Lumina
1Chronicles

David's Charge to Solomon

1Chronicles 28·Oriya Bible

1ଦାଉଦ ଇଶ୍ରାୟେଲ ଲୋକମାନଙ୍କର ସମସ୍ତ ନେତାଗଣଙ୍କୁ ଏକତ୍ର କଲେ। ସେ ସହେି ନେତାଗଣଙ୍କୁ ୟିରୁଶାଲମକୁ ଆସିବା ନିମନ୍ତେ ଆଦେଶ ଦେଲେ। ଦାଉଦ ସବୁ ଗୋଷ୍ଠୀର ନେତାଗଣ, ରାଜାଙ୍କ ସୈନ୍ଯଦଳର ସନୋଧ୍ଯକ୍ଷଗଣ, ଅଧ୍ଯକ୍ଷଗଣ, ସନୋପତିଗଣ, ରାଜା ଓ ତାହାଙ୍କ ପୁତ୍ରମାନଙ୍କର ସମ୍ପତ୍ତି ଓ ପଶୁପଲର ଯତ୍ନ ନେଉଥିବା କାର୍ୟ୍ଯକାରୀଗଣ, ରାଜାଙ୍କର ବିଶଷେ କର୍ମଚାରୀଗଣ, ପରାକ୍ରମୀ ବୀରଗଣ, ଓ ସମସ୍ତ ସାହସୀ ସୈନ୍ଯଗଣଙ୍କୁ ଡ଼ାକି ପଠାଇଲେ।

2ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, ହେ ମାରେ ଭ୍ରାତା ଓ ମାରେ ଲୋକଗଣ, ମାରେ କଥା ଶୁଣ। ମାରେ ହୃଦଯ ରେ ମୁଁ ସଦାପ୍ରଭୁଙ୍କ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକ ମୁଁ ଇଚ୍ଛା କରିଥିଲି। ପରମେଶ୍ବରଙ୍କ ପାଦପୀଠ ହବୋ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ବରଙ୍କ ସହେି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନକେ ଯୋଜନାମାନ କରିଥିଲି।

3କିନ୍ତୁ ପରମେଶ୍ବର ମାେତେ କହିଲେ, 'ନା, ଦାଉଦ, ତୁମ୍ଭେ ମାେ ନାମ ରେ ଆଦୌ ମନ୍ଦିର ନିର୍ମାଣ କରିବ ନାହିଁ। ତୁମ୍ଭେ ତାହା କରିବ ନାହିଁ, କାରଣ ତୁମ୍ଭେ ଜଣେ ସୈନିକ ଓ ତୁମ୍ଭେ ଅନକେ ଲୋକଙ୍କୁ ହତ୍ଯା କରିଅଛ।'

4ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ଇଶ୍ରାୟେଲର ବାର ଗୋଟି ଗୋଷ୍ଠୀକୁ ପରିଚାଳିତ କରିବା ନିମନ୍ତେ ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ। ଏହାପରେ ସହେି ଗୋଷ୍ଠୀରୁ ସଦାପ୍ରଭୁ ମାରେ ପିତାଙ୍କ ପରିବାରକୁ ମନୋନୀତ କଲେ। ଆଉ ସହେି ପରିବାରରୁ ପରମେଶ୍ବର ମାେତେ ଚିରକାଳ ନିମନ୍ତେ ଇଶ୍ରାୟେଲର ରାଜା ହବୋ ନିମନ୍ତେ ମନୋନୀତ କଲେ। ପରମେଶ୍ବର ମାେତେ ଇଶ୍ରାୟେଲର ରାଜା କରିବାକୁ ଇଚ୍ଛା କଲେ।

5ସଦାପ୍ରଭୁ ମାେତେ ଅନକେ ପୁତ୍ର ଦଇେଛନ୍ତି। ଆଉ ଏହି ସମସ୍ତ ପୁତ୍ରଗଣଙ୍କ ମଧ୍ଯରୁ ସଦାପ୍ରଭୁ ଶଲୋମନକୁ ସଦାପ୍ରଭୁଙ୍କ ରାଜ୍ଯର ସିଂହାସନ ରେ ବସିବା ପାଇଁ ଏବଂ ଇଶ୍ରାୟେଲ ରେ ଶାସନ କରିବା ପାଇଁ ମନୋନୀତ କରିଅଛନ୍ତି।

1Chronicles 28 illustration - 1Chronicles Chapter 28

6ସଦାପ୍ରଭୁ ମାେତେ କହିଲେ, 'ଦାଉଦ, ତୁମ୍ଭର ପୁତ୍ର ଶଲୋମନ ଆମ୍ଭର ମନ୍ଦିର ଓ ତାହାର ଚତୁର୍ଦ୍ଦିଗସ୍ଥ ମନ୍ଦିର ପ୍ରାଙ୍ଗଣ ନିର୍ମାଣ କରିବ। କାହିଁକି ? କାରଣ, ଆମ୍ଭେ ଶଲୋମନକୁ ଆମ୍ଭର ପୁତ୍ରରୂପେ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହବୋ।

7ଶଲୋମନ ବର୍ତ୍ତମାନ ଆମ୍ଭର ସମସ୍ତ ବ୍ଯବସ୍ଥା ଓ ଆଜ୍ଞାର ବାଧ୍ଯ ହେଉଅଛି। ଯଦି ସେ ଆମ୍ଭର ବ୍ଯବସ୍ଥାଗୁଡ଼ିକର ବାଧ୍ଯ ହବୋ ଜାରି ରଖିବ, ତବେେ ଆମ୍ଭେ ଚିରକାଳ ନିମନ୍ତେ ଶଲୋମନର ରାଜ୍ଯକୁ ଦୃଢ଼ କରିବା।'

8ଦାଉଦ କହିଲେ, ବର୍ତ୍ତମାନ, ସମଗ୍ର ଇଶ୍ରାୟେଲ ଓ ପରମେଶ୍ବରଙ୍କ ସାକ୍ଷାତ ରେ ମୁଁ ତୁମ୍ଭମାନଙ୍କୁ ଏହି କଥା କହୁଅଛି : ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଦତ୍ତ ଆଦେଶଗୁଡ଼ିକର ବାଧ୍ଯ ହବୋ ନିମନ୍ତେ ଅତ୍ଯନ୍ତ ଯତ୍ନଶୀଳ ହୁଅ। ତବେେ ତୁମ୍ଭମାନେେ ଏହି ଉତ୍ତମ ଦେଶକୁ ରକ୍ଷା କରିପାରିବ। ଆଉ ତୁମ୍ଭେ ତୁମ୍ଭର ବଂଶଧରମାନଙ୍କୁ ତାହା ଦଇପୋରିବ।

9ଏବଂ ତୁମ୍ଭେ ମାରେ ପୁତ୍ର ଶଲୋମନ, ତୁମ୍ଭ ପିତାର ପରମେଶ୍ବରଙ୍କୁ ଜାଣିଅଛ। ଶୁଦ୍ଧ ହୃଦଯ ରେ ପରମେଶ୍ବରଙ୍କର ସବୋ କର। ପରମେଶ୍ବରଙ୍କ ସବୋ କରିବା ନିମନ୍ତେ ହୃଦଯ ରେ ଆନନ୍ଦିତ ହୁଅ। କାହିଁକି ? କାରଣ ପ୍ରତିଟି ବ୍ଯକ୍ତିର ହୃଦଯ ରେ କ'ଣ ଅଛି, ତାହା ସଦାପ୍ରଭୁ ଜାଣନ୍ତି। ସଦାପ୍ରଭୁ ତୁମ୍ଭ ହୃଦଯର ସମସ୍ତ ଚିନ୍ତାକୁ ବୁଝିପାରନ୍ତି। ଯଦି ତୁମ୍ଭେ ସଦାପ୍ରଭୁଙ୍କ ନିକଟକୁ ସାହାୟ୍ଯ ମାଗବା ନିମନ୍ତେ ୟିବ, ତୁମ୍ଭେ ଉତ୍ତର ପାଇବ। କିନ୍ତୁ ତୁମ୍ଭେ ଯଦି ସଦାପ୍ରଭୁଙ୍କଠାରୁ ଫରେି ଦୂରକୁ ଚାଲିୟିବ, ତବେେ ସେ ତୁମ୍ଭକୁ ଚିରକାଳ ନିମନ୍ତେ ତ୍ଯାଗ କରିବେ।

10ଶଲୋମନ, ସଦାପ୍ରଭୁ ଯେ ତୁମ୍ଭକୁ ତାଙ୍କରି ପବିତ୍ରସ୍ଥାନର ମନ୍ଦିର ନିର୍ମାଣ କରିବା ନିମନ୍ତେ ମନୋନୀତ କରିଅଛନ୍ତି, ଏହା ତୁମ୍ଭର ବୁଝିବା ଉଚିତ୍। ଶକ୍ତିଶାଳୀ ହୁଅ ଏବଂ ଏହା କର।

1Chronicles 28 illustration - 1Chronicles Chapter 28

11ଏହାପରେ ଦାଉଦ ଶଲୋମନଙ୍କୁ ମନ୍ଦିର ନିର୍ମାଣ କରିବା ନିମନ୍ତେ ଯୋଜନାମାନ ପ୍ରଦାନ କଲେ। ମନ୍ଦିର ଚତୁର୍ଦ୍ଦିଗସ୍ଥ ବାରଣ୍ଡା, ତାହାର ଅଟ୍ଟାଳିକାମାନ, ତାହାର ଭଣ୍ଡାରଘରମାନ, ତାହାର ଉପରିସ୍ଥ କଠାେରୀମାନ, ତାହାର ଭିତରର କଠାେରୀମାନ ଓ ଦୟାସନର ସ୍ଥାନ ନିମନ୍ତେ ମଧ୍ଯ ଏହି ଯୋଜନା ହାଇେଥିଲା।

12ଦାଉଦ ମନ୍ଦିରର ସମସ୍ତ ବିଭାଗ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ଦାଉଦ ଶଲୋମନଙ୍କୁ ସହେି ଯୋଜନାଗୁଡ଼ିକୁ ଦେଲେ। ଦାଉଦ ତାହାଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ଚତୁର୍ଦ୍ଦିଗସ୍ଥ ଅଗଣା ଓ ତାହାର ଚତୁର୍ଦ୍ଦିଗସ୍ଥ କଠାେରୀ ସମସ୍ତର ଯୋଜନା ପ୍ରଦାନ କଲେ। ଦାଉଦ ତାହାଙ୍କୁ ମନ୍ଦିରର ଭଣ୍ଡାର ଘର ଓ ମନ୍ଦିର ମଧିଅରେ ବ୍ଯବହୃତ ହେଉଥିବା ପବିତ୍ର ସାମଗ୍ରୀ ଗୁଡ଼ିକର ଭଣ୍ଡାରଘର ଗୁଡ଼ିକର ଯୋଜନା ପ୍ରଦାନ କଲେ।

13ଦାଉଦ ଶଲୋମନଙ୍କୁ ଯାଜକ ଓ ଲବେୀୟମାନଙ୍କ ଦଳ ବିଷଯ ରେ କହିଲେ। ଦାଉଦ ଶଲୋମନଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ସବୋକାର୍ୟ୍ଯ ବିଷଯକ ସମସ୍ତ କାର୍ୟ୍ଯ ଓ ମନ୍ଦିର ସବୋ ରେ ବ୍ଯବହୃତ ସକଳ ସାମଗ୍ରୀ ବିଷଯ ରେ କହିଲେ।

14ମନ୍ଦିର ରେ ବ୍ଯବହୃତ ହବୋକୁ ଥିବା ସକଳ ସାମଗ୍ରୀର ନିର୍ମାଣ ନିମନ୍ତେ କେତେ ପରିମାଣର ସ୍ବର୍ଣ୍ଣ ଓ ରେ ୗପ୍ୟ ବ୍ଯବହୃତ କରାୟିବା ଉଚିତ୍, ତାହା ଦାଉଦ ଶଲୋମନଙ୍କୁ କହିଲେ।

15ସୁବର୍ଣ୍ଣଦୀପ, ଦୀପରୁଖା ନିମନ୍ତେ ଯୋଜନାମାନ ଥିଲା, ଆଉ ରେ ୗପ୍ୟ ଦୀପ ଓ ଦୀପରୁଖା ନିମନ୍ତେ ମଧ୍ଯ ଯୋଜନାମାନ ଥିଲା। ପ୍ରତିଟି ଦୀପରୁଖା ଓ ତାହାର ଦୀପ ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଓ ରେ ୗପ୍ୟ ଆବଶ୍ଯକ ହବେ, ତାହା ଦାଉଦ ଶଲୋମନଙ୍କୁ ଜଣାଇଲେ। ଯେଉଁ ଯେଉଁ ସ୍ଥାନମାନଙ୍କ ରେ ଆବଶ୍ଯକ ସହେି ସ୍ଥାନମାନଙ୍କ ରେ ବିଭିନ୍ନ ପ୍ରକାର ଦୀପରୁଖାମାନ ବ୍ଯବହୃତ ହବୋର ଥିଲା।

1Chronicles 28 illustration - 1Chronicles Chapter 28

16ପବିତ୍ର ରୋଟୀର ମଜେ ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ଯକ ହବେ, ଦାଉଦ ତାହା କହିଲେ। ରେ ୗପ୍ୟ ମଜଗେୁଡ଼ିକ ନିମନ୍ତେ କେତେ ପରିମାଣର ରେ ୗପ୍ୟ ଆବଶ୍ଯକ ହବେ, ଦାଉଦ ଦାହା କହିଲେ।

17କଣ୍ଟାଚାମଚ, ସିଞ୍ଚନକାରୀ ପାତ୍ର ଓ କୁମ୍ଭ ନିର୍ମାଣ କରିବା ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ଯକ ହବେ, ଦାଉଦ ତାହା କହିଲେ। ପ୍ରେତ୍ୟକକ ସୁବର୍ଣ୍ଣ ପାତ୍ର ନିମନ୍ତେ କେତେ ପରିମାଣର ସୁବର୍ଣ୍ଣ ଆବଶ୍ଯକ ହବେ ଓ ପ୍ରେତ୍ୟକକ ରେ ୗପ୍ୟପାତ୍ର ନିମନ୍ତେ କେତେ ପରିମାଣର ରେ ୗପ୍ୟ ଆବଶ୍ଯକ ହବେ, ତାହା ଦାଉଦ କହିଲେ।

18ସୁଗନ୍ଧିଧୂପର ୟଜ୍ଞବଦେୀ ନିମନ୍ତେ କେତେ ପରିମାଣର ଶୁଦ୍ଧ ସୁବର୍ଣ୍ଣ ଆବଶ୍ଯକ ହବେ, ତାହା ଦାଉଦ କହିଲେ। ଦାଉଦ ଆହୁରି ମଧ୍ଯ ଶଲୋମନଙ୍କୁ ପରମେଶ୍ବରଙ୍କ ରଥ-ଦୟାସନ ସହିତ ନିଯମସିନ୍ଦୁକ ଉପରେ କିରୂବଦୂତଗଣ ପକ୍ଷ ବିସ୍ତାର କରି ରହିଥିବାର ଯୋଜନା ମଧ୍ଯ ପ୍ରଦାନ କଲେ। କିରୂବ ଦୂତଗଣ ସୁବର୍ଣ୍ଣ ନିର୍ମିତ ଥିଲେ।

19ଦାଉଦ କହିଲେ, ସଦାପ୍ରଭୁ ମାେତେ ପରିଚାଳନା ଦବୋ ସହିତ ଏହି ସମସ୍ତ ଯୋଜନା ଲିଖିତ ହାଇେଅଛି। ସଦାପ୍ରଭୁ ମାେତେ ଏହି ଯୋଜନା ରେ ଲିଖିତ ସମସ୍ତ ବିଷଯ ବୁଝିବା ରେ ସାହାୟ୍ଯ କରିଅଛନ୍ତି।

20ଦାଉଦ ତାଙ୍କର ପୁତ୍ର ଶଲୋମନଙ୍କୁ ଆହୁରି ମଧ୍ଯ କହିଲେ, ବଳବାନ୍ ଓ ସାହସୀ ହୁଅ ଏବଂ ଏହି କାର୍ୟ୍ଯ ଶଷେ କର। ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ବର, ମାରେ ପରମେଶ୍ବର, ତୁମ୍ଭ ସହିତ ରେ ଅଛନ୍ତି। ସମସ୍ତ କାର୍ୟ୍ଯ ସମାପ୍ତ ହବୋ ପର୍ୟ୍ଯନ୍ତ ସେ ତୁମ୍ଭକୁ ସାହାୟ୍ଯ କରିବେ। ସେ ତୁମ୍ଭକୁ ତ୍ଯାଗ କରିବେ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବ।

1Chronicles 28 illustration - 1Chronicles Chapter 28

21ପରମେଶ୍ବରଙ୍କ ମନ୍ଦିରର ସମସ୍ତ କାର୍ୟ୍ଯ କରିବା ନିମନ୍ତେ ଯାଜକ ଓ ଲବେୀୟମାନଙ୍କ ଦଳ ପ୍ରସ୍ତୁତ ହାଇେ ରହିଛନ୍ତି। ସମସ୍ତ କାର୍ୟ୍ଯ ରେ ତୁମ୍ଭକୁ ସାହାୟ୍ଯ କରିବା ନିମନ୍ତେ ସମସ୍ତ ଦକ୍ଷ କାରିଗରମାନେ ପ୍ରସ୍ତୁତ ହାଇେ ରହିଛନ୍ତି। ତୁମ୍ଭେ ଯେଉଁସବୁ ଆଦେଶ ଦବେ, ତାହା ସମସ୍ତ କାର୍ୟ୍ଯକାରୀ ଓ ଲୋକମାନେ ପାଳନ କରିବେ।

Chapter Complete

You have read 1Chronicles 28

21 verses