଧର ଲକ୍ଷ୍ଯହୀନ ଭାବରେ ତା' ଧନୁକୁ ତୀରଟିଏ ମାରିଲା। ସହେି ତୀରଟି ଆସି ଇଶ୍ରାୟେଲର ରାଜା ଆହାବଙ୍କ ସମ୍ମୁଖ ରେ ଏକ ସନ୍ଧି ସ୍ଥାନ ରେ ବାଜିଲା। ଇଶ୍ରାୟେଲର ରାଜା ତାଙ୍କର ରଥଚାଳକକୁ କହିଲେ, ରଥକୁ ଫରୋଇ ନିଅ ଓ ମାେତେ ୟୁଦ୍ଧ କ୍ଷେତ୍ରରୁ ନଇୟୋଅ। ମୁଁ ଆଘାତପ୍ରାପ୍ତ ହାଇେଅଛି।

34ଦିନ ତମାମ ୟୁଦ୍ଧ ଚାଲିଲା। ଇଶ୍ରାୟେଲର ରାଜା ଅରାମୀଯମାନଙ୍କୁ ଚାହିଁ ସନ୍ଧ୍ଯା ପର୍ୟ୍ଯନ୍ତ ତାଙ୍କ ରଥ ଉପରେ ଛିଡ଼ା ହାଇେ ରହିଲେ। ତା'ପରେ ସୂର୍ୟ୍ଯାସ୍ତ ସମୟରେ ସେ ମୃତ୍ଯୁବରଣ କଲେ।

Chapter Complete

You have read 2Chronicles 18

34 verses